ନିଜର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପକୁ ବଜାୟ ରଖି କୃଷକମାନଙ୍କୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୧.୨୦୨୨) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପି.ଏମ୍-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପହଂଚିବ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିପାଇଁ ୧. ୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବରସରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।
ଉତ୍ତରାଖଣ୍ଡର ଏଫପିଓମାନଙ୍କ ସହ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କ ଦ୍ୱାରା କରାଯାଇଥିବା ଜୈବକ କୃଷି ଓ ଜୈବିକ କୃଷିଜାତ ସାମଗ୍ରୀର ପ୍ରମାଣନ ଉପରେ ପଚାରି ବୁଝିଥିଲେ । ଏଫପିଓମାନଙ୍କ ଦ୍ୱାରା ଜୈବକୃଷିଯାତ ସାମଗ୍ରୀର ବିପ୍ପଣନ ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ହୋଇଥିଲେ ।
ଏଫପିଓ ସେମାନେ କିପରି ଜୈବସାର ସଂଗ୍ରହ କରିଛନ୍ତି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରାକୃତିକ ଓ ଜୈବିକ କୃଷି ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ଓ ଏହା ଚାଷୀକୁ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ କୃଷକର ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ରାଜସ୍ଥାନରୁ ଏଫପିଓ ମହୁ ଉତ୍ପାଦନ ଉପରେ କଥା ହୋଇଥିଲେ । ନାଫେଡ ସହାୟତାରେ ଏହି ଏଫପିଓ ସେମାନଙ୍କ ପାଇଁ ବେଶ୍ ଉପକାରୀ ହୋଇଛି ବୋଲି କହିଥିଲେ ।
ଚାଷୀମାନଙ୍କ ସମୃଦ୍ଧି ପାଇଁ ଏଫପିଓ ଏକ ଭିତ୍ତିଭୂମି ଭାବେ କାର୍ଯ୍ୟ କରୁଥିବାରୁ ଉତ୍ତରପ୍ରଦେଶ ଏଫପିଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଏଫପିଓ ମାନଙ୍କ ଜରିଆରେ ସଦସ୍ୟମାନେ ବିହନ, ଜୈବିକ ସାର, ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଇତ୍ୟାଦି ପାଇପାରିଛନ୍ତି ବୋଲି କହିଥିଲେ । ଏଫପିଓ ମାନେ ମଧ୍ୟ କୃଷକମାନଙ୍କୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି ବୋଲି କହିଥିଲେ। ସେମାନେ ଇ-ନାମ ସୁବିଧା ପାଉଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ଥିବା ଲକ୍ଷ୍ୟକୁ ସାକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦେଶରେ ଚାଷୀମାନଙ୍କ ଆତ୍ମବିଶ୍ୱାସ ହିଁ ଦେଶ ସଶକ୍ତି ହେବାର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ତାମିଲନାଡୁ ଏଫପିଓ କହିଥିଲେ ଯେ ନାବାର୍ଡର ସହଯୋଗରେ ସେମାନେ ଅଧିକ ଅର୍ଥ ପାଇବା ପାଇଁ ଏଫପିଓ ଗଠନ କରିଥିଲେ ତାହା ସମ୍ପୂର୍ଣ୍ଣଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି । ସେ ଅଞ୍ଚଳରେ ଜଳବାୟୁ ଯୋଗୁ ମିଲେଟ ପରି ଖାଦ୍ୟଶସ୍ୟ ଉତ୍ପାଦିତ ହେଉଛି ବୋଲି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ନାରୀଶିକ୍ଷାର ସଫଳତା ସେମାନଙ୍କ ଅଦମନୀୟ ଇଚ୍ଛା ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ମିଲେଟ ଜାତୀୟ ଫସଲର ଲାଭ ଉଠାଇବାକୁ ମଧ୍ୟ ଚାଷୀମାନଙ୍କୁ କହିଥିଲେ ।
