Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତ ରତ୍ନ ଏମ.ଏସ.ସୁବୁଲକ୍ଷ୍ମୀଙ୍କ ଦୁଇ ଅଣନାତୁଣୀ ଏସ. ଐଶ୍ଵର୍ଯ୍ୟ।, ଏସ. ସୌନ୍ଦର୍ଯ୍ୟ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତ ରତ୍ନ ଏମ.ଏସ.ସୁବୁଲକ୍ଷ୍ମୀଙ୍କ ଦୁଇ ଅଣନାତୁଣୀ ଏସ. ଐଶ୍ଵର୍ଯ୍ୟ।, ଏସ. ସୌନ୍ଦର୍ଯ୍ୟ।


ଭାରତ ରତ୍ନ ଏମ.ଏସ.ସୁବୁଲକ୍ଷ୍ମୀଙ୍କ ଦୁଇ ଅଣନାତୁଣୀ ଏସ. ଐଶ୍ଵର୍ଯ୍ୟ। ଏବଂ ଏସ. ସୌନ୍ଦର୍ଯ୍ୟ। ତାଙ୍କ ପିତାମାତା ଭି. ଶ୍ରୀନିବାସନ ଏବଂ ଗୀତା ଶ୍ରୀନିବାସନଙ୍କ ସହିତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତ କାଳରେ ସୁଶ୍ରୀ ଐଶ୍ଵର୍ଯ୍ୟ। ଏବଂ ସୁଶ୍ରୀ ସୌନ୍ଦର୍ଯ୍ୟ। “ମୈତ୍ରୀମ୍ ଭଜଥା” (Maithreem Bhajatha) ସଂକ୍ଷିପ୍ତରେ ପରିବେଷଣ କରିଥିଲେ । ଏହା ଏକ ଧାର୍ମିକ ଆଶୀର୍ବଚନ ଯାହାକି ଏମ.ଏସ.ସୁବୁଲକ୍ଷ୍ମୀ ଅକ୍ଟୋବର 1966ରେ ଜାତିସଙ୍ଘରେ ପରିବେଷଣ କରିଥିଲେ ।

ବିଶିଷ୍ଟ ସଂସ୍କୃତ ବିଦ୍ଵାନ ତଥା କାଞ୍ଚିର ଆଚାର୍ଯ୍ୟ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ଵତୀ ଏହି ଆଶୀର୍ବଚନର ମୌଳିକ ରଚୟିତା ।

ଏହା ବିଶ୍ଵ ଶାନ୍ତି ଓ ଭ୍ରାତୃତ୍ଵଭାବର ଏକ ଗାନ ଯାହାକି ଏମ.ଏସ.ସୁବୁଲକ୍ଷ୍ମୀ, ଜାତିସଂଘ ବୃନ୍ଦଗାନ ପରେ ତାଙ୍କର ସମସ୍ତ ସଙ୍ଗୀତାୟନରେ ପରିବେଷଣ କରିଥିଲେ । ଏହି ଗାନର ଅନ୍ତିମ ଶବ୍ଦଗୁଡିକ ହେଉଛି “ଶ୍ରେୟ ଓ ଭୂୟତ ସକଳ ଜନନମ”, ଯାହାର ଅର୍ଥ – ମାନବ ସମାଜ ପାଇଁ ସୁଖ ଓ ବିଭୂକୃପା ଭରିଯାଉ ।