Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନୀତି 2016ରେ ସଂଶୋଧନକୁ କେବିନେଟ ସ୍ୱୀକୃତି


ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିରେ ସଂଶୋଧନ ଲାଗି ଗତ ଜୁନ 20 ତାରିଖରେ ସରକାରଙ୍କ ଦ୍ୱାରା ଘୋଷିତ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ପିଛିଲା ଭାବେ ଅନୁମୋଦନ କରାଯାଇଛି । ବିନିଯୋଗ, ଆୟ ଏବଂ ରୋଜଗାରର  ଅଭିବୃଦ୍ଧିରେ ସହାୟକ ହେଉଥିବା ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ଏବଂ ଦେଶରେ ବ୍ୟବସାୟକୁ ସରଳ କରିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନର ଉଦ୍ଦେଶ୍ୟ ।  ଏହାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା –

  1. ଭାରତରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକର୍ତ୍ତାଙ୍କ ପ୍ରୋତ୍ସାହନରେ ମୌଳିକ ପରିବର୍ତ୍ତନ-

ଭାରତରେ ଉତ୍ପାଦିତ କିମ୍ବା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପାଇଁ ଇ-କମର୍ସ ସମେତ ବାଣିଜ୍ୟ ପାଇଁ ସ୍ୱୟଂଚାଳିତ ମାର୍ଗ ଅନୁଯାୟୀ 100% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ପ୍ରଦାନ

  1. ଏହା ପୂର୍ବରୁ ସ୍ୱୟଂଚାଳିତ ମାର୍ଗ ମାଧ୍ୟମରେ କୌଣସି କମ୍ପାନୀରେ 49% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ରହିଥିଲା । ଦେଶରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କ୍ଷେତ୍ରରେ ସ୍ଥଳ-ବିଶେଷରେ ଏଥିପାଇଁ ସରକାରଙ୍କ ଦ୍ୱାରା ଅନୁମତି ପ୍ରଦାନ କରାଯାଉଥିଲା । ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିରେ ନିମ୍ନଲିଖିତ ପରିବର୍ତ୍ତନ କରାଯାଇଛି –
  • ଆଧୁନିକ ଜ୍ଞାନକୌଶଳ ବ୍ୟବହାର କ୍ଷେତ୍ରରେ କିମ୍ବା ଅନ୍ୟ କ୍ଷେତ୍ରରେ (ଯାହାର କାରଣ ଉଲ୍ଲେଖ କରିବାକୁ ପଡିବ) 49% ବିଦେଶୀ ପୁଞ୍ଜିନିବେଶ ପାଇଁ ସରକାରୀ ଅନୁମୋଦନ ମିଳୁଥିଲା ।
  • ଅସ୍ତ୍ର ଅଧିନିୟମ, 1959 ଅଧିନରେ କ୍ଷୁଦ୍ର ଅସ୍ତ୍ର ନିର୍ମାଣ ପାଇଁ ବିଦେଶୀ ପୁଞ୍ଜିନିବେଶର ସୀମା ଧାର୍ଯ୍ୟ
  1. ବ୍ରଡକାଷ୍ଟିଙ୍ଗ କ୍ୟାରେଜ ସେବାରେ ପ୍ରବେଶ ମାର୍ଗର ସମୀକ୍ଷା

 ବ୍ରଡକାଷ୍ଟିଙ୍ଗ କ୍ୟାରେଜ ସେବାରେ ବିଦେଶୀ ପୁଞ୍ଜିନିବେଶ ନୀତିରେ ସଂଶୋଧନ କରାଯାଇଛି । ନୂତନ କ୍ଷେତ୍ରୀୟ ସୀମା ଏବଂ ପ୍ରବେଶ ମାର୍ଗ ନିମ୍ନ ପ୍ରକାରେ ରହିଛି –

5.2.7.1.1

(1) ଟେଲିପୋର୍ଟ୍ସ (ଅପ୍-ଲିଙ୍କି ହବ୍/ ଟେଲିପୋର୍ଟ୍ ପ୍ରତିଷ୍ଠା)

(2) ଡାଇରେକ୍ଟ-ଟୁ-ହୋମ୍ ( ଡିଟିଏଚ)

