କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପିୟୂଷ ଗୋୟଲ ମହାଶୟ, ହରଦୀପ ସିଂହ ପୁରୀ ମହାଶୟ, ଶ୍ରୀ ସୋମପ୍ରକାଶ ମହାଶୟ, ଅନୁପ୍ରିୟା ପଟେଲ ମହାଶୟ, ଅନ୍ୟ ଜନପ୍ରତିନିଧି ଗଣ, ଅତିଥିଗଣ, ଭଦ୍ରମହିଳା ଓ ଭଦ୍ର ବ୍ୟକ୍ତିଗଣ,
ମୁଁ ଦିଲ୍ଲୀର ଲୋକମାନଙ୍କୁ, ନୋଏଡା- ଗାଜିଆବାଦର ଲୋକମାନଙ୍କୁ, ଏନସିଆରର ଲୋକମାନଙ୍କୁ ଏବଂ ସମଗ୍ର ଦେଶରୁ ଯେଉଁମାନଙ୍କୁ ଦିଲ୍ଲୀ ଆସିବାର ସୁଯୋଗ ମିଳିଥାଏ, ସେହି ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଆଜି ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ତରଫରୁ ଆଧୁନିକ ଭିତିଭୂମିର ଏକ ବହୁତ ହିଁ ସୁନ୍ଦର ଉପହାର ମିଳିଛି।
ଏବେ ଯେତେବେଳେ ମୁଁ ଟନେଲ ଦେଇ ଅତିକ୍ରମ କରୁଥିଲି ତେବେ ମନରେ ବହୁତ ଗୁଡ଼ାଏ କଥା ଆସୁଥିଲା। ଏତେ କମ୍ ସମୟ ମଧ୍ୟରେ ଏହି ସମନ୍ୱିତ ଟ୍ରାଞ୍ଜିଟ କରିଡରକୁ ପ୍ରସ୍ତୁତ କରିବା ଟିକେ ହେଲେ ମଧ୍ୟ ସହଜ ନ ଥିଲା। ଯେଉଁ ସଡ଼କ ଆଖପାଖରେ ଏହି କରିଡର ନିର୍ମିତ ହୋଇଛି ତାହା ହେଉଛି ଦିଲ୍ଲୀର ସବୁଠାରୁ ବ୍ୟସ୍ତତମ ସଡ଼କ ମଧ୍ୟରୁ ଅନ୍ୟତମ। ପ୍ରତ୍ୟେକ ଦିନ ଲକ୍ଷ- ଲକ୍ଷ ଗାଡ଼ି ଯାତାୟତ କରିଥାଆନ୍ତି। ଆଉ ଏହି ଯେଉଁ ଟନେଲ ନିର୍ମାଣ କରାଯାଇଛି, ତାହା ଉପରେ ତ ସାତୋଟି ରେଳ ଲାଇନ ଯାଇଛି। ଏହି ସବୁ ଅସୁବିଧା ଜନକ ପରିସ୍ଥିତି ମଧ୍ୟରେ କରୋନା ଆସି ପହଂଚିଗଲା, ସେ ନୂତନ ପରିସ୍ଥିତି ସୃଷ୍ଟି କଲା। ଆଉ ଆମ ଦେଶରେ ଏଭଳି କିଛି ମଧ୍ୟ କାର୍ଯ୍ୟ କରନ୍ତୁ ଯାହା ନ୍ୟାୟପାଳିକାର କବାଟ ଠକ୍ଠକ୍ କରିବା ବାଲା ଲୋକଙ୍କର କିଛି ଅଭାବ ନାହିଁ। ପ୍ରତ୍ୟେକ କଥାରେ ଗୋଡ ଟାଣିବାବାଲା ଅଛନ୍ତି।
ଦେଶକୁ ଆଗକୁ ନେଇଯିବାକୁ ହେଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ପ୍ରକଳ୍ପକୁ ମଧ୍ୟ ସେହିଭଳି କିଛି ଅସୁବିଧା ମଧ୍ୟ ଦେଇ ଗତି କରିବାକୁ ପଡ଼ିଲା। କିନ୍ତୁ ଏହା ହେଉଛି ନୂତନ ଭାରତ। ସମସ୍ୟା ଗୁଡ଼ିକର ସମାଧାନ ମଧ୍ୟ କରିଥାଏ, ନୂତନ ସଂକଳ୍ପ ମଧ୍ୟ ଗ୍ରହଣ କରିଥାଏ ଆଉ ସେହି ସଂକଳ୍ପ ଗୁଡ଼ିକୁ ସିଦ୍ଧି କରିବା ପାଇଁ ଅହର୍ନିଶି ପ୍ରୟାସ କରେ। ଆମର ଯେଉଁ ଇଂଜିନିୟର୍ସ, ଆମର ଶ୍ରମିକ, ମୁଁ ଏ ସମସ୍ତଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି। ସେମାନେ ଯେଉଁ ଦୃଢ଼ ମନୋବଳ ସହିତ, ପରିଶ୍ରମ ସହିତ ଆଉ ବହୁତ ହିଁ ପାରସ୍ପରିକ ପ୍ରୟାସର ଫଳାଫଳ ସ୍ୱରୂପ, ଆଉ ଏକ ପ୍ରକଳ୍ପ ପରିଚାଳନାର ଉତମ ଉଦାହରଣକୁ ପ୍ରସ୍ତୁତ କରି ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛନ୍ତି। ମୋର ଯେଉଁ ଶ୍ରମିକ ଭାଇ- ଭଉଣୀମାନେ ନିଜର ଝାଳ ବୁହାଇଛନ୍ତି ସେ ସମସ୍ତ, ସେ ସମସ୍ତଙ୍କୁ ମୁଁ ହୃଦୟର ସହିତ ବହୁତ- ବହୁତ ଅଭିନନ୍ଦନ ଜଣାଉଛି।
ସାଥୀଗଣ,
ଏହି ସମନ୍ୱିତ ଟ୍ରାଞ୍ଜିିଟ କରିଡର, ପ୍ରଗତି ମଇଦାନ ପ୍ରଦର୍ଶନୀ ସ୍ଥଳକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ରୂପାନ୍ତରଣ କରିବାର ଅଭିଯାନର ହେଉଛି ଏକ ଅଂଶ। ଦଶକ- ଦଶକ ପୂର୍ବରୁ ଭାରତର ପ୍ରଗତିକୁ ଭାରତୀୟଙ୍କ ସାମର୍ଥ୍ୟ, ଭାରତର ଉତ୍ପାଦନର, ଆମର ସଂସ୍କୃତିକୁ ସୋକେଶ୍ କରିବା ପାଇଁ ପ୍ରଗତି ମଇଦାନର ନିର୍ମାଣ ହୋଇଥିଲା। କିନ୍ତୁ ତା’ପରେ ଭାରତ ବହୁତ ପରିବର୍ତନ ହୋଇଯାଇଛି, ଭାରତର ସାମର୍ଥ୍ୟ ବଦଳିଯାଇଛି, ଆମର ଆବଶ୍ୟକତା ଗୁଡ଼ିକ ମଧ୍ୟ ବହୁଗୁଣରେ ବଢ଼ିଯାଇଛି, କିନ୍ତୁ ଏହା ହେଉଛି ଦୁର୍ଭାଗ୍ୟ ଯେ ପ୍ରଗତି ମଇଦାନର ଅଧିକ ପ୍ରଗତି ହୋଇନାହିଁ, ନଚେତ ସର୍ବପ୍ରଥମେ ଏହି ପ୍ରଗତି ମୈଦାନର ପ୍ରଗତି ହେବାର ଆବଶ୍ୟକତା ଥିଲା, ତାହା ହିଁ ହୋଇ ନପାରି ରହିଗଲା। ଦେଢ଼ ଦଶକ ପୂର୍ବେ ଏଠାରେ ସୁବିଧା ଗୁଡ଼ିକର ସଂପ୍ରସାରିତ ଯୋଜନା ପ୍ରସ୍ତୁତ ହେଲା ତ, ତାହା କାଗଜ ଉପରେ ଥିଲା, ଏବେ ଏହା ତ ଫେସନ ହୋଇଥାଏ, ଘୋଷଣା କରନ୍ତୁ, କାଗଜ ଉପରେ ଦେଖାଇ ଦିଅନ୍ତୁ, ଦୀପ ଜଳାଇ ଦିଅନ୍ତୁ, ଫିତା କାଟି ଦିଅନ୍ତୁ, ଖବରକାଗଜରେ ମୁଖ୍ୟାଂଶ କରି ଦିଅନ୍ତୁ ଆଉ ପୁଣି ଆପଣ ଆପଣଙ୍କ କାର୍ଯ୍ୟରେ ମୁଁ ମୋ କାର୍ଯ୍ୟରେ, ଏହା ଚାଲୁ ରହିଥିଲା।
ଦେଶର ରାଜଧାନୀରେ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଉତ୍କର୍ଷ କେନ୍ଦ୍ରର ସୁବିଧା ରହିଥିବ, ପ୍ରଦର୍ଶନୀ ହଲ ରହିଥିବ, ଏବେ ଏହାକୁ ଧ୍ୟାନରେ ରଖି ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମର ଏହି ଦିଲ୍ଲୀରେ ମଧ୍ୟ ଦ୍ୱାରକାରେ ନିର୍ମାଣ କରାଯାଉଥିବା ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଏବଂ ପ୍ରଦର୍ଶନ କେନ୍ଦ୍ର ଏବଂ ପ୍ରଗତି ମଇଦାନରେ ପୁନଃପ୍ରଗତିଶୀଳ ପ୍ରକଳ୍ପ, ନିଜକୁ ନିଜ ମଧ୍ୟରେ ଏକ ଉଦାହରଣ ହେବାକୁ ଯାଉଛି।
