Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରତିଷ୍ଠା ଦିବସରେ ସିଆଇଏସ୍‌ଏଫ୍‌ର କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଆଇଏସ୍‌ଏଫ୍‌ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ସିଆଇଏସ୍‌ଏଫ୍ ବାହିନୀ ଏହାର ବୃତ୍ତିଗତତା, ସମର୍ପଣ ଏବଂ ସାହସ ପାଇଁ ଉଚ୍ଚ ପ୍ରଶଂସିତ । ପ୍ରଧାନମନ୍ତ୍ରୀ କହିଛନ୍ତି, “ସେମାନେ ଅତ୍ୟାବଶ୍ୟକ ଭିତ୍ତିଭୂମିର ସୁରକ୍ଷା କରିବା ସହ ପ୍ରତିଦିନ ଅଗଣିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରି ଆମ ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରନ୍ତି । କର୍ତ୍ତବ୍ୟ ପ୍ରତି ସେମାନଙ୍କର ଅଟଳ ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ସିଆଇଏସ୍‌ଏଫ୍‌ର ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା! ଏହି ବାହିନୀ ଏହାରର ବୃତ୍ତିଗତତା, ସମର୍ପଣ ଏବଂ ସାହସ ପାଇଁ ପ୍ରଶଂସିତ । ସେମାନେ ଅତ୍ୟାବଶ୍ୟକ ଭିତ୍ତିଭୂମିକୁ ସୁରକ୍ଷା ଦେଇ ଏବଂ ପ୍ରତିଦିନ ଅଗଣିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରି ଆମ ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । କର୍ତ୍ତବ୍ୟ ପ୍ରତି ସେମାନଙ୍କର ଅଟଳ ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ ।”

SR