30.12.1991 ରୁ 29.11.1999 ମଧ୍ୟରେ ପ୍ରତିରକ୍ଷା ବିଭାଗରେ 15 ବର୍ଷରୁ କମ ସମୟ ଚାକିରୀ କରି ମୃତ୍ୟୁବରଣ କରିଥିବା ଅଥବା ଅକ୍ଷମ ହୋଇପଡିଥିବା କର୍ମଚାରୀଙ୍କ କ୍ଷେତ୍ରରେ ନୂତନ ଲିଭ ଏନକେସମେଣ୍ଟ ବ୍ୟବସ୍ଥା ଲାଗୁ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ସ୍ତରର କର୍ମଚାରୀଙ୍କୁ ସର୍ବାଧିକ 180 ଦିନର ଲିଭ ଏନକେସମେଣ୍ଟ ସୁବିଧା ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଛି ।
30.12.1991 ରୁ 29.11.1999 ମଧ୍ୟରେ ଏହି ଧରଣର 9777 ଜଣ ପ୍ରତିରକ୍ଷା ଅଧିକାରୀ ଏବଂ କର୍ମଚାରୀ ରହିଛନ୍ତି । ଏହି ସମୟ ମଧ୍ୟରେ କାର୍ଗିଲ ଯୁଦ୍ଧ ବେଳେ ଅପରେସନ ବିଜୟରେ ଭାଗ ନେଇ ଅନେକ ପ୍ରତିରକ୍ଷା କର୍ମଚାରୀ ସହିଦ ହେବା ସହ ଅକ୍ଷମ ହୋଇପଡିଛନ୍ତି । ସେହିପରି ଜାମ୍ମୁ-କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳରେ ସନ୍ତ୍ରାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବେଳେ ଅନେକ ପ୍ରତିରକ୍ଷା କର୍ମଚାରୀ ମୃତାହତ ହୋଇଛନ୍ତି ।