ମଞ୍ଚରେ ଉପସ୍ଥିତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ମୋର ସହଯୋଗୀଗଣ, ଭାରତ ଡ୍ରୋନ୍ ମହୋତ୍ସବରେ ସାରା ଦେଶରୁ ମିଳିତ ହୋଇଥିବା ଅତିଥିଗଣ, ଏଠାରେ ଉପସ୍ଥିତ ମହାନୁଭବ, ମହାଶୟା ଓ ସଜ୍ଜନଗଣ!
ଆପଣ ସଭିଙ୍କୁ ଭାରତ ଡ୍ରୋନ୍ ମହୋତ୍ସବ ଏହି ଆୟୋଜନ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ମୁଁ ଦେଖୁଛି ଯେ ସମସ୍ତ ବରିଷ୍ଠ ଲୋକ ଏଠାରେ ମୋର ସମ୍ମୁଖରେ ବସିଛନ୍ତି। ମୋତେ ଆସିବାରେ ବିଳମ୍ବ ହୋଇଗଲା। ବିଳମ୍ବ ଏଥିପାଇଁ ହେଲା ନାହିଁ ଯେ ମୋ ଡେରିରେ ଆସିଲି। ଏଠାକୁ ତୁ ସଠିକ ସମୟରେ ଆସି ଯାଇଥିଲି। କିନ୍ତୁ ଏହି ଡ୍ରୋନ୍ର ଯେଉଁ ପ୍ରଦର୍ଶନୀ ଲାଗିଛି ତାହାକୁ ଦେଖିବାରେ ମୋର ମନ ଏପରି ଲାଗି ଗଲା ଯେ ମୋତେ ସମୟର ଧ୍ୟାନ ରହିଲା ନାହିଁ। ଏତେ ବିଳମ୍ବରେ ଆସିଲି ତଥାପି ମୁଁ ଖୁବ୍ କଷ୍ଟରେ ଦଶ ପ୍ରତିଶତ ସାମଗ୍ରୀକୁ ଦେଖି ପାରିଛି ଏବଂ ମୁଁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ମୋ ପାଖରେ ସମୟ ଥିଲେ ପୁରା ସବୁ ଷ୍ଟଲକୁ ଗୋଟି ଗୋଟି ବୁଲିଥାନ୍ତି ଭଲ ହୋଇଥାନ୍ତ ଓ ଯୁବକମାନେ ଯେଉଁ କାମ କରିଛନ୍ତି ତାହାକୁ ଦେଖିଥାନ୍ତି ଓ ତାଙ୍କ କଥା ଶୁଣିଥାନ୍ତି। ସବୁ ତ କରିପାରିଲି ନାହିଁ, କିନ୍ତୁ ଯେତିକି ମୁଁ କରିପାରିଲି ମୁଁ ଆପଣ ସଭିଙ୍କୁ ଅନୁରୋଧ କରିବି, ଏବଂ ସରକାରଙ୍କର ମଧ୍ୟ ସବୁ ବିଭାଗକୁ ଅନୁରୋଧ କରିବି ଯେ ଆପଣଙ୍କ ଅଲଗା ଅଲଗା ସ୍ତରରେ ଯେତେ ଅଧିକାରୀ ଅଛନ୍ତି, ଯେଉଁମାନଙ୍କର ପଲିସି ନିର୍ମାଣରେ ଭୂମିକା ରହିଛି, ସେମାନେ ନିଶ୍ଚିତ ଭାବରେ ଦୁଇ-ତିନି ଘଣ୍ଟା ଏଠାକୁ ଆସିବେ, ପ୍ରତ୍ୟେକ ସାମଗ୍ରୀକୁ ବୁଝିବାକୁ ଚେଷ୍ଟା କରିବା ଉଚିତ୍। ଏଠାରେ ତାଙ୍କୁ ଟେକ୍ନୋଲୋଜିକୁ ଦେଖିବାକୁ ମିଳିବ ଏବଂ ଏହା ତାଙ୍କର ଅଫିସରେ କିପରି ବିନିଯୋଗ କରାଯାଇପାରିବ ତାହା ବିଷୟରେ ମଧ୍ୟ ଜାଣିପାରିବେ। ଅର୍ଥାତ୍ ଗଭର୍ଣ୍ଣାନ୍ସରେ ମଧ୍ୟ ଏପରି ଅନେକ ପଦକ୍ଷେପ ରହିଛି ଯାହା ଆମେ ଏହାର ଆଧାରରେ ଚଲାଇ ପାରିବୁ। କିନ୍ତୁ ମୁଁ ବାସ୍ତବରେ କହିବାକୁ ଚାହୁଁଛି ଯେ ଆଜି ମୋ ପାଇଁ ଏକ ସୁଖଦ ଅନୁଭବ ରହିଛି, ଏବଂ ଭାରତର ଯୁବକଗଣ, ଆଜି ମୋତେ ବହୁତ ଖୁସି ଲାଗିଲା ଯେ ଯେଉଁ ଯେଉଁ ଷ୍ଟଲକୁ ଗଲି ସେଠାରେ ଗର୍ବର ସହିତ କହୁଥିଲେ, ସାହାବ୍ ଏହା ମେକ୍ ଇନ୍ ଇଣ୍ଡିଆ ଅଟେ, ଏହା ଆମେ ସବୁ କରିଛୁ।
ବନ୍ଧୁଗଣ,
ଏହି ମହୋତ୍ସବରେ ଦେଶରେ ଅଲଗା ଅଲଗା ପ୍ରାନ୍ତରୁ ଆସିଥିବା ଆମର ଚାଷୀ ଭାଇ ଭଉଣୀମାନେ ମଧ୍ୟ ରହିଛନ୍ତି, ଡ୍ରୋନ୍ ଇଞ୍ଜିନିୟର ମଧ୍ୟ ରହିଛନ୍ତି, ଷ୍ଟାର୍ଟ ଅପ୍ସ ମଧ୍ୟ ରହିଛନ୍ତି, ବିଭିନ୍ନ କମ୍ପାନୀର ଲିଡର୍ସ ମଧ୍ୟ ଏଠାରେ ଉପସ୍ଥିତ ରହିଛନ୍ତି। ଆଉ ଦୁଇ ଦିନରେ ଏଠାରେ ହଜାର ହଜାର ଳୋକ ଏହି ମହୋତ୍ସବର ଅଂଶ ହେବାକୁ ଯାଉଛନ୍ତି, ଏହା ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି। ଆଜି ମୁଁ ପ୍ରଦର୍ଶନୀ ଗୁଡ଼ିକୁ ଦେଖିଲି କିନ୍ତୁ ଯାହା ପ୍ରକୃତରେ ଡ୍ରୋନ୍ ସହିତ ନିଜର କାର୍ଯ୍ୟ କରୁଛନ୍ତି। ଏବଂ ଏଥିରେ ମୋତେ ଅନେକ ଯୁବକ ଚାଷୀଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଲା ଯେଉଁମାନେ କ୍ଷେତରେ ଡ୍ରୋନ୍ ଟେକନୋଲୋଜିର ବ୍ୟବହାର କରୁଛନ୍ତି। ମୁଁ ସେହି ଯୁବ ଇଞ୍ଜିନିୟରମାନଙ୍କ ସହିତ ମଧ୍ୟ ସାକ୍ଷାତ କଲି, ଯେଉଁମାନେ ଡ୍ରୋନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରୁଛନ୍ତି। ଆଜି 150 ଡ୍ରୋନ୍ ପାଇଲଟ୍ ସାର୍ଟିଫିକେଟ୍ ମଧ୍ୟ ଏଠାରେ ପ୍ରଦାନ କରାଯାଇଛି। ମୁଁ ଏହି ସମସ୍ତ ଡ୍ରେନ୍ ପାଇଲଟଙ୍କୁ ଏବଂ ଏହି କାମରେ ସାମିଲ୍ ଥିବା ସମସ୍ତଙ୍କୁ ଅନେକ ଅନେକ ଶୁଭ କାମନା ଜଣାଉଛି।
ବନ୍ଧୁଗଣ,
ଡ୍ରୋନ୍ ଟେକନୋଲୋଜି କୁ ନେଇ ଭାରତରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି, ତାହା ଅଦ୍ଭୁତ ଅଟେ। ଏ ଯେଉଁ ଶକ୍ତି ଦେଖିବାକୁ ମିଳୁଛି, ତାହା ଭାରତରେ ଡ୍ରୋନ୍ ସର୍ଭିସ ଏବଂ ଡ୍ରୋନ୍ ଆଧାରିତ ଇଣ୍ଡଷ୍ଟ୍ରିର ଦୀର୍ଘ ଲମ୍ଫର ପ୍ରତିବିମ୍ବ ଅଟେ। ଏହା ଭାରତରେ ନିଯୁକ୍ତି ସୃଷ୍ଟି ପାଇଁ ଏକ ନୂତନ ବଡ଼ ସେକ୍ଟରର ସମ୍ଭାବନା ଦେଖାଉଛି। ଆଜି ଭାରତ, ଷ୍ଟାର୍ଟ ଅପ୍ ପାୱାର ବଳରେ ଦୁନିଆଁରେ ଡ୍ରୋନ୍ ଟେକ୍ନୋଲୋଜିର ସବୁଠାରୁ ବଡ଼ ଏକ୍ସପର୍ଟ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
