ମହାମହିମ, ରାଷ୍ଟ୍ରପତି ପୁଟିନ୍
ସମ୍ମାନିତ ଅତିଥିଗଣ,
ନମସ୍କାର!
ମୋତେ ଭ୍ଲାଦିଭୋସ୍ତକ ଠାରେ ଆୟୋଜିତ ହୋଇଥିବା ସପ୍ତମ ପୂର୍ବାଂଚଳ ଅର୍ଥନୈତିକ ମଂଚରେ ଆପଣଙ୍କ ସହିତ ଆଭାସୀ ରୂପରେ ଯୋଡି ହେବା ନିମନ୍ତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ମାସ ଭ୍ଲାଦିଭୋସ୍ତକ ଠାରେ ଭାରତର କନ୍ସୁଲେଟ୍ର ସ୍ଥାପନାର ତିରିଶ ବର୍ଷ ପୂରଣ ହେବାକୁ ଚିହ୍ନିତ କରୁଛି । ଏହି ସହରରେ ଏକ କନ୍ସୁଲେଟ୍ ଖୋଲିବା କ୍ଷେତ୍ରରେ ପ୍ରଥମ ଦେଶ ଭାରତ ହିଁ ଥିଲା । ଏବଂ ସେବେ ଠାରୁ, ଏହି ସହର ଆମ ସମ୍ପର୍କର ଅନେକ ମାଇଲ୍ଖୁଂଟର ସାକ୍ଷୀ ହୋଇ ରହି ଆସିଛି ।
ବନ୍ଧୁଗଣ,
୨୦୧୫ରେ ସ୍ଥାପିତ ହୋଇଥିବା ଏହି ମଂଚ, ଆଜି ମଧ୍ୟ ପ୍ରାଚ୍ୟ ରୁଷୀୟ କ୍ଷେତ୍ରର ବିକାଶରେ ଅନ୍ତର୍ଜାତୀୟ ସହଯୋଗର ଏକ ପ୍ରମୁଖ ବିଶ୍ୱ ସ୍ତରୀୟ ମଂଚ ହୋଇ ଯାଇଛି । ଏଥି ପାଇଁ ମୁଁ ରାଷ୍ଟ୍ରପତି ପୁଟିନ୍ଙ୍କର ଦୂରଦୃଷ୍ଟିକୁ ପ୍ରଶଂସା କରୁଛି, ଏବଂ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।
୨୦୧୯ ମସିହାରେ ମୋତେ ଏହି ମଂଚରେ ଅଂଶ ଗ୍ରହଣ କରିବା ନିମନ୍ତେ ସୁଯୋଗ ମିଳିଥିଲା । ସେହି ସମୟରେ , ଆମେ ଭାରତର “ଆକ୍ଟ ଫାର୍ ଇଷ୍ଟ” ନୀତିର ଘୋଷଣା କରିଥିଲେ । ଏବଂ ଏହାର ପରିଣାମ ସ୍ୱରୂପ , ମଧ୍ୟ ପ୍ରାଚ୍ୟ ରୁଷୀୟ କ୍ଷେତ୍ର ସହିତ ବିଭିନ୍ନ କ୍ଷେତ୍ର ଗୁଡିକରେ ଭାରତର ସହଯୋଗ ଅନେକ ପରିମାଣରେ ବୃଦ୍ଧି ପାଇଛି । ଆଜି ଏହି ନୀତି ଉଭୟ ଭାରତ ଏବଂ ରୁଷିଆର “ସ୍ୱତନ୍ତ୍ର ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ଭାଗୀଦାରିତା”ର ଏକ ପ୍ରମୁଖ ସ୍ତମ୍ଭ ହୋଇ ଯାଇଛି ।
ବନ୍ଧୁଗଣ,
ଆମେ ଅନ୍ତର୍ଜାତୀୟ ଉତର – ଦକ୍ଷିଣ କରିଡର ପ୍ରସଙ୍ଗ ହେଉ, ଚେନ୍ନାଇ – ଭ୍ଲାଦିଭୋସ୍ତକ ମାରିଟାଇମ୍ କରିଡରର ପ୍ରସଙ୍ଗ ହେଉ କିମ୍ବା ଉତର ସାମୁଦ୍ରିକ ପଥ ହେଉ, ଯାହା ବି ପ୍ରସଙ୍ଗ ଉପରେ ଆଲୋଚନା କରିଥାଉ , ଭବିଷ୍ୟତରେ ସଂଯୋଗ ଆମର ସମ୍ପର୍କର ବିକାଶ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ଭାରତ ଆର୍କଟିକ ପ୍ରସଙ୍ଗ ଉପରେ ରୁଷ ସହିତ ନିଜର ଭାଗୀଦାରୀକୁ ସୁଦୃଢ଼ କରିବା ନିମନ୍ତେ ଇଚ୍ଛୁକ ଅଟେ । ଶକ୍ତି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସହଯୋଗର ଅନେକ ସମ୍ଭାବନା ରହିଛି । ଶକ୍ତି ସହିତ, ଭାରତ ଔଷଧ ଏବଂ ହୀରା କ୍ଷେତ୍ରରେ ମଧ୍ୟ ପ୍ରାଚ୍ୟ ରୁଷିଆରେ ମହତ୍ୱପୂର୍ଣ୍ଣ ନିବେଶ କରିଛି ।
