Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଦ ଓ ମୁଖ ଗହ୍ୱର (ଏଫଏମଡ଼ି) ରୋଗ ନିୟନ୍ତ୍ରଣ ସକାଶେ ନୂତନ କାର୍ଯ୍ୟାନୁଷ୍ଠାନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


 

ପଶୁପାଳନ କରୁଥିବା କୃଷକମାନେ ହେବେ ଉପକୃତ

–             

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଦ ଓ ମୁଖ ଗହ୍ୱର (ଏଫଏମଡ଼ି) ରୋଗ ନିୟନ୍ତ୍ରଣ ସକାଶେ ନୂତନ କାର୍ଯ୍ୟାନୁଷ୍ଠାନ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥିସହ ପଶୁପାଳନ କରୁଥିବା କୃଷକମାନଙ୍କ ପାଇଁ ବ୍ରୁସେଲୋସିସ୍‌ ସହାୟକ ବ୍ୟବସ୍ଥା କରାଯାଇଛି । ପ୍ରାଣୀଧନ ସେକ୍ଟରରେ କାର୍ଯ୍ୟରତ କୃଷକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ । 2019 ସାଧାରଣ ନିର୍ବାଚନ ଅନୁଷ୍ଠିତ ଏବଂ କେନ୍ଦ୍ରରେ ନୂତନ ସରକାର ଗଠିତ ହେବାପରେ ଆଜି କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର କୋଟି କୋଟି କୃଷକମାନଙ୍କ ଆର୍ଥିକ ହିତସାଧନ ଏବଂ ପ୍ରାଣୀଧନଙ୍କ ସ୍ୱାସ୍ଥ୍ୟର ଉନ୍ନତିକରଣ ସକାଶେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ନିଷ୍ପତ୍ତି ବିଭିନ୍ନ ଗୃହପାଳିତ ପ୍ରାଣୀଙ୍କ ପାଦ ଓ ମୁଖଗହ୍ୱରରେ ହେଉଥିବା ବିଭିନ୍ନ ରୋଗ  ଓ ବ୍ରୁସେଲୋସିସ୍‌ର ନିୟନ୍ତ୍ରଣ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ । ବିଶେଷ କରି ପଶୁପାଳନ କରୁଥିବା କୃଷକମାନେ ଏହି ଯୋଜନାରୁ ଉପକୃତ ହୋଇପାରିବେ । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଆଜି ଏଥିପାଇଁ 13,343 କୋଟି ଟଙ୍କା ମଞ୍ଜୁରି ପ୍ରଦାନ କରାଯାଇଛି ଯାହାକି ଏହିସବୁ ରୋଗର ନିୟନ୍ତ୍ରଣ ଓ ନିରାକରଣ ପାଇଁ ସହାୟକ ହେବ । ଆଗାମୀ ପାଞ୍ଚବର୍ଷ  ଏବଂ ତଦ୍‌ ପରବର୍ତ୍ତୀ ସମୟରେ ଏହିସବୁ ରୋଗ ନିରାକରଣ ସକାଶେ ଏହି ଅର୍ଥ ବ୍ୟୟ କରାଯିବ ।

ଏହି ନିଷ୍ପତ୍ତି ସରକାରଙ୍କ ମନରେ ପ୍ରାଣୀସଂପଦ ତଥା ପ୍ରାଣୀଧନ କୃଷକଙ୍କ ଉନ୍ନତି ପାଇଁ ଥିବା ଚିନ୍ତାକୁ ସୂଚୀତ କରେ ।

ଏହି କାର୍ଯ୍ୟକ୍ରମ ଏଯାବତ୍‌ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବ୍ୟୟ ଆବଣ୍ଟନ ଭିତ୍ତିରେ ପ୍ରବର୍ତ୍ତନ କରାଯାଇ ଆସୁଥିଲା । ଏହି ବ୍ୟବସ୍ଥାର ଉଚ୍ଛେଦ ଘଟାଇ କେନ୍ଦ୍ର ସରକାର ଏବେ ନିଷ୍ପତ୍ତି କରିଛନ୍ତି ଯେ ଏହି ବ୍ୟୟକୁ କେବଳ କେଦ୍ର ସରକାର ବହନ କରିବେ ଏବଂ ପ୍ରାଣୀସଂପଦଙ୍କ ପାଦ ଓ ମୁଖଗହ୍ୱରରେ ହେଉଥିବା ବିଭିନ୍ନ ରୋଗକୁ ସଂପୂର୍ଣ୍ଣ ରୂପେ ନିରାକରଣ କରିବେ  । ତଦ୍ୱାରା ଦେଶରେ ପ୍ରାଣୀସଂପଦର ବିକାଶ  ଘଟିବ ଓ କୃଷକମାନେ ଏହା ଫଳରେ ଉପକୃତ ହୋଇପାରିବେ ।

*************