ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପରମ୍ପରାଗତ ଔଷଧ ପ୍ରଣାଳୀ ଏବଂ ହୋମିଓପାଥି କ୍ଷେତ୍ରରେ ଭାରତ ଓ ଗିନି ଗଣରାଜ୍ୟ ମଧ୍ୟରେ ସହଯୋଗ ବୁଝାମଣାକୁ କାର୍ଯ୍ୟୋତ୍ତର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବୁଝାମଣା ଜ୍ଞାପନ ପତ୍ର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ତିନିଦିନର ଗିନି ଯାତ୍ରା ସମୟରେ ଅଗଷ୍ଟ 2, 2019ରେ ସ୍ୱାକ୍ଷର କରାଯାଇଥିଲା ।
ପ୍ରମୁଖ ପ୍ରଭାବ:
ଏହି ବୁଝାମଣା ଫଳରେ ଦୁଇ ଦେଶଙ୍କ ମଧ୍ୟରେ ପରମ୍ପରାଗତ ଔଷଧ ପ୍ରଣାଳୀ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ହେବ । ଉଭୟ ଦେଶ ପାଇଁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ କାର୍ଯ୍ୟନୀତି ଏବଂ ଲକ୍ଷ୍ୟ:
ଏହି ବୁଝାମଣା ପତ୍ରର ଏକ କପି ପ୍ରାପ୍ତ କରିବା ପରେ ଦୁଇ ପକ୍ଷଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦୁଇ ଦେଶଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବୁଝାମଣାର କାର୍ଯ୍ୟକ୍ଷେତ୍ର ଅନୁରୂପ ହେବ ଏବଂ ଏହି ବୁଝାମଣା ପ୍ରଚଳିତ ରହିବା ପର୍ଯ୍ୟନ୍ତ ଜାରି ରହିବ ।
ସମ୍ବନ୍ଧିତ ଖର୍ଚ୍ଚ
ଏହି ବୁଝାମଣାର କୌଣସି ପ୍ରକାରର ଅତିରିକ୍ତ ଆର୍ଥିକ ନିହିତାର୍ଥ ରହିବ ନାହିଁ । ଅନୁସନ୍ଧାନ, ପ୍ରଶିକ୍ଷଣ ପାଠ୍ୟକ୍ରମ, ସମ୍ମିଳନୀ/ବୈଠକର ଆୟୋଜନ କରିବା ତଥା ବିଶେଷଜ୍ଞଙ୍କ ପ୍ରତିନିଯୁକ୍ତି ପାଇଁ ଆବଶ୍ୟକ ଆର୍ଥିକ ସଂସାଧନ ଆୟୁଷ ମନ୍ତ୍ରଣାଳୟ ପାଇଁ ମହଜୁଦ ଆବଂଟିତ ବଜେଟ ଏବଂ ମହଜୁଦ ଆୟୋଜନ ଯୋଜନାରୁ ପ୍ରାପ୍ତ କରାଯିବ ।
**********