Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରୀକ୍ଷା ପେ ଚର୍ଚ୍ଚା – ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ପରୀକ୍ଷା ପେ ଚର୍ଚ୍ଚା – ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ  ମତବିନିମୟ

ପରୀକ୍ଷା ପେ ଚର୍ଚ୍ଚା – ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ  ମତବିନିମୟ

ପରୀକ୍ଷା ପେ ଚର୍ଚ୍ଚା – ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ  ମତବିନିମୟ


 

  • ପରୀକ୍ଷାଜନିତ ଚାପ, ଚିନ୍ତା ଦୂର କରିବା ଲାଗି ଆତ୍ମବିଶ୍ୱାସ ଲୋଡା
  • ଛାତ୍ରଛାତ୍ରୀ ପ୍ରତିସ୍ପର୍ଦ୍ଧାପରିବର୍ତ୍ତେ ଅନୁସ୍ପର୍ଦ୍ଧାରେ ମନ ଦିଅନ୍ତୁ
  • ଯୋଗ ମାଧ୍ୟମରେ ଏକାଗ୍ରତା ବୃଦ୍ଧି କରିହେବ
  • ପିଲାଙ୍କ ଉପଲବ୍ଧୀକୁ ସାମାଜିକ ପ୍ରତିଷ୍ଠାର ପ୍ରସଙ୍ଗ କରାନଯାଉ
  • ସବୁ ଶିଶୁଙ୍କ ନିକଟରେ ରହିଛି ସ୍ୱତନ୍ତ୍ର ପ୍ରତିଭା

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ସମ୍ପର୍କିତ ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଟାଉନ ହଲ ଅଧିବେଶନରେ ମତବିନିମୟ କରିଥିଲେ । ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ତାଙ୍କୁ ବିଭିନ୍ନ ଟିଭି ନ୍ୟୁଜ ଚାନେଲ, ନରେନ୍ଦ୍ର ମୋଦୀ ମୋବାଇଲ ଆପ ଏବଂ ମାଇଁଗଭ ପ୍ଲାଟଫର୍ମରେ ପ୍ରଶ୍ନ ପଚାରିଥିଲେ ।

ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟାଉନହଲ ପରିସରକୁ ସେ ଛାତ୍ରଛାତ୍ରୀଙ୍କ ବନ୍ଧୁ, ଏବଂ ସେମାନଙ୍କ ଅଭିଭାବକ ଓ ପରିବାର ସଦସ୍ୟ ଭାବେ ଆସିଛନ୍ତି । ସେ କହିଥିଲେ ଯେ ସେ ବିଭିନ୍ନ ପ୍ଲାଟଫର୍ମ ଜରିଆରେ ସେ ସାରା ଦେଶର 10 କୋଟି ଲୋକଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ତାଙ୍କୁ ଦେଇଥିବା ଶିକ୍ଷା କାରଣରୁ ଆଜି ମଧ୍ୟ ସେ ନିଜ ଭିତରେ ଥିବା ଛାତ୍ର ଭାବନାକୁ ଉଜ୍ଜୀବିତ ରଖିପାରିଛନ୍ତି ।

ଏହି କାର୍ଯ୍ୟକ୍ରମ ଦୀର୍ଘ 2 ଘଣ୍ଟା  ଧରି ଚାଲିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଯେପରିକି ଭୟ, ଚିନ୍ତା, ଏକାଗ୍ରତା, ସହପାଠୀଙ୍କ ଚାପ, ମାତାପିତାଙ୍କ ଆଶା ଏବଂ ଶିକ୍ଷକମାନଙ୍କ ଭୂମିକା ଆଦି ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । ତାଙ୍କର ଜବାବ ବୁଦ୍ଧିମତା, ବ୍ୟଙ୍ଗ ଏବଂ ଭିନ୍ନ ଭିନ୍ନ ଉଦାହରଣରେ ପରିପୂର୍ଣ୍ଣ ଥିଲା ।

