ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି–୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା । ଏପ୍ରିଲ ୨୦୨୪ରେ ପଦଭାର ଗ୍ରହଣ କରିଥିବାରୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଏଥିସହିତ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର ତଥା ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଥିଲେ ।
ଦୁଇ ନେତା ବାଣିଜ୍ୟ ଏବଂ ପୁଞ୍ଜି ନିବେଶ, ପ୍ରତିରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲେ । ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଟେକ୍ନୋଲୋଜି, ନବୀକରଣ ଯୋଗ୍ୟ ଶକ୍ତି, ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ତଥା ବୃତ୍ତିଗତ ଏବଂ କୁଶଳୀ ଶ୍ରମିକମାନଙ୍କର ଗତିଶୀଳତା ଭଳି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ସହଯୋଗ ପାଇଁ ବୃଦ୍ଧି ପାଉଥିବା ସମ୍ଭାବନାକୁ ସେମାନେ ସୂଚିତ କରିଥିଲେ । ଉଭୟ ନେତା ମଧ୍ୟ ଆଞ୍ଚଳିକ ବିକାଶ ଏବଂ ଭାରତ – ୟୁରୋପୀୟ ସଂଘ ସମେତ ଆପୋସ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ଆଞ୍ଚଳିକ ଏବଂ ବହୁପକ୍ଷୀୟ ମଞ୍ଚରେ ବର୍ତ୍ତମାନର ଘନିଷ୍ଠ ସହଯୋଗ ଜାରି ରଖିବାକୁ ସେମାନେ ସହମତ ହୋଇଥିଲେ ।
୨୦୨୫ ବର୍ଷ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେବାର ୫୦ତ ବାର୍ଷିକୀ ପାଳନ କରୁଛି ବୋଲି ଉଭୟ ନେତା ଉଲ୍ଲେଖ କରିଥିଲେ । ସେମାନେ ମିଳିତ ଭାବରେ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ସହମତ ହୋଇଥିଲେ । ଉଭୟ ନେତା ପରସ୍ପର ସହ ସମ୍ପର୍କରେ ରହିବାକୁ ମଧ୍ୟ ସହମତ ହୋଇଥିଲେ ।
*******
SR
Had a very good meeting with Prime Minister of Portugal, Mr. Luís Montenegro. India cherishes the long-standing ties with Portugal. Our talks focussed on adding more vigour to our economic linkages. Sectors like renewable energy and green hydrogen offer many opportunities for… pic.twitter.com/hnppd0DCAc
— Narendra Modi (@narendramodi) November 18, 2024
Tive uma reunião excelente com Primeiro Ministro de Portugal, o Sr. Luis Montenegro. A Índia preza pelos seus laços de longa data com Portugal. Nosso diálogo abordou a potencialização das nossas relações econômicas. Setores como o de energia renovavel e hidrogênio verde… pic.twitter.com/WLTsq5spl3
— Narendra Modi (@narendramodi) November 18, 2024
In Rio de Janeiro, on the sidelines of the G20 Summit, PM @narendramodi had a productive meeting with Prime Minister of Portugal, Mr. Luís Montenegro. They discussed enhancing India-Portugal ties in sectors like renewable energy, defence, people-to-people connect and more.… pic.twitter.com/S1iOsdawHc
— PMO India (@PMOIndia) November 18, 2024