ଆମେରିକା କଂଗ୍ରେସର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସର ୮ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧିମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ଇଣ୍ଡିଆ କାକସର ଡେମୋକ୍ରାଟିକ୍ ସହ–ଅଧ୍ୟକ୍ଷ ରୋ ଖାନ୍ନା, ଇଣ୍ଡିଆ କାକସର ରିପବ୍ଲିକାନ୍ ସହ–ଅଧ୍ୟକ୍ଷ ମାଇକ୍ ୱାଲଟଜ, ଏଡ୍ କେସ୍, କ୍ୟାଟ୍ କାମ୍ମାକ୍, ଡେବୋରା ରୋସ୍, ଜାସ୍ମିନ୍ କ୍ରୋକେଟ୍, ରିଚ୍ ମ୍ୟାକକର୍ମିକ୍ ଏବଂ ଶ୍ରୀ ଥାନେଦାର ସାମିଲ ଥିଲେ ।
ଭାରତରେ ଏହି ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତ–ଆମେରିକା ସମ୍ପର୍କ ପାଇଁ ଆମେରିକା କଂଗ୍ରେସର ନିରନ୍ତର ଏବଂ ଦ୍ୱିଦଳୀୟ ସମର୍ଥନକୁ ପ୍ରଶଂସା କରିଥିଲେ ।
ଗତ ଜୁନରେ ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣରେ ଆମେରିକାକୁ ନିଜ ଐତିହାସିକ ଗସ୍ତ ଏବଂ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଦ୍ୱିତୀୟ ଥର ସମ୍ବୋଧନ କରିବା ନିମନ୍ତେ ମିଳିଥିବା ସୁଯୋଗକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।
ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ଲୋକ–ଲୋକଙ୍କ ସମ୍ପର୍କ ଉପରେ ଆଧାରିତ ଭାରତ–ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ପ୍ରତିନିଧିମଣ୍ଡଳୀ ଆଲୋକପାତ କରିଥିଲେ ।
Glad to receive a Congressional delegation from US, including co-chairs of India Caucus in the House of Representatives, Rep. @RoKhanna and Rep. @michaelgwaltz.
Strong bipartisan support from the US Congress is instrumental in further elevating India-US Comprehensive Global… pic.twitter.com/2BHbLS5OHK
— Narendra Modi (@narendramodi) August 16, 2023
SR