Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାନାୟକ ଥିଲେ, ଯିଏକି ଭାରତର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସମାଜର ତଳସ୍ତରରେ ଥିବା ଲୋକଙ୍କ ବିକାଶ ପାଇଁ ତାଙ୍କର ମାନସିକତା ଏକ ସୁଦୃଢ଼ ରାଷ୍ଟ୍ର ଦିଗରେ ଆମର ଯାତ୍ରାକୁ ପ୍ରୋତ୍ସାହିତ କରୁଛି ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ପୂଣ୍ୟତିଥିରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ । ସମାଜର ତଳସ୍ତରରେ ଥିବା ଲୋକଙ୍କ ବିକାଶ ପାଇଁ ତାଙ୍କର ମାନସିକତା ଏକ ସୁଦୃଢ଼ ରାଷ୍ଟ୍ର ଦିଗରେ ଆମର ଯାତ୍ରାକୁ ପ୍ରୋତ୍ସାହିତ କରୁଛି । ବିକାଶ ଏବଂ ଏକତା ଦିଗରେ ଆମର ସାମୂହିକ ଉଦ୍ୟମ ସକାଶେ ତାଙ୍କର ବଳିଦାନ ଏବଂ ଆଦର୍ଶ ମାର୍ଗଦର୍ଶକ ଶକ୍ତି ହୋଇ ରହିଛି ।”   

SR