(3) ଜାତୀୟ, ରାଜ୍ୟ କିମ୍ବା ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଏମ୍.ଏସ୍.ଓ. ଏବଂ ଡିଜିଟାଲାଇଜେସନ୍ ଓ ଆଡ୍ରେସେବିଲିଟି ପାଇଁ ନେଟସ୍ୱାର୍କ ଅପଗ୍ରେଡେସନ କରୁଥିବା ଉଦ୍ୟୋଗ

(4) ମୋବାଇଲ ଟେଲିଭିଜନ

(5) ହେଡଏଣ୍ଡ-ଇନ-ଦି-ସ୍କାଇ ବ୍ରଡକାଷ୍ଟିଂ ସେବା (ହିଟ୍ସ)

100 %

ସ୍ୱୟଂଚାଳିତ

 

5.2.7.1.2

କେବୁଲ ନେଟୱାର୍କ – (ସ୍ଥାନୀୟ କେବୁଲ ଅପରେଟର ଏବଂ ଡିଜିଟାଲାଇଜେସନ୍ ଓ ଆଡ୍ରେସିବିଲିଟି ପାଇଁ ନେଟସ୍ୱାର୍କ ଅପଗ୍ରେଡେସନ କରୁ ନ ଥିବା ଅନ୍ୟ ଏମ୍.ଏସ୍.ଓ.

କୌଣସି କମ୍ପାନୀରେ 49%ରୁ ଉର୍ଦ୍ଧ ବିଦେଶୀ ନିବେଶ କିମ୍ବା ଅତିରିକ୍ତ ବିଦେଶୀ ପୁଞ୍ଜିନିବେଶ, ସ୍ୱତ୍ତ୍ୱରେ ପରିବର୍ତ୍ତନ କିମ୍ବା ବର୍ତ୍ତମାନର ବିନିଯୋଗକାରୀଙ୍କ ଦ୍ୱାରା ନିଜର ଅଂଶ ବିଦେଶୀ ନିବେଶକାରୀଙ୍କୁ  ହସ୍ତାନ୍ତର କ୍ଷେତ୍ରରେ FIPB ଅନୁମୋଦନ ଆବଶ୍ୟକ ହେବ ।

କ୍ଷେତ୍ର / କାର୍ଯ୍ୟକଳାପ ନୂତନ ସୀମା ଏବଂ ମାର୍ଗ
  1. ଫାର୍ମାସ୍ୟୁଟିକାଲ –

ପୂର୍ବ ପ୍ରଚଳିତ ନିତିରେ ଗ୍ରୀନଫିଲ୍ଡ ଫାର୍ମାସ୍ୟୁଟିକାଲ କମ୍ପାନୀ ପାଇଁ ସ୍ୱୟଂଚାଳିତ ମାର୍ଗରେ 100% ଏବଂ ବ୍ରାଉନଫିଲ୍ଡ କମ୍ପାନୀମାନଙ୍କ ପାଇଁ ସରକାରୀ ଅନୁମୋଦନ ମାଧ୍ୟମରେ 100% ବିଦେଶୀ ନିବେଶ ପାଇଁ ଅନୁମତି ରହିଥିଲା ।  ଏହି କ୍ଷେତ୍ରରେ ବିକାଶ ନିମନ୍ତେ ବ୍ରାଉନଫିଲ୍ଡ କମ୍ପାନୀମାନଙ୍କ କ୍ଷେତ୍ରରେ ସ୍ୱୟଂଚାଳିତ ମାର୍ଗରେ 74% ବିଦେଶୀ ନିବେଶ ହୋଇପାରିବ । ଏଥିରୁ ଅଧିକ ବିଦେଶୀ ନିବେଶ ହେଲେ ସରକାରୀ ଅନୁମୋଦନର ଆବଶ୍ୟକତା ପଡିବ ।

