ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଇକ୍ୱେଟରିଆଲ ଗୁଏନା ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ଅନୁମୋଦନ କରିଛନ୍ତି । ଏହି ବୁଝାମଣାପତ୍ର 08 ଏପ୍ରିଲ, 2018ରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣା ଦ୍ୱାରା ଉଭୟ ଦେଶ ମଧ୍ୟରେ ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ । ଏହାର ଅନ୍ତର୍ଗତ ଗବେଷଣା କାର୍ଯ୍ୟ, ତାଲିମ ପାଠ୍ୟକ୍ରମ, ସମ୍ମିଳନୀ ଏବଂ ବୈଠକ ଆୟୋଜନ ଏବଂ ବିଶେଷଜ୍ଞମାନଙ୍କ ପ୍ରତିନିଯୁକ୍ତି ଲାଗି ଆବଶ୍ୟକ ଆର୍ଥିକ ସମ୍ବଳ ଆୟୁଷ ମନ୍ତ୍ରଣାଳୟ ପାଇଁ ଆବଂଟିତ ବଜେଟରୁ ଯୋଗାଡ଼ କରାଯାଇପାରିବ ।
****