ବନ୍ଧୁଗଣ,
ଏହି ଉତ୍ସବ କେବଳ ଟେକ୍ନୋଲୋଜିର ନୁହେଁ ବରଂ ନୂଆ ଭାରତର ନୂଆ ଗଭର୍ଣ୍ଣାନ୍ସର, ନୂଆ ପ୍ରୟୋଗ ପ୍ରତି ଅଭୂତପୂର୍ବ ପଜିଟିଭିଟି ର ମଧ୍ୟ ଉତ୍ସବ ଅଟେ। ସଂଯୋଗକ୍ରମେ 8 ବର୍ଷ ପୂର୍ବରୁ ଏହା ସେହି ସମୟ ଥିଲା ଯେତେବେଳେ ଭାରତରେ ଆମେ ସୁଶାସନ ପାଇଁ ମନ୍ତ୍ରକୁ ଲାଗୁ କରିବାର ଆରମ୍ଭ କରିଥିଲୁ। ମିନିମମ୍ ଗଭର୍ଣ୍ଣମେଣ୍ଟ, ମାକ୍ସିମମ୍ ଗଭର୍ଣ୍ଣାନ୍ସ ର ରାସ୍ତାରେ ଚାଲି ଇଜ୍ ଅଫ୍ ଲିଭିଂ, ଇଜ୍ ଅଫ୍ ଡୁଇଂ ବିଜନେସକୁ ଆମେ ପ୍ରାଥମିକତା ପ୍ରଦାନ କରିଛୁ। ଆମେ ସଭିଙ୍କ ସହିତ ସଭିଙ୍କ ବିକାଶର ମନ୍ତ୍ରର ଅନୁପାଳନ କରି ଦେଶର ପ୍ରତି ନାଗରିକ, ପ୍ରତି କ୍ଷେତ୍ରକୁ ସରକାରଙ୍କ ସହିତ କନେକ୍ଟ କରିବାର ରାସ୍ତା ବାଛିଛୁ। ଦେଶରେ ସୁବିଧା ଗୁଡ଼ିକର ପହଞ୍ଚିବାର ଯେଉଁ ଏକ ଡିଭାଇଡ୍ ଆମକୁ ଅନୁଭବ ହେଉଥିଲା ସେଥିପାଇଁ ଆମେ ଆମର ଆଧୁନିକ ଟେକ୍ନୋଲୋଜିରେ ଭରସା କରିଛୁ, ତାହାକୁ ଏକ ମହତ୍ତ୍ବପୂର୍ଣ୍ଣ ବ୍ରିଜ୍ ଭାବରେ ବ୍ୟବସ୍ଥାର ଅଂଶ କରିଛୁ। ଯେଉଁ ଟେକ୍ନୋଲୋଜି ପର୍ଯ୍ୟନ୍ତ ଦେଶର ବହୁତ ଛୋଟ ବର୍ଗ ପହଞ୍ଚି ପାରୁଥିଲା, ଆମର ଏଠାରେ ଏହା ଧରି ନିଆ ଯାଉଥିଲା ଯେ ଟେକ୍ନୋଲୋଜି ଅର୍ଥାତ୍ ଏକ ବଡ଼ ଧନୀ ଲୋକମାନଙ୍କର କାରବାର ଅଟେ। ସାଧାରଣ ଲୋକଙ୍କ ଜୀବନରେ ଏହାର କୌଣସି ସ୍ଥାନ ନାହିଁ। ଏହି ସମ୍ପୂର୍ଣ୍ଣ ମାନସିକତାକୁ ବଦଳାଇ ଆମେ ଟେକ୍ନୋଲୋଜିକୁ ସଭିଙ୍କ ପାଇଁ ସୁଲଭ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ।
ବନ୍ଧୁଗଣ,
ଯେତେବେଳେ ଟେକ୍ନୋଲୋଜିର କଥା ଆସେ, ସେତେବେଳେ ଆମେ ଦେଖିଛୁ ଯେ, ଆମର ଏଠାରେ କିଛି ଲୋକମାନେ ଟେକ୍ନୋଲୋଜିର ଭୟ ଦେଖାଇ ତାହାକୁ ବିରୋଧ କରିବାର ପ୍ରୟାସ ମଧ୍ୟ କରିଥାନ୍ତି। ଏହି ଟେକ୍ନୋଲୋଜି ଯଦି ଆସିବ ଏପରି ଅସୁବିଧା ହେବ, ସେପରି ଅସୁବିଧା ହେବ। ଏବେ ଏହା ମଧ୍ୟ ସତ କଥା ଯେ ଗୋଟିଏ ସମୟରେ ସାରା ସହରରେ ଗୋଟିଏ ହିଁ ଟାୱାର ରହୁଥିଲା। ତାର ଘଡ଼ିର ଘଣ୍ଟ ବାଜୁଥିଲା ଏବଂ ଗାଁର ସମୟ ନିର୍ଦ୍ଧାରିତ ହେଉଥିଲା। ସେତେବେଳେ କିଏ ଜାଣିଥିଲା ଯେ ପ୍ରତି ଗଳି ଓ ପ୍ରତି ହାତରେ ଘଣ୍ଟା ଲାଗିବ। ତେଣୁ ସେତେବେଳେ ଯେତେବେଳେ ପରିବର୍ତ୍ତନ ଆସିଥିଲା ସେତେବେଳେ ସେମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଥିବ ଏବଂ ଆଜି ମଧ୍ୟ କିଛି ଲୋକ ଅଛନ୍ତି , ଯାହାଙ୍କର ଇଚ୍ଛା ହେଉଥିବ ଯେ ସେମାନେ ମଧ୍ୟ ଗ୍ରାମରେ ଏକ ଟାୱାର ଲଗାଇ ଦେବେ ଏବଂ ସେଠାରେ ଆମେ ମଧ୍ୟ ଏକ ଘଣ୍ଟା ଲଗାଇ ଦେବୁ। ସମୟ ସହିତ ବ୍ୟବହାର ସାମଗ୍ରୀର ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ସେହି ପରିବର୍ତ୍ତନ ସହିତ ଆମକୁ ମଧ୍ୟ ଖାପ ଖୁଆଇବାକୁ ହେବ । ସେତେବେଳେ ହିଁ ଆମ ଦେଶର ପ୍ରଗତି ସମ୍ଭବ ହୋଇ ପାରିବ। ଆମେ ନିକଟରେ କରୋନା ଭାକ୍ସିନେସନ ସମୟରେ ମଧ୍ୟ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛୁ। ଗତ ସରକାରଙ୍କର ସମୟରେ ଟେକ୍ନୋଲୋଜିର ସମସ୍ୟାକୁ ମଧ୍ୟ ବୁଝି ପାରିଲୁ, ଏହାକୁ ଆଣ୍ଟି-ପୋର୍ ପ୍ରମାଣିତ କରିବା ପାଇଁ ପ୍ରଚେଷ୍ଟା ମଧ୍ୟ କରାଗଲା। ଏହି କାରଣରୁ 2014 ରୁ ପୂର୍ବ ଗଭର୍ଣ୍ଣାନ୍ସରେ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ଏକ ପ୍ରକାର ଉଦାସୀନତାର ବାତାବରଣ ଥିଲା। ମାତ୍ର ଜଣେ ଦୁଇଜଣ ବ୍ୟକ୍ତି ନିଜର ରୁଚି ଅନୁସାରେ କରୁଥିଲେ, ଏହା ବ୍ୟବସ୍ଥାରେ ସାମିଲ୍ ହୋଇ ପାରିନଥିଲା। ଏହାର ସବୁଠାରୁ ଅଧିକ କ୍ଷତି ଦେଶର ଗରିବଙ୍କୁ ହେଲା, ଦେଶର ବଞ୍ଚିତ ବର୍ଗଙ୍କୁ ହେଲା, ଦେଶର ମଧ୍ୟମ ବର୍ଗଙ୍କୁ ହେଲା ଏବଂ ଯେଉଁ ଅଭିଳାଷର ଉତ୍ସାହ ଭରିଥିବା ଲୋକମାନେ ରହିଥିଲେ, ସେମାନଙ୍କୁ ନିରାଶା ଓ ହତାଶା ମଧ୍ୟରେ ଜୀବନ ବିତାଇବାକୁ ପଡ଼ିଲା।
ବନ୍ଧୁଗଣ,
