ମାଲେସିଆର ଉପପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଦାତୋ ସେରି ଡ. ଅହମଦ ଜାହିଦ ହାମିଦି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଥିଲେ ।
ପ୍ରଧାନମନ୍ତ୍ରୀ ଗତ ବର୍ଷ ଏସିଆନ ଏବଂ ଅନ୍ୟ ସମ୍ବନ୍ଧୀତ ଶିଖର ସମ୍ମିଳନୀଗୁଡିକରେ ଯୋଗଦେବା ପାଇଁ ସଫଳ ମାଲେସିଆ ଯାତ୍ରା ତଥା ଦ୍ୱିପକ୍ଷୀୟ ଗସ୍ତର ସ୍ମୃତିଚାରଣ କରିଥିଲେ ।
ଡ. ଅହମଦ ଜାହିଦ ବିନ ହମିଦି ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦ ବିରୋଧୀ, ସାଇବର ସୁରକ୍ଷା ଏବଂ ବର୍ହି-ଦେଶୀୟ (Trans-national) ଅପରାଧ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବିଷୟରେ ଅବଗତ କରାଇଥିଲେ ।
ନିକଟ ଭବିଷ୍ୟତରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଆମନ୍ତ୍ରଣ କରିଥିଲେ ।
Dato' Seri Dr. Ahmad Zahid Bin Hamidi, Deputy PM of Malaysia met PM @narendramodi. pic.twitter.com/XOiyMGR7v3
— PMO India (@PMOIndia) July 19, 2016