  1. ବେସାମରିକ ବିମାନ ଚଳାଚଳ କ୍ଷେତ୍ର –
  • ପୂର୍ବ ପ୍ରଚଳିତ ନୀତିରେ ସ୍ୱୟଂଚାଳିତ ମାର୍ଗରେ ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ 100% ଏବଂ ବ୍ରାଉନଫିଲ୍ଡ ପ୍ରକଳ୍ପ ପାଇଁ 74% ନିବେଶର ଅନୁମତି ରହିଥିଲା । ବ୍ରାଉନଫିଲ୍ଡ ପ୍ରକଳ୍ପ ପାଇଁ 74%ରୁ ଅଧିକ ବିଦେଶୀ ନିବେଶ ପାଇଁ ସରକାରୀ ଅନୁମୋଦନ ଆବଶ୍ୟକ ହେଉଥିଲା ।
  • ବର୍ତ୍ତମାନ ରହିଥିବା ବିମାନ ବନ୍ଦରଗୁଡିକର ଆଧୁନିକିକରଣରେ ସହାୟତା ଏବଂ ସେମାନଙ୍କ ଉପରେ ପଡୁଥିବା ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏବେ ବ୍ରାଉନଫିଲ୍ଡ ବିମାନ ବନ୍ଦର ପ୍ରକଳ୍ପ ପାଇଁ ମଧ୍ୟ ସ୍ୱୟଂଚାଳିତ ମାର୍ଗରେ 100% ବିଦେଶୀ ନିବେଶର ଅନୁମତି ପ୍ରଦାନ କରାଯାଇଛି ।
  • ପୂର୍ବ ପ୍ରଚଳିତ ନୀତିରେ ଅନୁସୂଚୀତ ବିମାନ ପରିବହନ କ୍ଷେତ୍ର/ ଘରୋଇ ଅନୁସୂଚୀତ ଯାତ୍ରୀ ବିମାନ ସେବା ଏବଂ କ୍ଷେତ୍ରିୟ ବିମାନ ପରିବହନ ସେବାରେ ସ୍ୱୟଂଚାଳିତ ମାର୍ଗରେ 49% ପର୍ଯ୍ୟନ୍ତ ବିଦେଶୀ ନିବେଶ ପାଇଁ ଅନୁମତି ରହିଥିଲା । ଏବେ ଏହି ସୀମାକୁ 100% କୁ ବୃଦ୍ଧି କରାଯାଇଛି, ଯେଉଁଥିରେ 49% ସ୍ୱୟଂଚାଳିତ ମାର୍ଗରେ ହେବ ଏବଂ ଏହାଠାରୁ ଅଧିକ ସରକାରୀ ଅନୁମତିରେ ହୋଇପାରିବ । ଏନ.ଆର.ଆଇମାନଙ୍କ କ୍ଷେତ୍ରରେ ପୂର୍ବ ଭଳି 100% ସ୍ୱୟଂଚାଳିତ ମାର୍ଗରେ ଅନୁମତି ମିଳିପାରିବ । ବିଦେଶୀ ଏୟାରଲାଇନରମାନଙ୍କୁ ସୂଚୀତ ଏବଂ ଅଣ-ସୂଚୀତ ବିମାନ ପରିବହନ ସେବା ପ୍ରଦାନକାରୀ ଭାରତୀୟ କମ୍ପାନୀମାନଙ୍କରେ ସେମାନଙ୍କ ମୂଳଧନୀ ପୁଞ୍ଜି 49% ପର୍ଯ୍ୟନ୍ତ ନିବେଶ ପାଇଁ ଅନୁମତି ମିଳିବ ।
  1. ଘରୋଇ ସୁରକ୍ଷା ସଂସ୍ଥା –

ପୂର୍ବରୁ ଘରୋଇ ସୁରକ୍ଷା ସଂସ୍ଥା କ୍ଷେତ୍ରରେ ସରକାରୀ ଅନୁମୋଦନ ମାର୍ଗରେ 49% ବିଦେଶୀ ନିବେଶ ପାଇଁ ଅନୁମତି ରହିଥିଲା ।  49% ବିଦେଶୀ ନିବେଶ କ୍ଷେତ୍ରରେ ଯେହେତୁ ଘରୋଇ ସୁରକ୍ଷା ଏଜେନ୍ସୀମାନଙ୍କୁ ପି.ଏସ.ଏ.ଆର ଅଧିନିୟମ, 2005 ଅଧୀନରେ ଲାଇସେନ୍ସ ନେବାକୁ ପଡୁଥିଲା, ତେଣୁ ସେମାନଙ୍କୁ ଏଫ.ଆଇ.ପି.ବି. ମାଧ୍ୟମରେ ପୁନର୍ବାର ଅନୁମତି ନେବାର ଆବଶ୍ୟକତାକୁ ଉଠାଇ ଦିଆଯାଇଛି ।  49%ରୁ ଉର୍ଦ୍ଧ ଏବଂ 74% ରେ ସୀମିତ ବିଦେଶୀ ନିବେଶ ସରକାରୀ ଅନୁମୋଦନ ମାର୍ଗରେ ହେବ ।

