ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମାଧ୍ୟମରେ 26ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ସକାରାତ୍ମକ ସୁଶାସନ ତଥା ଯୋଜନାଗୁଡ଼ିକର ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ କରାଯିବା ନେଇ ଆଇଟିସିଭିତ୍ତିକ, ବିବିଧ ମଡ଼େଲ ପ୍ଲାଟଫର୍ମ ସଂପର୍କରେ ଆଲୋଚନା କରାଯାଇଥିଲା ।
ଏଯାବତ୍ “ପ୍ରଗତି”ର 25ଟି ବୈଠକ ଅନୁଷ୍ଠିତ ହୋଇସାରିଛି ଏବଂ ପୁନଃପୌନିକ ଭାବେ ସେଥିରେ 227ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ଯେଉଁଥିରେ ମୋଟ 10 ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି । ସେହିଭଳି ଅନେକ ସେକ୍ଟରରେ ଜନ ଅସୁବିଧା ସମାଧାନ ସଂପର୍କରେ ଏହି ବୈଠକମାନଙ୍କରେ ସମୀକ୍ଷା କରାଯାଇଆସୁଛି ।
ଆଜିର ବୈଠକ ଏହି 26ତମ ସଂସ୍କରଣ ଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଥିରେ ଡ଼ାକଘର, ଏବଂ ରେଳବାଇ ସଂପର୍କୀତ ବିଭିନ୍ନ ଜନ ଅସୁବିଧାଗୁଡ଼ିକର ସମାଧାନଜନିତ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଦେଶରେ ପୋଷ୍ଟ ଅଫିସ ତଥା ରେଳ ନେଟୱାର୍କରେ ବିଶେଷ କରି ଭୀମ ଆପ୍ ଜରିଆରେ ଡ଼ିଜିଟାଲ ଅର୍ଥ କାରବାର ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ବୈଠକରେ ରେଳବାଇ, ସଡ଼କ, ପେଟ୍ରୋଲିୟମ ଓ ଶକ୍ତି ସେକ୍ଟରର ନଅଟି ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ହରିଆନା, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ତେଲଙ୍ଗାନା, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ସେଥି ମଧ୍ୟରେ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ ସଡକ ଏବଂ ଚାରି ଧାମ ମହାମାର୍ଗ ବିକାଶ ପରିଯୋଜନା ସାମିଲ ।
ସେହିଭଳି ପ୍ରଧାନମନ୍ତ୍ରୀ ଅମୃତ ମିଶନର କାର୍ଯ୍ୟାନ୍ୱୟନ ସଂପର୍କରେ ସମୀକ୍ଷା କରିଥିଲେ । ଏତଦବ୍ୟତୀତ ଲକ୍ଷ୍ୟ ବିନିର୍ଦ୍ଦିଷ୍ଟ ପିଡ଼ିଏସ କାର୍ଯ୍ୟକ୍ରମର ଆମୂଳଚୂଳ କାର୍ଯ୍ୟଧାରା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।
**********
During today’s Pragati Session we held extensive reviews on aspects relating to railways, postal services and AMRUT Mission. 9 key infra projects including the Western Dedicated Freight Corridor and Char Dham Mahamarg Vikas Pariyojna were also reviewed. https://t.co/hByEXUKdoT
— Narendra Modi (@narendramodi) May 23, 2018