ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।
ଦୁଇ ନେତା ବିଶ୍ୱ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର, ଆଫ୍ରିକା ଏବଂ ଦକ୍ଷିଣ ବିଶ୍ୱ ସହ ଭାଗିଦାରୀ ସମ୍ପର୍କରେ ଫଳପ୍ରଦ ଆଲୋଚନା କରିଥିଲେ ଏବଂ ବ୍ରିକ୍ସ କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ମଜଭୁତ ବ୍ରିକ୍ସ ପାଇଁ ଆହ୍ୱାନ ଦେଇଥିଲେ :
ବି (B) – ପ୍ରତିବନ୍ଧକ ଦୂର କରିବା
ଆର୍ (R) – ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର କରିବା
ଆଇ (I) – ପ୍ରେରଣାଦାୟକ ଉଦ୍ଭାବନ
ସି (C) – ଅନେକ ସୁଯୋଗ ସୃଷ୍ଟି କରିବା
ଏସ୍ (S) – ଭବିଷ୍ୟତକୁ ରୂପ ଦେବା
ନିଜର ବିଭିନ୍ନ ହସ୍ତକ୍ଷେପରେ ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ବିଷୟ ଉପରେ ଆଲୋକପାତ କରିଥିଲେ:
● ୟୁଏନଏସ୍ସି ସଂସ୍କାର ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ଆହ୍ୱାନ
● ବହୁପକ୍ଷୀୟ ଆର୍ôଥକ ଅନୁଷ୍ଠାନ ଗୁଡିକର ସଂସ୍କାର ପାଇଁ ଆହ୍ୱାନ
● ଡବ୍ଲ୍ୟୁଟିଓର ସଂସ୍କାର ପାଇଁ ଆହ୍ୱାନ
● ଏହାର ସମ୍ପ୍ରସାରଣ ନେଇ ସହମତି ସୃଷ୍ଟି କରିବାକୁ ବ୍ରିକ୍ସକୁ ଆହ୍ୱାନ
● ଧ୍ରୁବୀକରଣ ନୁହେଁ, ଏକତାର ବିଶ୍ୱସ୍ତରୀୟ ବାର୍ତ୍ତା ଦେବାକୁ ବ୍ରିକ୍ସକୁ ଅନୁରୋଧ
● ବ୍ରିକ୍ସ ମହାକାଶ ଅନୁସନ୍ଧାନ ସଙ୍ଗଠନର ଗଠନ ପ୍ରସ୍ତାବ
● ବ୍ରିକ୍ସ ସହଯୋଗୀ ମାନଙ୍କୁ ଭାରତୀୟ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି – ଭାରତୀୟ ଷ୍ଟେକ୍ ପ୍ରଦାନ ପାଇଁ ପ୍ରସ୍ତାବ
● ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଦକ୍ଷତା ମାନଚିତ୍ରଣ କରିବା, ଦକ୍ଷତା ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବିତ ଉପକ୍ରମ
● ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ବଡ ବିରାଡି ପ୍ରଜାତି ସଂରକ୍ଷଣର ମିଳିତ ମଂଚ) ଅଧୀନରେ ବଡ ବିଲେଇ ପ୍ରଚାତିଙ୍କ ସୁରକ୍ଷା ପାଇଁ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକର ପ୍ରସ୍ତାବିତ ମିଳିତ ପ୍ରୟାସ
● ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ପାରମ୍ପରିକ ଔଷଧର ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ
● ଜି- ୨୦ରେ ଏୟୁର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବାକୁ ବ୍ରିକ୍ସ ସହଯୋଗୀ ମାନଙ୍କୁ ଆହ୍ୱାନ
***
SSP
My remarks at Plenary Session I of BRICS Summit in Johannesburg. https://t.co/JqJPCv045R
— Narendra Modi (@narendramodi) August 23, 2023