ଗୁଜରାଟର ଏଫପିଓ ପ୍ରାକୃତିକ ଚାଷ ଉପରେ କହିବା ସହ ଗୋବର ବ୍ୟବହାର ଦ୍ୱାରା ଖର୍ଚ୍ଚ କମ୍ ହେବା ସହ ମାଟି ଉପରେ ବେଶୀ ଚାପ ପଡିବ ନାହିଁ ବୋଲି କହିଥିଲେ । ଏଥିରୁ ଆଦିବାସୀ ଜନସାଧାରଣ ଉପକୃତ ହେଉଛନ୍ତି ବୋଲି କହିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମାତ୍ର ବୈଷ୍ଣୋଦେବୀ ପୀଠରେ ହୋଇଥିବା ଦଳାଚକଟାରେ ମୃତବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆହତ ବ୍ୟକ୍ତିଙ୍କ ଚିକିତ୍ସା ନେଇ ସେ ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଙ୍କ ସହ କଥା ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ନୂଆବର୍ଷରେ ପଦାର୍ପଣ କରିଛୁ । ଆମେ ବିଗତବର୍ଷର ସଫଳତାରୁ ଉତ୍ସାହ ପାଇଁ ନୂତନବର୍ଷରେ ଯାତ୍ରା ଆରମ୍ଭ କରିବା । ପ୍ରଧାନମନ୍ତ୍ରୀ ଦେଶର ବୈଶ୍ୱିକ ମହାମାରୀ କିପରି ମୁକାବିଲା କରିଛି ତାହାର ସ୍ମୃତିଚାରଣ କରି କିପରି ଟିକାକରଣ ହେବା ସହ ସମାଜରେ ବଂଚିତ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିଲା ତା’ର ବର୍ଣ୍ଣନା କରିଥିଲେ । ସେମାନଙ୍କ ପାଇଁ ଦେଶ ୨ଲକ୍ଷ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରି ଖାଦ୍ୟ ସାମଗ୍ରୀ ଯୋଗାଇଥିଲା । ସରକାର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ନୂତନ ଅମ୍ଳଜାନ କାରଖାନା, ନୂତନ ମେଡିକାଲ କଲେଜ, ସୁଧାର କେନ୍ଦ୍ର, ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଓ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ଜରିଆରେ ମେଡିକାଲି ଭିତ୍ତିଭୂମିର ପୁନର୍ଗଠନ କରାଯାଉଛି ବୋଲି କହିଥିଲେ ।
ଦେଶ ସବ୍କା ସାଥ, ସବ୍କା ବିକାଶ ଓ ସବ୍କା ପ୍ରୟାସ ମନ୍ତ୍ରକୁ ପାଥେୟ କରି ଆଗେଇ ଚାଲିଛି । ଅନେକ ଲୋକ ସେମାନଙ୍କ ଜୀବନକୁ ପାଣି ଛଡାଇ ଦେଶ ଗଠନରେ ଲାଗିଛନ୍ତି । ସେମାନେ ଆଗରୁ ମଧ୍ୟ ସେ କାର୍ଯ୍ୟ କରୁଥିଲେ, ମାତ୍ର ଏବେ ଏହାକୁ ସ୍ୱୀକୃତି ମିଳିଛି । “ଚଳିତ ବର୍ଷ ଆମେ ସ୍ୱାଧୀନତାର ୭୫ବର୍ଷ ସମ୍ପୂର୍ଣ୍ଣ କରିବୁ । ଏହା ହିଁ ସମୟ ଯେ ଆମେ ଦେଶର ସଂକଳ୍ପକୁ ଶକ୍ତିଶାଳୀ ଭାବେ ସାକାର କରିବୁ ଓ ନୂତନ ସାହସର ସହ ଆଗେଇବୁ” ବୋଲି ସେ କହିଥିଲେ । ସମ୍ମିଳିତ ଉଦ୍ୟମ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯେତେବେଳେ ୧୩୦କୋଟି ଭାରତୀୟ ଗୋଟିଏ ପାଦ ଆଗାନ୍ତି, ତାହା କେବଳ ଗୋଟିଏ ପାଦ ନୁହେଁ ୧୩୦କୋଟି ପାଦ ଆଗେଇବା ସହ ସମାନ” ।
