Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଟନାରେ ଗଣପରିବହନ ଏବଂ ଯୋଗାଯୋଗକୁ ପ୍ରୋତ୍ସାହନ


 

ଦୁଇ କରିଡର ବିଶିଷ୍ଟ ପାଟନା ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ଦାନାପୁରରୁ ମିଠାପୁର କରିଡର ଏବଂ ପାଟନା ରେଳ ଷ୍ଟେସନରୁ ନୂଆ ଆଇଏସବିଟି ପର୍ଯ୍ୟନ୍ତ ମୋଟ 26.94 କିମି ହେବ ମେଟ୍ରୋ ଲାଇନ

ଦାନାପୁରରୁ ମିଠାପୁର କରିଡର ପର୍ଯ୍ୟନ୍ତ 14.45 କିମି ମେଟ୍ରୋ ଲାଇନ ନିର୍ମାଣ ହେ

13,365.77 କୋଟି ଟଙ୍କା ପ୍ରକଳ୍ପ 5 ବର୍ଷରେ ସମ୍ପୂର୍ଣ୍ଣ ହେବ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପାଟନା ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । 13365.77 କୋଟି ଟଙ୍କା ଖର୍ଚ୍ଚ କରାଯାଇ (1) ଦାନାପୁର ରୁ ମିଠାପୁର (2) ପାଟନା ରେଳଷ୍ଟେସନରୁ ଆଇଏସବିଟି କରିଡର ପର୍ଯ୍ୟନ୍ତ ମେଟ୍ରା ରେଳ ଲାଇନ ନିର୍ମାଣ କରାଯିବ ।

ପ୍ରକଳ୍ପ ବିବରଣୀ :

ଏହି ପ୍ରକଳ୍ପ 5 ବର୍ଷରେ ସମ୍ପୂର୍ଣ୍ଣ ହେବ । ଦାନାପୁର କ୍ୟାଣ୍ଟନମେଣ୍ଟରୁ ମିଠାପୁର କରିଡର ସହରର ମଧ୍ୟସ୍ଥଳୀ ଦେଇ ଗତି କରିବ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ଯଥା – ରାଜାବଜାର, ସଚିବାଳୟ, ହାଇକୋର୍ଟ, ଆଇନ ବିଶ୍ୱବିଦ୍ୟାଳୟ ଏବଂ ରେଳ ଷ୍ଟେସନ ଦେଇ ଯିବ । ପାଟନା ଜଙ୍କସନରୁ ଆଇଏସବିଟି କରିଡର ଲାଇନ ଗାନ୍ଧୀ ମୈଦାନ, ପିଏମସିଏଚ, ପାଟନା ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ନଗର, ମହାତ୍ମା ଗାନ୍ଧୀ ସେତୁ, ଟ୍ରାନ୍ସପୋର୍ଟ ନଗର ଏବଂ ଆଇଏସବିଟିକୁ ଯୋଡ଼ିବ । ଏହି ମେଟ୍ରୋ ସ୍ଥାନୀୟ ବାସୀନ୍ଦା, ଯାତ୍ରୀ, ଶିଳ୍ପ ଶ୍ରମିକ, ଭ୍ରମଣକାରୀମାନଙ୍କୁ ପରିବେଶ ଅନୁକୂଳ ଏବଂ ନିରନ୍ତର ଗଣପରିବହନ ସୁବିଧା ଯୋଗାଇ ଦେବ ।

ପାଟନା ମେଟ୍ରୋ ପ୍ରକଳ୍ପର ପ୍ରମୁଖ ବୈଶିଷ୍ଟ୍ୟ

ଦାନାପୁରରୁ ମିଠାପୁର କରିଡରର ଲମ୍ବ 16.94 କିମି ରଖାଯାଇଛି, ଏହାମଧ୍ୟରୁ ଅଧିକାଂଶ ଭାଗ ଭୂତଳ (11.20 କିମି) ଏବଂ କିଛି ଭାଗ (5.48 କିମି) ଭୂମି ଉପରେ ଯିବ । ଏଥିରେ 11ଟି ଷ୍ଟେସନ (ତିନୋଟି ଭୂପୃଷ୍ଠ ଏବଂ 8ଟି ଭୂତଳ) ରହିବ । ସେହିପରି ପାଟନା ଷ୍ଟେସନରୁ ନୂଆ ଆଇଏସବିଟି କରିଡର ଲାଇନର ଲମ୍ବ 14.45 କମି ହୋଇଥିବା ବେଳେ ଏହାର ଅଧିକାଂଶ ଭାଗ ଭୂମି ଉପରେ (9.9 କିମି) ଏବଂ କିଛି ଅଂଶ ଭୂତଳ (4.55 କିମି) ହେବ । ପାଟନା ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା ସମ୍ପୂର୍ଣ୍ଣ ପାଟନା ସହରର 26.23 ଲକ୍ଷ ଜନସାଧାରଣ ଲାଭାନ୍ୱିତ ହୋଇପାରିବେ ।

ମଞ୍ଜୁରିପ୍ରାପ୍ତ କରିଡରରେ ଫିଡର ବସ ନେଟୱାର୍କ, ମଧ୍ୟବର୍ତ୍ତୀ ଗଣପରିବହନ ଏବଂ ଅଣମୋଟର ପରିବହନ (ଏନଏମଟି) ସହିତ ରେଳ ଷ୍ଟେସନ ଏବଂ ଆଇଏସବିଟି ଷ୍ଟେସନର ବହୁମୁଖୀ ସମନ୍ୱୟ ରହିବ । ପରିବହନ ଆଧାରିତ ବିକାଶ ବ୍ୟବସ୍ଥା (ଟିଓଡି) ଏବଂ ବିକାଶ କ୍ଷମତାର ହସ୍ତାନ୍ତର (ଟିଡିକେ) ଜରିଆରେ ମୂଲ୍ୟ ସଂଗ୍ରହ ଅର୍ଥଯୋଗାଣ ସହିତ ଭଡ଼ା ଓ ବିଜ୍ଞାପନରୁ ଅଣଭଡ଼ା ରାଜସ୍ୱ ସଂଗ୍ରହ କରିବ ।

ମେଟ୍ରୋ ରେଳ କରିଡର ସହିତ ଅବାସିକ କ୍ଷେତ୍ରଗୁଡ଼ିକ ଏହି ପ୍ରକଳ୍ପ ଦ୍ୱାରା ବ୍ୟାପକ ଭାବେ ଉପକୃତ ହୋଇପାରିବେ କାରଣ ଏହି କ୍ଷେତ୍ରର ଲୋକମାନେ ସହରର କୌଣସି ସ୍ଥାନରେ ପହଁଚିବା ଲାଗି ନିୟମିତ ଭାବେ ସେମାନଙ୍କ ଅଂଚଳରୁ ଟ୍ରେନରେ ଯାତାୟାତ କରିଥାନ୍ତି ।