ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୫.୦୫.୨୦୧୬) ତାଙ୍କର ଦ୍ୱାଦଶ ଆଲୋଚନା ବୈଠକ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ଦିଆଯାଉଥିବା ବୃତ୍ତି କିମ୍ବା ଫେଲୋସିପ୍ ସମ୍ପର୍କୀୟ ଅଭିଯୋଗର ସମାଧାନ ନିମନ୍ତେ ନିଆଯାଇଥିବା ପଦେକ୍ଷପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେ ଏଥିରେ ହୋଇଥିବା ବିଳମ୍ବର କାରଣ ଜାଣିବାକୁ ଚାହିଁଥିଲେ ଏବଂ ଛାତ୍ରମାନଙ୍କୁ ପ୍ରଦାନ କରାଯାଉଥିବା ଲାଭରେ ଆଧାର ସଂଯୋଗୀକରଣ କାର୍ଯ୍ୟର ପ୍ରଗତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଅଭିଯୋଗ ଶୁଣାଣିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ବୃତ୍ତି କିମ୍ବା ଫେଲୋସିପ୍ ସମ୍ପର୍କୀୟ ଛାତ୍ରମାନଙ୍କ ଅସୁବିଧାଗୁଡିକର ତ୍ୱରିତ୍ ଏବଂ ସୁଚାରୁ ସମାଧାନ କରିବାକୁ ଲକ୍ଷ୍ୟ ରଖିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।
ଓଡିଶା, ତ୍ରିପୁରା, ମିଜୋରାମ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା, ଛତିଶଗଡ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ପରିବ୍ୟାପ୍ତ ସଡକ, ରେଳପଥ, ଇସ୍ପାତ ଏବଂ ଶକ୍ତି କ୍ଷେତ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ପରିଯୋଜନାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହେବାକୁ ଥିବା ଆଖୁରା-ଅଗରତାଲା ରେଳ ପରିଯୋଜନା ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ ।
ପ୍ରଧାନମନ୍ତ୍ରୀ ଭିଲାଇ ଇସ୍ପାତ କାରଖାନାର ଆଧୁନିକୀକରଣ ଏବଂ ବିସ୍ତାର କାର୍ଯ୍ୟର ସମୀକ୍ଷା କରିଥିଲେ । କାର୍ଯ୍ୟରେ ହୋଇଥିବା ବିଳମ୍ବକୁ ସେ ଗମ୍ଭୀରତା ସହ ନେବା ସଙ୍ଗେ ସଙ୍ଗେ ସବୁ ଅସୁବିଧା ଦୂର କରି କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ଇସ୍ପାତ ଏବଂ ଭାରୀ ଇଞ୍ଜିନିୟରିଂ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ “waste to wealth” ଯୋଜନାର ସମୀକ୍ଷା କରିଥିଲେ । “waste to compost” ଏବଂ “waste to energy” ଏହାର ଦୁଇଟି ଉପାଦାନ । ଏହି ଯୋଜନାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭିନ୍ନ ରାଜ୍ୟ ସେମାନଙ୍କ ବିବରଣୀ ପ୍ରଦାନ କରିଥିଲେ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଯକ୍ଷ୍ମା ରୋଗରେ ମୃତ୍ୟୁହାର କମ୍ କରିବାର ଲକ୍ଷ୍ୟ ରଖି ଆରମ୍ଭ କରାଯାଇଥିବା ପରବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ମଲ୍ଟି-ଡ୍ରଗ ରେଜିଷ୍ଟାଣ୍ଟ ଟ୍ୟୁବରକ୍ୟୁଲୋସିସ ରୋଗର ଲକ୍ଷଣ ଆରମ୍ଭରେ ହିଁ ଜାଣିବା ପାଇଁ ଅଗ୍ରାଧିକାର ଭିତିରେ ଜିଲ୍ଲା ସ୍ତରରେ ଆବଶ୍ୟକ ଯନ୍ତ୍ରପାତି ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ରୋଗ ପ୍ରତିରୋଧକ ଅଭିଯାନରେ ଜିଲ୍ଲା ସ୍ତରରେ ହେବାକୁ ଥିବା କାର୍ଯ୍ୟରେ ପ୍ରଗତିର ସମୀକ୍ଷା ପାଇଁ ମଧ୍ୟ ସେ ଆହ୍ୱାନ କରିଥିଲେ ।
ଶିଶୁ ଏବଂ ମାତୃ ମୃତ୍ୟୁ ହାର (IMR ଓ MMR) କମ୍ କରିବା ଦିଗରେ ହେଉଥିବା କାର୍ଯ୍ୟର ଅଗ୍ରଗତି ଏବଂ ଏଥିପାଇଁ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।
**********
At today's PRAGATI session, reviewed issues relating to disbursement of scholarships/fellowships to students. pic.twitter.com/5ylZmc1WUU
— Narendra Modi (@narendramodi) May 25, 2016
Other issues discussed include modernization & expansion at Bhilai Steel Plant & ‘waste to wealth’ initiative under Swachh Bharat Mission.
— Narendra Modi (@narendramodi) May 25, 2016
Progress under Revised National Tuberculosis Control Programme was also deliberated at the PRAGATI session today. https://t.co/iLUHwAczuo
— Narendra Modi (@narendramodi) May 25, 2016