Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆକାଶପଥରେ ଯୋଡିହେଲା ସିକ୍କିମ

ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆକାଶପଥରେ ଯୋଡିହେଲା ସିକ୍କିମ

ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆକାଶପଥରେ ଯୋଡିହେଲା ସିକ୍କିମ

ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆକାଶପଥରେ ଯୋଡିହେଲା ସିକ୍କିମ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମରେ ପାକୟୋଙ୍ଗ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏହା ହେଉଛି ଏହି ହିମାଳୟ ରାଜ୍ୟର ପ୍ରଥମ ଏବଂ ଦେଶର 100ତମ ବିମାନବନ୍ଦର ।

ଏହି ଅବସରରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାକୁ ସିକ୍ମିମ ପାଇଁ ଏକ ଐତିହାସିକ ଏବଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ଅଭିହିତ କରିଥିଲେ । ସେ କହିଲେ ଯେ ପାକୟୋଙ୍ଗ ବିମାନବନ୍ଦର ସହିତ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟା 100ରେ ପହଂଚିଛି । ପ୍ରଧାନମନ୍ତ୍ରୀ ମଧ୍ୟ ସିକ୍କିମର ଯୁବ କ୍ରିକେଟର ନିଲେଶ ଲାମିଚାନେଙ୍କ ବିଷୟରେ କହିଥିଲେ, ଯିଏକି ରାଜ୍ୟର ପ୍ରଥମ କ୍ରିକେଟର ଭାବେ ବିଜୟ ହଜାରେ ଟ୍ରଫିରେ ଶତକ ହାସଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପାକୟୋଙ୍ଗ ବିମାନବନ୍ଦର ଫଳରେ ସିକ୍କିମକୁ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ । ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହେବା ନିଶ୍ଚିତ କରିବା ପାଇଁ ଏହି ବିମାନବନ୍ଦରକୁ ଉଡାନ ଯୋଜନାର ଅଂଶବିଶେଷ ଭାବେ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦୃତଗତିରେ ସମଗ୍ର ଉତ୍ତର ପୂର୍ବାଂଚଳର ଭିତ୍ତିଭୂମି ଏବଂ ଭାବପ୍ରବଣଗତ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । ସେ ବ୍ୟକ୍ତିଗତ ଭାବେ ଅନେକ ଥର ବିକାଶ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଉତ୍ତରପୂର୍ବାଂଚଳ ରାଜ୍ୟମାନଙ୍କୁ ଗସ୍ତ କରିଛନ୍ତି । ସେ ମଧ୍ୟ କହିଲେ ଯେ କେନ୍ଦ୍ର ମନ୍ତ୍ରୀମାନେ ନିୟିମତ ଭାବେ ଏହି ଅଂଚଳ ଗସ୍ତ କରିଥାନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଏହାର ଫଳ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି । ଏହାଦ୍ୱାରା ବାୟୁ ଓ ରେଳ ସଂଯୋଗ, ଭଲ ରାସ୍ତା, ବଡ ପୋଲ ନିର୍ମାଣ କ୍ଷେତ୍ରରେ ଉନ୍ନତି ଆସିଥିବା ପରିଲକ୍ଷିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଥିବା 100ଟି ବିମାନବନ୍ଦର ମଧ୍ୟରୁ ଗତ 4 ବର୍ଷ ମଧ୍ୟରେ 35ଟି କାର୍ଯ୍ୟକ୍ଷମ କରାଯାଇଛି ।

ଜୈବ କୃଷିରେ ସିକ୍କିମର ଅଗ୍ରଗତୀ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ତ୍ତର ପୂର୍ବାଂଚଳ ପାଇଁ ଜୈବିକ ମୂଲ୍ୟ ବିକାଶ ମିଶନ” (Mission Organic Value Development for North Eastern Region)ର ପ୍ରଚଳନ କରିଛନ୍ତି ।

 

**********