ଗତ ବର୍ଷ ମୋତେ 4ଟି ପ୍ରଦର୍ଶନୀ ହଲର ଉଦଘାଟନ କରିବାର ସୁଯୋଗ ମିଳିଥିଲା ଆଉ ଆଜି ଯୋଗାଯୋଗର ଏହି ଆଧୁନିକ ସୁବିଧାର ଲୋକାର୍ପଣ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ଏହି ଆଧୁନିକ ନିର୍ମାଣ, ଦେଶର ରାଜଧାନୀର ଛବିକୁ ପରିବର୍ତନ କରୁଛି, ତାହାକୁ ଆହୁରି ଆଧୁନିକ କରୁଛି। ଆଉ ଏହା କେବଳ ଛବି ପରିବର୍ତନ ପାଇଁ ନୁହେଁ, ଏହି ଛବି ଏଇଥିପାଇଁ ପରିବର୍ତନ କରାଯାଉଛି ଯେ ତାହା ଭାଗ୍ୟ ପରିବର୍ତନର ମଧ୍ୟ ଏକ ମାଧ୍ୟମ ହୋଇ ପାରିବ।
ସାଥୀଗଣ,
ଦିଲ୍ଲୀରେ କେନ୍ଦ୍ର ସରକାରଙ୍କର ଯେତିକି ଗୁରୁତ୍ୱ ଆଧୁନିକ ଭିତିଭୂମି ଉପରେ ରହିଛି, ଆଧୁନିକୀକରଣ ଉପରେ ରହିଛି, ଏହାର ସିଧା ସଳଖ ପରିଣାମ ଆଉ ଏହା ପଛର ସ୍ପଷ୍ଟ ଉଦ୍ଦେଶ୍ୟ ସହଜରେ ସହାବସ୍ଥାନ (ଇଜ୍ ଅଫ୍ ଲିଭିଙ୍ଗ୍) ଉପରେ ରହିଛି। ସାଧାରଣ ମନୁଷ୍ୟଙ୍କର କମ୍ ଅସୁବିଧା ହେଉ, ତାଙ୍କ ଜୀବନରେ ସୁବିଧାମାନ ବଢ଼ୁ, ସହଜତା, ସରଳତା, ସ୍ୱାଭାବିକତା… ଏହା ବ୍ୟବସ୍ଥା ଗୁଡ଼ିକ ମାଧ୍ୟମରେ ଉପଲବ୍ଧ ହେଉ ଏବଂ ଏହା ସହିତ ଏବେ ଆମେ ଯେତେବେଳେ ମଧ୍ୟ ବିକାଶ କରିବା ତ ତାହା ପରିବେଶ ସଚେତନ ଯୋଜନା ହେବା ଆବଶ୍ୟକ। ପରିବେଶ ପ୍ରତି ସମ୍ବେଦନଶୀଳ ହେବା ଉଚିତ। ଜଳବାୟୁ ଚିନ୍ତା କରିବା ଭଳି ହେବା ଦରକାର; ଏହି ସମସ୍ତ କଥା ଗୁଡ଼ିକୁ ଧ୍ୟାନରେ ରଖି ଆଗକୁ ବଢ଼ୁଛୁ।
ଗତ ବର୍ଷ ମୋତେ ପ୍ରତିରକ୍ଷା ପରିସରର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ଏହା ହେଉଛି ଆମ ଦେଶର ଦୁର୍ଭାଗ୍ୟ ଯେ ବହୁତ ଗୁଡ଼ିଏ ଭଲ ଜିନିଷ, ଭଲ ଉଦ୍ଦେଶ୍ୟ ନେଇ କରାଯାଇଥିବା ଜିନିଷ ତାହା ଏଭଳି ରାଜନୈତିକ ରଙ୍ଗରେ ଫସି ଯାଉଛି ଆଉ ଗଣମାଧ୍ୟମକୁ ମଧ୍ୟ ବାଧ୍ୟତାମୂଳକ ଭାବେ ନିଜର ଟିଆରପି କାରଣରୁ ତାହାକୁ ମଧ୍ୟ ସେହି ଘଟଣାକୁ ଟାଣି ନେବା ପାଇଁ ବାଧ୍ୟ ହେଉଛି। ମୁଁ ଏହି ଉଦାହରଣ ଆପଣମାନଙ୍କୁ ଦେଉଛି ଫଳରେ ଆପଣମାନେ ବୁଝିପାରିବେ ଯେ କ’ଣ ହୋଇଥିଲା। ଯେଉଁମାନେ ଦିଲ୍ଲୀ ସହିତ ପରିଚିତ ଅଛନ୍ତି, ସେମାନେ ଭଲଭାବେ ଜାଣିଛନ୍ତି ଯେ ସେନା ସହିତ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ, ଅର୍ଥାତ କେତେ ବର୍ଷ ହୋଇଗଲାଣି ଆପଣମାନେ ଅନୁମାନ ଲଗାଇ ପାରୁଥିବେ। ଆମର ଏଠାରେ ରାଷ୍ଟ୍ରପତି ଭବନର ସେହି ଅଂଚଳରେ କିଛି କୁଡ଼ିଆ ଘର ତିଆରି ହୋଇଥିଲା। ଛୋଟ- ଛୋଟ ଝୋପଡ଼ି ଭଳି ଲାଗୁଥିଲା, ଆପଣମାନେ ଦେଖିଥିବେ। ସବୁ କାର୍ଯ୍ୟ ସେହିଥିରେ ଚଳୁଥିଲା, ସେ ଜରାଜୀର୍ଣ୍ଣ ହୋଇ ଯାଇଥିଲା ଏବଂ ବହୁତ ବିଶାଳ ଜମି ଉପରେ ଖେଳାଇ ହୋଇ ଯାଇଥିଲା। ତା’ପରେ ତ ବହୁତ ସରକାର ଗଠନ ହେଲେ। ଆପଣମାନଙ୍କୁ ଜଣାଅଛି କ’ଣ ହେଲା, ମୁଁ କହିବାକୁ ଚାହୁଁନାହିଁ। ଆମ ସରକାର କେଜି ମାର୍ଗ ଏବଂ ଆଫ୍ରିକା ଏଭେନ୍ୟୁରେ ଇକୋ- ଫ୍ରେଣ୍ଡଲି ଘର ନିର୍ମାଣ କଲେ ଆଉ ଏ ଯେଉଁ ଝାଟିମାଟିର କୁଡ଼ିଆ ଭଳି ଅବସ୍ଥାରେ ପ୍ରତିରକ୍ଷାର କାର୍ଯ୍ୟ 80 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ଏବେ ସେଠାରୁ ତାଙ୍କୁ ଉଠାଇ ଏକ ଭଲ ପରିବେଶରେ ସେନା ପାଇଁ ବ୍ୟବସ୍ଥା ସ୍ଥାପନ କଲୁ ଆମେ। ଆମେ ସେନା ପାଇଁ ଏଭଳି ବ୍ୟବସ୍ଥା କଲୁ। ଏହି ଦଶକ- ଦଶକର ପୁରୁଣା ଅଫିସ ସ୍ଥାନାନ୍ତର କରିବା କାରଣରୁ ଏକ ପକ୍ଷରେ ତ, ସେମାନଙ୍କୁ ଏଭଳି ପରିବେଶ ମିଳିଛି, ସେନାର ଲୋକମାନଙ୍କୁ କାର୍ଯ୍ୟ କରିବାରେ ଯେଉଁ ସୁବିଧା ମିଳିଛି, ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରିବା ପାଇଁ ଯେଉଁ ପ୍ରକାରର ଭିତିଭୂମିର ଆବଶ୍ୟକତା ପଡ଼ିଥାଏ, ସେ ସମସ୍ତ କଥାଗୁଡ଼ିକୁ ଧ୍ୟାନରେ ରଖି ତାହାକୁ ନିର୍ମାଣ କରିଛୁ ଆଉ ସମ୍ପୂର୍ଣ୍ଣ ନିର୍ମାଣକୁ ଇକୋ- ଫ୍ରେଣ୍ଡଲି ବା ପର୍ଯ୍ୟାବରଣ ଅନୁକୂଳ କରାଯାଇଛି।
ଆଉ ଏପଟେ କ’ଣ ପରିଣାମ ହେଲା, ଏ ସମସ୍ତ ଅଫିସରେ ଆଉ ଯଦି ସେଠାକାର କାର୍ଯ୍ୟ କରିବାର ପରିବେଶ ଭଲ ହୋଇଥାଆନ୍ତା ତେବେ ଆଉଟକମ୍ ମଧ୍ୟ ବହୁତ ଭଲ ହୋଇ ଥାଆନ୍ତା। କିନ୍ତୁ ଏହି ଅଫିସଗୁଡ଼ିକୁ ସ୍ଥାନାନ୍ତର କରିବା କାରଣରୁ ବହୁ ଏକରର ଜମି, ଏତେ ବଡ଼ ମୂଲ୍ୟବାନ ଜମି, ଏହା ମୁକ୍ତ ହୋଇଗଲା ଆଉ ଯେଉଁଥିରେ ଲୋକମାନଙ୍କର ସୁବିଧା ସୁଯୋଗ ପାଇଁ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ମୁଁ ଖୁସି ଯେ ସେଂଟ୍ରାଲ ଭିସ୍ତା ଏବଂ ଦେଶର ନୂତନ ସଂସଦ ଭବନର ମଧ୍ୟ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲୁ ରହିଛି। ଆଗାମୀ ଦିନମାନଙ୍କରେ ଭାରତର ରାଜଧାନୀ ବିଷୟରେ ଚର୍ଚ୍ଚା ହେବ, ପ୍ରତ୍ୟେକ ହିନ୍ଦୁସ୍ତାନୀ ଏହି କଥାକୁ ନେଇ ଗର୍ବର ସହିତ କହିବେ ଏଭଳି ମୋର ଦୃଢ଼ ବିଶ୍ୱାସ ରହିଛି।