ପରୀକ୍ଷାଜନିତ ଚାପ ଏବଂ ଚିନ୍ତା ଦୂର କରିବା ଲାଗି ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସେ ସ୍ୱାମୀ ବିବେକାନନ୍ଦଙ୍କ ବକ୍ତବ୍ୟର ଉଦାହରଣ ଦେଇଥିଲେ । ସେ କାନାଡୀୟ ସ୍ନୋବୋର୍ଡର ମାର୍କ ମେକମୋରିସଙ୍କ ଉଦାହରଣ ଦେଇଥିଲେ, ଯିଏକି ପ୍ରାଣଘାତୀ ଆଘାତ ସମସ୍ୟାରୁ ମୁକୁଳିବାର 11 ମାସ ପରେ ଚଳିତ ଶୀତକାଳୀନ ଅଲିମ୍ପିକ କ୍ରୀଡ଼ାରେ କାଂସ୍ୟ ପଦକ ଜିତିପାରିଛନ୍ତି ।

ଏକାଗ୍ରତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମନ କୀ ବାତ ରେଡିଓ କାର୍ଯ୍ୟକ୍ରମରେ ସେ ଉଲ୍ଲେଖ କରିଥିବା ମହାନ କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ବିଷୟରେ ମନେ ପକାଇ ଦେଇଥିଲେ । ତେନ୍ଦୁଲକର ଥରେ କହିଥିଲେ ଯେ ସେ  ଖେଳୁଥିବା ସମୟରେ କେବଳ ବଲ ଉପରେ ଏକାଗ୍ର ହୋଇ ନଜର ରଖିଥା’ନ୍ତି । ଅତୀତ କିମ୍ବା ଭବିଷ୍ୟତ ପାଇଁ ଆଦୌ ବ୍ୟସ୍ତ ହୋଇନଥା’ନ୍ତି । ଯୋଗ ମାଧ୍ୟମରେ ଏକାଗ୍ରତା ବୃଦ୍ଧି କରିହେବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ସହପାଠୀଙ୍କ ଚାପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀ “ପ୍ରତିସ୍ପର୍ଦ୍ଧା” (ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା) ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ “ଅନୁସ୍ପର୍ଦ୍ଧା” (ନିଜ ସହ ପ୍ରତିଦ୍ୱନ୍ଦ୍ୱିତା) ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ । ସେ କହିଥିଲେ ଯେ ଜଣେ ଲୋକ ପୂର୍ବରୁ ହାସଲ କରିଥିବା ଉପଲବ୍ଧୀ ଠାରୁ ଅଧିକ ହାସଲ କରିବା ପାଇଁ ସବୁବେଳେ ପ୍ରୟାସ କରିବା ଆବଶ୍ୟକ ।

ପ୍ରତ୍ୟେକ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ବଳିଦାନ ଦେଉଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅଭିଭାବକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେମାନେ ନିଜ ପିଲାମାନଙ୍କ ଉପଲବ୍ଧୀକୁ ସାମାଜିକ ପ୍ରତିଷ୍ଠାର ପ୍ରସଙ୍ଗ କରି ନ ଦେଖନ୍ତୁ । ସେ କହିଥିଲେ ଯେ ପ୍ରତ୍ୟେକ ଶିଶୁ ନିକଟରେ ଏକ ସ୍ୱତନ୍ତ୍ର ପ୍ରତିଭା ରହିଛି ।

ଜଣେ ଛାତ୍ରର ଜୀବନରେ ଏକ ବୌଦ୍ଧିକ ଦିଗ ଏବଂ ଆଉ ଏକ ଭାବନାତ୍ମକ ଦିଗ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମୟ ପରିଚାଳନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ବର୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସାରଣୀ କିମ୍ବା ସୂଚୀ ଯଥେଷ୍ଟ ନୁହେଁ । ନମନୀୟ ହେବା ଏବଂ ସମୟର ଶ୍ରେଷ୍ଠ ଉପଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

 

**********