ଆମେ ଏହା ସ୍ବୀକାର କରୁଛୁ ଯେ, ନୂଆ ଟେକ୍ନୋଲୋଜି ଦ୍ବାରା ସାଧାରଣ ଲୋକମାନଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ସେମାନେ ନୂଆ ମାଧ୍ୟମ ଖୋଜିଥାନ୍ତି, ସେମାନେ ନୂଆ ଅଭ୍ୟାସ ସହିତ ନିଜକୁ ଖାପ ଖୁଆଇଥାନ୍ତି। ସେମାନେ ନୂତନ ରାସ୍ତା, ନୂତନ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଆମେ ସମସ୍ତେ ସେହି ସମୟ ଦେଖିଛୁ ଯେ ଜୀବନ ସମ୍ପର୍କିତ କେତେ ସହଜ ବିଷୟକୁ କେତେ ଜଟିଳ କରି ଦିଆଯାଇଥିଲା। ମୁଁ ଜାଣି ନାହିଁ ଯେ ଆପଣଙ୍କ ମଧ୍ୟରୁ କେତେ ଜଣ ଲୋକ ପିଲାଦିନେ ରାସନ ଦୋକାନରେ ଚାଉଳ ପାଇଁ, କିରୋସିନ୍ ପାଇଁ, ଚିନି ପାଇଁ ଲାଇନ୍ ଲଗାଇଥିବେ। କିନ୍ତୁ ଏପରି ଏକ ସମୟ ଏପରି ଥିଲା ଯେତେବେଳେ ଘଣ୍ଟା ଘଣ୍ଟା ସମୟ ଲାଇନରେ ହିଁ କଟି ଯାଉଥିଲା। ଏବଂ ମୋର ତ ପିଲାଦିନ କଥା ମନେ ଅଛି ଯେତେବେଳେ ମୋର ଏକ ଭୟ ରହୁଥିଲା ଯେ ମୋର ନମ୍ବର ଆସିବା ପୂର୍ବରୁ ଚାଉଳ ଯେପରି ସରି ନଯାଉ, ଦୋକାନ ବନ୍ଦ ହେବାର ସମୟ ହୋଇ ନଯାଉ। ଏହି ଭୟ 7-8 ବର୍ଷ ପ୍ରତି ଗରିବଙ୍କ ଜୀବନରେ ନିଶ୍ଚିତ ଭାବରେ ରହିଥିବ। କିନ୍ତୁ ମୁଁ ଖୁସି ଯେ ଆଜି ଟେକ୍ନୋଲୋଜି ସହାୟତାରେ ଆମେ ଏହି ଡରକୁ ସମାପ୍ତ କରିଦେଇଛୁ। ଏବେ ଲୋକମାନଙ୍କ ମଧ୍ୟରେ ଏକ ଭରସା ରହିଛି ଯେ ଯାହା ସେମାନଙ୍କର ହକ୍ ଅଟେ, ତାହାକୁ ସେମାନଙ୍କୁ ନିଶ୍ଚିତ ଭାବରେ ମିଳିବ। ଟେକ୍ନୋଲୋଜି ଲାଷ୍ଟ ମାଇଲ ଡେଲିଭରିକୁ ସୁନିଶ୍ଚିତ କରିବାରେ, ସାଚୁରେସନର ଭିଜନକୁ ଆଗକୁ ନେବାରେ ବହୁତ ସହାୟତା କରିଛି। ଏବଂ ମୁଁ ଜାଣିଛି ଯେ ଆମେ ଏହି ଗତିରେ ଆଗକୁ ବଢ଼ି ଅନ୍ତ୍ୟୋଦୟ ର ଲକ୍ଷକୁ ପାଇପାରିବା। ଗତ 7-8 ବର୍ଷର ଅଭିଜ୍ଞତା ମୋର ବିଶ୍ବାସକୁ ଆହୁରି ଦୃଢ଼ୀଭୂତ କରିଛି। ମୋର ବିଶ୍ବାସ ଦିନକୁ ଦିନ ବୃଦ୍ଧି ହେୁଚି। ଜନଧନ, ଆଧାର ଏବଂ ମୋବାଇଲର ତ୍ରିଶକ୍ତି – ଜେଏଏମ୍ ଏହି ଟ୍ରିନିଟି କାରଣରୁ ଆଜି ଆମେ ସାରା ଦେଶରେ ସମ୍ପୂର୍ଣ୍ଣ ପାରଦର୍ଶିତା ସହିତ ଗରିବ ଲୋକମାନଙ୍କୁ ସେମାନଙ୍କ ହକ୍ ର ବସ୍ତୁ ଯଥା ରାସନ ପରି ଜିନିଷକୁ ଆମେ ପହଞ୍ଚାଇ ପାରୁଛୁ। ଏହି ମହାମାରୀ ସମୟରେ ମଧ୍ୟ ଆମେ 80 କୋଟି ଗରିବ ଲୋକମାନଙ୍କୁ ମାଗଣା ରାସନ ପ୍ରଦାନ କରିବା ସୁନିଶ୍ଚିତ କରିଛୁ।
ବନ୍ଧୁଗଣ,
ଏହା ଆମର ଟେକ୍ନୋଲୋଜି ସଲ୍ୟୁସନକୁ ସଠିକ୍ ଭାବରେ ଡିଜାଇନ୍ କରିବା, ଦକ୍ଷତାପୂର୍ଣ୍ଣ ଭାବରେ ବିକାଶ କରିବା ଏବଂ ଉପଯୁକ୍ତ କାର୍ଯ୍ୟକାରୀ କରିବାର ଶକ୍ତି ବଳରେ ଆଜି ଭାରତ ବିଶ୍ବର ସବୁଠାରୁ ବଡ଼ ଭାକ୍ସିନେସନ ଅଭିଯାନ ସଫଳତାର ସହିତ ପରିଚାଳନା କରୁଛି। ଆଜି ଦେଶରେ ଯେଉଁ ରୋବଷ୍ଟ, ୟୁପିଆଇ ଫ୍ରେମୱାର୍କ ଡେଭଲପ୍ ହୋଇଛି, ତାହାର ସହାୟତାରେ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଗରିବଙ୍କ ବ୍ୟାଙ୍କ ଖାତାରେ ପ୍ରତ୍ୟକ୍ଷ ଭାବରେ ଟ୍ରାନ୍ସଫର ହେଉଛି। ମହିଳାଙ୍କୁ, ଚାଷୀଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଏବେ ପ୍ରତ୍ୟକ୍ଷ ଭାବରେ ସରକାରଙ୍କ ଠାରୁ ସହାୟତା ମିଳିପାରୁଛି। ଏକ ବିଂଶ ଶତାବ୍ଦୀରେ ନୂଆ ଭାରତରେ, ଯୁବା ଭାରତରେ ଆମେ ଦେଶର ନୂଆ ଦକ୍ଷତା ଦେବା ପାଇଁ ସ୍ପିଡ୍ ଓ ସ୍କେଲ୍ ଦେବା ପାଇଁ ଟେକ୍ନୋଲୋଜିର ମୁଖ୍ୟ ଟୁଲ୍ କରିଛି। ଆଜି ଆମେ ଟେକ୍ନୋଲୋଜି ସହିତ ସମ୍ପର୍କିତ ସଠିକ୍ ସଲ୍ୟୁସନ ଡେଭଲପ୍ କରୁଛୁ ଏବଂ ତାହାକୁ ସ୍କେଲ୍ ଅପ୍ କରିବାର କୌଶଳ ମଧ୍ୟ ଆମେ ବିକଶିତ କରିଛୁ। ଦେଶରେ ଡ୍ରୋନ୍ ଟେକ୍ନୋଲୋଜିର ପ୍ରୋତ୍ସାହନ ଗୁଡ୍ ଗଭର୍ଣ୍ଣାନ୍ସର ଇଜ୍ ଅଫ୍ ଲିଭିଂର ଏହି କମିଟମେଣ୍ଟକୁ ଆଗକୁ ନେବାର ଆଉ ଏକ ମାଧ୍ୟମ ଅଟେ। ଡ୍ରୋନ ଭାବରେ ଆମର ନିକଟକୁ ଆଉ ଏକ ସ୍ମାର୍ଟ ଟୁଲ୍ ଆସିଯାଇଛି ଯାହା ଖୁବ୍ ଶୀଘ୍ର ସାଧାରଣରୁ ସାଧାରଣ ଭାରତୀୟଙ୍କ ଜୀବନର ଅଂଶ ହେବାକୁ ଯାଉଛି। ଆମର ସହର ହେଉ ବା ଦେଶର ଦୂର ଦୂରାନ୍ତ ଗ୍ରାମ, କ୍ଷେତର ଅଂଶ ହେଉ ବା ଖେଳ ପଡ଼ିଆ ହେଉ, ପ୍ରତିରକ୍ଷା ସମ୍ପର୍କିତ କାର୍ଯ୍ୟ ହେଉ ବା ଡିଜାଷ୍ଟର ମ୍ୟାନେଜମେଣ୍ଟ, ସବୁ ସ୍ଥାନରେ ଡ୍ରୋନର ବ୍ୟବହାର ବଢ଼ିବାକୁ ଯାଉଛି। ସେହିପରି ଟୁରିଜିମ୍ କ୍ଷେତ୍ର ହେଉ, ମିଡିଆ ହେଉ, ଫିଲ୍ମ ଇଣ୍ଡଷ୍ଟ୍ରି ହେଉ, ଡ୍ରୋନ୍ ଏହିସବୁ କ୍ଷେତ୍ରରେ କ୍ବାଲିଟି ଏବଂ କଣ୍ଟେଣ୍ଟ ଉଭୟକୁ ବଢ଼ାଇବା ପାଇଁ ସହାୟତା କରିବ। ଏବେ ଯେତିକି ବ୍ୟବହାର ହେଉଛି ଆଗାମୀ ଦିନ ମାନଙ୍କରେ ଡ୍ରୋନର ଆହୁରି ଅଧିକ ବ୍ୟବହାର କରାଯିବା ଆମେ ଦେଖିବାକୁ ପାଇବୁ। ମୁଁ ସରକାରରେ ପ୍ରତି ମାସରେ ଏକ ପ୍ରଗତି କାର୍ଯ୍ୟକ୍ରମ ଚଲାଉଛି। ସମସ୍ତ ରାଜ୍ୟର ମୁଖ୍ୟ ସଚିବ ସ୍କ୍ରିନ ଉପରେ ରହିଥାନ୍ତି ଓ ସେମାନଙ୍କ ସହିତ ଅନେକ ବିଷୟରେ ଆଲୋଚନା ହୋଇଥାଏ। ମୁଁ ସେମାନଙ୍କୁ ପଚାରିଥାଏ ଯେ ଡ୍ରୋନରେ ଯେଉଁ ପ୍ରୋଜେକ୍ଟ ଚାଲୁ ରହିଛି