ଅର୍ଥନୀତି ଉପରେ ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ଭାରତୀୟ ଅର୍ଥନୀତି କୋଭିଡ ପୂର୍ବ ଅବସ୍ଥାରୁ ଭଲ ଦେଖାଯାଉଛି । ସେ କହିଥିଲେ ଯେ “ଆଜି ଦେଶର ଅଭିବୃଦ୍ଧି ହାର ଶତକଡା ଆଠଭାଗ ହୋଇଛି । ରେକର୍ଡ ପରିମାଣ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଆମର ବୈଦେଶିକ ମୁଦ୍ରା ସଞ୍ଚୟ ରେକର୍ଡ ପରିମାଣରେ ପହଞ୍ଚିଛି।ଜିଏସ୍ଟି ସଂଗ୍ରହରେ ମଧ୍ୟ ପୁରୁଣା ରେକର୍ଡ ଭଙ୍ଗ ହୋଇଛି । ରପ୍ତାନୀ ବିଶେଷକରି କୃଷି କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି ହୋଇଛି ।” ୟୁପିଆଇ୨୦୨୧ରେ ୭୦ ଲକ୍ଷ କୋଟିର ଦେଣନେଣ ହୋଇଛି । ଦେଶରେ ୫୦ହଜାରରୁ ଅଧିକ ଷ୍ଟାର୍ଟଅପ କାର୍ଯ୍ୟ କରୁଥିବାବେଳେ, ଗତ ଛଅମାସରେ ଦଶହଜାର ଷ୍ଟାର୍ଟଅଫ କାର୍ଯ୍ୟକାରୀ ହୋଇଛି ।
୨୦୨୧ ମସିହା ହିଁ ଭାରତୀୟ ସାଂସ୍କୃତିକ ଐତିହ୍ୟ ମଜବୁତ ହୋଇଛି । କେଦାରନାଥ ଧାମ ଓ କାଶୀ ବିଶ୍ୱନାଥ ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ, ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ପୁନର୍ବିନ୍ୟାସ, ଦେବୀ ଅନ୍ନପୂର୍ଣ୍ଣାଙ୍କ ଚୋରୀ ମୂର୍ତ୍ତିର ପୁନଃସ୍ଥାପନ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଏବଂ ଧୋଳବୀରା ଓ ଦୁର୍ଗାପୂଜା ଉତ୍ସବକୁ ବିଶ୍ୱ ଐତିହ୍ୟ ମର୍ଯ୍ୟାଦା ଇତ୍ୟାଦି ଭାରତୀୟ ଐତିହ୍ୟକୁ ଦୃଢୀଭୂତ କରିବା ସହ ଏହାର ପର୍ଯ୍ୟଟନ ଓ ଧାର୍ମିକ ଯାତ୍ରା ବିଭବକୁ ବୃଦ୍ଧି କରିଛି ।
୨୦୨୧ ମାତୃଶକ୍ତି ପାଇଁ ମଧ୍ୟ ଆଶାର କିରଣ ସଂଚାର କରିଛି । ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ସହ ସୈନିକ ବିଦ୍ୟାଳୟ ମଧ୍ୟ ଝିଅମାନଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି । ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରାଯାଇ ପୁଅମାନଙ୍କ ସହ ସମାନ କରାଯାଇଛି । ୨୦୨୧ ରେ ଭାରତୀୟ କ୍ରୀଡାବିତ୍ମାନେ ମଧ୍ୟ ଦେଶ ପାଇଁ ଗୌରବ ଆଣିଛନ୍ତି । ଦେଶର କ୍ରୀଡା ଭିତ୍ତିଭୂମି ବିକାଶ ଲାଗି ଅଭୂତପୂର୍ବ ପୁଞ୍ଜିବିନିଯୋଗ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଜଳବାୟୁ ପରବର୍ତ୍ତନ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ନେତୃତ୍ୱ ନେଇ ଭାରତ ୨୦୭୦ ମସିହା ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟଧାର୍ଯ୍ୟ କରିଛି । ସମୟ ପୂର୍ବରୁ ଅକ୍ଷୟ ଶକ୍ତି ବିକାଶକ୍ଷେତ୍ରରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଆଜି ଭାରତ ଉଦ୍ଯାନ ମିଶନ କ୍ଷେତ୍ରରେ ନେତୃତ୍ୱ ନେଇ ଇଲେକ୍ଟ୍ରିକ ଯାନ ତିଆରି କରୁଛି । ପିଏମ୍ ଗତିଶକ୍ତି ଜାତୀୟ ବୃହତ ଯୋଜନା ଦେଶର ଭିିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ନୂତନ ଶକ୍ତି ଦେଇଛି । “ମେକ୍ ଇନ୍ ଇଣ୍ଡିଆ”କୁ ନୂତନ ଗତି ଦେବା ପାଇଁ ଦେଶ ଚିପ୍ସ ପ୍ରସ୍ତୁତି ଓ ସେମି କଂଟକ୍ଟର ନିର୍ମାଣ ଭଳି ଦେଶ ନୂତନ କ୍ଷେତ୍ରରେ ଗତିଶୀଳତା ଦେଖାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଦେଶର ମତିଗତି ନେଇ କହିଥିଲେ ଯେ ‘ଦେଶ ଆଗ’ ନେଇ ଯେଉଁ ଉଦ୍ଦୀପନା ସୃଷ୍ଟି ହୋଇଛି ତାହା ଆଜି ପ୍ରତ୍ୟେକ ଭାରତୀୟଙ୍କ ମନୋଭାବରେ ପରିଣତ ହୋଇଛି । ଆଜି ଆମ ଉଦ୍ୟମ ଓ ସଂକଳ୍ପରେ ଐକ୍ୟବଦ୍ଧତା ପରିଲକ୍ଷିତ ହୋଇଛି । କାମ ହାସଲ ପାଇଁ ବ୍ୟସ୍ତତା ବେଶ୍ ଦୃଶ୍ୟମାନ । ଆଜି ଆମ ନୀତିରେ ନିରବଚ୍ଛିନ୍ନ ମନୋଭାବ ଓ ନିଷ୍ପତ୍ତିରେ ଦୂରଦୃଷ୍ଟି ବେଶ୍ ସୁସ୍ପଷ୍ଟ”
