ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ନୂଆ ଭାରତ-ମନ୍ଥନ’ ଶୀର୍ଷକ ପ୍ରସଙ୍ଗ ଉପରେ ସମଗ୍ର ଦେଶର ଜିଲ୍ଲାପାଳମାନଙ୍କୁ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଭାରତ ଛାଡ଼ ଆନ୍ଦୋଳନର 75ତମ ବାର୍ଷିକୀ ଅବସରରେ ଜିଲ୍ଲାପାଳଙ୍କ ସହ ପ୍ରଥମଥର ପାଇଁ ଏହି ଧରଣର ଆଲୋଚନା ହୋଇଛି ଓ ତୃଣମୂଳସ୍ତରରେ ‘ନୂଆ ଭାରତ-ମନ୍ଥନ’କୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅଗଷ୍ଟ 9 ତାରିଖ, “ସଂକଳ୍ପରେ ସିଦ୍ଧି” ମନ୍ତ୍ର- “ସଂକଳ୍ପ ମାଧ୍ୟମରେ ଉପଲବ୍ଧୀ” ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସେ କହିଛନ୍ତି ଯେ ଏହି ତାରିଖ ଯୁବବର୍ଗଙ୍କ ଇଚ୍ଛାଶକ୍ତି ଓ ମହତ୍ୱାକାଂକ୍ଷାର ପ୍ରତୀକ ।
ଭାରତ ଛାଡ଼ ଆନ୍ଦୋଳନର ଆରମ୍ଭରେ ସ୍ୱାଧୀନତା ଆନ୍ଦୋଳନର ବରିଷ୍ଠ ନେତାମାନେ କିଭଳି ଗିରଫ ହୋଇଥିଲେ ତାହା ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଓ ସମଗ୍ର ଦେଶରେ ଯୁବବର୍ଗ ସଫଳତାପୂର୍ବକ ଏହି ଆନ୍ଦୋଳନକୁ ଆଗକୁ ନେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଯୁବବର୍ଗ ନେତୃତ୍ୱ ଭୂମିକା ତୁଲାଇଥାନ୍ତି, ଲକ୍ଷ୍ୟକୁ ହାସଲ କରିବା ନିଶ୍ଚିତ ହୋଇଯାଇଥାଏ । ସେ ଜିଲ୍ଲାପାଳମାନଙ୍କୁ ନା’କେବଳ ସେମାନଙ୍କର ଜିଲ୍ଲାର ପ୍ରତିନିଧି ବରଂ ସେହି ଅଂଚଳର ଯୁବବର୍ଗଙ୍କ ପ୍ରତିନିଧି ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଜିଲ୍ଲାପାଳମାନେ ହେଉଛନ୍ତି ଭାଗ୍ୟବାନ କାରଣ ସେମାନଙ୍କୁ ନିଜ ଦେଶ ପ୍ରତି ସମର୍ପିତ ହେବାର ସୁଯୋଗ ମିଳିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ସଂଗଠନକୁ କିଛି ଲକ୍ଷ୍ୟ ନିର୍ଦ୍ଧାରଣ କରି ତାକୁ 2022 ମସିହା ସୁଦ୍ଧା ପୂରଣ କରିବା ପାଇଁ ସରକାର କହିଛନ୍ତି । ଜିଲ୍ଲାର ପ୍ରତିନିଧି ଭାବେ ଜିଲ୍ଲାପାଳମାନେ ଏବେ ସେମାନଙ୍କର ଜିଲ୍ଲାକୁ 2022 ମସିହା ସୁଦ୍ଧା କେଉଁଠି ଦେଖିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବା ଉଚିତ । କ’ଣ ଅଭାବ ରହିଛି ତାକୁ ଦୂର କରାଯିବା ଉଚିତ ଓ କ’ଣ ସେବା ସୁନିଶ୍ଚିତ କରାଯିବା ଜରୁରୀ ତାହା ବୁଝିବାକୁ ପଡିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ଜିଲ୍ଲା ସର୍ବଦା ମୌଳିକ ସେବା ଯଥା ବିଦ୍ୟୁତ, ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ ରହୁଛି । କେବେସୁଦ୍ଧା ଦେଶର ସବୁଠୁ ପଛୁଆ 100 ଜିଲ୍ଲାର ସାମାଜିକ-ଅର୍ଥନୀତିକ ଅବସ୍ଥାରେ ଉନ୍ନତି ଆସିବ । ଏହା ଦେଶର ସାମଗ୍ରିକ ବିକାଶର ମାନଦଣ୍ଡକୁ ପ୍ରୋତ୍ସାହିତ କରିବ । ଏଥିପାଇଁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମିଶନ୍ ଢାଞ୍ଚାରେ କାମ କରିବାର ଉତ୍ତରଦାୟିତ୍ୱ ରହିଛି ।
ପ୍ରଧାନମନ୍ତ୍ରୀ ଏହିସବୁ ଜିଲ୍ଲାର ସର୍ବୋତ୍ତମ ଅଭ୍ୟାସ ଓ ପ୍ରତିଲିପିକୁ ପ୍ରଶଂସା କରିଥିଲେ ଯେଉଁଠି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଅବା ଯୋଜନାରେ ଭଲ ପରିଣାମ ପ୍ରାପ୍ତ ହୋଇଛି ।
