Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୋର ପ୍ରଣାମ । ତାଙ୍କ ବୀରତ୍ଵ ଭାରତକୁ ଉପନିବେଶବାଦରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ନେତାଜୀ ବୋଷ ଜଣେ ମହାନ ଚିନ୍ତାନାୟକ ଓ ବିଦ୍ଵାନ ଥିଲେ ଯିଏକି ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ସ୍ଵାର୍ଥ ଓ କଲ୍ୟାଣ ପାଇଁ ସର୍ବଦା ଚିନ୍ତା କରୁଥିଲେ ।

ନେତାଜୀ ବୋଷଙ୍କ ସମ୍ପର୍କିତ ଗୁପ୍ତ ଦସ୍ତାବିଜଗୁଡିକୁ ବିବର୍ଗୀକୃତ କରିବାର ସୌଭାଗ୍ୟ ମିଳିଛି ଆମ ସରକାରଙ୍କୁ ଯାହା ସମ୍ପର୍କରେ ଜାଣିବା ପାଇଁ ବହୁ ଦିନରୁ ସର୍ବସାଧାରଣରେ ଦାବି ହୋଇ ଆସୁଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଯାବତୀୟ ତଥ୍ୟ ସମ୍ବଳିତ ଏହି ଦସ୍ତାବିଜଗୁଡିକ http://www.netajipapers.gov.in ୱେବସାଇଟରେ ଜନସାଧାରଣ ପାଇପାରିବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********