Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ଭାରତ, ରୁଷୀୟ ସଂଘ ମଧ୍ୟରେ ବୁଝାମଣା


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ରୁଷ ସହିତ 05 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (MOU) ଏବଂ ଏକ ସହଯୋଗ ବୁଝାମଣା (MOC)ନେଇ ଅବଗତ କରାଯାଇଛି ।

i). ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ରୁଷୀୟ ସଂଘର ପରିବହନ ମନ୍ତ୍ରଣାଳୟ ସହିତ ବୁଝାମଣାପତ୍ର ।

ii). ରେଳବାଇ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଯୌଥ କମ୍ପାନୀ ‘ରୁଷୀୟ ରେଳବାଇ’ (ଆରଜେଡି) ସହିତ ସହଯୋଗ ବୁଝାମଣା

ରେଳ କ୍ଷେତ୍ରରେ ଏମଓୟୁ/ଏମଓସି ଭାରତୀୟ ରେଳକୁ ନବୀନତମ ବିକାଶ ଏବଂ ଜ୍ଞାନ ବାଣ୍ଟିବା ଲାଗି ମଞ୍ଚ ପ୍ରଦାନ କରୁଛି । ଏମଓୟୁ/ଏମଓସି ସ୍ୱତନ୍ତ୍ର ପ୍ରଯୁକ୍ତି କ୍ଷେତ୍ର ଉପରେ ଫୋକସ କରୁଥିବା ବୈଷୟିକ ବିଶେଷଜ୍ଞ, ରିପୋର୍ଟ ଏବଂ ବୈଷୟିକ କାଗଜପତ୍ର, ତାଲିମ ଏବଂ କର୍ମଶାଳା/ସେମିନାରର ବିନିମୟ ଏବଂ ଜ୍ଞାନ ବାଣ୍ଟିବାରେ ସହାୟତା ପ୍ରଦାନ କରୁଛି ।

ଏମଓୟୁରେ ପରିବହନ ଶିକ୍ଷାର ବିକାଶ ଲାଗି ପ୍ରାଥମିକତା ବିଶିଷ୍ଟ କ୍ଷେତ୍ରରେ ସହଯୋଗର ବ୍ୟବସ୍ଥା ରହିଛି । ବୁଝାମଣାପତ୍ରରେ ବ୍ୟବସାୟିକ-ଆର୍ଥିକ, ବୈଜ୍ଞାନିକ-ବୈଷୟିକ ଏବଂ ସାଂସ୍କୃତିକ ସହଯୋଗରେ ଆନ୍ତଃସରକାରୀ, ରୁଷ-ଭାରତୀୟ ଆୟୋଗର ଢାଞ୍ଚାରେ କାର୍ଯ୍ୟାନ୍ୱୟନ ସହିତ ସ୍ୱତନ୍ତ୍ର ପ୍ରସ୍ତାବର ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବ ।

ଏମଓସିରେ ନିମ୍ନଲିଖିତ କ୍ଷେତ୍ରରେ ବୈଷୟିକ ସହଯୋଗରେ ସହାୟତା ପ୍ରଦାନ କରିବ:

a). ଯାତ୍ରୀବାହୀ ଟ୍ରେନର ଗତି 200 କିମି ଘଣ୍ଟାପ୍ରତି (ସେମି ହାଇସ୍ପିଡ) ବଢ଼ାଇବା ଲାଗି ନାଗପୁର-ସିକନ୍ଦରାବାଦ ସେକ୍ସନର ଉନ୍ନୟନ ଲାଗି ପ୍ରକଳ୍ପକୁ ଲାଗୁ କରାଯିବ । ଏଥିରେ ଭାରତୀୟ ରେଳ ନେଟୱାର୍କର ଅନ୍ୟ ନିର୍ଦ୍ଦେଶାବଳୀ ସହିତ ସେକ୍ସନର ସମ୍ଭାବ୍ୟ ସମ୍ପ୍ରସାରଣ ସାମିଲ ରହିଛି ।

b). କ୍ଷେତ୍ରୀୟ ସ୍ତର, ମଣ୍ଡଳୀୟ ରେଳ ଏବଂ/କିମ୍ବା ଜୋନାଲ ରେଳବାଇକୁ ଯୋଡ଼ୁଥିବା ଉପରିସ୍ଥ ନେଟୱାର୍କ ସ୍ତରରେ ସମାନତା ଥିବା ଯାତାୟାତର ବ୍ୟବସ୍ଥା ଲାଗି ଏକକ ଟ୍ରାଫିକ ନିୟନ୍ତ୍ରଣ କେନ୍ଦ୍ର ଲାଗୁ କରିବା ।

c). ସ୍ୱତନ୍ତ୍ର ନିର୍ମାଣ, ମିଳିତ ନିର୍ମାଣର ସଂଗଠନ ଏବଂ ପ୍ରତିଦ୍ୱନ୍ଦ୍ୱୀ ସିଗନାଲିଂ ଏବଂ ଇଣ୍ଟର-ଲିଙ୍କିଙ୍ଗ ପଦ୍ଧତିକୁ ଲାଗୁ କରିବା ।

d). ସେମି ହାଇ ସ୍ପିଡ ଏବଂ ଏହାଠାରୁ ଉପରିସ୍ଥ ଲାଗି ଟର୍ଣ୍ଣଆଉଟ ସ୍ୱିଚର ଯୋଗାଣ ଏବଂ ଏକତ୍ରିକରଣ ।

e). ରୁଷୀୟ ରେଳ ସହ ଜଡ଼ିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଭାଗିଦାରୀ ସହିତ ଭାରତୀୟ ରେଳର କର୍ମଚାରୀଙ୍କୁ ତାଲିମ ଏବଂ ଆଡଭାନ୍ସ ଯୋଗ୍ୟତା ସୁଧାର ।

f). ମାଲ ଯୋଗାଣ କାର୍ଗୋ ପରିଚାଳନାରେ, ଶ୍ରେଷ୍ଠ ପ୍ରଚଳନ ଏବଂ

g). ଭାରତରେ ମଲ୍ଟି ମଡେଲ ଟର୍ମିନାଲର ମିଳିତ ବିକାଶ ।

 

************