ପିଏମ୍ କିଷାନ ସମ୍ମାନନିଧି ଭାରତୀୟ କୃଷକମାନଙ୍କ ନିମନ୍ତେ ଏକ ବିରାଟ ସହାୟତା । ଆଜିର ହସ୍ତାନ୍ତରଣକୁ ହିସାବକୁ ନେଲେ ୧.୮୦ ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଫପିଓମାନଙ୍କ ଜରିଆରେ କ୍ଷୁଦ୍ରଚାଷୀମାନେ ସାମୁହିକ ଶକ୍ତି ପାଇବା ଅନୁଭବ କରୁଛନ୍ତି । ଏହି ସୁବିଧା ମଧ୍ୟରେ ମୂଲଚାଲ ଶକ୍ତି ବୃଦ୍ଧି, ଉଦଭାବନ, ସ୍କେଲ, ବିପଦଆପଦ ପରିଚାଳନା ଓ ବଜାରସ୍ଥିତି ଅନୁସାରେ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏଫପିଓ ଦ୍ୱାରା ମିଳୁଥିବା ସୁବିଧାକୁ ଲକ୍ଷ୍ୟ କରି ସରକାର ସେମାନଙ୍କୁ ପ୍ରତ୍ୟେକସ୍ତରରେ ସଶକ୍ତ କରୁଛନ୍ତି । ଏହି ଏଫପିଓ ଗୁଡିକ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ପାଉଛନ୍ତି । ଫଳତଃ ଜୈବିକ କୃଷି ଏଫପିଓ, ତୈଳବୀଜ ଏଫପିଓ, ବାଉଁଶ ପୁଞ୍ଜ ଓ ମହୁ ଏଫପିଓ ଦେଶବ୍ୟାପୀ ଆସିବାରେ ଲାଗିଛନ୍ତି । ଆଜି ଆମ କୃଷକମାନେ “ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ, ବଜାର ଉଭୟ ଦେଶ ଓ ବୈଶ୍ୱିକ ଯୋଜନା ଯୋଗୁଁ ଲାଭାନ୍ୱିତ ହେଉଛନ୍ତି । ଏଗାରହଜାର କୋଟି ଟଙ୍କା ବଜେଟ ବ୍ୟୟ ବରାଦ ହୋଇଥିବା ଜାତୀୟ ତାଳତେଲ ମିଶନ ଯୋଗୁଁ ତେଲ ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି ।
ବିଗତବର୍ଷରେ କୃଷି କ୍ଷେତ୍ରରେ ହୋଇଥିବା ସଫଳତା ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଖାଦ୍ୟଶସ୍ୟ ଉତ୍ପାଦନ ୩୦୦ ନିୟୁତ ଟନ୍ରେ ପହଂଚିଛି । ସେହିପରି ଉଦ୍ୟାନ କୃଷି ଓ ଫୁଲଚାଷ ଉତ୍ପାଦନ ୩୩୦ ନିୟୁତ ଟନ ହୋଇଥିବାବେଳେ, ଦୁଗ୍ଧ ଉତ୍ପାଦନରେ ଶତକଡା ୪୫ଭାଗ ଛଅ ସାତବର୍ଷରେ ବୃଦ୍ଧି ଘଟିଛି । ପ୍ରାୟ ୬୦ଲକ୍ଷ ହେକ୍ଟର ଜମି ଅଣୁଜଳସେଚନ ଅଧୀନକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକଲକ୍ଷ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି । ତେବେ ଏଥିରେ ପ୍ରିମିୟମ ୨୧ହଜାରକୋଟି ଟଙ୍କା ରହିଥିଲା। ମାତ୍ର ସାତବର୍ଷ ମଧ୍ୟରେ ଇଥାନଲ ଉତ୍ପାଦନ ୪୦କୋଟି ଲିଟରରୁ ୩୪୦କୋଟି ଲିଟରକୁ ବୃଦ୍ଧି ପାଇଛି । ବାୟୋଗ୍ୟାସ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧା ଯୋଜନା ସମ୍ପର୍କରେ କହିଥିଲେ ଯେ ଯଦି ଗୋବରର ମୂଲ୍ୟ ଧାର୍ଯ୍ୟ ହୁଅନ୍ତା ତେବେ ଦୁଗ୍ଧ ଦେଉ ନ ଥିବା ପ୍ରାଣୀମାନେ ଆଉ କୃଷକମାନଙ୍କ ନିମନ୍ତେ ବୋଝ ହୋଇ ରହନ୍ତେ ନାହିଁ । ସରକାର କାମଧେନୁ କମିଶନ ଆରମ୍ଭ କରି ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମିକୁ ମଜବୁତ କରିଥିବା