ସାଥୀଗଣ,
ଏ ଯେଉଁ ସମନ୍ୱିତ ଟ୍ରାଞ୍ଜିଟ କରିଡର ସରକାର ନିର୍ମାଣ କରାଇଛନ୍ତି, ସେଥିରେ ମଧ୍ୟ ଆଧୁନିକ ଭିତିଭୂମି, ଏବଂ ପରିବେଶର ଏହି ଦୃଷ୍ଟିକୋଣ ରହିଛି, ଏହି ସମନ୍ୱୟ ରହିଛି। ପ୍ରଗତି ମଇଦାନ ଆଖପାଖର ଏହି ସମ୍ପୂର୍ଣ୍ଣ ଅଂଚଳ ହେଉଛି ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳ ମଧ୍ୟରୁ ଗୋଟିଏ। ଏଠାକାର ଲୋକମାନଙ୍କୁ ବର୍ଷ ବର୍ଷ ଧରି ଟ୍ରାଫିକ ଜନିତ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡ଼ିଛି। ଆଇଟିଓ ଛକରେ କେତେ ଅଧିକ ପରିମାଣରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଏହା ଆମେ ସମସ୍ତେ ଭଲ ଭାବେ ଜାଣିଛନ୍ତି।
ଆଉ ଯେତେବେଳେ ମୋର କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଥିଲା, ମୁଁ 50 ଥର ଚିନ୍ତା କରୁଛି, ମୋର ଏସପିଜି ଇତ୍ୟାଦିଙ୍କୁ କହେ ଯେ ହୁଏତ ମୋତେ ସକାଳ 5 ଟା ବେଳେ ବାହାର କରି ଦିଅ କିମ୍ବା ଡେରି ରାତି ସମୟରେ ମୋତେ ସେଠାରୁ ବାହାର କର ଫଳରେ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ୁ, ଦୟାକରି ଦିନ ସମୟରେ ସେହି ରାସ୍ତା ଦେଇ ନିଅନ୍ତୁ ନାହିଁ, ଲୋକମାନେ ବ୍ୟସ୍ତ ହେଉଛନ୍ତି। ମୁଁ ଯେତିକି ଯେମିତି ପାରିବି ନିଜେ ସେତିକି ଚେଷ୍ଟା କରେ ସେପଟ ଦେଇ ନଯିବା ପାଇଁ। କିନ୍ତୁ ବେଳେ ବେଳେ ବାଧ୍ୟ ହୋଇପଡ଼େ। ଆଜି ଏହି ନିର୍ମାଣ କାରଣରୁ ଏ ଯେଉଁ ଦେଢ଼ କିଲୋମିଟରରୁ ଅଧିକ ଦୀର୍ଘ ସୁଢ଼ଙ୍ଗ ହୋଇଛି, ଏ ଯେଉଁ ଟନେଲ ହୋଇଛି, ଏହାଦ୍ୱାରା ପୂର୍ବ ଦିଲ୍ଲୀ, ନୋଏଡ଼ା ଆଉ ଗାଜିଆବାଦ ଆଡ଼ୁ ପ୍ରତ୍ୟେକ ଦିନ ଯିବା- ଆସିବା କରୁଥିବା ହଜାର- ହଜାର ସାଥୀମାନଙ୍କୁ ବହୁତ ବଡ଼ ଆଶ୍ୱସ୍ତି ମିଳିବ। ଏହି ସମନ୍ୱିତ ଟ୍ରାଞ୍ଜିଟ କରିଡର ଦ୍ୱାରା ଦିଲ୍ଲୀର ଲୋକମାନଙ୍କର ସମୟ ବଂଚିବ, ଗାଡ଼ିମାନଙ୍କରେ ଇନ୍ଧନ ବଂଚିବ। ଏବେ ମୋତେ ଉପସ୍ଥାପନା ଦେଉଥିଲେ ସେଥିରେ କହୁଥିଲେ, 55 ଲକ୍ଷ ଲିଟର ପେଟ୍ରୋଲ ସଂଚୟ ହେବାକୁ ଯାଉଛି, ଅର୍ଥାତ ଏହା ନାଗରିକମାନଙ୍କର ପକେଟର ପଇସା ବଂଚିବାକୁ ଯାଉଛି।
ଯଦି ମୁଁ କାହାକୁ 100 ଟଙ୍କା ଦେବା ପାଇଁ ଘୋଷଣା କରୁଛି ତେବେ ମୋ ଦେଶରେ ଏହା ହେଡ଼ଲାଇନ୍ ହୋଇ ଯାଉଛି। କିନ୍ତୁ ମୁଁ ଯଦି ଏଭଳି ବ୍ୟବସ୍ଥା କରିବି ଯାହାଦ୍ୱାରା ତାହାର ଦୁଇଶହ ଟଙ୍କା ସଂଚୟ ହୋଇ ପାରିବ, ତେବେ ତାହା ଖବରରେ ଆସେ ନାହିଁ। ତାହାର କୌଣସି ମାହାତ୍ମ୍ୟ ହିଁ ନାହିଁ କାରଣ ସେଥିରେ ରାଜନୈତିକ ମାଇଲେଜ ନାହିଁ। କିନ୍ତୁ ଯଦି ଦେଶର ଭଲ କରିବାର ଅଛି ତେବେ ଆମକୁ ସ୍ଥାୟୀ ବ୍ୟବସ୍ଥା ଗୁଡ଼ିକୁ ବିକଶିତ କରି ଜନ ସାଧାରଣଙ୍କ ସୁବିଧା ଆଉ ତାଙ୍କର ବୋଝ କମ୍ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ।
ଏବେ ଟ୍ରାଫିକ ଜାମ୍ ବଂଚିବ, ଦିଲ୍ଲୀର ପର୍ଯ୍ୟାବରଣ ସୁରକ୍ଷିତ ରହିବ। ଆମେ ଆରାମରେ କହି ଦେଉଛୁ ଟାଇମ ଇଜ୍ ମନି ଅର୍ଥାତ ସମୟ ହେଉଛି ଅର୍ଥ, ବଡ଼ ସରଳ ଭାବେ କହିଦେଉଛୁ। ଏବେ ଏହି ଟନେଲ ନିର୍ମାଣ ହେବା କାରଣରୁ ସମୟ ବଂଚିବ ତ କେତେ ପରିମାଣରେ ଟଙ୍କା ବଂଚିବ ଏହା ମଧ୍ୟ ତ ଚିନ୍ତା କରିବା ଦରକାର। ଲୋକକଥା ପାଇଁ ଟାଇମ ଇଜ୍ ମନି ଠିକ୍ ଅଛି, କିନ୍ତୁ ଏଠାରେ ଭାରତ ସରକାରଙ୍କ ସୁବିଧା କରାଇବା ଦ୍ୱାରା ସମୟ ବଂଚିଗଲା ତ ଟଙ୍କା ବଂଚିଗଲା, ତାହା କହିବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି। ଅର୍ଥାତ ଆମେ ଚିନ୍ତା କରିବାର ଉପାୟକୁ ମଧ୍ୟ, ଆମର ପୁରୁଣା ଅଭ୍ୟାସ, ପୁରୁଣା ଜିନିଷକୁ ରଖି- ରଖି ଦେଖିବାର ଅଭ୍ୟାସ ବଦଳରେ ବାହାରକୁ ଆସିବାର ଆବଶ୍ୟକତା ରହିଛି।
ଏକ ଆକଳନ କରାଯାଇଛି ଯେ, ଏହି କରିଡର କାରଣରୁ ପ୍ରଦୂଷଣ ଯେତିକି କମ୍ ହେବ, ସେପରି କରିବା ପାଇଁ ଯେଭଳି ଆମର ପୀୟୂଷ ଭାଇ କହିଲେ, 5 ଲକ୍ଷ ଗଛଠାରୁ ଯେଉଁ ସାହାଯ୍ୟ ମିଳେ ସେହି ସାହାଯ୍ୟ ଏହି ଟନେଲ କାରଣରୁ ମିଳିବାକୁ ଯାଉଛି। ଏହାର ଅର୍ଥ ଏହା ନୁହେଁ ଯେ ଗଛ ଲଗାଇବା ହିଁ ନାହିଁ। ଆଉ ମୁଁ ଖୁସି ହେଲି ଯେ ଏହି ପ୍ରକଳ୍ପ ସହିତ ଗଛ ଲଗାଇବାର କାର୍ଯ୍ୟକ୍ରମ ମଧ୍ୟ ହେଲା ଯମୁନା କୂଳରେ, ଆଉ ସେହି କାର୍ଯ୍ୟ ମଧ୍ୟ ପୂରଣ କଲେ ଅର୍ଥାତ ଡବଲ ଲାଭ କରି ଦେଲେ। ଅର୍ଥାତ ଆମ ସରକାରଙ୍କ ଦ୍ୱାରା ନୂତନ ବୃକ୍ଷରୋପଣ ସହିତ ହିଁ, ଯେଉଁ କାରଣ ଦ୍ୱାରା ପ୍ରଦୂଷଣ ବୃଦ୍ଧି ହେଉଛି, ସେଥିରେ କେତେ ପରିମାଣରେ ହ୍ରାସ କରି ପାରିବା, ଟେକ୍ନୋଲୋଜିର ଉପଯୋଗ କରି କିପରି କରି ପାରିବା, ସେହି ଦିଗରେ କାର୍ଯ୍ୟ କରାଯାଉଛି।
