ଷ୍ଟେସନଗୁଡ଼ିକର ପୁନର୍ବିକାଶ ଦ୍ୱାରା ବ୍ୟାପକ ଆଧୁନିକୀକରଣର ମାର୍ଗ ପ୍ରଶସ୍ତ ହେବ ଏବଂ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁନିଶ୍ଚିତ ହେବ
ରେଳବାଇ ନିଜସ୍ୱ ଜମି ଏବଂ ପାର୍ଶ୍ଵବର୍ତ୍ତୀ ଅନ୍ୟସ୍ଥାନଗୁଡ଼ିକର ବାଣିଜ୍ୟିକ ବିକାଶକୁ ଅନୁମତି ଦେଇ ଅତ୍ୟାଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରିବ
ନୂତନ ଉପାୟ ଏବଂ ସରଳ କାର୍ଯ୍ୟକ୍ରମ ଡିଜାଇନ 99 ବର୍ଷ ପର୍ଯ୍ୟନ୍ତ ଲିଜ ଅବଧି ଏବଂ ଉପ-ଲିଜ ଓ ସରଳୀକୃତ ଟେଣ୍ଡର ପ୍ରକ୍ରିୟା ସାମିଲ
ପୁନର୍ବିକାଶ ଦ୍ୱାରା ଅତ୍ୟାଧୁନିକ ସ୍ମାର୍ଟ ଷ୍ଟେସନ ନିର୍ମାଣ ହେବ ଏବଂ ମିନି ସ୍ମାର୍ଟ ସିଟି ରୂପରେ କାର୍ଯ୍ୟ କରି
ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ ଦ୍ୱାରା ଅର୍ଥବ୍ୟବସ୍ଥା ଉପରେ ଗୁଣାତ୍ମକ ପ୍ରଭାବ ପଡ଼ିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଆର୍ଥିକ ଅଭିବୃଦ୍ଧି ହେବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନୋଡାଲ ଏବଂ ପ୍ରମୁଖ ପ୍ରକଳ୍ପ ବିକାଶ ଏଜେନ୍ସି ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମ ଲିମିଟେଡ (ଆଇଆରଏସଡିସି) ଦ୍ୱାରା ରେଳ ଷ୍ଟେସନଗୁଡ଼ିକୁ ପୁଣିଥରେ ବିକଶିତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପୁନର୍ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ବିଜିନେସ ମଡେଲ ବିଶିଷ୍ଟ ସରଳୀକୃତ ପ୍ରକ୍ରିୟା ଏବଂ 99 ବର୍ଷର ଲମ୍ବା ଅବଧି ଲାଗି ଲିଜ ସାମିଲ ରହିଛି । ଏହାଦ୍ୱାରା ରେଳର ବ୍ୟାପକ ଆଧୁନିକୀକରଣ ହେବ ଏବଂ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁନିଶ୍ଚିତ ହେବ ।
ସାରା ଦେଶରେ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ବିକାଶ ରେଳର ଜମି ଏବଂ ଷ୍ଟେସନ ଆଖପାଖର ସ୍ଥାନଗୁଡ଼ିକର ବାଣିଜ୍ୟିକ ବିକାଶ କରି କରାଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ମିଳିବ ଏବଂ ଅତିରିକ୍ତ ରାଜସ୍ୱ ଆୟ ହୋଇପାରିବ । ଏଥିରେ ମନ୍ତ୍ରଣାଳୟକୁ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ । ଷ୍ଟେସନଗୁଡ଼ିକର ପୁନର୍ବିକାଶ ଦ୍ୱାରା ଅର୍ଥ ବ୍ୟବସ୍ଥା ଉପରେ ଗୁଣାତ୍ମକ ପ୍ରଭାବ ପଡ଼ିବ ଯାହାଦ୍ୱାରା ନିଯୁକ୍ତିର ଅଧିକ ସୁଯୋଗ ସୃଷ୍ଟି ହେବ ଏବଂ ଆର୍ଥିକ ଅଭିବୃଦ୍ଧି ହେବ ।
ନୋଡାଲ ଏଜେନ୍ସି ଆଇଆରଏସଡିସି ସମଗ୍ର ଯୋଜନା ପ୍ରସ୍ତୁତ କରିବ ଏବଂ ନିର୍ଦ୍ଦିଷ୍ଟ ଷ୍ଟେସନ କିମ୍ବା ଷ୍ଟେସନଗୁଡ଼ିକର ସମୂହ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବ । ଯାହାଦ୍ୱାରା ଭାରତୀୟ ରେଳର ବ୍ୟୟ ସ୍ଥିରତା ସୁନିଶ୍ଚିତ ହେବ । ରେଳ ମନ୍ତ୍ରଣାଳୟ ଦ୍ୱାରା ବ୍ୟବସାୟ ଯୋଜନାକୁ ମଞ୍ଜୁରି ଦିଆଯିବା ଦ୍ୱାରା ଆଇଆରଏସଡିସି ଏବଂ ପ୍ରକଳ୍ପ ବିକାଶ ଏଜେନ୍ସି ଷ୍ଟେସନ ପୁନର୍ବିକାଶର କାର୍ଯ୍ୟ ଆରମ୍ଭ କରିବ । ରେଳବାଇ/ଆରଏଲଡିଏ/ଆଇଆରଏସଡିସି ରେଳ ଭୂମି ଲାଗି ନିୟୋଜନ ଏବଂ ବିକାଶକୁ ତ୍ୱରାନ୍ୱିତ କରିବାରେ ରେଳ ମନ୍ତ୍ରଣାଳୟକୁ ସହାୟତା ମିଳିପାରିବ । ପୁନର୍ବିକାଶ ପ୍ରୟାସ ଦ୍ୱାରା ଅତ୍ୟାଧୁନିକ ସ୍ମାର୍ଟ ଷ୍ଟେସନ ନିର୍ମାଣ ହେବ ଯାହା ମିନି ସ୍ମାର୍ଟ ସିଟି ଭାବେ କାମ କରିବ ।
ପୁନର୍ବିକାଶ ଦ୍ୱାରା ଯାତ୍ରୀ ଏବଂ ଉଦ୍ୟୋଗକୁ ବ୍ୟାପକ ଲାଭ ମିଳିବ । ଯାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ରେଳ ଟର୍ମିନାଲ ଭଳି ସୁବିଧା ମିଳିବ ଏବଂ ସ୍ଥାନୀୟ ଲୋକମାନଙ୍କୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
************