  1. ଶାଖା କାର୍ଯ୍ୟାଳୟ, ଯୋଗସୂତ୍ର କାର୍ଯ୍ୟାଳୟ କିମ୍ବା ପ୍ରକଳ୍ପ କାର୍ଯ୍ୟାଳୟ ପ୍ରତିଷ୍ଠା –

ପ୍ରତିରକ୍ଷା ସାମଗ୍ରୀ, ଟେଲିକମ୍, ଘରୋଇ ସୁରକ୍ଷା ଏବଂ ସୂଚନା ଓ ପ୍ରସାରଣ ବ୍ୟବସାୟ କ୍ଷେତ୍ରରେ ଭାରତରେ ଶାଖା କାର୍ଯ୍ୟାଳୟ, ଯୋଗସୂତ୍ର କାର୍ଯ୍ୟାଳୟ, ପ୍ରକଳ୍ପ କାର୍ଯ୍ୟାଳୟ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ହେଲେ, ଏଫ.ଆଇ.ପି.ବି. ଅନୁମୋଦନ/ଲାଇସେନ୍ସ କିମ୍ବା ସମ୍ପୃକ୍ତ ମନ୍ତ୍ରଣାଳୟ/ନିୟନ୍ତ୍ରକ ଦ୍ୱାରା ଅନୁମତି ଦିଆଯାଇଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁମୋଦନର ଆବଶ୍ୟକତା ରହିବ ନାହିଁ ।  

  1. ପଶୁପାଳନ

ବିଦେଶୀ ନିବେଶ ନୀତି 2016 ଅନୁଯାୟୀ,  ପଶୁପାଳନ, ମାଛ ଚାଷ, ମଧୁରଜଳ ମାଛଚାଷ, ମହୁଚାଷ  ପାଇଁ ନିୟନ୍ତ୍ରିତ ପରିସ୍ଥିତିରେ ସ୍ୱୟଂଚାଳିତ ମାର୍ଗରେ 100% ବିଦେଶୀ ନିବେଶ ପାଇଁ ଅନୁମତି ଦିଆଯାଇଥିଲା ।  ଏହି ନିୟନ୍ତ୍ରିତ ପରିସ୍ଥିତିର ସର୍ତ୍ତକୁ ଉଠାଇ ଦିଆଯାଇଛି ।

  1. ସିଙ୍ଗଲ୍ ବ୍ରାଣ୍ଡ ରିଟେଲ ବ୍ୟବସାୟ –

ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ବସ୍ତୁର ସିଙ୍ଗଲ୍ ବ୍ରାଣ୍ଡ ରିଟେଲ ବ୍ୟବସାୟ କରୁଥିବା ସଂସ୍ଥା ପାଇଁ ଲୋକାଲ୍ ସୋର୍ସିଙ୍ଗ ସର୍ତ୍ତକୁ ପୂର୍ବ ସରକାରୀ ଅନୁମତି ସହ ତିନି ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଭଳି ସଂସ୍ଥାଗୁଡିକ ପାଇଁ ସେମାନଙ୍କ ବ୍ୟବସାୟ ଆରମ୍ଭ ଦିନ ଠାରୁ ତିନି ବର୍ଷ ପର୍ଯ୍ୟନ୍ତ ସୋର୍ସିଙ୍ଗ ସର୍ତ୍ତାବଳୀ ଲାଗୁ ହେବ ନାହିଁ ।  ଏହି ସମୟାବଧି ପରେ ସୋର୍ସିଙ୍ଗ ସର୍ତ୍ତାବଳୀ ଲାଗୁ ହେବ ।

 