ଏବେ ନିକଟରେ ଭାରତ ପେଟ୍ରୋଲରେ 10 ପ୍ରତିଶତ ଇଥାନଲ ବ୍ଲେଡିଂର ଲକ୍ଷ୍ୟକୁ ପ୍ରାପ୍ତ କରିଛି। ଏହା ହେଉଛି ଏକ ବହୁତ ବଡ଼ ସଫଳତା ଆଜ୍ଞା। ଭାରତର ଆବଶ୍ୟକତାର 10 ପ୍ରତିଶତ ଇଥାନଲ ଆଖୁରୁ ପ୍ରସ୍ତୁତ ହୋଇଛି, ଆବର୍ଜନାରୁ ପ୍ରସ୍ତୁତ ହୋଇଥିବା ଇଥାନଲ ଆଜି ଆମର ଗାଡିଗୁଡ଼ିକୁ ଦୌଡ଼ାଉଛି, ଆମର ଗତିକୁ ଶକ୍ତି ପ୍ରଦାନ କରୁଛି। ଆଉ ଏହି କାର୍ଯ୍ୟକୁ ଆମେ ଆମର ଯେଉଁ ଧାର୍ଯ୍ୟ ସମୟ ଥିଲା ତା’ପୂର୍ବରୁ କରି ଦେଲୁ, କେତେ ମାସ ପୂର୍ବରୁ ପୂରଣ କରି ଦେଲୁ। ପେଟ୍ରୋଲରେ ଇଥାନଲ ବ୍ଲେଡିଂର ଏହି ଅଭିଯାନ ଆମର ପ୍ରଦୂଷଣକୁ କମ୍ କରୁଛି, ଆମର କୃଷକମାନଙ୍କର ଆୟକୁ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରୁଛି କାରଣ ତାହାର ଯେଉଁ ଆବର୍ଜନା ରହିଛି ତାହା ସର୍ବୋତମ ଉପଯୋଗ ଏଠାରେ ହୋଇ ପାରୁଛି।
ସାଥୀଗଣ,
ଦିଲ୍ଲୀ- ଏନସିଆରର ସମସ୍ୟାଗୁଡ଼ିକ ସମାଧାନ ପାଇଁ ବିଗତ 8ବର୍ଷରେ ଆମେ ଅଦ୍ଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛୁ। ଗତ 8 ବର୍ଷରେ ଦିଲ୍ଲୀ- ଏନସିଆରରେ ମେଟ୍ରୋ ରେଳ ସେବାର ପରିସର 193 କିଲୋମିଟରରୁ ପ୍ରାୟ 400 କିଲୋମିଟର ପର୍ଯ୍ୟନ୍ତ ପହଂଚି ସାରିଛି, ଡବଲରୁ ମଧ୍ୟ ଅଧିକ। ଯଦି କିଛି ନାଗରିକ ସଂକଳ୍ପ କରି ନେଇଯିବେ ଯେ, ମୁଁ ମୋର ଯାତ୍ରା ପାଇଁ ଯେଉଁ ଯାନ ବ୍ୟବହାର କରୁଛି, ଅତି କମ୍ରେ ତାହାର 10 ପ୍ରତିଶତ ମେଟ୍ରୋର ଉପଯୋଗ କରିବି। ହୋଇପାରେ ମେଟ୍ରୋରେ ସାମାନ୍ୟ ଭିଡ଼ ବଢ଼ିଯିବ କିନ୍ତୁ ଏତେ ଛୋଟିଆ କର୍ତବ୍ୟ ମଧ୍ୟ ଆମର ରହିଛି, ଆମେ ଦିଲ୍ଲୀର ଜୀବନକୁ କେତେ ସହାୟତା କରି ପାରିବା ଆଉ ଜଣେ ନାଗରିକ ସହିତ ଏହି କର୍ତବ୍ୟ ଭାବର ଆନନ୍ଦ କେତେ ମିଳିପାରେ, ତାହା ମଧ୍ୟ ଏକ ଅନୁଭବର ବିଷୟ।
ଆଉ କେବେ- କେବେ ସାଧାରଣ ଲୋକଙ୍କ ଗହଣରେ ଯାତ୍ରା କରିବା ତାହା ମଧ୍ୟ ହେଉଛି ଏକ ଭିନ୍ନ ଆନନ୍ଦ। ସେମାନଙ୍କ ଜୀବନକୁ ଜାଣିବା- ବୁଝିବାର ସେହି ପାଂଚ- ଦଶ ମିନିଟରେ ମଧ୍ୟ ଟିକେ- ସୁଯୋଗ ମିଳିଯାଇଥାଏ। ଅର୍ଥାତ ହେଉଛି ବହୁତ ଗୁଡିଏ ସୁବିଧା। ଆଉ ମେଟ୍ରୋରେ ଯଦି ଯାତ୍ରୀଙ୍କ ସଂଖ୍ୟା ଟିକେ ଅଧିକ ରହିଲା ତେବେ ତାହା ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ଟିକେ ସୁବିଧାଜନକ ହେବ। ଆମେ ସବୁ ମିଳିମିଶି ଏହି ସବୁ ଜିନିଷକୁ ଚଳାଇବା ତେବେ କେତେ ବଡ଼ ଲାଭ ହେବ। କିନ୍ତୁ ଦିଲ୍ଲୀ- ଏନସିଆରରେ ମେଟ୍ରୋର ବୃଦ୍ଧିପାଉଥିବା ନେଟୱର୍କ ଯୋଗୁଁ ହଜାର- ହଜାର ଗାଡି ଏବେ କମ୍ ସଂଖ୍ୟାରେ ସଡ଼କରେ ଚାଲୁଛି, ତାହା ଅଧିକ ହୋଇ ପାରିବ ଆଉ ଏହାଦ୍ୱାରା ପ୍ରଦୂଷଣ ହ୍ରାସ କରିବାରେ ବହୁତ ସହାୟତା ମିଳୁଛି।
ପୂର୍ବ ଏବଂ ପଶ୍ଚିମ ପେରିଫେରିଆଲ ଏକ୍ସପ୍ରେସ ୱେ ଦ୍ୱାରା ଦିଲ୍ଲୀକୁ ବହୁତ ଆସ୍ୱସ୍ତି ମିଳିଛି। ହଜାର- ହଜାର ସଂଖ୍ୟାରେ ଟ୍ରକ ସିଧା ସଳଖ ବାହାରେ ବାହାରେ ପଳାଇ ଯାଉଛନ୍ତି। ଦିଲ୍ଲୀର ଆନ୍ତରାଜ୍ୟ ଯୋଗାଯୋଗ କ୍ଷେତ୍ରରେ ଅଦ୍ଭୁତପୂର୍ବ ମାତ୍ରାରେ, ଅଦ୍ଭୁତପୂର୍ବ ଗତିରେ ଆଜି କାର୍ଯ୍ୟରେ ଆସୁଥିବା ପରିଚୟ ମିଳିଯାଇଛି। ଏବେ ଦେଖନ୍ତୁ ଦିଲ୍ଲୀ- ମିରଟ ଏକ୍ସପ୍ରେସ ୱେ ଦିଲ୍ଲୀ- ମିରଟ ମଧ୍ୟରେ ଦୂରତାକୁ ଏବେ ଏକ ଘଂଟାରେ ସୀମିତ କରି ରଖି ଦେଇଛି। ପୂର୍ବରୁ ଲୋକ ଯେଉଁ ହରିଦ୍ୱାର, ଋଷିକେଶ ଯିବାର ଅଭ୍ୟାସ ରଖୁଥିଲେ ଆଉ ଦେହରାଡୁନ ଯିବାର ଅଭ୍ୟାସ ରଖୁଥିଲେ, ଆଠ-ଆଠ, ନଅ- ନଅ ଘଂଟା ଲାଗୁଥିଲା। ଆଜି ଚାରି ଘଂଟା, ସାଢେ ଚାରି ଘଂଟାରେ ଏବେ ଦିଲ୍ଲୀରୁ ବାହାରି ସେଠାରେ ପହଂଚି ଯାଉଛନ୍ତି।