ମୋତେ ସେଠାକାର ସ୍ଥାନର ସମ୍ପୂର୍ଣ୍ଣ ଲାଇଭ୍ ଡେମୋନଷ୍ଟ୍ରେସନ ପ୍ରଦାନ କରନ୍ତୁ। ଏହାଫଳରେ ମୁଁ ସହଜରେ ବିଷୟକୁ କୋର୍ଡିନେଟ୍ କରିପାରିବି ଓ ସେହି ସ୍ଥାନ ପାଇଁ ଉପଯୁକ୍ତ ନିଷ୍ପତ୍ତି ନେଇ ପାରିବି। ଯେତେବେଳେ କେଦାରନାଥର ପୁନନିର୍ମାଣର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ପ୍ରତି ଥର ମୋର ସେଠାକୁ ଯିବା କଷ୍ଟକର ଥିଲା। ତେଣୁ ସେତେବେଳେ କେଦାରନାଥରେ କିପରି କାମ ଚାଲିଛି ତାହାକୁ ମୋର ଅଫିସରେ ବସି ଡ୍ରୋନ୍ ସହାୟତାରେ ଦେଖୁଥିଲି ଓ ଏହି ପରି ଉପାୟରେ ମଧ୍ୟ ରିଭ୍ୟୁ ମିଟିଂ କରାଯାଉଥିଲା। ଏହା ସହାୟତାରେ ମୁଁ କେଦାରନାଥର ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଥିଲି। ଅର୍ଥାତ୍ ଆଜି ଯଦି ମୋତେ ସରକାରୀ କାମର କ୍ବାଲିଟିକୁ ଦେଖିବାର ଅଛି ତେବେ ମୋତେ ସେଠାକୁ ଇନ୍ସପେକ୍ସନ ପାଇଁ ଯିବାର ଅଛି ବୋଲି ପୂର୍ବରୁ ଜଣାଇବାର ଆବଶ୍ୟକତା ନାହିଁ। ଏପରି କଲେ ତ ସବୁକିଛି ଠିକ୍ ଠାକ୍ ହୋଇଯିବ। ମୁଁ ଡ୍ରୋନ୍ ସହାୟତାରେ ସବୁ ସୂଚନା ପାଇ ପାରୁଛି ଏବଂ ସେମାନେ ଜାଣି ମଧ୍ୟ ପାରୁ ନାହାନ୍ତି ଯେ ମୁଁ ସେଠାରୁ ସୂଚନା ପାଇ ସାରିଛି।
ବନ୍ଧୁଗଣ,
ଗ୍ରାମରେ ମଧ୍ୟ ଚାଷୀମାନଙ୍କର ଜୀବନକୁ ଆଧୁନିକ, ସୁବିଧାଜନକ, ଅଧିକ ସମ୍ପର୍ଣ୍ଣ କରିବା ପାଇଁ ମଧ୍ୟ ଡ୍ରୋନ୍ ଟେକ୍ନୋଲୋଜି ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଆଜି ଗ୍ରାମରେ ଭଲ ସଡ଼କ ହୋଇ ପାରିଛି, ବିଦ୍ୟୁତ-ପାଣି ପହଞ୍ଚି ପାରିଛି, ଅପ୍ଟିକାଲ୍ ଫାଇବର ପହଞ୍ଚୁଛି, ଡିଜିଟାଲ୍ ଟେକ୍ନୋଲୋଜିର ଅଭୁତପୂର୍ବ ବିକାଶ ହୋଇଛି। କିନ୍ତୁ ତଥାପି ମଧ୍ୟ ଗ୍ରାମରେ ଜମି ସମ୍ପର୍କିତ, କ୍ଷେତ ସମ୍ପର୍କିତ ଅଧିକାଂଶ କାମ ପାଇଁ ପୁରୁଣା ସିଷ୍ଟମରେ କାମ କରିବାକୁ ପଡ଼ୁଛି। ଏହି ପୁରୁଣା ସିଷ୍ଟମରେ ସମସ୍ତ ପ୍ରକାର ୱେଷ୍ଟେଜ୍ ରହିଛି, ଅନେକ ସମସ୍ୟା ମଧ୍ୟ ରହିଛି ଏବଂ ଏହାର ପ୍ରଡକ୍ଟଭିଟି ମଧ୍ୟ ସଠିକ୍ ରହିଛି କି ନାହିଁ ତାହା ମଧ୍ୟ ଜଣା ଯାଇ ପାରୁ ନାହିଁ। ଏହାର ସବୁଠାରୁ ଅଧିକ କ୍ଷମତି ଆମର ଗ୍ରାମର ଲୋକମାନଙ୍କୁ ହେଉଛି, ଆମର ଚାଷୀଭାଇମାନଙ୍କୁ ହେଉଛି ଏବଂ ତାହା ଠାରୁ ଅଧିକ ଆମର ଛୋଟ ଚାଷୀଭାଇ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଛୋଟ ଚାଷୀଙ୍କର କ୍ଷେତ ଓ ତାଙ୍କର ସମ୍ବଳ ଏତେ ନୁହେଁ ଯେ ସେମାନେ ବିବାଦର ସମ୍ମୁଖୀନ ହୋଇ ପାରିବେ ଏବଂ କୋର୍ଟ କଚେରୀକୁ ଦୌଡ଼ି ପାରିବେ। ଏବେ ଦେଖନ୍ତୁ, ଲ୍ୟାଣ୍ଡ ରେକର୍ଡ଼ ଠାରୁ ନେଇ ମରୁଡ଼ି-ବାତ୍ୟାରେ ଫସଲର କ୍ଷୟକ୍ଷତିରୁ ସବୁ ସ୍ଥାନରେ ରେଭିନ୍ୟୁ ଡିପାର୍ଟମେଣ୍ଟର କର୍ମଚାରୀଙ୍କ ଉପରେ ହିଁ ବ୍ୟବସ୍ଥା ନିର୍ଭର କରୁଛି। ହ୍ୟୁମାନ ଇଣ୍ଟରଫେସ ଯେତେ ଅଧିକ ହେବ ସେତେ ଏହାର ବିଶ୍ବସନୀୟତା ହ୍ରାସ ପାଇଥାଏ ଓ ସେହି କାରଣରୁ ବିବାଦ ଦେଖା ଦେଇଥାଏ। ବିବାଦ ଦେଖା ଗଲେ ସମୟ ଓ ଧନ ଉଭୟ ନଷ୍ଟ ହୋଇଥାଏ। ଲୋକମାନେ ଏକ ଅନୁମାନ କରି ଆକଳନ କରିଥାନ୍ତି ଓ ବେଳେ ବେଳେ ଏହାର ସଠିକ୍ ଭାବରେ ଆକଳନ ମଧ୍ୟ କରାଯାଇ ପାରିନଥାଏ। ଏହି ସବୁ ସମସ୍ୟାକୁ ଦୂର କରି ଡ୍ରୋନ ଏକ ସଶକ୍ତ ପ୍ରଭାବୀ ମାଧ୍ୟମ ଭାବରେ ଦେଖା ଦେଇଛି ଯାହା ଏହିସବୁ ସମସ୍ୟାର ସମାଧାନ କରିପାରିବ।
ବନ୍ଧୁଗଣ,
ଡ୍ରୋନ୍ ଟେକ୍ନୋଲୋଜି କିପରି ଏକ ବଡ଼ କ୍ରାନ୍ତିର ଆଧାର ହେଉଚି, ଏହାର ଏକ ଉଦାହରଣ ପିଏମ୍ ସ୍ବାମୀତ୍ବ ଯୋଜନା ମଧ୍ୟ ଅଟେ। ଏହି ଯୋଜନା ଅନ୍ତର୍ଗତ ପ୍ରଥମ ଥର କରି ଦେଶରେ ଗ୍ରାମର ସମସ୍ତ ପ୍ରପର୍ଟିକୁ ଡିଜିଟାଲ୍ ମ୍ୟାପିଂ କରାଯାଉଛି, ଡିଜିଟାଲ୍ ପ୍ରପର୍ଟି କାର୍ଡ଼ ଲୋକମାନଙ୍କୁ ପ୍ରଦାନ କରାଯାଉଛି। ଏଥିରେ ହ୍ୟୁମାନ ଇଣ୍ଟରଭେନ୍ସନ କମ୍ ହୋଇଛି ଏବଂ ପାତର ଅନ୍ତର ସମ୍ଭାବନାକୁ ସମାପ୍ତ କରାଯାଇଛି। ଏଥିରେ ଡ୍ରୋନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ସ୍ବାମୀତ୍ବ ଡ୍ରୋନ୍ ଉଡ଼ାଇବା, ଏହାର ଟେକ୍ନୋଲୋଜିକୁ ବୁଝିବାର ସୁଯୋଗ ମିଳିଥିଲା। ସେଥିପାଇଁ ମଧ୍ୟ ଟିକେ ବିଳମ୍ବ ହୋଇଗଲା। ମୁଁ ଖୁସି ଯେ ଡ୍ରୋନ୍ ସହାୟତାରେ ଏ ପର୍ଯ୍ୟନ୍ତ ଦେଶର 65 ଲକ୍ଷ ପ୍ରପର୍ଟି କାର୍ଡ଼ ଜେନେରେଟ୍ କରାଯାଇପାରିଛି। ଏବଂ ଯାହାକୁ ଏହି କାର୍ଡ଼ ମିଳିଛି ସେମାନେ ଖୁସି ଯେ ମୋ ନିକଟରେ ଯେତିକି ଜମି ଅଛି, ତାର ସଠିକ୍ ଡିଟେଲ୍ ମୋତେ ମିଳି ପାରିଛି। ସମ୍ପୂର୍ଣ୍ଣ ସନ୍ତୋଷତାର ସହିତ ସେମାନେ ଏହି ବିଷୟ କହିଛନ୍ତି। ନଚେତ୍ ଯଦି ଆମର ଏଠାରେ ଛୋଟ ଜାଗା ପାଇଁ ମାପ ଚୁପ ହୁଏ ତେବେ ସେଥିରେ ସହମତି ପାଇବା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଇଥାଏ।
