Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାସଲା କ୍ରିଷ୍ଣ ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଜଣେ ଉତ୍ସର୍ଗୀକୃତ ଗାନ୍ଧୀବାଦୀ ପାସଲା କ୍ରିଷ୍ଣା ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ୍ସରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପାସଲା କ୍ରିଷ୍ଣା ଭାରତୀଙ୍କ ବିୟୋଗରେ ମୁଁ ମର୍ମାହତ । ସେ ଗାନ୍ଧୀବାଦୀ ମୂଲ୍ୟବୋଧ ପ୍ରତି ସମର୍ପିତ ଥିଲେ ଏବଂ ବାପୁଙ୍କ ଆଦର୍ଶରେ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଆମ ସ୍ୱାଧୀନତା ସଂଗ୍ରାମ ସମୟରେ ସକ୍ରିୟ ଥିବା ତାଙ୍କ ପିତାମାତାଙ୍କ ଐତିହ୍ୟକୁ ସେ ଚମତ୍କାର ଭାବରେ ଆଗକୁ ବଢ଼ାଇଥିଲେ । ଭୀମାଭରମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ସହ ସାକ୍ଷାତ ମୋର ମନେ ଅଛି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି : PM @narendramodi

 

SR