Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଆଜି ଭେଟିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଅତୀତରେ ଗାବାର୍ଡଙ୍କ ସହ ହୋଇଥିବା ସାକ୍ଷାତକାରକୁ ମନେ ପକାଇଥିଲେ । ଦ୍ୱିପାକ୍ଷିକ ଗୋଇନ୍ଦା ସହଯୋଗ, ଆତଙ୍କବାଦୀ ବିରୋଧୀ ଲଢ଼େଇ, ସାଇବର ସିକ୍ୟୁରିଟି, ବିଭିନ୍ନ ଆଶଙ୍କିତ ବିପଦ, ରଣନୀତିକ ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ଉପରେ ବିଶେଷ କରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପାରସ୍ପରିକ ସ୍ୱାର୍ଥ ଥିବା ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ମଧ୍ୟ ଉଭୟ ମତ ରଖିଥିଲେ । ସ୍ଥିର, ନିରାପଦ ଏବଂ ନୀତିଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥା ପ୍ରତି ଉଭୟେ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

SR