ବନ୍ଧୁଗଣ,
ଆଜି ଆମେ ଦେଖିବାକୁ ପାଉଛୁ ଯେ ଆମର ଚାଷୀଭାଇ ମାନେ ଡ୍ରୋନ୍ ଟେକ୍ନୋଲୋଜି ଆଡ଼କୁ ଦ୍ରୁତ ଗତିରେ ଆକର୍ଷିତ ହେଉଛନ୍ତି, ସେମାନଙ୍କ ମଧ୍ୟରେ ଏକ ଉତ୍ସାହ ଦେଖା ଦେଇଛି, ସେମାନେ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ଏତେ ସହଜରେ ହୋଇ ନାହିଁ। ଗତ 7-8 ବର୍ଷ ମଧ୍ୟରେ ଯେଉଁ ଭଳି ଭାବରେ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି କରାଯାଇଛି, ସେହି କାରଣରୁ ଟେକ୍ନୋଲୋଜି ଚାଷୀଭାଇ ମାନଙ୍କ ପାଇଁ ଆଉ ଏକ ଅସମ୍ଭବ ବିଷୟ ହୋଇ ରହି ନାହିଁ ଏବଂ ଧୀରେ ଧୀରେ ଚାଷୀମାନେ ଏହାର ବ୍ୟବହାରରେ ନିଜକୁ ସାମିଲ୍ କରିଲେଣି। ଥରେ ଏହା ଉପରେ ବିଶ୍ବାସ ଆସିଯିବା ପରେ ଏହାକୁ ଗ୍ରହଣ କରିବାକୁ ଚାଷୀମାନଙ୍କୁ ଅଧିକ ସମୟ ଲାଗିନଥାଏ। ଏବେ ଯେତେବେଳେ ମୁଁ ବାହାରେ ଚାଷୀମାନଙ୍କ ସହିତ କଥା ହେଉଥିଲି ସେତେବେଳେ ମଧ୍ୟପ୍ରଦେଶର ଜଣେ ଇଞ୍ଜିନିୟର ମୋତେ କହୁଥିଲେ ମୋତେ ତ ଏବେ ଲୋକମାନେ ଡ୍ରୋନ୍ ବାଲା କହି ଡାକୁଛନ୍ତି। ମୁଁ ଇଞ୍ଜିନିୟର ହେଲି କିନ୍ତୁ ମୋର ପରିଚୟ ଡ୍ରୋନ୍ ବାଲା ହୋଇଗଲା। ମୁଁ ତାଙ୍କୁ ପଚାରିଲି ଯେ ଆପଣ ଭବିଷ୍ୟତକୁ କିପରି ଦେଖୁଛନ୍ତି? ସେତେବେଳେ ସେମାନେ ମୋତେ କହିଲେ ଯେ ବାବୁ ଦେଖନ୍ତୁ ଯେତେବେଳେ ଡାଲିର ଚାଷ ହେବ ସେତେବେଳେ ଏହାର ଉତ୍ପାଦନ ବଢ଼ିବ। ଏବଂ ଏହାର ଏକ କାରଣ ଡ୍ରୋନ୍ ହେବ, ମୁଁ କହିଲି କିପରି? ସେମାନେ କହିଲେ ବାବୁ, ଡାଲିର ଚାଷରେ ସେହି ଫସଲର ଉଚ୍ଚତା ଅଧିକ ହୋଇଥାଏ। ତେଣୁ କୃଷକମାନେ ଏହା ମଧ୍ୟକୁ ଚାଷୀ ଔଷଧ ସିଞ୍ଚନ କରିପାରି ନଥାନ୍ତି। କାରଣ ଯଦି ଏହା ଉପରେ ଅଧା ସିଞ୍ଚନ କରାଯାଉଥିଲା ତେବେ ଶରୀରରେ ଏହାର ଅଧା ଅଂଶ ପଡ଼ୁଥିଲା। ତେଣୁ ସେମାନେ ଏହି ଫସଲ ଆଡ଼କୁ ଯାଉ ମଧ୍ୟ ନଥିଲେ। ଏବେ ଡ୍ରୋନ୍ କାରଣରୁ ଏହିସବୁ ଫସଲ ଯାହାକି ମନୁଷ୍ୟର ଉଚ୍ଚତାରୁ ମଧ୍ୟ ବେଳେବେଳେ ଅଧିକ, ସେତେବେଳେ ଡ୍ରୋନ୍ ଜରିଆରେ ଏହାର ଦେଖାଶୁଣା, ସେଥିରେ ଔଷଧର ସିଞ୍ଚନ କରିବା ସହଜ ହୋଇପାରିଛି । ଏହା ଦ୍ବାରା ଆମ ଦେଶର ଚାଷୀମାନେ ଡାଲିଜାତୀୟ ଶସ୍ୟର ଚାଷ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏ ପର୍ଯ୍ୟନ୍ତ ବ୍ୟକ୍ତି ଗ୍ରାମ ମଧ୍ୟରେ ଚାଷୀଙ୍କ ସହିତ ମିଶି କାମ କରିପାରୁଛନ୍ତି। ଏବେ କାର୍ଯ୍ୟ କରିବା ଅଧିକ ସୁବିଧାଜନକ ହୋଇପାରିଛି।
ବନ୍ଧୁଗଣ,
ଆଜି ଆମେ ଯେଉଁ କୃଷି କ୍ଷେତ୍ରରେ ଟେକ୍ନୋଲୋଜିକୁ ଆଣିବାକୁ ଚେଷ୍ଟା କରୁଛୁ। ସଏଲ୍ ହେଲ୍ଥ କାର୍ଡ଼ ଦ୍ବାରା ଆମର ଚାଷୀ ଭାଇମାନଙ୍କ ପାଇଁ ଏହା ଏକ ବଡ଼ ଶକ୍ତିରେ ପରିଣତ ହୋଇପାରିଛି। ଏବଂ ମୁଁ ଚାହୁଁଛି ଯେପରି ଡ୍ରୋନ୍ ସେବା ରହିଛି, ପ୍ରତି ଗ୍ରାମରେ ସଏଲ୍ ଟେଷ୍ଟିଂର ଲ୍ୟାବ୍ କରାଯାଇପାରିବ ଏବଂ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ। ଏବଂ ଚାଷୀ ପ୍ରତି ଥର ମୃତ୍ତିକା ପରୀକ୍ଷା କରି ମୃତ୍ତିକାର ଅଭାବକୁ ପୂରଣ କରିପାରିବେ ଓ ମାଟିର ଆବଶ୍ୟକତାକୁ ଭଲ ଭାବରେ ବୁଝିପାରିବେ। ମାଇକ୍ରୋ ଇରିଗେସନ, ସ୍ପ୍ରିଙ୍କଲ ଏ ସବୁ ବିଷୟ ଆଧୁନିକ ଜଳସେଚନ ବ୍ୟବସ୍ଥାର ଅଂଶ ହୋଇଛି। ଏବେ ଦେଖନ୍ତୁ ଫସଲ ବୀମା ଯୋଜନା, ଫସଲ ବୀମା ଯୋଜନା ମଧ୍ୟରେ ସବୁଠାରୁ ବଡ଼ କାମ ଆମର ଜିପିଏସ୍ ପରି ଟେକ୍ନୋଲୋଜିର ଉପଯୋଗ ହେଉ, ଇ-ନାମ୍ ପରି ଡିଜିଟାଲ୍ ମଣ୍ଡିର ବ୍ୟବସ୍ଥା ହେଉ, ନିମ୍ କୋଟେଡ୍ ୟୁରିଆ ହେଉ ବା ଟେକ୍ନୋଲୋଜି ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ଖାତାରେ ଟଙ୍କା ଜମା କରିବା କାର୍ଯ୍ୟ ହେଉ। ଗତ 8 ବର୍ଷରେ ଯେଉଁ ସବୁ ପ୍ରୟାସ ହୋଇଛି , ସେଥିରେ ଚାଷୀମାନଙ୍କର ଟେକ୍ନୋଲୋଜି ପ୍ରତି ଭରସା ବହୁ ମାତ୍ରାରେ ବଢ଼ିଛି। ଆଜି ଦେଶର ଚାଷୀମାନେ ଟେକ୍ନୋଲୋଜିର ବ୍ୟବହାରରେ ନିଜକୁ ବହୁତ ସହଜ ମନେ କରୁଛନ୍ତି ଓ ବହୁତ ସହଜରେ ଏହାକୁ ଗ୍ରହଣ କରୁଛନ୍ତି। ଏବେ ଡ୍ରୋନ୍ ଟେକ୍ନୋଲୋଜି ଆମର କୃଷି କ୍ଷେତ୍ରକୁ ଆଉ ଏକ ଉନ୍ନତ ସ୍ତରକୁ ନେଇ ଯିବାର ସମ୍ଭାବନା