ନିଜର ସହଯୋଗୀ, ଜିଲ୍ଲାର ବୁଦ୍ଧିଜୀବୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସହଯୋଗରେ ଜିଲ୍ଲାପାଳମାନେ ଅଗଷ୍ଟ 15 ତାରିଖ ପୂର୍ବରୁ ସେମାନଙ୍କ ଜିଲ୍ଲା ପାଇଁ ଏକ ଭିଜନ୍ ଡକୁମେଣ୍ଟ ବା ଭବିଷ୍ୟ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହି ଭବିଷ୍ୟ ଦସ୍ତାବିଜ ମଧ୍ୟରେ ଉକ୍ତ 10 ଅବା 15 ଉଦ୍ଦେଶ୍ୟକୁ ସାମିଲ କରାଯିବା ଉଚିତ୍ ଯାହା ସେମାନେ 2022 ସୁଦ୍ଧା ହାସଲ କରିବାକୁ ଚାହୁଁଛନ୍ତି ।
ୱେବସାଇଟ୍ www.newindia.in ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଅବଗତ କରିଥିଲେ । ଯେଉଁଥିରେ ‘ସଂକଳ୍ପରେ ସଫଳତା’ ସଂକ୍ରାନ୍ତ ସୂଚନା ଓ ଗତିବିଧି ସାମିଲ ଅଛି । ଜିଲ୍ଲାପାଳମାନଙ୍କ ସହ ସେ ଯେଭଳି ମାନସ-ମନ୍ଥନ କରୁଛନ୍ତି, ସେପରି ମନ୍ଥନ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳମାନଙ୍କୁ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନିଉ ଇଣ୍ଡିଆ ୱେବସାଇଟର ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ଯଥା ସ୍ୱାଧୀନତା ସଂଗ୍ରାମ ଉପରେ ଅନ୍-ଲାଇନ କୁଇଜ୍ ଓ ‘ସଂକଳ୍ପରେ ସଫଳତା’ ଅଭିଯାନର ଅଂଶବିଶେଷ ଭାବେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ଏକ ବ୍ୟାପକ କ୍ୟାଲେଣ୍ଡର ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଜିଲ୍ଲାର ବିକାଶ କାର୍ଯ୍ୟର ତୁଳନା ରିଲେ ଦୌଡ଼ ସହ କରିଥିଲେ । ସେ କହିଥିଲେ ଯେ ରିଲେ ଦୌଡ଼ରେ ଯେମିତି ନିଶ୍ଚିତ ଜିତିବା ଉଦ୍ଦେଶ୍ୟରେ ବ୍ୟାଟେନକୁ ଜଣେ ଆଥଲେଟ୍ ଅନ୍ୟ ଜଣେ ଆଥଲେଟକୁ ଦେଇଥାନ୍ତି ଠିକ୍ ସେମିତି ବିକାଶର ବ୍ୟାଟେନକୁ ଜଣେ ଜିଲ୍ଲାପାଳଙ୍କଠାରୁ ଅନ୍ୟଜଣଙ୍କୁ ସଫଳତାର ସହ ପହଞ୍ଚାଯିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ସମୟରେ, ଲୋକମାନେ ସଚେତନ ନଥିବା ଯୋଗୁ ଯୋଜନାଗୁଡ଼ିକର ଇପ୍ସିତ ପ୍ରଭାବ ସମାଜ ଉପରେ ପଡିନଥାଏ ଏବଂ ଏସବୁର ସୁଫଳ ଜନତାଙ୍କୁ ମିଳିନଥାଏ । ଜିଲ୍ଲାପାଳମାନେ ନିଶ୍ଚିତ ଭାବେ ଲୋକଙ୍କୁ ଏଲଇଡି ବଲ୍ବ, ଭୀମ୍ ଆପ୍ ଆଦି ପ୍ରୟାସ ସମ୍ପର୍କରେ ସଚେତନ କରାଇବା ଉଚିତ୍ । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛ ଭାରତ ଅଭିଯାନ ଏକ ଉତ୍ତରଦାୟୀ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସଚେତନ ଉପରେ ନିର୍ଭରଶୀଳ ରହିଥାଏ । କେବଳ ଲୋକଙ୍କ ସହଭାଗିତା ମାଧ୍ୟମରେ ହିଁ ଏ କ୍ଷେତ୍ରରେ ବାସ୍ତବିକ ପରିବର୍ତ୍ତନ ଆସିପାରିବ ।
