ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ ବହୁପକ୍ଷୀୟ ମଂଚ- ପ୍ରଗତି ମାଧ୍ୟମରେ 24ତମ ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।
ପୂର୍ବରୁ ପ୍ରଗତିର 23ଟି ବୈଠକ ଆୟୋଜନ କରାଯାଇ ଏଥିରେ 9.46 ଲକ୍ଷ କୋଟି ଟଙ୍କାର ନିବେଶରେ କାର୍ଯ୍ୟକାରୀ ହେଉଥିବା 208ଟି ପ୍ରକଳ୍ପର ସମୟବଦ୍ଧ ସମୀକ୍ଷା କରାଯାଇଥିଲା । 17ଟି କ୍ଷେତ୍ରରେ ସାଧାରଣ ଅଭିଯୋଗ ସମାଧାନର ସମୀକ୍ଷା କରାଯାଇଥିଲା ।
ଆଜି 24ତମ ବୈଠକରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର କେଦାରନାଥ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଦ୍ରୋନ ଚିତ୍ର ଜରିଆରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରାଜ୍ୟ ସରକାର ଉପସ୍ଥାପନା ପ୍ରଦର୍ଶନ କରିଥିଲେ ।
ଦିଲ୍ଲୀ ପୋଲିସ ସହ ଜଡ଼ିତ ଅଭିଯୋଗଗୁଡ଼ିକର ସମାଧାନ ଏବଂ ସଂଚାଳନ ସମ୍ପର୍କରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଅଭିଯୋଗ ସମାଧାନ ମାନରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ କେରଳ ଆଦି ରାଜ୍ୟରେ ରେଳବାଇ, ସଡ଼କ, ଶକ୍ତି, ପେଟ୍ରୋଲିୟମ ଏବଂ କୋଇଲା କ୍ଷେତ୍ରର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପର ମୂଲ୍ୟ ହାରାହାରୀ 40 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ହେବ ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।
****
We had a fruitful Pragati Session this evening. The issues discussed included the progress of the Kedarnath Reconstruction Work. The Uttarakhand Government presented the progress of the work using drone imagery. https://t.co/pMn3cq4v9o
— Narendra Modi (@narendramodi) February 28, 2018
The progress in the implementation of Pradhan Mantri Kaushal Vikas Yojana and the Pradhan Mantri Matru Vandana Yojana were discussed during the Pragati interaction today. Both these initiatives are vital in bringing a positive change in people’s lives.
— Narendra Modi (@narendramodi) February 28, 2018
Next-generation infrastructure is of paramount importance. That is why today during Pragati we took stock of 10 key infrastructure projects in railways, roads, power, petroleum and coal sectors spread across various states.
— Narendra Modi (@narendramodi) February 28, 2018