ଚେସ୍ ଚାମ୍ପିଅନ ଗୁକେଶ ଡି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ତାଙ୍କର ନିଷ୍ଠା ଏବଂ ସମର୍ପଣର ପ୍ରଶଂସା କରିବା ସହ ତାଙ୍କର ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ବୋଲି ବୋଲି କହିଥିଲେ । ସେ କହିଥିଲେ ଯେ ଆଜି ସେମାନଙ୍କର ବାର୍ତ୍ତାଳାପ ଯୋଗ ଏବଂ ଧ୍ୟାନର ପରିବର୍ତ୍ତନକାରୀ କ୍ଷମତା ଭିତରେ ରହିଥିଲା ।
ଏକ୍ସରେ ଏକ ଥ୍ରେଡ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ଚେସ୍ ଚାମ୍ପିଅନ୍ ଏବଂ ଭାରତର ଗର୍ବ ଗୁକେଶ ଡିଙ୍କ ସହିତ ଏକ ଉତ୍ତମ ବର୍ତ୍ତାଳାପ ହେଲା ।
ମୁଁ ଏବେ କିଛି ବର୍ଷ ହେବ ସେମାନଙ୍କ ସହ ନିବିଡ ଭାବରେ ଯୋଗାଯୋଗ କରିଆସୁଛି ଏବଂ ତାଙ୍କ ବିଷୟରେ ମୋତେ ସର୍ବାଧିକ ଆକର୍ଷିତ କରୁଥିବା କଥା ହେଉଛି ତାଙ୍କର ନିଷ୍ଠା ଏବଂ ସମର୍ପଣ । ତାଙ୍କର ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ଅଟେ । ବାସ୍ତବରେ, କିଛି ବର୍ଷ ପୂର୍ବରୁ ଦେଖିଥିବା ତାଙ୍କର ଏକ ଭିଡିଓ ମୋର ମନେ ଅଛି ଯେଉଁଥିରେ ସେ କହିଥିଲେ ଯେ ସେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ ହେବେ – ଏକ ଭବିଷ୍ୟବାଣୀ ଯାହା ଏବେ ତାଙ୍କ ଉଦ୍ୟମ ଯୋଗୁଁ ସତ ହୋଇଛି ।”
“ଆତ୍ମବିଶ୍ୱାସ ସହିତ ଗୁକେଶଙ୍କ ପାଖରେ ଶାନ୍ତ ସ୍ୱଭାବ ଏବଂ ବିନମ୍ରତା ମଧ୍ୟ ରହିଛି । ଜିତିବା ପରେ, ସେ ଶାନ୍ତ ଥିଲେ, ନିଜର ଗୌରବରେ ସମ୍ପୂର୍ଣ୍ଣ ବୁଡି ଯାଇଥିଲେ ଏବଂ କଠିନ ପରିଶ୍ରମରେ ଅର୍ଜନ କରିଥିବା ବିଜୟକୁ କିପରି ଆଗକୁ ବଢ଼ାଇବେ ତାହା ସମ୍ପୂର୍ଣ୍ଣ ଭାବରେ ବୁଝିଥିଲେ । ଆଜି ଆମର ବାର୍ତ୍ତାଳାପ ଯୋଗ ଏବଂ ଧ୍ୟାନର ପରିବର୍ତ୍ତନକାରୀ କ୍ଷମତା ଉପରେ କେନ୍ଦ୍ରୀତ ଥିଲା ।”
“ପ୍ରତ୍ୟେକ ଆଥଲେଟ୍ଙ୍କ ସଫଳତା ପଛରେ ତାଙ୍କର ମାତା–ପିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ମୁଁ ଗୁକେଶଙ୍କ ମାତା–ପିତାଙ୍କର ପ୍ରଶଂସା କରିଥିଲି, ଯିଏ ସମସ୍ତ କଠିନ ପରିସ୍ଥିତିରେ ତାଙ୍କୁ ସମର୍ଥନ କରିଥିଲେ । ସେମାନଙ୍କର ସମର୍ପଣ ସେହି ଯୁବ ଆଶାୟୀମାନଙ୍କର ଅସଂଖ୍ୟ ପିତାମାତାମାନଙ୍କୁ ପ୍ରେରଣା ଯୋଗାଇବ, ଯେଉଁମାନେ କ୍ରୀଡାକୁ କ୍ୟାରିଅର କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତି ।”
“ଗୁକେଶଙ୍କ ଠାରୁ ସେ ଜିତିଥିବା ଖେଳର ପ୍ରକୃତ ଚେସ୍ବୋର୍ଡ ପାଇଥିବାରୁ ମୁଁ ଆନନ୍ଦିତ । ଏହି ଚେସ୍ବୋର୍ଡ ଉପରେ ଉଭୟ ଗୁକେଶ ଏବଂ ଡିଙ୍ଗ୍ ଲିରେନ୍ଙ୍କ ହସ୍ତାକ୍ଷର ରହିଛି, ଯାହା ଏକ ଖୁସିର ମୁହୂର୍ତ୍ତ ।”
SR
Had an excellent interaction with chess champion and India’s pride, @DGukesh!
— Narendra Modi (@narendramodi) December 28, 2024
I have been closely interacting with him for a few years now, and what strikes me most about him is his determination and dedication. His confidence is truly inspiring. In fact, I recall seeing a video… pic.twitter.com/gkLfUXqHQp
In the success of every athlete, their parents play a pivotal role. I complimented Gukesh’s parents for supporting him through thick and thin. Their dedication will inspire countless parents of young aspirants who dream of pursuing sports as a career. pic.twitter.com/8Iov7NnyzT
— Narendra Modi (@narendramodi) December 28, 2024
I am also delighted to have received from Gukesh the original chessboard from the game he won. The chessboard, autographed by both him and Ding Liren, is a cherished memento. pic.twitter.com/EcjpuGpYOC
— Narendra Modi (@narendramodi) December 28, 2024