ଏବେ ସମୟର ଶକ୍ତି କ’ଣ ହୋଇଥାଏ, ମୁଁ ଏବେ କାଶୀ ରେଳ ଷ୍ଟେସନକୁ ଯାଇଥିଲି। ସେଠାକର ସାଂସଦ ଅଛି, ଆଉ ଟିକେ ସେଠାକାର ଲୋକଙ୍କ ସମସ୍ୟା ହେଲେ ରାତି ଗୋଟାଏ, ଦେଢଟାରେ ଚାଲି ଯାଇଥାଏ। ତେବେ ମୁଁ କାଶୀ ରେଳ ଷ୍ଟେସନକୁ ଗଲି, ମୁଁ କହିଲି ଦେଖିବା ନାଗରିକଙ୍କ ପାଇଁ କ’ଣ କ’ଣ ସବୁ ବ୍ୟବସ୍ଥା ରହିଛି। ତେଣୁ ମୁଁ ସବୁ ଦେଖୁଥିଲି, ପୁଣି ମୁଁ ସେଠାକାର ଯେଉଁମାନେ ରେଲୱର କାମ ଦେଖୁଥିଲେ ସେମାନଙ୍କୁ ଯାଇ ଟ୍ରାଫିକ ସମ୍ବନ୍ଧରେ, ଟ୍ରେନ ବ୍ୟବସ୍ଥା ସଂପର୍କରେ ପଚାରିଲି। ସେ ମୋତେ କହିଲେ ଯେ, ସାହାବ ଏଠାରେ ବନ୍ଦେ ଭାରତ ଟ୍ରେନ, ତାହାର ଅଧିକ ଚାହିଦା ରହିଛି। ମୁଁ କହିଲି ଭାଇ ଟିକେ ଅଧିକ ମହଙ୍ଗା ମଧ୍ୟ ଆଉ.. ନାହିଁ ବଡ଼ ସାହାବ, ଆଜି ଗରିବ ଲୋକ ସବୁଠାରୁ ଅଧିକ ବନ୍ଦେ ଭାରତରେ ଯିବାକୁ ଚାହୁଁଛନ୍ତି, ଶ୍ରମିକ ବର୍ଗର ଲୋକ ବନ୍ଦେ ଭାରତରେ ଯିବାକୁ ଚାହୁଁଛନ୍ତି। ମୁଁ କହିଲି କାହିଁକି ଭାଇ… ସେଥିରେ ଟିକେଟ ପାଇଁ ଟିକେ ଅଧିକ ଅର୍ଥ ଲାଗୁଛି। ସେ କହିଲେ ସାହାବ ଆମକୁ ମଧ୍ୟ ଏହା ଆଶ୍ଚର୍ଯ୍ୟ ଲାଗିଲା। ମୁଁ ପଚାରିଲି ବନ୍ଦେ ଭାରତରେ ଏତେ ସଂରକ୍ଷଣ କିପରି ହେଉଛି, ଏତେ ଭିଡ କିପରି ହେଉଛି। ସେ ଯାତ୍ରୀଙ୍କୁ ପଚାରିଲେ… ସେ କହିଲେ ଦେଖନ୍ତୁ ଭାଇ ଆପଣଙ୍କ ବନ୍ଦେ ଭାରତ ଟ୍ରେନରେ ଆମକୁ ଜିନିଷପତ୍ର ରଖିବା ପାଇଁ ବହୁତ ଜାଗା ମିଳୁଛି। ଆଉ ଗରିବ ଲୋକ ଅଟୁ, ନିଜ ଘରୁ ସବୁ ଜିନିଷ ଉଠାଇ ନେଇ ଆସିଥାଉ ତେଣୁ ତାକୁ ରଖିବାକୁ ଜାଗା ମିଳିଯାଉଛି। ଆଉ ଅନ୍ୟ କଥା ସେ କହିଲେ ଆମେ ତିନି- ଚାରି ଘଂଟା ଆଗରୁ ଶୀଘ୍ର ପହଂଚି ଯାଉଛୁ, ତେଣୁ ସେହି ସମୟ ମଧ୍ୟରେ ତୁରନ୍ତ କୌଣସି କାର୍ଯ୍ୟ ମିଳି ଯାଉଛି, ସେଥିରୁ ଆମର ରୋଜଗାର ମଧ୍ୟ ହୋଇ ଯାଉଛି।
ଏବେ ଦେଖନ୍ତୁ ସାଧାରଣ ଜନତାଙ୍କ ଚିନ୍ତାଧାରା କେତେ ବଦଳି ଗଲାଣି ଆଉ ଆମେ ପୁରୁଣା ଚିନ୍ତାଧାରାରେ କହୁଥିବା ଦେଖ ବନ୍ଦେ ଭାରତ ଟ୍ରେନ ନେଇ ଆସିଲେ। ମହଙ୍ଗା ଟ୍ରେନ ନେଇ ଆସିଲେ। ଲୋକଙ୍କ ଚିନ୍ତାଧାରା ସହିତ ଯେଉଁମାନେ ଯୋଗାଯୋଗ ରଖୁ ନାହାନ୍ତି ସେମାନଙ୍କୁ ଜଣା ନାହିଁ ଯେ, କିପରି ପରିବର୍ତନ ଆସୁଛି। ଆଉ ମୋ ପାଇଁ ଖୁସିର କଥା ଯେ, ହିନ୍ଦୁସ୍ଥାନର ସାଧାରଣ ମଣିଷ ପରିବର୍ତନକୁ କିପରି ଗ୍ରହଣ କରୁଛନ୍ତି।
ଏବେ ଆପଣ ଦେଖନ୍ତୁ ଦିଲ୍ଲୀ- ମୁମ୍ବଇ ଏକ୍ସପ୍ରେସୱେ, ଦିଲ୍ଳୀ- ଦେହରାଡୁନ ଏକ୍ସପ୍ରେସୱେ, ଦିଲ୍ଲୀ- ଅମୃତସର ଏକ୍ସପ୍ରେସୱେ, ଦିଲ୍ଲୀ- ଚଣ୍ଡିଗଡ଼ ଏକ୍ସପ୍ରେସୱେ, ଦିଲ୍ଲୀ- ଜୟପୁର ଏକ୍ସପ୍ରେସୱେ, କେତେ ପ୍ରକଳ୍ପ ଭାରତର ରାଜଧାନୀକୁ ବିଶ୍ୱର ସବୁଠାରୁ ଉନ୍ନତ ଯୋଗାଯୋଗ ଭିତିକ ରାଜଧାନୀ କରିବା ପାଇଁ ସାମର୍ଥ୍ୟ ରଖୁଛି ଆଉ ଯେତେବେଳେ ଏହା ସମ୍ପୂର୍ଣ୍ଣ ହେବ ସେତେବେଳେ ତାହା ପ୍ରସ୍ତୁତ ହୋଇଯିବ।
ଦେଶର ପ୍ରଥମ ଏବଂ ସ୍ୱଦେଶୀ କୌଶଳରେ ନିର୍ମିତ ଦ୍ରୁତ ରେଳ ବ୍ୟବସ୍ଥା ମଧ୍ୟ ଦିଲ୍ଲୀରୁ ମିରଟ ମଧ୍ୟରେ ଦ୍ରୁତ ଗତିରେ ନିର୍ମାଣ ହେଉଛି। ହରିୟାଣା ଏବଂ ରାଜସ୍ଥାନକୁ ଦିଲ୍ଲୀ ସହିତ ଯୋଡ଼ିବା ପାଇଁ ମଧ୍ୟ ଏଭଳି ଦ୍ରୁତ ରେଳ ବ୍ୟବସ୍ଥାର କାର୍ଯ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପ ଯେତେବେଳେ ପ୍ରସ୍ତୁତ ହୋଇଯିବ, ସେତେବେଳେ ଦେଶର ରାଜଧାନୀ ଭାବେ ଦିଲ୍ଲୀର ପରିଚୟକୁ ଆହୁରି ସୁଦୃଢ଼ କରିବ।
ଏହାର ଲାଭ ଦିଲ୍ଲୀ- ଏନସିଆରରେ ରହୁଥିବା ବୃତିଧାରୀ ଲୋକଙ୍କୁ ମିଳିବ, ଆମର ଯୁବବର୍ଗ, ଆମର ବିଦ୍ୟାର୍ଥୀ, ସ୍କୁଲ ଯାଉଥିବା ପିଲା, ଅଫିସ ଯାଉଥିବା ଲୋକ, ଟ୍ୟାକ୍ସି ଚଳାଉଥିବା ଆମର ସାଥୀ, ଅଟୋ ଚଳାଉଥିବା ଆମର ସାଥୀ, ଆମର ବ୍ୟବସାୟୀ ବନ୍ଧୁ, ଆମର ଛୋଟ- ଛୋଟ ଦୋକାନୀ, ଏହି ସମସ୍ତଙ୍କୁ ଅର୍ଥାତ ସମାଜର ପ୍ରତ୍ୟେକ ବର୍ଗଙ୍କୁ ଏହାର ବହୁତ ଲାଭ ମିଳିବ।
ସାଥୀଗଣ,
ଆଜି ଦେଶ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ ଦୃଷ୍ଟିରେ ରଖି ଚାଲିବା ପାଇଁ, ତାହା ଯୋଗୁଁ ଆଧୁନିକ ମଲ୍ଟି ମଡେଲ ଯୋଗାଯୋଗ ବ୍ୟବସ୍ଥା ବହୁତ ଦ୍ରୁତ ଗତିରେ ନିଷ୍ପତି ନେବାର ପ୍ରକ୍ରିୟା ବୃଦ୍ଧି ପାଉଛି। ମୁଁ ଏବେ ଧର୍ମଶାଳାରେ ଥିଲି, ଦେଶର ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ମୋର ସାକ୍ଷାତ ହେଲା। ଏହା ଏବେ ମୋ ପାଇଁ ଏକ ସୁଖଦ ଆଶ୍ଚର୍ଯ୍ୟ ଥିଲା ଯେତେବେଳେ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନେ ଗତିଶକ୍ତିର ମାହାତ୍ମ୍ୟ ଯେଉଁଭଳି ଭାବେ ସେମାନେ ବୁଝିଛନ୍ତି, ଯେଉଁଭଳି ଭାବେ ସେମାନେ ଉପଯୋଗ କରିଛନ୍ତି ଆଉ ବଡ଼ରୁ ବଡ଼ ପ୍ରକଳ୍ପର ପ୍ଲାନିଂ, ସେମାନେ ତ କହୁଥିଲେ ଯେ ସାହାବ, ଯେଉଁ କାମ ଆମକୁ 6-6 ମାସ ଲାଗି ଯାଉଥିଲା, ଏହି ଗତିଶକ୍ତିର ବୈଷୟିକ ବ୍ୟବସ୍ଥା କାରଣରୁ, ସମନ୍ୱୟ କାରଣରୁ, ପ୍ରକଳ୍ପ ଆରମ୍ଭ କରିବା କାର୍ଯ୍ୟ 6 ମାସ ବ୍ୟତିରେକ 6 ଦିନ ମଧ୍ୟରେ ହୋଇ ଯାଉଛି। ଗତିଶକ୍ତି ମାଷ୍ଟର ପ୍ଲାନ ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କୁ ବିଶ୍ୱାସକୁ ନେଇ ଏବଂ ସମସ୍ତଙ୍କ ପ୍ରୟାସର ହିଁ ଏକ ବହୁତ ବଡ଼ ଉତମ ମାଧ୍ୟମ ପାଲଟି ଯାଇଛି।