ସେ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ପୁଣିଥରେ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମାଟିର ଉର୍ବରତା ରକ୍ଷା କରିବାକୁ ହେଲେ ରାସାୟନିକ ସାର ମୁକ୍ତ କୃଷି ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ । ପ୍ରାକୃତିକ ଚାଷ ସେ ଦିଗରେ ଏକ ମୁଖ୍ୟ ପଦକ୍ଷେପ । ପ୍ରତ୍ୟେକ ଚାଷୀ ପ୍ରାକୃତିକ ଚାଷର ପଦ୍ଧତି ଓ ସୁବିଧା ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉପସଂହାରରେ କୃଷକମାନେ ଚାଷରେ ଉଦଭାବନାତ୍ମକ ପନ୍ଥା ଗ୍ରହଣ କରି ସ୍ୱଚ୍ଛତା ଅବଲମ୍ବନ ପାଇଁ ଆହ୍ୱାନ ଦେଇଥିଲେ ।
Watch LIVE https://t.co/y11tySHcNG
— PMO India (@PMOIndia) January 1, 2022
केंद्र सरकार, जम्मू-कश्मीर प्रशासन के लगातार संपर्क में है। मेरी लेफ्टिनेंट गवर्नर @manojsinha_ जी से भी बात हुई है।
राहत के काम का, घायलों के उपचार का पूरा ध्यान रखा जा रहा है: PM @narendramodi
— PMO India (@PMOIndia) January 1, 2022
FPOs से जो दूसरी शक्ति किसानों को मिली है, वो है- बड़े स्तर पर व्यापार की।
एक FPO के रूप में किसान संगठित होकर काम करते हैं, लिहाजा उनके लिए संभावनाएं भी बड़ी होती हैं: PM @narendramodi
— PMO India (@PMOIndia) January 1, 2022
हमारी धरती को बंजर होने के बचाने का एक बड़ा तरीका है- केमिकल मुक्त खेती।
इसलिए बीते वर्ष में देश ने एक और दूरदर्शी प्रयास शुरू किया है।
ये प्रयास है- नैचुरल फ़ार्मिंग यानि प्राकृतिक खेती का: PM @narendramodi
— PMO India (@PMOIndia) January 1, 2022
*****
SM/ SLP
Releasing the 10th instalment under PM-KISAN scheme. https://t.co/KP8nOxD1Bb
— Narendra Modi (@narendramodi) January 1, 2022
मैं माता वैष्णो देवी परिसर में हुए दुखद हादसे पर शोक व्यक्त करता हूं।
— PMO India (@PMOIndia) January 1, 2022
जिन लोगों ने भगदड़ में, अपनों को खोया है, जो लोग घायल हुए हैं, मेरी संवेदनाएं उनके साथ हैं: PM @narendramodi
केंद्र सरकार, जम्मू-कश्मीर प्रशासन के लगातार संपर्क में है। मेरी लेफ्टिनेंट गवर्नर @manojsinha_ जी से भी बात हुई है।
— PMO India (@PMOIndia) January 1, 2022
राहत के काम का, घायलों के उपचार का पूरा ध्यान रखा जा रहा है: PM @narendramodi
आज जब हम नव वर्ष में प्रवेश कर रहे हैं, तब बीते साल के अपने प्रयासों से प्रेरणा लेकर हमें नए संकल्पों की तरफ बढ़ना है।
— PMO India (@PMOIndia) January 1, 2022
इस साल हम अपनी आजादी के 75 वर्ष पूरे करेंगे।