ରହିଛି। କେଉଁ ଜମିରେ କେତେ ଓ କେଉଁ ସାର ପକାଇବାର ଅଛି, ମାଟିରେ କେଉଁ ବିଷୟର ଅଭାବ ରହିଛି, କେତେ ଜଳ ସେଚନର ଆବଶ୍ୟକତା ରହିଛି ତାହାକୁ ମଧ୍ୟ ଏଠାରେ ଅନୁମାନରେ କରାଯାଉଥିଲା। ଏପରି କାମ ଉତ୍ପାଦକତା ହ୍ରାସ ଓ ଫସଲ ନଷ୍ଟ ହେବାର ଏକ ପ୍ରମୁଖ କାରଣ ଥିଲା। କିନ୍ତୁ ସ୍ମାର୍ଟ ଟେକନୋଲୋଜି ଆଧାରିତ ଡ୍ରୋନ୍ ଏଠାରେ ମଧ୍ୟ ବହୁତ କାମରେ ଆସିପାରିବ। କେବଳ ଏତିକି ନୁହେଁ, ଡ୍ରୋନ୍ ସହାୟତାରେ କେଉଁ ବୃକ୍ଷ ଓ ଏହାର କେଉଁ ଅଂଶ ରୋଗରେ ପ୍ରଭାବିତ ହୋଇଛି ତାହା ଜଣାଯାଇପାରିବ। ଏବଂ ଏହି କାରଣରୁ ଆଉ ମନଇଚ୍ଛା ସ୍ପ୍ରେ କରିବାକୁ ପଡ଼ିବ ନାହିଁ, ବରଂ ସ୍ମାର୍ଟ ସ୍ପ୍ରେ କରିଥାନ୍ତି। ଏହାଦ୍ବାରା ମହଙ୍ଗା ଔଷଧର ଖର୍ଚ୍ଚ ମଧ୍ୟ ହ୍ରାସ ହୋଇଥାଏ। ଅର୍ଥାତ୍ ଡ୍ରୋନ୍ ଟେକ୍ନୋଲୋଜି ଦ୍ବାରା ଛୋଟ ଚାଷୀମାନଙ୍କୁ ଶକ୍ତି ମିଳିବ, କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ କରାଯାଇପାରିବ ଓ ଛୋଟ ଚାଷୀମାନେ ମଧ୍ୟ ନିଜର ଉନ୍ନତି କରିପାରିବେ। ଏବଂ ଆଜି ଯେତେବେଳେ ଆମେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛୁ, ତେଣୁ ମୋର ମଧ୍ୟ ସ୍ବପ୍ନ ରହିଛି ଯେ ଭାରତରେ ପ୍ରତି ହାତରେ ସ୍ମାର୍ଟଫୋନ୍ ରହୁ, ପ୍ରତି ଚାଷ ଜମିରେ ଡ୍ରୋନ୍ ରହୁ ଓ ସମସ୍ତ ଘର ସମୃଦ୍ଧ ହେଉ।
ବନ୍ଧୁଗଣ,
ଆମେ ଦେଶର ପ୍ରତି ଗ୍ରାମରେ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର୍ସର ନେଟୱର୍କ ସଶକ୍ତ କରୁଛୁ, ଟେଲି ମେଡିସିନକୁ ପ୍ରମୋଟ୍ କରୁଛୁ। କିନ୍ତୁ ଗ୍ରାମରେ ଔଷଧ ଓ ଅନ୍ୟ ସାମଗ୍ରୀର ଡେଲିଭରି ଏକ ବଡ଼ ଆହ୍ବାନ ଭାବରେ ଏବେ ମଧ୍ୟ ରହିଛି। ଏଥିରେ ମଧ୍ୟ ଡ୍ରୋନରେ ଡେଲିଭରି ବହୁତ କମ୍ ଅର୍ଥାତ୍ ବହୁତ କମ୍ ସମୟରେ ଏବଂ ଦ୍ରୁତ ଗତିରେ ଡେଲିଭରି କରିବାର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି। ଡ୍ରୋନ୍ ସହାୟତାରେ କୋଭିଡ୍ ଭାକ୍ସିନର ଡେଲିଭରିରେ ଏହାର ଲାଭକୁ ଆମେ ଅନୁଭବ କରିଛୁ। ଏହା ଦୁର୍ଗମ ଆଦିବାସୀ, ପାହାଡ଼ିଆ, ଦୁର୍ଗମ କ୍ଷେତ୍ର ପର୍ଯ୍ୟନ୍ତ ଉତ୍ତମ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାରେ ବହୁତ ସହାୟକ ପ୍ରମାଣିତ ହୋଇ ପାରିଛି।
ବନ୍ଧୁଗଣ,
ଟେକ୍ନୋଲୋଜିର ଆଉ ଏକ ପକ୍ଷ ରହିଛି ଯାହା ଉପରେ ମୁଁ ଆପଣଙ୍କର ଧ୍ୟାନ ଆକର୍ଷିତ କରିବାକୁ ଚାହିଁବି। ପୂର୍ବ ସମୟରେ ଟେକ୍ନୋଲୋଜି ଏବଂ ଏହାଦ୍ବାରା ହୋଇଥିବା ଆବିଷ୍କାର, ଏଲାଇଟ୍ କ୍ଲାସ ପାଇଁ ଧରା ଯାଉଥିଲା। ଆଜି ଆମେ ଟେକ୍ନୋଲୋଜିକୁ ସର୍ବ ପ୍ରଥମେ ସାଧାରଣ ଲୋକମାନଙ୍କ ପାଇଁ ଉପଲବ୍ଧ କରାଉଛୁ। ଡ୍ରୋନ୍ ଟେକ୍ନୋଲୋଜି ଏହାର ଏକ ଉଦାହରଣ ଅଟେ। କିଛି ମାସ ପୂର୍ବରୁ ଡ୍ରୋନ୍ ଉପରେ ଅନେକ ଗୁଡ଼ିଏ ପ୍ରତିବନ୍ଧକ ଥିଲା। ଆମେ ବହୁତ କମ ସମୟରେ ଅଧିକାଂଶ ପ୍ରତିବନ୍ଧକକୁ ଦୂର କରିଛୁ। ଆମେ ପିଏଲଆଇ ପରି ସ୍କିମ ମାଧ୍ୟମରେ ଭାରତରେ ଡ୍ରୋନ୍ ମ୍ୟାନୁଫାକ୍ଚରିଂର ଏକ ସଶକ୍ତ ଇକୋସିଷ୍ଟମ ପ୍ରସ୍ତୁତ କରିବା ଦିଗରେ ଆଗକୁ ବଢ଼ୁଛୁ। ଟେକ୍ନୋଲୋଜି ଯେତେବେଳେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥାଏ ସେତେବେଳେ ଏହାର ବ୍ୟବହାର ସମ୍ଭାବନା ମଧ୍ୟ ବଢ଼ି ଯାଇଥାଏ। ଆଜି ଆମର ଚାଷୀ ଭାଇ, ଆମର ଛାତ୍ରମାନେ, ଆମର ଷ୍ଟାର୍ଟ ଅପ୍ସ ଡ୍ରୋନ୍ ଦ୍ବାରା କଣ କଣ କରିପାରୁଛନ୍ତି, ତାହାର ନୂତନ ସମ୍ଭାବନାକୁ ଅନ୍ବେଷଣ କରିବାରେ ଲାଗିଛନ୍ତି। ଡ୍ରୋନ ଏବେ ଚାଷୀମାନଙ୍କ ନିକଟକୁ ଯାଉଛି, ଗ୍ରାମ ଗୁଡ଼ିକୁ ଯାଉଛି। ଏହା ସହିତ ଭବିଷ୍ୟତରେ ଏହା ଦ୍ବାରା ଆହୁରି ଅନେକ କାର୍ଯ୍ୟକୁ ମଧ୍ୟ କରାଯାଇପାରିବ। ଆପଣ ଦେଖିବେ କେବଳ ସହରରେ ନୁହେଁ ଗ୍ରାମରେ ମଧ୍ୟ ଡ୍ରୋନର ବିଭିନ୍ନ ପ୍ରକାର ବ୍ୟବହାର କରାଯିବ, ଆମର ଦେଶବାସୀ ଏଥିରେ ଇନୋଭେସନ କରିବେ। ମୋର ବିଶ୍ବାସ ଅଛି ଆଗାମୀ ଦିନରେ ଡ୍ରୋନ୍ ଟେକ୍ନୋଲୋଜିରେ ଆହୁରି ଅଧିକ ପରୀକ୍ଷଣ ହେବ, ଏହାର ଆହୁରି ନୂଆ ନୂଆ ବ୍ୟବହାର ମଧ୍ୟ କରାଯିବ।
ବନ୍ଧୁଗଣ,
