ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଏକାଧିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ “ମୁଁ ନିଃଶବ୍ଦ ଅଟେ, ଶୂନ୍ୟ ଅଟେ, କିନ୍ତୁ ଭାବନାର ଜୁଆର ମୋ ମନ ଭିତରେ ଉଠିବାରେ ଲାଗିଛି । ଆମ ସମସ୍ତଙ୍କ ଶ୍ରଦ୍ଧେୟ ଅଟଳଜୀ ଆଉ ଆମ ଗହଣରେ ନାହାନ୍ତି । ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସେ ରାଷ୍ଟ୍ରକୁ ସମର୍ପି ଦେଇଥିଲେ । ତାଙ୍କର ଦେହାବସାନ ସହିତ ଏକ ଯୁଗର ଅବସାନ ଘଟିଛି ।
କିନ୍ତୁ ସେ ଆମକୁ କହି ଯାଇଛନ୍ତି- “मौत की उमर क्या है? दो पल भी नहीं, ज़िन्दगी सिलसिला, आज कल की नहीं मैं जी भर जिया, मैं मन से मरूं, लौटकर आऊँगा, कूच से क्यों डरूं?”
“ମୃତ୍ୟୁର ବୟସ କ’ଣ ? ମାତ୍ର କିଛି କ୍ଷଣ ବି ନୁହେଁ, ଜୀବନର ଗତି ଓ ଧାରା, ଆଜିର କଥା କାଲି କି ନୁହେଁ, ମୁଁ ବହୁତ ବଂଚି ସାରିଛି, ମୁଁ ମନରେ ମୃତ୍ୟୁବରଣ କରେ, ଫେରି ଆସିବି, ପ୍ରସ୍ଥାନକୁ ଡର କାହିଁକି ?”
ଅଟଳ ଜୀ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ପ୍ରେରଣା, ତାଙ୍କର ମାର୍ଗଦର୍ଶନ, ପ୍ରତ୍ୟେକ ଭାରତୀୟଙ୍କୁ, ପ୍ରତ୍ୟେକ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ମିଳିଚାଲିଥିବ । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କର ପ୍ରତ୍ୟେକ ସ୍ନେହୀଙ୍କୁ ଏହି ଦୁଃଖ ସହିବାର ଶକ୍ତି ଦିଅନ୍ତୁ । ଓମ ଶାନ୍ତି!
ଆମ ସମସ୍ତଙ୍କ ପ୍ରିୟ ଅଟଳଜୀଙ୍କ ବିୟୋଗରେ ସାରା ଭାରତ ଶୋକ ସାଗରରେ ବୁଡ଼ିଯାଇଛି । ତାଙ୍କର ବିୟୋଗ ଏକ ଯୁଗର ଅବସାନ ହେବା ଭଳି । ସେ ଦେଶ ପାଇଁ ବଂଚିଥିଲେ ଏବଂ ଅନେକ ଦଶନ୍ଧୀ ଧରି ଦେଶକୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର, ବିଜେପି କାର୍ଯ୍ୟକର୍ତ୍ତା ଓ ତାଙ୍କର ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।
ଅଟଳଜୀଙ୍କ ଅନୁକରଣୀୟ ନେତୃତ୍ୱରେ ଏକବିଂଶ ଶତାବ୍ଦୀରେ ଏକ ସୁଦୃଢ଼, ସମୃଦ୍ଧ ଏବଂ ସମାବେଶୀ ଭାରତ ନିର୍ମାଣର ମୂଳଦୁଆ ପ୍ରତିଷ୍ଠା ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ତାଙ୍କର ଭବିଷ୍ୟଦର୍ଶୀ ନୀତି ପ୍ରତ୍ୟେକ ଏବଂ ସମସ୍ତ ଭାରତୀୟ ନାଗରିକଙ୍କ ଜୀବନକୁ ଛୁଇଁଥିଲା । ଅଟଳଜୀଙ୍କ ଦେହାବସାନ ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଅପୂରଣୀୟ କ୍ଷତି । ତାଙ୍କ ସହିତ ମୋର ଅଗଣିତ ମଧୁର ସ୍ମୃତି ରହିଛି । ମୋ ଭଳି କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେ ପ୍ରେରଣା ଥିଲେ । ତାଙ୍କର ତୀକ୍ଷ୍ଣ ବୁଦ୍ଧିମତା ଏବଂ ଚମତ୍କାର ମେଧାଶକ୍ତିକୁ ମୁଁ ବିଶେଷ ଭାବେ ସ୍ମରଣ କରିବି ।
ଅଟଳଜୀଙ୍କ ଉଦ୍ଯୋଗ ଏବଂ ସଂଘର୍ଷ କାରଣରୁ ଗୋଟିଏ ଗୋଟିଏ ଇଟା ଯୋଡ଼ିବା ଭଳି ବିଜେପିର ନିର୍ମାଣ ହୋଇଥିଲା । ସେ ବିଜେପିର ବାର୍ତ୍ତା ପ୍ରଚାର କରିବା ଲାଗି ସାରା ଭାରତ ଭ୍ରମଣ କରିଥିଲେ । ଫଳରେ ଜାତୀୟ ରାଜନୀତି ଏବଂ ବିଭିନ୍ନ ରାଜ୍ୟରେ ବିଜେପି ଏକ ଦୃଢ଼ ଶକ୍ତି ଭାବେ ପ୍ରତିଷ୍ଠିତ ହୋଇଥିଲା ।
ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅପରାହ୍ଣ 5.05ମିନଟରେ ପରଲୋକ ଘଟିଥିବା ନେଇ ପୂର୍ବରୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଥିଲା ।
**********
मैं नि:शब्द हूं, शून्य में हूं, लेकिन भावनाओं का ज्वार उमड़ रहा है।
— Narendra Modi (@narendramodi) August 16, 2018
हम सभी के श्रद्धेय अटल जी हमारे बीच नहीं रहे। अपने जीवन का प्रत्येक पल उन्होंने राष्ट्र को समर्पित कर दिया था। उनका जाना, एक युग का अंत है।
लेकिन वो हमें कहकर गए हैं-
— Narendra Modi (@narendramodi) August 16, 2018
“मौत की उमर क्या है? दो पल भी नहीं,
ज़िन्दगी सिलसिला, आज कल की नहीं
मैं जी भर जिया, मैं मन से मरूं,
लौटकर आऊँगा, कूच से क्यों डरूं?”
अटल जी आज हमारे बीच में नहीं रहे, लेकिन उनकी प्रेरणा, उनका मार्गदर्शन, हर भारतीय को, हर भाजपा कार्यकर्ता को हमेशा मिलता रहेगा। ईश्वर उनकी आत्मा को शांति प्रदान करे और उनके हर स्नेही को ये दुःख सहन करने की शक्ति दे। ओम शांति !
— Narendra Modi (@narendramodi) August 16, 2018
It was Atal Ji's exemplary leadership that set the foundations for a strong, prosperous and inclusive India in the 21st century. His futuristic policies across various sectors touched the lives of each and every citizen of India.
— Narendra Modi (@narendramodi) August 16, 2018
Atal Ji's passing away is a personal and irreplaceable loss for me. I have countless fond memories with him. He was an inspiration to Karyakartas like me. I will particularly remember his sharp intellect and outstanding wit.
— Narendra Modi (@narendramodi) August 16, 2018