Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୋଏଡ଼ା-ଗ୍ରେଟର ନୋଏଡ଼ା ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନୋଏଡା-ଗ୍ରେଟର ନୋଏଡା ମଧ୍ୟରେ 29.707 କିମିର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପରେ ମୋଟ 5503 କୋଟି ଟଙ୍କା ଖର୍ଚ୍ଚ ହେବ । ନୋଏଡ଼ା ଓ ଗ୍ରେଟର ନୋଏଡା ମଧ୍ୟରେ ମେଟ୍ରୋ ରେଳ ସଂଯୋଗ ହେଲେ ଦିଲ୍ଲୀର ଏହି ସାଟେଲାଇଟ୍ ସହରକୁ ଅଧିକ ଲୋକଙ୍କ ଯାତାୟତ ହେବ । ମେଟ୍ରୋ ରେଳ ଚାଲିଲେ ସେହି ଅଂଚଳରେ ଅଧିକ ସଂଖ୍ୟକ ଆବାସିକ ଓ ବ୍ୟବସାୟିକ କମ୍ପ୍ଲେକ୍ସ ବିକଶିତ ହେବ, ରାସ୍ତାରେ ଯାନବାହନ ଚଳାଚଳ ହ୍ରାସ ପାଇବା ସହ କମ୍ ସମୟ, କମ ଖର୍ଚ୍ଚ, କମ ତୈଳ ଓ କମ୍ ପରିବେଶ ପ୍ରଦୂଷଣ ହେବ । ନୋଏଡା-ଗ୍ରେଟର ନୋଏଡାରେ ପ୍ରାୟ 7.50 ଲକ୍ଷ ଲୋକଙ୍କ ଜନସଂଖ୍ୟା ରହିଛି ଓ ଏହି ଅଚଂଳ ଚାରିପାଶ୍ୱର୍ରେ ରହୁଥିବା ଅଂଚଳଗୁଡ଼ିକ ମେଟ୍ରୋ ରେଳ ଦ୍ୱାରା ଉପକୃତ ହେବେ ।

ଏହି ପ୍ରକଳ୍ପ ନୋଏଡା ମେଟ୍ରୋ ରେଳ ନିଗମ ଲିମିଟେଡ ଦ୍ୱାରା କାର୍ଯ୍ୟକାରୀ ହେବ । ଏହି କମ୍ପାନୀରେ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ 50 ପ୍ରତିଶତ ଲେଖାଏଁ ଅଂଶଧନ ରହିବ । ବର୍ତ୍ତମାନର ନୋଏଡା ମେଟ୍ରୋ ରେଳ ନିଗମ ଲିମିଟେଡ ରାଜ୍ୟର ନିଜସ୍ୱ ଏସପିଭି ହୋଇଛି ରହିଛି । ତେବେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏହି ଏସପିଭିକୁ ଭାରତ ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କ ମିଳିତ ଏସପିଭିରେ ପରିବର୍ତ୍ତନ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ହେବ । ନିର୍ମାଣ ଓ କାର୍ଯ୍ୟକ୍ଷମ ସମୟରେ ମଧ୍ୟ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ 2018 ଏପ୍ରିଲ ସୁଦ୍ଧା ସରିବାର ଥିଲା । ପ୍ରାୟ 70% ନିର୍ମାଣ କାର୍ଯ୍ୟ ସରିଥିବାବେଳେ 40 ପ୍ରତିଶତ ଆର୍ଥିକ ଗତିବିଧିରେ ଖର୍ଚ୍ଚ ହୋଇଛି ।

****