Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେ ପି ଶର୍ମା ଓଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି ।

ଦୁଇ ନେତା ଭାରତ ଓ ନେପାଳ ମଧ୍ୟରେ ଥିବା ଗଭୀର ସମ୍ପର୍କର ସମୀକ୍ଷା କରିଥିଲେ । ଜଳ ବିଦ୍ୟୁତ କ୍ଷେତ୍ରରେ ସହଯୋଗ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଏବଂ ଶକ୍ତି କ୍ଷେତ୍ରରେ ଫିଜିକାଲ ଓ ଡିଜିଟାଲ ସମ୍ପର୍କରେ ବୃଦ୍ଧି ଆଦି ବିବିଧ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଯୋଗୁ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ ।

ଆନ୍ତର୍ଜାତିକ ସୌର ମେଣ୍ଟ (ଆଇଏସ୍‌ଏ)ରେ ୧୦୧ତମ ତଥା ସ୍ଥାୟୀ ସଦସ୍ୟ ରାଷ୍ଟ୍ରଭାବେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନେପାଳକୁ ଅଭିନନ୍ଦନ ଜଣାଇଥିଲେ । ଜଳବାୟୁ ପରିବର୍ତ୍ତନ ଆହ୍ୱାନର ସମ୍ମୁଖୀନ ହେବା ଅଞ୍ଚଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଭାରତ ପାଇଁ ପ୍ରାଥମିକତା ସହଯୋଗୀ । ପଡ଼ୋଶୀ ପ୍ରଥମ ନୀତିରେ ଏହି ସାକ୍ଷାତକାର ଭାରତ ଓ ନେପାଳ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ମତ ବିନିମୟ ପରମ୍ପରାକୁ ବଜାୟ ରଖିଛି ।

SR