ଭାରତ ଏପରି ସମ୍ଭାବନା, ଏପରି ସ୍କେଲକୁ ଟ୍ୟାପ୍ କରିବା ପାଇଁ ଆଜି ମୁଁ ଦେଶ ଏବଂ ଦୁନିଆଁ ର ସମସ୍ତ ନିବେଶକଙ୍କୁ ପୁଣି ଥରେ ଆମନ୍ତ୍ରିତ କରୁଛି। ଏହା ଭାରତ ପାଇଁ ମଧ୍ୟ ଓ ବିଶ୍ବ ପାଇଁ ଏହାଠାରୁ ଉନ୍ନତ ଡ୍ରୋନ୍ ଟେକ୍ନୋଲୋଜି ନିର୍ମାଣ କରିବାର ସଠିକ୍ ସମୟ ଅଟେ। ମୁଁ ଏକ୍ସପର୍ଟସାମନଙ୍କ ଠାରୁ, ଟେକ୍ନୋଲୋଜି ଦୁନିଆଁର ଲୋକମାନଙ୍କୁ ନିବେଦନ କରୁଛି ଯେ ଡ୍ରୋନ୍ ଟେକ୍ନୋଲୋଜିର ଅଧିକରୁ ଅଧିକ ବିସ୍ତାର କରନ୍ତୁ , ତାହାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ। ମୁଁ ଦେଶର ସମସ୍ତ ଯୁବକମାନଙ୍କୁ ଆହ୍ବାନ କରୁଛି ଡ୍ରୋନ୍ କ୍ଷେତ୍ରରେ ନୂଆ ଷ୍ଟାର୍ଟଅପ୍ ପାଇଁ ଆଗକୁ ଆସନ୍ତୁ। ଆମେ ମିଳିମିଶି ଡ୍ରୋନ୍ ଟେକ୍ ଦ୍ବାରା ସାଧାରଣ ଲୋକଙ୍କୁ ସଶକ୍ତ କରିବାରେ ନିଜର ଭୂମିକା ନିର୍ବାହ କରିବୁ, ଏବଂ ମୋର ବିଶ୍ବାସ ଅଛି ଏବେ ମୁଁ ପୁଲିସ୍ କାମରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ବହୁତ ବଡ଼ ସେବା ପ୍ରଦାନ କରିପାରିବ। ବଡ଼ ବଡ଼ ମେଳା ଯେପରି କୁମ୍ଭ ମେଳା ଅବସରରେ ବହୁତ ମାତ୍ରାରେ ଡ୍ରୋନର ସହାୟତା ନିଆଯାଇପାରିବ। ଟ୍ରାଫିକ ଜାମର ସମସ୍ୟାର ସମାଧାନ ଡ୍ରୋନ ମାଧ୍ୟମରେ କରାଯାଇପାରିବ। ଅର୍ଥାତ୍ ବହୁତ ସହଜରେ ଏହାର ବ୍ୟବହାର ହେବାକୁ ଯାଉଛି।
ଆମେ ଏହି ଟେକ୍ନୋଲୋଜି ସହିତ ନିଜର ବ୍ୟବସ୍ଥାଗୁଡ଼ିକୁ ଯୋଡ଼ିବାକୁ ହେବ ଏବଂ ଯେତେ ଏହି ବ୍ୟବସ୍ଥାକୁ ଯୋଡ଼ିବୁ ସେତେ ଭଲ ଭାବରେ କାମ ହୋଇପାରିବ। ମୋର ଭଲ ଭାବରେ ମନେ ଅଛି, ମୁଁ ଆଜି ଏଠାରେ ଦେଖୁଥିଲି ଯେ ଡ୍ରୋନ ମାଧ୍ୟମରେ ଜଙ୍ଗଲରେ ଗଛ ଲଗାଇବା ପାଇଁ ମଞ୍ଜି, ତାହାର ଗୁଳି କରି ଉପରୁ ପକା ଯାଉଛି। ଯେତେବେଳେ ଡ୍ରୋନ୍ ନଥିଲା ସେତେବେଳେ ମୁଁ ଏକ ପ୍ରୟୋଗ କରିଥିଲି। ମୁଁ ତ ସବୁ ପ୍ରକାର ଦେଶୀ ପ୍ରୟୋଗ କରିଥାଏ। ସେତେବେଳେ ତ ଟେକ୍ନୋଲୋଜିର ପ୍ରଚଳନ ଏତେ ନଥିଲା। ମୁଁ ଚାହୁଁଥିଲି ଯେତେବେଳେ ମୁଁ ଗୁଜୁରାଟରେ ମୁଖ୍ୟମନ୍ତୀ ଥିଲି, ସେତେବେଳେ ସେଠାରେ ଯେଉଁ ସବୁ ପାହାଡ଼ ଥିଲା, ଲୋକମାନେ ସେଠାକୁ ଯିବେ, ଗଛ ପତ୍ର ଲଗାଇବେ ଯାହାକି ଏକ କଷ୍ଟକର କାମ। ତେଣୁ ମୁଁ ଭାବିଲି, ଯେଉଁ ଗ୍ୟାସର ବେଲୁନ୍ ସହାୟତାରେ ଏହା ମଧ୍ୟରେ ମଞ୍ଜି ଭରି ପାହାଡ଼ ଉପରୁ ତାହାକୁ ଛାଡ଼ି ଦେବୁ। ଯେତେବେଳେ ବେଲୁନ୍ ତଳକୁ ଆସିବ ସେତେବେଳେ ମାଟିରେ ମଞ୍ଜି ପଡ଼ିବ ଓ ଏହା ଉପରେ ବର୍ଷା ପାଣି ପଡ଼ିଲେ ଯଦି ଭାଗ୍ୟରେ ଥିବ ତେବେ ଗଛ ଉଠି ପାରିବ। ଆଜି ଡ୍ରୋନ୍ ସହାୟତାରେ ସେହି କାମକୁ ବହୁତ ସହଜରେ କରାଯାଇ ପାରୁଛି। ଜିୟୋ ଟ୍ରାକିଂ କରାଯାଇପାରୁଛି। ମଞ୍ଜି କେଉଁଠାରେ ପଡ଼ିଲା ତାହାର ଜିଓ ଟ୍ରାକିଂ କରାଯାଉଛି ଏବଂ ସେହି ମଞ୍ଜି ବୃକ୍ଷରେ ପରିଣତ ହେଲା କି ନାହିଁ ତାହାର ମଧ୍ୟ ଟ୍ରାକିଂ କରାଯାଇ ପାରୁଛି। ଏହାର ହିସାବ ମଧ୍ୟ ରଖା ଯାଇ ପାରୁଛି। ଅର୍ଥାତ୍ ଗୋଟିଏ ଭାବରେ କହିବାକୁ ଗଲେ ଫରେଷ୍ଟ ଫାୟାରକୁ ମଧ୍ୟ ଆମେ ଡ୍ରୋନ୍ ସହାୟତାରେ ଅନୁଧ୍ୟାନ କରିପାରୁଛୁ, ଛୋଟ ଛୋଟ ଘଟଣା ଉପରେ ମଧ୍ୟ ଧ୍ୟାନ ପ୍ରଦାନ କରାଯାଇ ପାରୁଛି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁଛି। ଡ୍ରୋନ୍ ଦ୍ବାରା ଏହିପରି ଅନେକ କାର୍ଯ୍ୟ କରାଯାଇ ପାରୁଛି ଯାହାକୁ ପୂର୍ବରୁ କେବେ କଳ୍ପନା ମଧ୍ୟ କରାଯାଇ ପାରୁନଥିଲା। ମୋର ବିଶ୍ବାସ ଅଛି ଯେ ଆଜିର ଏହି ଡ୍ରୋନ୍ ମହୋତ୍ସବ ଜିଜ୍ଞାସା ଦୃଷ୍ଟିରୁ ଅନେକକୁ ସହାୟତା ପ୍ରଦାନ କରିବ । ଯେଉଁମାନେ ଏହାକୁ ଦେଖିବେ ସେମାନେ ନିଶ୍ଚିତ ଭାବରେ କିଛି ନୂଆ କରିବାକୁ ଚାହିଁବେ। ନିଶ୍ଚିତ ଭାବରେ ସେଥିପରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ, ବ୍ୟବସ୍ଥା ସହିତ ସାମିଲ୍ ହେବା ପାଇଁ ପ୍ରୟାସ କରିବେ ଏବଂ ପରିଶେଷରେ ଟେକ୍ନୋଲୋଜି ଡ୍ରାଇଭେନ୍ ଡେଲିଭରି ଆମେ ବହୁତ ଦ୍ରୁତ ଗତିରେ କରିପାରିବୁ। ଏହି ବିଶ୍ବାସ ସହିତ ମୁଁ ପୁଣି ଥରେ ଆପଣ ସଭିଙ୍କୁ ବହୁତ ବହୁତ ଶୁଭ କାମନା ଜଣାଉଛି।
BS
India has the potential of becoming a global drone hub. Speaking at Bharat Drone Mahotsav in New Delhi. https://t.co/eZEMMQrRsF
— Narendra Modi (@narendramodi) May 27, 2022
ड्रोन टेक्नॉलॉजी को लेकर भारत में जो उत्साह देखने को मिल रहा है, वो अद्भुत है।
— PMO India (@PMOIndia) May 27, 2022
ये जो ऊर्जा नज़र आ रही है, वो भारत में ड्रोन सर्विस और ड्रोन आधारित इंडस्ट्री की लंबी छलांग का प्रतिबिंब है।