ये समय देश के संकल्पों की एक नई जीवंत यात्रा शुरू करने का है, नए हौसले से आगे बढ़ने का है: PM @narendramodi
कितने ही लोग देश के लिए अपना जीवन खपा रहे हैं, देश को बना रहे हैं।
— PMO India (@PMOIndia) January 1, 2022
ये काम पहले भी करते थे, लेकिन इन्हें पहचान देने का काम अभी हुआ है।
हर भारतीय की शक्ति आज सामूहिक रूप में परिवर्तित होकर देश के विकास को नई गति और नई ऊर्जा दे रही है: PM @narendramodi
आज हमारी अर्थव्यवस्था की विकास दर 8% से भी ज्यादा है।
— PMO India (@PMOIndia) January 1, 2022
भारत में रिकॉर्ड विदेशी निवेश आया है।
हमारा विदेशी मुद्रा भंडार रिकॉर्ड स्तर पर पहुंचा है।
GST कलेक्शन में भी पुराने रिकॉर्ड ध्वस्त हुए हैं।
निर्यात और विशेषकर कृषि के मामले में भी हमने नए प्रतिमान स्थापित किए हैं: PM
2021 में भारत ने करीब-करीब 70 लाख करोड़ रुपए का लेन-देन सिर्फ UPI से किया है।
— PMO India (@PMOIndia) January 1, 2022
आज भारत में 50 हजार से ज्यादा स्टार्ट-अप्स काम कर रहे हैं। इनमें से 10 हजार से ज्यादा स्टार्ट्स अप्स तो पिछले 6 महीने में बने हैं: PM @narendramodi
2021 में भारत ने अपने सैनिक स्कूलों को बेटियों के लिए खोल दिया।
— PMO India (@PMOIndia) January 1, 2022
2021 में भारत ने नेशनल डिफेंस एकेडमी के द्वार भी महिलाओं के लिए खोल दिए हैं।
2021 में भारत ने बेटियों की शादी की उम्र को 18 से बढ़ाकर 21 साल यानि बेटों के बराबर करने का भी प्रयास शुरू किया: PM @narendramodi
क्लाइमेट चेंज के खिलाफ विश्व का नेतृत्व करते हुए भारत ने 2070 तक नेट जीरो कार्बन एमिशन का भी लक्ष्य दुनिया के सामने रखा है।
— PMO India (@PMOIndia) January 1, 2022
आज भारत हाइड्रोजन मिशन पर काम कर रहा है, इलेक्ट्रिक व्हीकल्स में lead ले रहा है: PM @narendramodi
पीएम गतिशक्ति नेशनल मास्टर प्लान देश में इंफ्रास्ट्रक्चर निर्माण की गति को नई धार देने वाला है।
— PMO India (@PMOIndia) January 1, 2022
मेक इन इंडिया को नए आयाम देते हुए देश ने चिप निर्माण, सेमीकंडक्टर जैसे नए सेक्टर के लिए महत्वकांक्षी योजनाएं लागू की है: PM @narendramodi
‘राष्ट्र प्रथम’ की भावना के साथ राष्ट्र के लिए निरंतर प्रयास, आज हर भारतीय का मनोभाव बन रहा है।
— PMO India (@PMOIndia) January 1, 2022
और इसलिए ही,
