Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜା


ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଶ୍ରୀ ମୋଦୀ ଇଲେୟାରାଜାଙ୍କ ପ୍ରଥମ ୱେଷ୍ଟର୍ଣ୍ଣ କ୍ଲାସିକାଲ ସିମ୍ଫୋନି ଭେଲିଏଣ୍ଟକୁ ପ୍ରଶଂସା କରିଥିଲେ । ଏହା ନିକଟରେ ଲଣ୍ଡନରେ ଖ୍ୟାତନାମା ରୟାଲ ଫିଲହାରମୋନିକ ଅର୍କେଷ୍ଟ୍ରାରେ ପ୍ରଦର୍ଶିତ ହୋଇଥିଲା । ଭାରତୀୟ ଏବଂ ବୈଶ୍ୱିକ ସଙ୍ଗୀତ ଜଗତରେ ଏହି ମହାନ କଳାକାରଙ୍କ ପ୍ରଭାବକୁ ମାନ୍ୟତା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଇଲେୟାରାଜାଙ୍କୁ ‘ସଙ୍ଗୀତ ଦୁନିଆର ମହାରଥୀ ତଥା ପଥପ୍ରଦର୍ଶକ’ ଭାବେ ପ୍ରଶଂସା କରିଛନ୍ତି । ତାଙ୍କ କାମ ବୈଶ୍ୱିକ ସ୍ତରରେ ଉକ୍ରୃଷ୍ଟତାକୁ ଏକ ନୂତନ ପରିଭାଷା ପ୍ରଦାନ କରିଥିବା ସେ କହିଛନ୍ତି ।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:

“ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜାଙ୍କୁ ସାକ୍ଷାତ କରି ଖୁସି ହେଲି । ସେ ସଙ୍ଗୀତ ଜଗତର ଜଣେ ମହାରଥୀ ଯାହାର ପ୍ରଭାବ ଆମ ସଂସ୍କୃତି ଓ ସଙ୍ଗୀତ ଉପରେ ଅଧିକ ରହିଛି ।

ପ୍ରତ୍ୟେକ ଦୃଷ୍ଟିରୁ ସେ ଅଗ୍ରଣୀ ଏବଂ କିଛି ଦିନ ତଳେ ସେ ଲଣ୍ଡନରେ ନିଜର ପ୍ରଥମ ୱେଷ୍ଟର୍ଣ୍ଣ କ୍ଲାସିକାଲ ସିମ୍ଫୋନି ଭେଲିଏଣ୍ଟ ପ୍ରସ୍ତୁତ କରି ପୁଣି ଥରେ ଇତିହାସ ରଚନା କରିଛନ୍ତି । ଏହି ପ୍ରଦର୍ଶନ ବିଶ୍ୱ ପ୍ରସିଦ୍ଧ ରୟାଲ ଫିଲହାରମୋନିକ ଅର୍କେଷ୍ଟ୍ରା ସହ କରାଯାଇଥିଲା । ଏହି ଅଦ୍ୱିତୀୟ ଉପଲବ୍ଧି ତାଙ୍କର ଅଦ୍ୱିତୀୟ ସଙ୍ଗୀତ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ୁଛି-ଯାହାକି ବୈଶ୍ୱିକ ସ୍ତରରେ ଉକ୍ରୃଷ୍ଟତା ପ୍ରାପ୍ତ ଜାରି ରଖୁଛି ।

@ilaiyaraaja”

SR