ये भारत में Employment Generation के एक उभरते हुए बड़े सेक्टर की संभावनाएं दिखाती है: PM
8 वर्ष पहले यही वो समय था, जब भारत में हमने सुशासन के नए मंत्रों को लागू करने की शुरुआत की थी।
— PMO India (@PMOIndia) May 27, 2022
Minimum government, maximum governance के रास्ते पर चलते हुए, ease of living, ease of doing business को हमने प्राथमिकता बनाया: PM @narendramodi
पहले की सरकारों के समय टेक्नॉलॉजी को problem का हिस्सा समझा गया, उसको anti-poor साबित करने की कोशिशें हुईं।
— PMO India (@PMOIndia) May 27, 2022
इस कारण 2014 से पहले गवर्नेंस में टेक्नॉलॉजी के उपयोग को लेकर उदासीनता का वातावरण रहा।
इसका सबसे अधिक नुकसान गरीब को हुआ, वंचित को हुआ, मिडिल क्लास को हुआ: PM
\टेक्नोलॉजी ने last mile delivery को सुनिश्चित करने में, saturation के विजन को आगे बढ़ाने में बहुत मदद की है।
— PMO India (@PMOIndia) May 27, 2022
और मैं जानता हूं कि हम इसी गति से आगे बढ़कर अंत्योदय के लक्ष्य को प्राप्त कर सकते हैं: PM @narendramodi
आज देश ने जो Robust, UPI फ्रेमवर्क डवलप किया है, उसकी मदद से लाखों करोड़ रुपए गरीब के बैंक खाते में सीधे ट्रांसफर हो रहे हैं।
— PMO India (@PMOIndia) May 27, 2022
महिलाओं को, किसानों को, विद्यार्थियों को अब सीधे सरकार से मदद मिल रही है: PM @narendramodi
ड्रोन टेक्नोलॉजी कैसे एक बड़ी क्रांति का आधार बन रही है, इसका एक उदाहरण पीएम स्वामित्व योजना भी है।
— PMO India (@PMOIndia) May 27, 2022
इस योजना के तहत पहली बार देश के गांवों की हर प्रॉपर्टी की डिजिटल मैपिंग की जा रही है, डिजिटल प्रॉपर्टी कार्ड लोगों को दिए जा रहे हैं: PM @narendramodi
पहले के समय में टेक्नोलॉजी और उससे हुए Invention, Elite Class के लिए माने जाते थे।
— PMO India (@PMOIndia) May 27, 2022
आज हम टेक्नोलॉजी को सबसे पहले Masses को उपलब्ध करा रहे हैं: PM @narendramodi
कुछ महीने पहले तक ड्रोन पर बहुत सारे restrictions थे।
— PMO India (@PMOIndia) May 27, 2022
हमने बहुत ही कम समय में अधिकतर restrictions को हटा दिया है।
हम PLI जैसी स्कीम्स के जरिए भारत में ड्रोन मैन्यूफेक्चरिंग का एक सशक्त इकोसिस्टम बनाने की तरफ भी बढ़ रहे हैं: PM @narendramodi
We are witnessing record enthusiasm towards drones in India.
— Narendra Modi (@narendramodi) May 27, 2022
Drones are being harnessed to further ‘Ease of Living’ and encourage a culture of innovation. pic.twitter.com/cP4w6sgHBG
Vested interest groups created mindless fears against technology. In reality, technology brings much needed changes which help the poor. Our Government is using technology to further last mile delivery and saturation coverage of schemes. pic.twitter.com/cwpyYtfLTB
— Narendra Modi (@narendramodi) May 27, 2022
PM-SVAMITVA Yojana is a great example of how drones can help our citizens. pic.twitter.com/GLwD03Ictb
— Narendra Modi (@narendramodi) May 27, 2022
Through drone technology, a qualitative difference is being brought in the lives of our farmers. pic.twitter.com/x4qjG5Idnd
— Narendra Modi (@narendramodi) May 27, 2022