• 10 ରାଜ୍ୟର ଭିତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
• ହୃଦୟ, ସୁଗମ୍ୟ ଭାରତ ଅଭିଯାନ କାର୍ଯ୍ୟକ୍ରମ, ଜିଏସଟି, ଜିଇଏମର ପ୍ରଗତି ନେଇ ହେଲା ମତ ବିନିମୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଆଜିର ପ୍ରଗତି ସମୀକ୍ଷା ବୈଠକ ଥିଲା ପ୍ରଧାନମନ୍ତ୍ରୀଙ୍କର 22 ତମ ମତ ବିନିମୟ କାର୍ଯ୍ୟକ୍ରମ ।
ବର୍ତମାନ ସୁଦ୍ଧା ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀ 190ଟି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହିସବୁ ପ୍ରକଳ୍ପରେ 8.94 ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଉଛି । ବର୍ତ୍ତମାନ ସୁଦ୍ଧା 17 ଟି ବିଭିନ୍ନ କ୍ଷେତ୍ରର ଆପତି ଅଭିଯୋଗର ଶୁଣାଣି ହୋଇ ପ୍ରଗତି ମାଧ୍ୟମରେ ସେସବୁର ସମାଧନ କରାଯାଇଛି ।
ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ସଂଲଗ୍ନ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ଓ ସମାଧାନ ପ୍ରକ୍ରିୟାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଜନଧନ ଜମାଖାତାଧାରୀମାନଙ୍କୁ ଦିଆଯାଇଥିବା ରୂପେ (RuPay)କାର୍ଡର ବହୁଳ ବ୍ୟବହାର ଦିଗରେ ପଦକ୍ଷେପ ନେବାକୁ ସେ ଆର୍ଥିକ ସେବା ବିଭାଗର ସଚିବଙ୍କୁ କହିଥିଲେ । ସେହିଭଳି ଜନଧନ ଖାତାଧାରକମାନଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ବୀମା ସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।
ଆଜିର ବୈଠକରେ ପ୍ରଧାନମନ୍ତ୍ରୀ 9ଟି ବୃହତ୍ତ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି – ତେଲଙ୍ଗାନା, କର୍ଣ୍ଣଟକ, ପଶ୍ଚିମବଙ୍ଗ, ମଣିପୁର, ମିଜୋରାମ, କେରଳ, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ ଏବଂ ଦିଲ୍ଲୀର ସଡକ, ରେଳ, ଶକ୍ତି, କୋଇଲା ଓ ଗ୍ୟାସ ପାଇପଲାଇନ ନିର୍ମାଣ କାର୍ଯ୍ୟ । ସେହିପରି ଭାରତ-ମିଆଁମାର ମୈତ୍ରୀ ସେତୁର ନିର୍ମାଣ କାର୍ଯ୍ୟରେ ହୋଇଥିବା ଅଗ୍ରଗତି ନେଇ ମଧ୍ୟ ମତ ବିନିମୟ ହୋଇଥିଲା । ଏହିସବୁ ପ୍ରକଳ୍ପରେ 37 ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଉଛି ।
ପ୍ରଧାନମନ୍ତ୍ରୀ ଆଜିର ପ୍ରଗତି ବୈଠକରେ “ହୃଦୟ” ଏବଂ ସୁଗମ୍ୟ ଭାରତ ଅଭିଯାନର ଅଗ୍ରଗତି ନେଇ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଏବେ କେନ୍ଦ୍ର ସରକାରଙ୍କ ଅନେକ ବିଭାଗ ସରକାରୀ ଇ-ବଜାରସ୍ଥଳୀ (GeM)ଜରିଆରେ ବିଭିନ୍ନ ସାମଗ୍ରୀ କ୍ରୟ କରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ମାତ୍ର 10ଟି ରାଜ୍ୟ ଏରଗ ବ୍ୟବସ୍ଥା ମଧ୍ୟରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ବ୍ୟବସ୍ଥା ଦ୍ୱାରା ସରକାରୀ ସ୍ତରରେ ସାମଗ୍ରୀ ସଂଗ୍ରହ ବା ଆହରଣ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ହୋଇପାରୁଛି ଏବଂ ସ୍ଥାନୀୟ ବିକ୍ରେତା ତଥା ଉଦ୍ୟୋଗୀମାନଙ୍କୁ ବିକ୍ରିବଟାର ସୁବିଧା ମିଳୁଛି । ଏଣୁ ରାଜ୍ୟର ମୁଖ୍ୟ ସଚିବମାନେ ଏହି ବ୍ୟବସ୍ଥାକୁ ଅବଲମ୍ବନ କରିବା ଦିଗରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଥିଲେ ।
ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥାର ସୂଚାରୁ ପ୍ରଣୟନ ଓ ପରିଚାଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ । ବ୍ୟବସାୟୀମାନଙ୍କ ସହଯୋଗ ଅତ୍ୟନ୍ତ ସକାରାତ୍ମକ ରହିଥିବା ବେଳେ ଛୋଟ ଓ ମଧ୍ୟମ ବ୍ୟବସାୟୀମାନଙ୍କୁ ଜିଏସଟି ବ୍ୟବସ୍ଥାରେ ସାମିଲ ହେବା ପାଇଁ ସମସ୍ତ ସୁଯୋଗ ଓ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବ୍ୟବସ୍ଥାରେ ସାଧାରଣ ଉପଭୋକ୍ତା ଏବଂ ବ୍ୟବସାୟୀ ଯେପରି ଲାଭ ପାଇବେ ସେ ଦିଗରେ ସମସ୍ତ ବିଭାଗ ଯତ୍ନଶୀଳ ହେବାକୁ ସେ କହିଥିଲେ । ବ୍ୟବସାୟୀମାନଙ୍କର ଯେଉଁସବୁ ସମସ୍ୟା ରହୁଛି ସେସବୁର ଶୀଘ୍ର ସମାଧାନ କରିବାକୁ କୁହାଯାଇଥିଲା । ମୁଖ୍ୟ ସଚିବମାନେ ଏ ଦିଗରେ ଜିଲ୍ଲା ପ୍ରଶାସନକୁ ସକ୍ରିୟ କରାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜିଏସଟି ନେଟୱାର୍କ ମଧ୍ୟରେ ଅଧିକରୁ ଅଧିକ ଛୋଟ ଓ ମଧ୍ୟମ ବ୍ୟବସାୟ ପ୍ରତିଷ୍ଠାନକୁ ସାମିଲ କରାଇବାକୁ ସେ କହିଥିଲେ । ଜିଏସଟି ବ୍ୟବସ୍ଥା ବ୍ୟବସାୟକୁ ସୁଗମ କରିବା ସହ ବ୍ୟବସାୟୀ ଏବଂ ସାଧାରଣ ନାଗରୀକଙ୍କୁ ଲାଭ ପହଂଚାଇବ ବୋଲି ସେ କହିଥିଲେ ।
ଦେଶରେ ଏକ ସ୍ୱଳ୍ପ ନଗଦ ଓ ଡିଜିଟାଲ ଅର୍ଥ ବ୍ୟବସ୍ଥା ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଡିଜିଟାଲ କାରବାରକୁ ଅଧିକ ବଳ ଦେବା ନିମନ୍ତେ ରାଜ୍ୟ ସରକାରମାନେ ନିରନ୍ତର କାର୍ଯ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
**********
Chaired the Pragati Session, where we conducted extensive reviews of projects in key sectors. https://t.co/hkdmQo5UiB
— Narendra Modi (@narendramodi) September 27, 2017
Discussions were held on grievances relating to the banking sector. Asked officials to look at ways to increase usage of RuPay cards.
— Narendra Modi (@narendramodi) September 27, 2017
Infrastructure projects worth over Rs. 37,000 crore, including the India-Myanmar Friendship bridge were discussed at the Pragati Session.
— Narendra Modi (@narendramodi) September 27, 2017
There was reviewing of the progress in HRIDAY scheme & Accessible India campaign so that maximum beneficiaries can gain.
— Narendra Modi (@narendramodi) September 27, 2017