ପୃଷ୍ଠଭୂମି –

ଗତ ଦୁଇ ବର୍ଷ ମଧ୍ୟରେ ସରକାର ପ୍ରତିରକ୍ଷା, ନିର୍ମାଣ, ବୀମା,  ପ୍ରସାରଣ, ଚା, କଫି, ରବର, ଗୁଜୁରାତୀ, ତାଳତେଲ ଏବଂ ଓଲିଭ ତେଲ ବୃକ୍ଷ ରୋପଣ, ସିଙ୍ଗଲ୍ ବ୍ରାଣ୍ଡ ରିଟେଲ ବ୍ୟବସାୟ, ନିର୍ମାଣ କ୍ଷେତ୍ର, ସୀମିତ ଦାୟୀତ୍ୱ ସହଭାଗୀତା, ବେସାମରିକ ବିମାନ ଚଳାଚଳ, କ୍ରେଡିଟ ଇନଫର୍ମେସନ୍ କମ୍ପାନୀ, ସାଟେଲାଇଟ ସଂସ୍ଥାପନ/ପରିଚାଳନା ଏବଂ ସମ୍ପତ୍ତି ପୁନର୍ନିର୍ମାଣ କମ୍ପାନୀ କ୍ଷେତ୍ରରେ  ବିଦେଶୀ ପୁଞ୍ଜିଲଗାଣ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି ।  ସରକାରଙ୍କ ଏହି ପଦକ୍ଷେପ ଯୋଗୁ 2015-16 ଆର୍ଥିକ ବର୍ଷରେ ଦେଶ ଭିତରକୁ ବିଦେଶୀ ପୁଞ୍ଜି ପ୍ରବାହ 55.46 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହା 2013-14 ରେ 36.04 ବିଲିୟନ ଆମେରିକୀୟ ଡଲାର ଥିଲା । ଏହା କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ହୋଇଥିବା ସର୍ବାଧିକ ପୁଞ୍ଜିନିବେଶ । ଏହା ସତ୍ତ୍ୱେ ଅନୁଭବ କରାଯାଇଛି ଯେ, ଦେଶରେ ଆହୁରି ବହୁତ ବିଦେଶୀ ନିବେଶ ଆକର୍ଷଣର ସମ୍ଭାବନା ରହିଛି ଯାହା ନିବେଶ ବ୍ୟବସ୍ଥାକୁ ଆହୁରି ସରଳ ଏବଂ ଉଦାରପନ୍ଥୀ କରାଗଲେ ସମ୍ଭବପର ହେବ ।

 

ତଦନୁଯାୟୀ, କେନ୍ଦ୍ର ସରକାର ଗତ 20 ଜୁନ, 2016 ରେ ଭାରତରେ ନୂତନ ଚାକିରୀ ସୃଷ୍ଟି ଏବଂ ରୋଜଗାର ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ବିଦେଶୀ ପୁଞ୍ଜିନିବେଶ ନୀତିକୁ ମୌଳିକ ଭାବରେ ଉଦାରପନ୍ଥୀ କରିଥିଲେ ।  ଏହା ନଭେମ୍ବର 2015 ରେ ଘୋଷଣା କରାଯାଇଥିବା ମୌଳିକ ସଂସ୍କାର ପରେ ଦ୍ୱିତୀୟ ବୃହତ୍ ସଂସ୍କାରମୂଳକ ପଦକ୍ଷେପ ନୀତିରେ କରାଯାଇଥିବା ପରିବର୍ତ୍ତନଗୁଡିକରେ କ୍ଷେତ୍ରୀୟ ସୀମାରେ ଅଭିବୃଦ୍ଧି, ସ୍ୱୟଂଚାଳିତ ମାର୍ଗ ଅଧୀନକୁ ଅଧିକ ସେବାକୁ ଆଣିବା, ଏବଂ ବିଦେଶୀ ନିବେଶ ପାଇଁ ବାଟ ସହଜ କରିବା ଅନ୍ତର୍ଭୁକ୍ତ ।  ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ନିୟନ୍ତ୍ରିତ କରୁଥିବା ନିୟମାବଳୀର ସରଳୀକରଣ ଏବଂ ବିଦେଶୀ ନିବେଶକମାନଙ୍କ ପାଇଁ ଭାରତକୁ ଏକ ଆକର୍ଷଣୀୟ ସ୍ଥାନଭାବେ ଗଢିତୋଳିବା ଏହି ସଂଶୋଧନର ଲକ୍ଷ୍ୟ ଥିଲା । ଅଳ୍ପ କିଛିକୁ ବାଦ୍ ଦେଲେ, ଏହି ପରିବର୍ତ୍ତନ ଅଧୀନରେ ଥିବା ଅଧିକାଂଶ କ୍ଷେତ୍ରକୁ ବିଦେଶୀ ନିବେଶ ପାଇଁ ସ୍ୱୟଂଚାଳିତ ମାର୍ଗ ଅଧୀନକୁ ଅଣାଯାଇଛି । ଏହି ସଂଶୋଧନ ଭାରତକୁ ବିଦେଶୀ ପୁଞ୍ଜିନିବେଶ ଦୁନିଆରେ ଏକ ମୁକ୍ତ ଅର୍ଥବ୍ୟବସ୍ଥାରେ ପରିଣତ କରିଛି ।

 

**********