Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂତନ ଏନଆଇଟି ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଆକଳନକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 2021-22 ପର୍ଯ୍ୟନ୍ତ ଅବଧି ଲାଗି 4371.90 କୋଟି ଟଙ୍କାର ମୋଟ ବ୍ୟୟରେ ଜାତୀୟ ପ୍ରଦ୍ୟୋଗିକୀ ସଂସ୍ଥାନ (ଏନଆଇଟି)ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଆକଳନ (ଆରସିଇ)କୁ ଅନୁମୋଦନ କରିଛନ୍ତି ।

2009ରେ ଏହିସବୁ ଏନଆଇଟି ପ୍ରତିଷ୍ଠା କରାଯାଇଥିଲା । 2010-11 ଶିକ୍ଷା ବର୍ଷଠାରୁ ଏହିସବୁ ସଂସ୍ଥାନ ଅତି ସୀମିତ ସ୍ଥାନ ଏବଂ ଭିତ୍ତିଭୂମି ସହିତ ଅସ୍ଥାୟୀ କ୍ୟାମ୍ପସରେ ପଠପଢା ଆରମ୍ଭ କରିଥିଲେ । ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ପାରିନଥିଲା କାରଣ ନିର୍ମାଣ ପାଇଁ ଆବଶ୍ୟକ ଜମିକୁ ଚୁଡାନ୍ତ ରୂପ ଦେବାରେ ବିଳମ୍ବ ହୋଇଥିଲା ଏବଂ ନିର୍ମାଣ ଲାଗି ମଞ୍ଜୁର ଅର୍ଥ ରାଶି ବାସ୍ତବ ଆବଶ୍ୟକତା ତୁଳନାରେ ଅତି କମ ଥିଲା ।

ସଂଶୋଧିତ ବ୍ୟୟ ଆକଳନର ମଞ୍ଜୁରି ଫଳରେ ଏହି ଏନଆଇଟିଗୁଡିକ 31 ମାର୍ଚ୍ଚ 2022 ସୁଦ୍ଧା ନିଜ ନିଜର ସ୍ଥାୟୀ କ୍ୟାମ୍ପସରେ କାର୍ଯ୍ୟ କରିବା ଆରମ୍ଭ କରିବେ । ଏହିସବୁ ସଂସ୍ଥାନରେ ମୋଟ 6320 ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଇଞ୍ଜିନିୟରିଂ ଏବଂ ପ୍ରଦ୍ୟୋଗିକୀ କ୍ଷେତ୍ରରେ ଏନଆଇଟି ରାଷ୍ଟ୍ରୀୟ ମହତ୍ଵ ସମ୍ପନ୍ନ ସଂସ୍ଥାନ ହୋଇଥିବା ବେଳେ ଏଗୁଡ଼ିକୁ ସର୍ବଶ୍ରେଷ୍ଠ ଶିକ୍ଷା ସଂସ୍ଥାନ ଭାବେ ବିବେଚନା କରାଯାଇଥାଏ । ଉଚ୍ଚ ଗୁଣବତ୍ତା ଯୁକ୍ତ ପ୍ରଦ୍ୟୋଗିକୀ ଶିକ୍ଷା କ୍ଷେତ୍ରରେ ଏହି ସଂସ୍ଥାନଗୁଡିକ ଉଲ୍ଲେଖନୀୟ ଉପସ୍ଥିତି ଜାହିର କରିପାରିଛନ୍ତି । ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସାରା ଦେଶରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ।

*******