କୌଣସି ପ୍ରକଳ୍ପ ଅଟକି ନାହିଁ, ସମସ୍ତ ବିଭାଗ ସମନ୍ୱୟର ସହିତ କାର୍ଯ୍ୟ କରୁଛନ୍ତି, ପ୍ରତ୍ୟେକ ବିଭାଗକୁ ଅନ୍ୟ ବିଭାଗର ସବୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିଛି, ଫଳରେ କ’ଣ ହେଉଛି ଏହା ସମସ୍ତଙ୍କୁ ଜଣା ପଡ଼ୁଛି, ଏହି ଚିନ୍ତାଧାରାକୁ ନେଇ ଗତିଶକ୍ତିର ନିର୍ମାଣ ହୋଇଛି। ସମସ୍ତଙ୍କ ପ୍ରୟାସର ଏହି ଭାବନା ସହର ବିକାଶ ପାଇଁ ମଧ୍ୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ।
ସ୍ୱାଧୀନତାର ଅମୃତକାଳରେ ଦେଶରେ ମେଟ୍ରୋ ସହରଗୁଡ଼ିକର ପରିସର ସମ୍ପ୍ରସାରଣ କରିବା, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଉନ୍ନତ ଯୋଜନାଗୁଡ଼ିକ ସହିତ କାର୍ଯ୍ୟ କରିବା, ଆବଶ୍ୟକ ହୋଇ ପଡ଼ିଛି। ଆଗାମୀ 25 ବର୍ଷରେ ଭାରତର ଦ୍ରୁତ ବିକାଶ ପାଇଁ ଆମକୁ ସହରଗୁଡ଼ିକୁ ସବୁଜ, ସ୍ୱଚ୍ଛ ଏବଂ ବନ୍ଧୁତ୍ୱପୂର୍ଣ୍ଣ କରିବାକୁ ପଡ଼ିବ। କାର୍ଯ୍ୟ କରିବାର ସ୍ଥାନ ଏବଂ ବସବାସ କରୁଥିବା ସ୍ଥାନ ଯେତେ ନିକଟବର୍ତୀ ହୋଇ ପାରିବ, ସାମୁହିକ ଟ୍ରାଞ୍ଜିଟ ନେଟୱର୍କ ଆଖପାଖରେ ହେଉ ଏହା ଅବଶ୍ୟ ଆମର ପ୍ରାଥମିକ ଆବଶ୍ୟକତା ହୋଇଛି। ପ୍ରଥମ ଥର ପାଇଁ ସହର ଯୋଜନାରେ କୌଣସି ସରକାର ଏତେ ବ୍ୟାପକ ସ୍ତରରେ ମହତ୍ୱ ଦେଉଛନ୍ତି। ଆଉ ଆମେ ଏହା ସ୍ୱୀକାର କରି ଚାଲିଛୁ ଯେ ସହରୀକରଣକୁ କେହି ରୋକି ପାରିବେ ନାହିଁ। ଏବେ ସହରୀକରଣକୁ ସମସ୍ୟା ଭାବିବା ବଦଳରେ ସହରୀକରଣକୁ ସୁଯୋଗ ଭାବେ ବିବେଚନା କରି ଆମେ ଯୋଜନା କରିବା, ତେବେ ଦେଶର ଶକ୍ତି ଅନେକ ଗୁଣ ବୃଦ୍ଧି ପାଇବାର ସାମର୍ଥ୍ୟ ସେଥିରେ ପଡ଼ି ରହିଛି। ଆଉ ଆମର ଫୋକସ୍ ଏହା ରହିଛି ଯେ ସହରୀକରଣକୁ ଆମେ ସୁଯୋଗ ଭାବେ ବିବେଚନା କରିବା, ସହରୀକରଣକୁ ନେଇ ଯୋଜନା ପ୍ରସ୍ତୁତ କରିବା ।
ସାଥୀଗଣ,
ସହରର ଗରିବଙ୍କ ଠାରୁ ନେଇ ସହରର ମଧ୍ୟମବର୍ଗ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ପାଇଁ ଉନ୍ନତ ସୁବିଧା ଦେବା ଉପରେ ଆଜି ଦ୍ରୁତ ଗତିରେ କାର୍ଯ୍ୟ ହେଉଛି। ବିଗତ 8 ବର୍ଷରେ 8 କୋଟି 70 ଲକ୍ଷରୁ ଅଧିକ ସହରୀ ଗରିବମାନଙ୍କୁ ପକ୍କା ଘର ଦେବା ସୁନିଶ୍ଚିତ ହୋଇଛି । ମଧ୍ୟମବର୍ଗର ଲକ୍ଷ- ଲକ୍ଷ ପରିବାରଙ୍କୁ ମଧ୍ୟ ସେମାନଙ୍କ ଘର ପାଇଁ ସହାୟତା ଦିଆଯାଉଛି । ସହରରେ ଯଦି ଆଧୁନିକ ସର୍ବସାଧାରଣ ପରିବହନ ଉପରେ ଦୃଷ୍ଟି ଦିଆ ଯାଉଛି ସେଥିପାଇଁ ସିଏନଜି ଆଧାରିତ ମୋବିଲିଟି, ଇଲେକ୍ଟ୍ରିକ ମୋବିଲିଟିର ଭିତିଭୂମି ଉପରେ ମଧ୍ୟ ସେତିକି ଅଧିକ ଦୃଷ୍ଟି ଦିଆଯାଉଛି। କେନ୍ଦ୍ର ସରକାରଙ୍କର ଫେମ୍ (ଏଫଏଏମଇ) ଯୋଜନା ହେଉଛି ଏହାର ଉତମ ଉଦାହରଣ। ଏହି ଯୋଜନା ଅଧୀନରେ ଦିଲ୍ଲୀ ସହିତ ଦେଶର ଡଜନ- ଡଜନ ସହରରେ ନୂତନ ଇଲେକ୍ଟ୍ରିକ୍ ବସ୍ ର ପ୍ଲିଟ୍ ପ୍ରସ୍ତୁତ କରାଯାଉଛି। କିଛି ଦିନ ପୂର୍ବେ ହିଁ ଦିଲ୍ଲୀରେ ମଧ୍ୟ ଏହି ଯୋଜନା ଅଧୀନରେ କିଛି ନୂଆ ବସ୍ ଚାଲିବା ଆରମ୍ଭ ହୋଇଛି। ଏହା ଗରିବ ଏବଂ ମଧ୍ୟମବର୍ଗ ଉଭୟଙ୍କୁ ମଧ୍ୟ ସୁବିଧା ଦେବ ଏବଂ ପ୍ରଦୂଷଣର ସମସ୍ୟାକୁ ମଧ୍ୟ କମ୍ କରିବ।
ଦେଶବାସୀଙ୍କ ଜୀବନକୁ ସହଜ କରିବାର ଏହି ସଂକଳ୍ପ ଏହିପରି ହିଁ ସୁଦୃଢ଼ ହୋଇ ଚାଲୁ, ଆଉ ମୁଁ ଏବେ ଟନେଲକୁ ଦେଖିବା ପାଇଁ, ମୋ ପାଇଁ, ଖୋଲା ଜିପ୍ ର ବ୍ୟବସ୍ଥା କରାଯାଇଥିଲା। ତେଣୁ ମୁଁ ମଧ୍ୟ ଆଇନ କାନୁନ, ଶୃଙ୍ଖଳା କାରଣରୁ କିଛି ସମୟ ଜିପ୍ ରେ ଗଲି, କିନ୍ତୁ ପରେ ଓହ୍ଲାଇ ପଡ଼ିଲି। ଏବେ ଏଠାକୁ ଆସିବାରେ ଯେଉଁ 10- 15 ମିନିଟର ବିଳମ୍ବ ହେଲା, ତାହାର ଏହା ମଧ୍ୟ ହେଉଛି କାରଣ ଯେ ମୁଁ ପାଦରେ ଚାଲି- ଚାଲି ଆସିଲି। ପାଦରେ ଏଥିପାଇଁ ଚାଲି- ଚାଲି ଆସିଲି କାରଣ ପାଖରେ ଯେଉଁ କଳାକୃତି ହୋଇଛି, ତାହାକୁ ଦେଖିବା ପାଇଁ ମୋର ଇଚ୍ଛା ହେଲା। ଗୋଟିଏ- ଗୋଟିଏ ଜିନିଷ ମୁଁ ଦେଖି- ଦେଖି ଚାଲିଲି। ମୁଁ କହି ପାରୁଛି ଯେ ପିୟୂଷ ମହାଶୟ ତ, ବର୍ଣ୍ଣନା କଲେ, ଏହି ଋତୁଗୁଡ଼ିକ ସେଥିରେ ରହିଛି। ଏହା ଠିକ୍ ଯେ ଯେତେବେଳେ ଆମେ ଚର୍ଚ୍ଚା କରୁଥିଲେ, ସେତେବେଳେ କଥା କୁହା ଯାଇଥିଲା, କିନ୍ତୁ ଚର୍ଚ୍ଚା ସମୟରେ ଆମେ ଯେତେ କଥା କହିଥିଲୁ, ସେଥିରେ ଆଉ କିଛି ଭାଲ୍ୟୁ ଆଡ଼ିସନ୍ ହୋଇଥିବା କଥା ମୋତେ ଲାଗିଲା, ନୂତନତା ଲାଗିଲା, ଭଲ ଲାଗିଲା।
ଭିତରେ ଯେଉଁ ଏକ ଟନେଲ ଦେଖିକରି ଆସିଲି, ତେବେ ମୁଁ ଏହା କହି ପାରିବି ଯେ, ଏକ ଭାରତ- ଶ୍ରେଷ୍ଠ ଭାରତର ହେଉଛି ଏକ ଉତମ ଶିକ୍ଷାକେନ୍ଦ୍ର। ମୁଁ ଜାଣି ନାହିଁ ବିଶ୍ୱରେ କେଉଁଠି କ’ଣ ଥିବ, କିନ୍ତୁ ଏହା ଦେଖିବା ପରେ ମୁଁ କହି ପାରୁଛି ବୋଧହୁଏ ଟନେଲ ଭିତରେ କେଉଁଠାରେ ମଧ୍ୟ ଏତେ ଦୀର୍ଘ ଆର୍ଟ ଗ୍ୟାଲେରୀ ନ ଥିବ, ଯେତେବଡ଼ ଆର୍ଟ ଗ୍ୟାଲେରୀ ନିର୍ମାଣ ହୋଇଛି।
