Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପିଏମ କେୟାର୍ସ ପାଣ୍ଠି ଜରିଆରେ ଦେଶର ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରତିଷ୍ଠା କରାଯିବ 551ଟି ପିଏସଏ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ


ଦେଶର ସମସ୍ତ ଡାକ୍ତରଖାନାକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନା ପରିସରରେ 551ଟି ସମର୍ପିତ ପ୍ରେସର ସ୍ୱିଙ୍ଗ ଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ଲାଗି ପିଏମ୍କେୟାର୍ସ ପାଣ୍ଠିରୁ ନୀତିଗତ ମଞ୍ଜୁରି ମିଳିଛି ଯଥାଶୀଘ୍ର ସମ୍ଭବ ଏସବୁ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏସବୁ ପ୍ଲାଣ୍ଟ ଜିଲ୍ଲାସ୍ତରରେ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ

ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର ଜିଲ୍ଲା ମୁଖ୍ୟାଳୟରେ ଥିବା ଚୟନିତ ସରକାରୀ ଡାକ୍ତରଖାନାରେ ଏହିସବୁ ସମର୍ପିତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ କରାଯିବ

ଏଥିପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶର ବିଭିନ୍ନ ସରକାରୀ ଡାକ୍ତରଖାନାରେ 162ଟି ସମର୍ପିତ ପିଏସଏ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ପିଏମ କେୟାର୍ସ ପାଣ୍ଠିରୁ 201.58 କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା

ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ପିଏସଏ ଅକ୍ସିଜେନ୍ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ଉଦ୍ଦେଶ୍ୟ ହେଉଛି ସରକାରୀ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏସବୁ ଡାକ୍ତରଖାନାରେ ନିଜସ୍ୱ କ୍ୟାପ୍ଟିଭ ଅକ୍ସିଜେନ ଉତ୍ପାଦନ ସୁବିଧା କରିବା ନିଜସ୍ୱ କ୍ୟାପ୍ଟିଭ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଫଳରେ ଏହିସବୁ ଡାକ୍ତରଖାନା ଏବଂ ଏସବୁ ଜିଲ୍ଲାରେ ଅକ୍ସିଜେନ୍ଆବଶ୍ୟକତା ପୂରଣ ହୋଇପାରିବ ଏହାବ୍ୟତୀତ ନିଜସ୍ୱ ଅକ୍ସିଜେନ ଉତ୍ପାଦନ ହେଉଥିବା ଡାକ୍ତରଖାନା ଗୁଡ଼ିକରେ, ତରଳ ଭେଷଜ ଅମ୍ଳଜାନ ବା ଏଲଏମଓ  “ଟପ ଅପ୍‌” ଭାବେ ବ୍ୟବହୃତ ହେବ ଏପରି ବ୍ୟବସ୍ଥା ଦ୍ୱାରା ସରକାରୀ ଡାକ୍ତରଖାନାରେ ହଠାତ୍ଅକ୍ସିଜେନ୍ଅଭାବ ସମସ୍ୟା ଦେଖାଦେବ ନାହିଁ ଏବଂ କୋଭିଡ19 ରୋଗୀ ଏପରି ସୁବିଧା ଆବଶ୍ୟକ କରୁଥିବା ଅନ୍ୟ ରୋଗୀଙ୍କ ପାଇଁ ବାଧାମୁକ୍ତ ଅକ୍ସିଜେନ୍ଯୋଗାଣ ସୁନିଶ୍ଚିତ ହୋଇପାରିବ

********

P.S