Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ


ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ଓ॰ପନୀରସେଲଭମ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରିଛନ୍ତି ।

ତାମିଲନାଡ଼ୁର ପାରମ୍ପରିକ କ୍ରୀଡ଼ା ଜଲ୍ଲିକଟ୍ଟୁ ଉପରେ ସୁପ୍ରିମକୋର୍ଟଙ୍କ କଟକଣା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ । ଜଲ୍ଲିକଟ୍ଟୁର ସାଂସ୍କୃତିକ ଗୁରୁତ୍ୱକୁ ଉପଲବ୍ଧି କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ବିଷୟ ଏବେ ଅଦାଲତର ବିଚାରାଧୀନ ରହିଥିବା କହିଥିଲେ ।

ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ କେନ୍ଦ୍ର ସରକାର ସହଯୋଗ ଓ ସକାରାତ୍ମକ ଦୃଷ୍ଟିରେ ଦେଖିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହାବ୍ୟତୀତ ତାମିଲନାଡ଼ୁରେ ମରୁଡ଼ି ପରିସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଦଳ ଗସ୍ତ କରିବେ ଏବଂ ଏ ଦିଗରେ ରାଜ୍ୟକୁ ସବୁପ୍ରକାର ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

B