ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ସୋମନାଥ ଚାଟାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
“ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ସୋମନାଥ ଚାଟାର୍ଜି ଭାରତୀୟ ରାଜନୀତିର ଜଣେ ଟାଣୁଆ ନେତା ଥିଲେ । ଆମ ସଂସଦୀୟ ଗଣତନ୍ତ୍ରକୁ ବଳିଷ୍ଠ କରି ଗଢିବା ସହିତ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଦିଗରେ ସେ ଦୃଢତାର ସହିତ ସ୍ଵର ଉତ୍ତୋଳନ କରୁଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ମୋର ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Former MP and Speaker Shri Somnath Chatterjee was a stalwart of Indian politics. He made our Parliamentary democracy richer and was a strong voice for the well-being of the poor and vulnerable. Anguished by his demise. My thoughts are with his family and supporters.
— Narendra Modi (@narendramodi) August 13, 2018