ରୁଷିଆ କୋକିଂ କୋଲ (କୋଇଲା)ର ଯୋଗାଣ ମାଧ୍ୟମରେ ଭାରତୀୟ ଷ୍ଟିଲ୍ ଉଦ୍ୟୋଗ ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ଭାଗୀଦାର ହୋଇ ପାରିବ । ଆମ ଭିତରେ ପ୍ରତିଭାର ଗତିଶୀଳତା କ୍ଷେତ୍ରରେ ମଧ୍ୟ ଉତ୍ତମ ସହଯୋଗ ରହି ପାରିବ । ଭାରତୀୟ ପ୍ରତିଭା ବିଶ୍ୱର ଅନେକ ବିକଶିତ କ୍ଷେତ୍ର ଗୁଡିକର ବିକାଶରେ ଯୋଗଦାନ ଦେଇଛନ୍ତି । ମୋର ବିଶ୍ୱାସ ରହିଛି ଯେ ଭାରତୀୟ ମାନଙ୍କର ପ୍ରତିଭା ଏବଂ ପେଶାଦାରୀ ମନୋଭାବ ମଧ୍ୟ ପ୍ରାଚ୍ୟ ରୁଷୀୟ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶ ଆଣି ପାରିବ ।
ବନ୍ଧୁଗଣ,
ଭାରତର ପ୍ରାଚୀନ ସିଦ୍ଧାନ୍ତ “ବସୁଧୈବ କୁଟୁମ୍ବକମ୍” ଆମକୁ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ରୂପରେ ଦେଖିବା ନିମନ୍ତେ ଶିକ୍ଷା ଦେଇ ଆସିଛି । ଆଜିର ଜଗତୀକରଣ ବିଶ୍ୱରେ , ଦୁନିଆର କୌଣସି ଏକ ଅଂଶରେ ଘଟୁଥିବା ଘଟଣା ଗୁଡିକ ସମଗ୍ର ବିଶ୍ୱ ଉପରେ ପ୍ରଭାବ ସୃଷ୍ଟି କରିଥାଏ ।
ୟୁକ୍ରେନ୍ ଯୁଦ୍ଧ ଏବଂ କୋଭିଡ୍ ମହାମାରୀ ଦ୍ୱାରା ଅନ୍ତର୍ଜାତୀୟ ଯୋଗାଣ ବ୍ୟବସ୍ଥା ଶୃଙ୍ଖଳା ଉପରେ ବହୁତ ପ୍ରଭାବ ପଡିଛି । ଖାଦ୍ୟଶସ୍ୟ, ସାର ଏବଂ ଇନ୍ଧନର ଅଭାବ ବିକାଶଶୀଳ ଦେଶ ଗୁଡିକ ନିମନ୍ତେ ବହୁତ ଚିନ୍ତାର ବିଷୟ ହୋଇ ଯାଇଛି । ୟୁକ୍ରେନ ଯୁଦ୍ଧର ଆରମ୍ଭ ହେବା ଠାରୁ ହିଁ ଆମେ କୂଟନୈତିକ ମାର୍ଗ ଏବଂ ପାରସ୍ପରିକ ଆଲୋଚନାର ମାଧ୍ୟମକୁ ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସିଛୁ । ଆମେ ଏହି ଯୁଦ୍ଧକୁ ସମାପ୍ତ କରିବା ନିମନ୍ତେ ସମସ୍ତ ଶାନ୍ତିପୂର୍ଣ୍ଣ ପ୍ରୟାସ ଗୁଡିକୁ ସମର୍ଥନ କରୁଛୁ । ଏହି ସମ୍ବନ୍ଧରେ, ଆମେ ଖାଦ୍ୟଶସ୍ୟ ଏବଂ ସାରର ସୁରକ୍ଷିତ ରପ୍ତାନୀକୁ ନେଇ ନିକଟରେ ହୋଇଥିବା ରାଜିନାମାକୁ ସ୍ୱାଗତ କରୁଛୁ ।
ମୋତେ ଏହି ମଂଚକୁ ସମ୍ବୋଧିତ କରିବା ପାଇଁ ସୁଯୋଗ ଦେଇ ଥିବାରୁ ମୁଁ ପୁଣି ଥରେ ରାଷ୍ଟ୍ରପତି ପୁଟିନ୍ଙ୍କୁ ଧନ୍ୟବାଦ ଜଣାଉଛି । ଏବଂ ଏହି ମଂଚରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ପ୍ରଦାନ କରୁଛି ।
ବହୁତ – ବହୁତ ଧନ୍ୟବାଦ ।
****
SSP
My remarks at the Plenary Session of 7th Eastern Economic Forum being held in Vladivostok. https://t.co/z3wM3ZPxNT
— Narendra Modi (@narendramodi) September 7, 2022
