ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାରା ଧନୁର୍ଦ୍ଧର ହରବିନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ତାଙ୍କର ସଠିକତା, ଧ୍ୟାନ କେନ୍ଦ୍ରିତ କରିବା ଏବଂ ଅଦମ୍ୟ ଉତ୍ସାହ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ହର୍ବିନ୍ଦର ସିଂହଙ୍କ ଅତୁଳନୀୟ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ।
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପାରା ତୀରନ୍ଦାଜରେ ଏକ ବିଶେଷ ସ୍ୱର୍ଣ୍ଣ !
ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ହର୍ବିନ୍ଦର୍ ସିଂହଙ୍କୁ ଅଭିନନ୍ଦନ !
ତାଙ୍କର ସଠିକତା, ଧ୍ୟାନ ଏବଂ ଅଦମ୍ୟ ଉତ୍ସାହ ଅତୁଳନୀୟ । ତାଙ୍କର ଏହି ଉପଲବ୍ଧିରେ ଭାରତ ଖୁସି । #Cheer4Bharat”
SR