आज हमारे प्रयासों में एकजुटता है, हमारे संकल्पों में सिद्धि की अधीरता है।
आज हमारी नीतियों में निरंतरता है, हमारे निर्णयों में दूरदर्शिता है: PM @narendramodi
देश के छोटे किसानों के बढ़ते हुए सामर्थ्य को संगठित रूप देने में हमारे किसान उत्पाद संगठनों- FPO’s की बड़ी भूमिका है।
— PMO India (@PMOIndia) January 1, 2022
जो छोटा किसान पहले अलग-थलग रहता था, उसके पास अब FPO के रूप में पाँच बड़ी शक्तियाँ हैं।
पहली शक्ति है- बेहतर बार्गेनिंग, यानी मोलभाव की शक्ति: PM @narendramodi
FPOs से जो दूसरी शक्ति किसानों को मिली है, वो है- बड़े स्तर पर व्यापार की।
— PMO India (@PMOIndia) January 1, 2022
एक FPO के रूप में किसान संगठित होकर काम करते हैं, लिहाजा उनके लिए संभावनाएं भी बड़ी होती हैं: PM @narendramodi
तीसरी ताकत है- इनोवेशन की।
— PMO India (@PMOIndia) January 1, 2022
एक साथ कई किसान मिलते हैं, तो उनके अनुभव भी साथ में जुड़ते हैं। जानकारी बढ़ती है। नए नए इनोवेशन्स के लिए रास्ता खुलता है: PM @narendramodi
FPO में चौथी शक्ति है- रिस्क मैनेजमेंट की।
— PMO India (@PMOIndia) January 1, 2022
एक साथ मिलकर आप चुनौतियों का बेहतर आकलन भी कर सकते हैं, उससे निपटने के रास्ते भी बना सकते हैं।
और पांचवीं शक्ति है- बाज़ार के हिसाब से बदलने की क्षमता: PM @narendramodi
हमारी धरती को बंजर होने के बचाने का एक बड़ा तरीका है- केमिकल मुक्त खेती।
— PMO India (@PMOIndia) January 1, 2022
इसलिए बीते वर्ष में देश ने एक और दूरदर्शी प्रयास शुरू किया है।
ये प्रयास है- नैचुरल फ़ार्मिंग यानि प्राकृतिक खेती का: PM @narendramodi
हरिद्वार के जसवीर सिंह जी का एफपीओ ऑर्गेनिक फार्मिंग करने वालों के लिए एक मिसाल है। उनसे जानने को मिला कि संगठन से जुड़े किसानों ने किस प्रकार जीवामृत से ऑर्गेनिक फार्मिंग को आगे बढ़ाया। pic.twitter.com/s19r2bFuEx
— Narendra Modi (@narendramodi) January 1, 2022
रविंदर सिंह जी ने पराली प्रबंधन के लिए जो कार्य किया, वो देशभर के किसानों को प्रेरित करने वाला है। वे एफपीओ के जरिए न केवल किसानों को आधुनिक मशीन मुहैया कराते हैं, बल्कि उन्हें पराली प्रबंधन की ट्रेनिंग भी देते हैं। pic.twitter.com/wjmYB1Uvma
— Narendra Modi (@narendramodi) January 1, 2022
