Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଆଁମାର ପ୍ରତିରକ୍ଷା ସେବାର ସେନା ପ୍ରମୁଖ ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ୍ ହ୍ଲୀଆଙ୍ଗ


ମିଆଁମାର ପ୍ରତିରକ୍ଷା ସେବାର ସେନା ପ୍ରମୁଖ ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ୍ ହ୍ଲୀଆଙ୍ଗ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଅମରନାଥ ତୀର୍ଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରି ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ ହ୍ଲୀଆଙ୍ଗ ଆକ୍ରମଣରେ ମୃତାହତଙ୍କ ପ୍ରତି ନିଜର ସମବେଦନା ଜଣାଇଥିଲେ ।
2017 ଜୁନ୍ 7 ତାରିଖରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମିଆଁମାର ସେନାର ଯବାନ ଏବଂ ସେମାନଙ୍କ ପରିବାର ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ ।

ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ ହ୍ଲୀଆଙ୍ଗ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଭାରତ ଏବଂ ମିଆଁମାର ସଶସ୍ତ୍ର ବାହିନୀ ମଧ୍ୟରେ ଜାରି ରହିଥିବା ସହଯୋଗର ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଆଁମାର ହେଉଛି ଭାରତର “Act East” ନୀତିର ଏକ ଦୃଢ଼ ସ୍ତମ୍ଭ ଏବଂ ସେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ନିଜର ଦୃଢ଼ ପ୍ରତିବଦ୍ଧତା ଦୋହରାଇଥିଲେ ।

****