मुझे ख़ुशी है कि व्लादि-वोस्तोक में आयोजित किए जा रहे सातवें Eastern Economic Forum में आपसे वर्चुअल रूप से जुड़ने का मौका मिला।
— PMO India (@PMOIndia) September 7, 2022
इसी महीने, Vladivostok में भारत के कांसुलेट की स्थापना के तीस वर्ष पूरे हो रहे हैं।
इस शहर में कांसुलेट खोलने वाला पहला देश भारत ही था: PM
2019 में मुझे इस फ़ोरम में रू-ब-रू हिस्सा लेने का मौका मिला था।
— PMO India (@PMOIndia) September 7, 2022
उस समय हमने भारत की “Act Far-East” नीति की घोषणा की थी।
और परिणामस्वरूप, Russian Far East के साथ विभिन्न क्षेत्रों में भारत का सहयोग बढ़ा है: PM @narendramodi
आज यह नीति भारत और रूस की “Special and Privileged Strategic Partnership” की एक प्रमुख स्तम्भ बन गयी है: PM @narendramodi
— PMO India (@PMOIndia) September 7, 2022
भारत आर्कटिक विषयों पर रूस के साथ अपनी भागीदारी को मजबूत करने के लिए इच्छुक है।
— PMO India (@PMOIndia) September 7, 2022
ऊर्जा के क्षेत्र में भी सहयोग की अपार संभावनाएं हैं।
उर्जा के साथ-साथ, भारत ने pharma और diamonds के क्षेत्रों में भी Russian Far East में महत्वपूर्ण निवेश किये हैं: PM @narendramodi
आज के globalized world में, विश्व के किसी एक हिस्से की घटनाएं पूरे विश्व पर प्रभाव पैदा करती हैं।
— PMO India (@PMOIndia) September 7, 2022
यूक्रेन संघर्ष और कोविड महामारी से ग्लोबल सप्लाई चेन्स पर बड़ा असर पड़ा है।
Foodgrain, Fertilizer, और Fuel की कमी विकासशील देशों के लिए बड़ी चिंता के विषय हैं: PM @narendramodi
यूक्रेन संघर्ष की शुरुआत से ही, हमने diplomacy और dialogue का मार्ग अपनाने की आवश्यकता पर जोर दिया है।
— PMO India (@PMOIndia) September 7, 2022
हम इस संघर्ष को समाप्त करने के लिए सभी शांतिपूर्ण प्रयासों का समर्थन करते है: PM @narendramodi