ମାନ୍ୟବରଗଣ ନମସ୍କାର,
କୋଭିଡ-19 କାରଣରୁ ମାର୍ଚ୍ଚରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (ଇଣ୍ଡିଆ-ଇୟୁ ସମ୍ମିଟ)କୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି । ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି । ଆପଣମାନଙ୍କୁ ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ । ଆପଣମାନଙ୍କ ପରି ମୁଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସମୁଦାୟ ମଧ୍ୟରେ ସମ୍ବନ୍ଧକୁ ଅଧିକ ବିସ୍ତୃତ ଓ ନିବିଡ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମକୁ ଏକ ଦୀର୍ଘକାଳୀନ ରଣନୀତି ଗ୍ରହଣ କରିବାକୁ ପଡିବ ।
ଏହା ସହିତ ଏକ କାର୍ଯ୍ୟକ୍ରମଭିତ୍ତିକ କର୍ମସୂଚୀ ପ୍ରସ୍ତୁତ କରିବାକୁ ହେବ; ଯାହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମଗୁଡିକୁ କାର୍ଯ୍ୟକାରୀ କରାଯାଇପାରିବ । ଭାରତ ଏବଂ ୟୁରୋପୀୟ ସମୁଦାୟ ସ୍ୱାଭାବିକ ଅଂଶୀଦାର ଅଟନ୍ତି । ଆମର ଅଂଶୀଦାରୀ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉପଯୋଗୀ ମଧ୍ୟ । ଏହି ବାସ୍ତବିକତା ଆଜି ମଧ୍ୟ ବୈଶ୍ୱିକ ସ୍ଥିତିରେ ଆହୁରି ସ୍ପଷ୍ଟ ହୋଇଯାଇଛି । ଆମେ ଉଭୟ ଗଣତନ୍ତ୍ର, ବହୁଳବାଦ, ସମାବେଶୀତା, ଆନ୍ତର୍ଜାତିକ ପ୍ରତିଷ୍ଠାନ ପ୍ରତି ସମ୍ମାନବୋଧ, ବହୁପକ୍ଷବାଦ, ସ୍ୱାଧୀନତା, ସ୍ୱଚ୍ଛତା ଭଳି ସାର୍ବଜନୀନ ମୂଲ୍ୟବୋଧରେ ଅଂଶୀଦାର ଓ ବିଶ୍ୱାସୀ । କୋଭିଡ-19 ପରେ ଆର୍ଥିକ କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ନୂଆ ସମସ୍ୟାମାନ ସୃଷ୍ଟି ହୋଇଛି । ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ।
ଆଜି ଆମର ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଏହି ଦୁଇଟି ଆହ୍ୱାନର ସାମ୍ନା କରିବାକୁ ପଡୁଛି । ଆଇନଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି ହେଉଛି । ଏଥିରେ ଭାରତ-ୟୁରୋପୀୟ ସମୁଦାୟ ଅଂଶୀଦାରୀ, ଆର୍ଥିକ ପୁନଃନିର୍ମାଣରେ ଆଉ ଏକ ମାନବ କୈନ୍ଦ୍ରିକ ଏବଂ ମାନବତା କୈନ୍ଦ୍ରିତ, ବିଶ୍ୱାୟନ ବ୍ୟବସ୍ଥା ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ତତ୍କାଳୀକ ଆହ୍ୱାନ ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଭଳି ଦୀର୍ଘମିଆଦୀ ସମସ୍ୟାକୁ ମଧ୍ୟ ଆମ ଉଭୟଙ୍କ ପାଇଁ ପ୍ରାଥମିକତା ହୋଇଛି ।
ଭାରତରେ ଅକ୍ଷୟଶକ୍ତିର ଉପଯୋଗକୁ ବଢାଇବା ପାଇଁ ଆମ ଉଦ୍ୟମରେ ଆମେ ସମଗ୍ର ୟୁରୋପକୁ ପୁଞ୍ଜିନିବେଶ ଏବଂ ଟେକ୍ନୋଲଜିର ବିନିଯୋଗ ପାଇଁ ନିମନ୍ତ୍ରଣ କରୁଛୁ । ମୁଁ ଆଶା କରୁଛି ଯେ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ମାଧ୍ୟମରେ ଆମର ସମ୍ବନ୍ଧ ଅଧିକ ନିବିଡ ଓ ବେଗଗାମୀ ହେବ । ମହାମହୀମଗଣ, ମୁଁ ଆପଣଙ୍କ ସହିତ କଥାବର୍ତ୍ତା କରିବା ପାଇଁ ଏହି ଅବସର ପାଇଥିବାରୁ ପୁଣି ଥରେ ସନ୍ତୋଷ ବ୍ୟକ୍ତ କରୁଛି ।
**********
COVID-19 के कारण हमें मार्च में India-EU Summit स्थगित करनी पड़ी थी। अच्छी बात है कि आज हम virtual माध्यम से मिल पा रहे हैं: PM @narendramodi begins his opening remarks at the 15th India-EU (virtual) summit
— PMO India (@PMOIndia) July 15, 2020
सबसे पहले मैं Europe में Coronavirus के कारण हुई क्षति के लिए संवेदना प्रकट करता हूँ।
— PMO India (@PMOIndia) July 15, 2020
आपके शुरुआती remarks के लिए धन्यवाद। आप की तरह मैं भी भारत और EU के सम्बन्धों को और विस्तृत और गहरा बनाने के लिए प्रतिबद्ध हूँ: PM @narendramodi
इस के लिए हमें एक दीर्घ-कालीन strategic perspective अपनाना चाहिए।
— PMO India (@PMOIndia) July 15, 2020
इसके साथ-साथ एक action-oriented agenda बनाना चाहिए, जिसे निर्धारित समय-सीमा में कार्यान्वित किया जा सके: PM @narendramodi
भारत और EU natural partners हैं। हमारी partnership विश्व में शांति और स्थिरता के लिए भी उपयोगी है। यह वास्तविकता आज की वैश्विक स्थिति में और भी स्पष्ट हो गयी है: PM @narendramodi
— PMO India (@PMOIndia) July 15, 2020
हम दोनों ही democracy, pluralism, inclusivity, respect for international institutions, multilateralism, freedom, transparency जैसी universal values share करते हैं: PM @narendramodi
— PMO India (@PMOIndia) July 15, 2020
आज हमारे नागरिकों की सेहत और समृद्धि, दोनों ही चुनौतियों का सामना कर रहें हैं। Rules-based international order पर विभिन्न प्रकार के दबाव हैं: PM @narendramodi
— PMO India (@PMOIndia) July 15, 2020
ऐसे में भारत-EU partnership, आर्थिक पुनर्निर्माण में, और एक मानव-केंद्रित और मानवता-केंद्रित globalisation के निर्माण में, महत्वपूर्ण भूमिका निभा सकती है: PM @narendramodi
— PMO India (@PMOIndia) July 15, 2020
तत्कालीन चुनौतियों के अलावा Climate Change जैसे long-term challenges भी हम दोनों के लिए ही प्राथमिकता हैं।
— PMO India (@PMOIndia) July 15, 2020
भारत में Renewable Energy के उपयोग को बढ़ाने के हमारे प्रयत्नों में हम यूरोप के investment और technology का आमंत्रण करते हैं: PM @narendramodi
मैं आशा करता हूँ कि इस Virtual Summit के माध्यम से हमारे सम्बन्धों को गति मिलेगी।
— PMO India (@PMOIndia) July 15, 2020
Excellencies, मैं आपसे बात करने के इस अवसर के लिए पुनः प्रसन्नता व्यक्त करता हूँ: PM @narendramodi