भरतपुर के इंद्रपाल सिंह जी ने जिस प्रकार छोटे-छोटे मधुमक्खी पालकों को आपस में जोड़ा और उन्हें सशक्त बनाया, वो हर किसी का उत्साह बढ़ाने वाला है। उन्होंने ये भी बताया कि अगले पांच सालों में अपने एफपीओ के जरिए वे क्या कुछ करने वाले हैं। pic.twitter.com/5r6J9mGHD3
— Narendra Modi (@narendramodi) January 1, 2022
धर्मचंद्र जी का आत्मविश्वास नए वर्ष में अन्नदाताओं को नई ऊर्जा देने वाला है। उन्होंने अपने परिश्रम से न केवल सैकड़ों किसानों को जोड़ा, बल्कि अपनी संस्था के टर्नओवर के साथ-साथ किसान भाई-बहनों की आय बढ़ाने का भी कार्य किया। pic.twitter.com/G76IOpLfzr
— Narendra Modi (@narendramodi) January 1, 2022
Memorable interaction with a FPO based in Tamil Nadu, which is furthering prosperity and women empowerment. pic.twitter.com/fhhdVfJ4mM
— Narendra Modi (@narendramodi) January 1, 2022
साबरकांठा के दीक्षित पटेल जी ने बताया कि नेचुरल फार्मिंग करने से किस प्रकार उनके एफपीओ से जुड़े किसानों का न केवल खर्च कम हुआ है, बल्कि उनकी आमदनी में भी वृद्धि हुई है। pic.twitter.com/zcRVMkuvzq
— Narendra Modi (@narendramodi) January 1, 2022
बीते साल के अपने प्रयासों से प्रेरणा लेकर हमें नव वर्ष में नए संकल्पों की तरफ बढ़ना है। ये समय देश के संकल्पों की एक नई जीवंत यात्रा शुरू करने का है, नए हौसले से आगे बढ़ने का है। pic.twitter.com/FgR1MinJKB
— Narendra Modi (@narendramodi) January 1, 2022
देश के लिए अच्छा करने वाले जब एकजुट होते हैं, बिखरे हुए मोतियों की माला बनती है, तो भारत माता दैदीप्यमान हो जाती है। हर भारतीय की शक्ति आज सामूहिक रूप में परिवर्तित होकर देश के विकास को नई गति और नई ऊर्जा दे रही है। pic.twitter.com/Z7T8Pxv891
— Narendra Modi (@narendramodi) January 1, 2022
आज हमारा देश अपनी विविधता और विशालता के अनुरूप हर क्षेत्र में विकास का विशाल कार्तिमान बना रहा है। pic.twitter.com/O0iCjClS7r
— Narendra Modi (@narendramodi) January 1, 2022
देश के छोटे किसानों के बढ़ते सामर्थ्य को संगठित रूप देने में हमारे किसान उत्पाद संगठन यानि FPO की बड़ी भूमिका है।
— Narendra Modi (@narendramodi) January 1, 2022
जो छोटा किसान पहले अलग-थलग रहता था, उसके पास अब FPO के रूप में पांच बड़ी शक्तियां हैं… pic.twitter.com/kfCwDRKUNi