ଭାରତକୁ ବାସ୍ତବ ଦୃଷ୍ଟିରେ ଯଦି ବୁଝିବାକୁ ଅଛି, ତାହାର ବିବିଧତା ଗୁଡ଼ିକୁ, ତାହାର ଉଦ୍ଦିପନାକୁ, ଉତ୍ସାହକୁ, କ୍ଷଣକ ମଧ୍ୟରେ ପାଇବାର ଅଛି, ତେବେ ଯେ କେହି ଏହି ଟନେଲର ଯାତ୍ରା କରି ଆସନ୍ତୁ। ସେ ବିଦେଶୀ ହୁଅନ୍ତୁ ତେବେ ମଧ୍ୟ ଅନୁଭବ କରିବେ- ଆଚ୍ଛା ନାଗାଲ୍ୟାଣ୍ଡ ମଧ୍ୟ ହେଉଛି ଏହିଭଳି, କେରଳ ହେଉଛି ଏଭଳି, କଶ୍ମୀର ହେଉଛି ଏଭଳି, ଅର୍ଥାତ ଏତେ ବିବିଧତା ଗୁଡ଼ିକରେ ଭରି ରହିଛି ଏହି ଆର୍ଟ ୱାର୍କ, ଆଉ ତାହା ମଧ୍ୟ ହେଉଛି ହାତରେ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ। ଏସବୁ ଦେଖିବା ପରେ ମୁଁ ଏ ପର୍ଯ୍ୟନ୍ତ ଯେଉଁ ଭାଷଣ ଦେଲି, ସେଥିରେ ଟିକେ ବିପରୀତ ପ୍ରସ୍ତାବ ଦେବାକୁ ଚାହୁଁଛି। ମୁଁ ଜାଣେ ନାହିଁ ବିଶେଷଜ୍ଞମାନେ ମୋ ପ୍ରସ୍ତାବକୁ କିଭଳି ଗ୍ରହଣ କରିବେ। ମୋର ପ୍ରସ୍ତାବ ହେଉଛି ଏମିତିରେ ରବିବାର ଟିକେ କମ୍ ଟ୍ରାଫିକ୍ ଥାଏ, ତେଣୁ 4-6 ଘଂଟା ଯେଉଁ ଟନେଲ ଯେଉଁ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି, ତାହା ବିପରୀତ କିଛି କାର୍ଯ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି। ରବିବାର 4-6 ଘଂଟା କୌଣସି ମଧ୍ୟ ଯାନ ବାହାନକୁ ଏଠାରେ ପ୍ରବେଶ କରିବାକୁ ଦିଆ ନ ଯାଉ ଆଉ ଯଦି ସମ୍ଭବ ତେବେ ସ୍କୁଲ ପିଲାମାନଙ୍କୁ ଚାଲି- ଚାଲି ଏହି ଆର୍ଟ ଗ୍ୟାଲେରୀ ଦେଖିବାର ସୁଯୋଗ ଦିଆଯାଉ। ବହୁତ ବଡ଼ ସେବା ହେବ।
ଆଉ ମୁଁ ତ କହିବି ବିଦେଶ ମନ୍ତ୍ରଣାଳୟକୁ ଯେ ସର୍ବପ୍ରଥମେ ଏଠାରେ ଯେଉଁ ରାଷ୍ଟ୍ରଦୂତମାନେ ଅଛନ୍ତି, ସେମାନଙ୍କର ମିଶନ ଅଛି, ସମସ୍ତ ମିଶନର ଲୋକ ନେଇ ଆସନ୍ତୁ ଆଉ ଏହି ଟନେଲରେ ପଦଯାତ୍ରା କରାନ୍ତୁ। ସେଠାକୁ ଯିବା ଦ୍ୱାରା ହିଁ ଜଣା ପଡ଼ିବ ଗାନ୍ଧିଜୀ କେବେ ଆସିଲେ, ଭଗବାନ କୃଷ୍ଣଙ୍କ ସହିତ ଜଡ଼ିତ ଅନେକ କଥା ଜାଣିବାକୁ ମିଳିବ। ଏଠାରେ ଦେଖି ଜଣା ପଡ଼ିବ ଆସାମର ନୃତ୍ୟ ଦେଖିବାକୁ କିଭଳି।
ଏହା ବ୍ୟତୀତ ଭଲ ବୈଷୟିକ ଜ୍ଞାନ ଯୁକ୍ତ ଫଟୋ ପାଇଲଟ ଏବଂ ଫୋନ ଦ୍ୱାରା ଗାଇଡ଼୍ ର ବ୍ୟବସ୍ଥା ମଧ୍ୟ ହୋଇ ପାରିବ। ଆଉ କେବେ- କେବେ ତ ଅତି କମ୍ ହେଉ, 10 ପଇସା ପଛେ ହେଉ, କିନ୍ତୁ ଟିକେଟ କରି ଲୋକଙ୍କୁ ପଠାଇବା, ତେବେ ସେଥିରେ ଫାଲତୁ ଲୋକଙ୍କ ଆସିବା ବନ୍ଦ ହୋଇଯିବ ଆଉ ସଠିକ୍ ଭାବେ ଉପଯୋଗ ହେବ, ତାହାର ଗଣନା ମଧ୍ୟ ହେବ।
ମୁଁ ସତ କହୁଛି ବନ୍ଧୁଗଣ, ବୋଧହୁଏ ମୋତେ ଏ ସୌଭାଗ୍ୟ ମିଳି ନ ଥାଆନ୍ତା କାରଣ ଥରେ ଆରମ୍ଭ ହୋଇଯିବ କେହି ମୋତେ ଓହ୍ଲାଇବାକୁ ଦେଇ ନ ଥାଆନ୍ତେ କିନ୍ତୁ ଆଜି ଏହା ଖାଲି ଥିଲା, ତେଣୁ ମୁଁ ପାଦରେ ଚାଲିଚାଲି ବୁଲି ଆସିଲି। ବାସ୍ତବରେ ଯେଉଁମାନଙ୍କର ଆର୍ଟର ରୁଚି ଅଛି, ଆର୍ଟ ମାଧ୍ୟମରେ ଜିନିଷକୁ ବୁଝିବାରେ ରୁଚି ରଖୁଛନ୍ତି, ସେମାନଙ୍କ ପାଇଁ ଉତମ ସୁଯୋଗ ଦିଲ୍ଲୀର ଛାତିରେ ପ୍ରସ୍ତୁତ ହୋଇଛି ଆଜ୍ଞା।
କିଛି ଯୋଜନା ପ୍ରସ୍ତୁତ କରାଯାଏ, ଏହାର ବିଶେଷତ୍ୱ ଏବଂ ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ କିଛି ଦିନ ପାଇଁ ଏକ ଦୀର୍ଘ ପ୍ରୟୋଗ କରିଥିଲି। କିନ୍ତୁ ଆମର ତାହା ଚାଲିଲା ନାହିଁ। ଅହମ୍ମଦାବାଦରେ ଏକ ବହୁତ ଟ୍ରାଫିକ ଯୁକ୍ତ ରାସ୍ତା ଥିଲା, ତେଣୁ ମୁଁ ଏହା ସ୍ଥିର କରିଥିଲି ଯେ ମାସରେ ଅମୁକ ଦିବସ, ଆଜି ତ ମୁଁ ଭୁଲିଗଲି, ସେହି ରାସ୍ତାରେ କୌଣସି ଯାନ ବାହାନକୁ ପ୍ରବେଶ କରିବାକୁ ଦେବା ନାହିଁ, ସେହି ରାସ୍ତା ପିଲାଙ୍କ ପାଇଁ ହେବ, ପ୍ରତ୍ୟେକ ପିଲାଙ୍କ ପାଇଁ। ସେହି ପିଲାମାନେ ସେଥିରେ କ୍ରିକେଟ ଖେଳିବେ, ତେବେ ସେମାନଙ୍କୁ ଲାଗିବା ଉଚିତ ଯେ ଅତି କମ୍ ରେ ଏଇ ସହରରେ ମୋର ମଧ୍ୟ କୌଣସି ଔକାତ୍ ଅଛି। ତାଙ୍କୁ ଲାଗିବା ଉଚିତ। କିଛି ଦିନ ଏହାର ବହୁତ ଆକର୍ଷଣ ଥିଲା। ଯେଉଁ ରାସ୍ତା ସବୁବେଳେ ଭରପୂର ରହିଥାଏ, ସେଠାରେ ପିଲାମାନଙ୍କୁ ଖେଳିବାକୁ ସୁଯୋଗ ମିଳେ, ସେତେବେଳେ ସେମାନଙ୍କର ମନ ଆନନ୍ଦରେ ଭରି ଯାଇଥାଏ।
