Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ ନେତା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ ନେତା


ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନେ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।

ଏକ୍ସ ର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ କହିଛନ୍ତି:

“ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନଙ୍କ ସହ ସାକ୍ଷାତକାର ବେଶ୍ ଫଳପ୍ରଦ ହୋଇଛି । ବିଗତ ୨ଶହ ବର୍ଷ ଧରି ଏହି ସମୁଦାୟ ଦୁଇ ଦେଶ ମଧ୍ୟ ଜୀବନ୍ତ ସେତୁ ସଦୃଶ କାମ କରୁଛନ୍ତି । ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।”

SR