ପ୍ରଧାନମନ୍ତ୍ରୀ ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ଭଳି ବାସ୍ତବିକତାକୁ ଅନୁଭବ କରି, ଫାଇଲରୁ ଊଦ୍ଧ୍ୱର୍କୁ ଉଠି ଉକ୍ତ କ୍ଷେତ୍ରର ପରିଦର୍ଶନରେ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ଜିଲ୍ଲାପାଳ ଯେତେ ଅଧିକ କ୍ଷେତ୍ର ପରିଦର୍ଶନ କରିବେ, ସେ ଫାଇଲରେ ସେତେ ସକ୍ରିୟ ରହିବେ । ଜିଏସଟି ପ୍ରସଙ୍ଗରେ ଜିଳ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବ୍ୟବସାୟୀଙ୍କୁ ଏହା କିଭଳି ‘ଗୁଡ୍ ଏଣ୍ଡ ସିମ୍ପଲ ଟେକ୍ସ’ ବା ‘ଉତ୍ତମ ଓ ସରଳ ଟିକସ’ – ତାହା ବୁଝାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଜିଏସଟି ଅଧୀନରେ ପ୍ରତ୍ୟେକ ବ୍ୟବସାୟୀ ଯେଭଳି ପଞ୍ଜୀକୃତ ହେବେ ତାହା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ନିଜ ଜିଲ୍ଲାରେ ସମସ୍ତ କ୍ରୟ ନିମନ୍ତେ ସରକାରୀ ଇ-ମାର୍କେଟପ୍ଲେସର ଲାଭ ଉଠାଇବାକୁ କହିଛନ୍ତି । ମହାତ୍ମା ଗାନ୍ଧିଙ୍କ ସନ୍ଦେଶକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବରୁ ଅତି ଗରିବ ଲୋକଙ୍କ ଜୀବନରେ ସୁଧାର କରିବା ପ୍ରଶାସନର ଅନ୍ତିମ ଲକ୍ଷ୍ୟ ହେବା ଉଚିତ । ଗରିବ ଲୋକଙ୍କ ଜୀବନ ଶୈଳୀରେ ସୁଧାର ପାଇଁ ସେମାନେ କିଛି କରିଛନ୍ତି କି ନାହିଁ ବୋଲି ଜିଲ୍ଲାପାଳମାନେ ପ୍ରତ୍ୟେକ ଦିନ ନିକକୁ ପଚାରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେଉଁ ଗରିବମାନେ ସେମାନଙ୍କର ଅଭିଯୋଗ ଆଣି ଆସୁଛନ୍ତି, ତାକୁ ଧ୍ୟାନର ସହ ଶୁଣିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶେଷରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଲ୍ଲାପାଳମାନେ ହେଉଛନ୍ତି ଯୁବ ଓ ସକ୍ଷମ ଏବଂ ସେମାନଙ୍କ ଜିଲ୍ଲା ପାଇଁ 2022 ମସିହାର ନିଉ ଇଣ୍ଡିଆ ପାଇଁ ସଂକଳ୍ପ ପ୍ରସ୍ତୁତ କରିପାରିବେ । ସେମାନଙ୍କର ସଂକଳ୍ପକୁ ହାସଲ କରାଯାଇପାରିବ ଓ ଏହି ପ୍ରକ୍ରିୟାରେ, ଦେଶ ମଧ୍ୟ ସଫଳତାର ନୂଆ ଶିଖରକୁ ଛୁଇଁପାରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
**********
Addressed district collectors across India, via video conferencing, on the theme of ‘New India-Manthan'. https://t.co/qy2LD9NZaJ
— Narendra Modi (@narendramodi) August 9, 2017
My address to collectors comes on the historic day of Quit India movement’s 75th anniversary, a day linked with mantra of #SankalpSeSiddhi.
— Narendra Modi (@narendramodi) August 9, 2017
Urged collectors to think about where they want to see their districts by 2022 & work towards achieving the desired goals & targets.
— Narendra Modi (@narendramodi) August 9, 2017
Reiterated the special focus of the Central Government towards the empowerment of the 100 most backward districts across India.
— Narendra Modi (@narendramodi) August 9, 2017
Asked collectors to make people aware of the various schemes & initiatives of the Government and ensure their proper implementation.
— Narendra Modi (@narendramodi) August 9, 2017