Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାର୍କିନ କଂଗ୍ରେସ ପ୍ରତିନିଧି ଦଳ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାର୍କିନ କଂଗ୍ରେସ ପ୍ରତିନିଧି ଦଳ


ଆମେରିକୀୟ କଂଗ୍ରେସର 26 ଜଣ ସଦସ୍ୟଙ୍କୁ ନେଇ ଏକ ଦ୍ୱିସଦନୀୟ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତ ମାଟିରେ କଂଗ୍ରେସ ପ୍ରତିନିଧି ଦଳକୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେରିକାରେ ନବଗଠିତ ସରକାର ଏବଂ କଂଗ୍ରେସ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ଏହା ଏକ ଉତ୍ତମ ଆରମ୍ଭ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହୋଇଥିବା ସକାରାତ୍ମକ ଆଲୋଚନା ସମ୍ପର୍କରେ ଅବତାରଣା କରିବା ସହିତ ଗତ ଅଢ଼େଇ ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ ହୋଇଥିବା ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର ବଚନବଦ୍ଧତା ଜାହିର କରିଥିଲେ । ଏହି ପରିପ୍ରେକ୍ଷୀରେ ଦୁଇ ଦେଶର ସମ୍ପର୍କ ସୁଦୃଢ଼ କରିବା କ୍ଷେତ୍ରରେ ଆମେରିକୀୟ କଂଗ୍ରେସର ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଉଭୟ ରାଷ୍ଟ୍ର କିଭଳି ଆହୁରି ଅଧିକ ନିକଟତର ହୋଇ କାର୍ଯ୍ୟ କରିପାରିବେ ଏବଂ ଦୁଇ ଦେଶର ସମୃଦ୍ଧି ନିମନ୍ତେ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା କ୍ଷେତ୍ରରେ ସହଯୋଗ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଇତ୍ୟବସରରେ ଆମେରିକୀୟ ଅର୍ଥବ୍ୟବସ୍ଥା ଏବଂ ସମାଜକୁ ସମୃଦ୍ଧ କରିବାରେ ଭାରତର କୁଶଳୀ ପ୍ରତିଭାମାନଙ୍କ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କୁଶଳୀ ପେସାଦାରମାନଙ୍କ ପାଇଁ ଅଧିକ ଫଳପ୍ରଦ, ସନ୍ତୁଳିତ ତଥା ଦୂରଦୃଷ୍ଟି ସମ୍ପନ୍ନ ପରିବେଶ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମାର୍କିନ୍ ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଜଣାଇଥିଲେ ।

**********