ମୁଁ ଭାବୁଛି ସପ୍ତାହରେ ଗୋଟିଏ ଦିନ ଯେତେବେଳେ ଟ୍ରାଫିକ କମ୍ ରହିଥାଏ, ହୋଇପାରେ ରବିବାରର ଦିନ ମିଳିଯାଉ, 4-6 ଘଂଟା ଏହାକୁ ସମ୍ପୂର୍ଣ୍ଣ ପାଦରେ ଚାଲିବା ପାଇଁ ଏହାକୁ ଚାଲୁ କରାଯାଉ ଆଉ ଭିଆଇପି ଲୋକ ପାଦରେ ଚାଲନ୍ତୁ। ମୁଁ ତ କହିବି ଯେତେବେଳେ ପାର୍ଲାମେଂଟ ଆରମ୍ଭ ହେବ, ତେବେ ସମସ୍ତ ଏମପିମାନଙ୍କୁ କହିବି ଯେ ଯଦି ପରିବାର ସହିତ ପ୍ଲାନିଂ ହୁଏ, ତେବେ ଟିକେ ପାଦରେ ଚାଲିକରି ବୁଲି ଆସନ୍ତୁ। ଆଉ ଏହାର ଶୁଭାରମ୍ଭ କରିବାର ଅଛି, ତେବେ ଯେଉଁ ଆର୍ଟ କ୍ରିଟିକ୍ସ, ଯେଉଁ ଲେଖକମାନେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଗୋଟିଏ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରନ୍ତୁ। ମୋର ସଠିକ୍ ଅନୁମାନ ଯେ ସେମାନେ କିଛି ତ ନିଶ୍ଚୟ ଭଲ ଲେଖିବେ। ଏହି କଥାକୁ ସଠିକ୍ ଢ଼ଂଗରେ ଚିହ୍ନିବା ପାଇଁ ଭଲ କାମ ହୋଇଛି ଆଜ୍ଞା। ଏହାର ଆମେ ଉପଯୋଗ କରିବା
ସାଥୀଗଣ, ଦିଲ୍ଲୀର ଆଖପାଖରେ ଯେଉଁ ଯୋଗାଯୋଗ ବ୍ୟବସ୍ଥା ନିର୍ମାଣ ହେଉଛି, ତାହା କେବଳ ଯିବା ଆସିବାର ବ୍ୟବସ୍ଥା ବୋଲି ଆମେ ଏହା ଭାବିବା ନାହିଁ। ଏ ଯେଉଁ ଦିଲ୍ଲୀ-ନୋଏଡ଼ା-ଗାଜିଆବାଦ, ଏହିସବୁ ଦ୍ୱାରା ଲୋକଙ୍କୁ ସୁବିଧା ମିଳୁଛି ବନ୍ଧୁଗଣ। କିନ୍ତୁ ଏହାର ଏକ ବଡ଼ ଲାଭ ହେଉଛି ଏହା ସହରୀ ବୋଝକୁ ବହୁତ ହ୍ରାସ କରୁଛି। ଯଦି ସେମାନଙ୍କୁ ଯିବା ଆସିବାର ସୁବିଧା ମିଳିଯିବ, ତେବେ ସେମାନେ ଚିନ୍ତା କରିବେ ଦିଲ୍ଲୀରେ ଏତେ ମହଙ୍ଗା ଜୀବନ ବିତାଇବା ବଦଳରେ ମୁଁ ଗାଜିଆବାଦରେ ରହିବି, ମୁଁ ମିରଟରେ ରହିବି। ଆବଶ୍ୟକ ପଡ଼ିଲେ ଚାଲିଯିବି। ପୂର୍ବ ତୁଳନାରେ ମୁଁ ତ ଅଧ ଘଂଟାରେ ପହଂଚି ଯାଉଛି। ଅର୍ଥାତ ଦିଲ୍ଲୀର ବୋଝ କମ୍ କରିବାର ସବୁଠାରୁ ବଡ଼ କାର୍ଯ୍ୟ ହେଉଛି ଏ ଯେଉଁ ଯୋଗାଯୋଗ ବ୍ୟବସ୍ଥା ନିଆଯାଉଛି ଆଉ ଯାହା ପଛରେ ଭାରତ ସରକାର ଏତେ ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହା ଦିଲ୍ଲୀର ବୋଝକୁ କମ୍ କରିବାରେ ବହୁତ ବଡ଼ କାର୍ଯ୍ୟ କରୁଛି।
ସାଥୀଗଣ,
ଆଜି ଏଠାକୁ ଯେଉଁ ଲୋକମାନେ ଆସିଛନ୍ତି, ଯଦି ଆପଣଙ୍କ ପାଖରେ ଟିକେ ସମୟ ଅଛି, ଏବେ ଟ୍ରାଫିକ୍ ଚାଲୁ ହୋଇ ଯାଇ ନ ଥିବ, ତେବେ ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣ ନିଶ୍ଚୟ ପାଦରେ ଚାଲିକରି ଆସନ୍ତୁ, ଆଉ ଯଦି ମୋ କଥାରେ ଦମ୍ ଅଛି ତେବେ ଲୋକମାନଙ୍କୁ ଉତ୍ସାହିତ କରନ୍ତୁ, ଆଉ ମନ୍ତ୍ରଣାଳୟକୁ ମଧ୍ୟ କହିବି, ସରକାରଙ୍କର ସମସ୍ତ ଅଧିକାରୀମାନଙ୍କୁ, ଟିକେ ଏହା ଉପରେ ଚିନ୍ତା କରନ୍ତୁ
ବହୁତ- ବହୁତ ଧନ୍ୟବାଦ, ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା!
*****
AH
Pragati Maidan Integrated Transit Corridor will ensure ease of living by helping save time and cost of commuters in a big way. https://t.co/e98TMk3z0i
— Narendra Modi (@narendramodi) June 19, 2022
आज दिल्ली को केंद्र सरकार की तरफ से आधुनिक इंफ्रास्ट्रक्चर का बहुत सुंदर उपहार मिला है: PM @narendramodi at inauguration of Pragati Maidan Integrated Transit Corridor
— PMO India (@PMOIndia) June 19, 2022
दशकों पहले भारत की प्रगति को, भारतीयों के सामर्थ्य, भारत के प्रॉडक्ट्स, हमारी संस्कृति को शोकेस करने के लिए प्रगति मैदान का निर्माण हुआ था।
— PMO India (@PMOIndia) June 19, 2022
तबसे भारत बदल गया, भारत का सामर्थ्य बदल गया, ज़रूरतें कई गुणा बढ़ गईं, लेकिन प्रगति मैदान की ज्यादा प्रगति नहीं हुई: PM @narendramodi
देश की राजधानी में विश्व स्तरीय कार्यक्रमों के लिए state of the art सुविधाएं हों, एक्जीबिशन हॉल हों, इसके लिए भारत सरकार निरंतर काम कर रही है: PM @narendramodi
— PMO India (@PMOIndia) June 19, 2022
दिल्ली-एनसीआर की समस्याओं के समाधान के लिए बीते 8 सालों में हमने अभूतपूर्व कदम उठाए हैं।
— PMO India (@PMOIndia) June 19, 2022
बीते 8 सालों में दिल्ली-एनसीआर में मेट्रो सेवा का दायरा 193 किलोमीटर से करीब 400 किलोमीटर तक पहुंच चुका है: PM @narendramodi
गतिशक्ति मास्टरप्लान सबको साथ लेकर, सबको विश्वास में लेकर, सबका प्रयास का ही एक माध्यम है।
— PMO India (@PMOIndia) June 19, 2022
कोई प्रोजेक्ट लटके नहीं, सारे डिपार्टमेंट तालमेल से काम करें, हर विभाग को पूरी जानकारी हो, यही सोच को लेकर गतिशक्ति का निर्माण हुआ है: PM @narendramodi