ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪.୦୨.୨୦୨୨) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ ବିଭିନ୍ନ ଉତ୍ସବ ପାଳନ ବିଷୟ ଉଲ୍ଲେଖ କରିଥିଲେ । ସେ ମଧ୍ୟ ବାବା ସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ “ବାବା ସାହେବ ମୁଖ୍ୟ ବିନ୍ଧାଣୀ ଥିବା ସମ୍ବିଧାନ ଆମକୁ ସଂସଦୀୟ ବ୍ୟବସ୍ଥାର ମୂଳଦୁଆ ପ୍ରଦାନ କରିଛି । ଏହି ସଂସଦୀୟ ବ୍ୟବସ୍ଥାର ମୁଖ୍ୟ ଦାୟିତ୍ୱ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ନ୍ୟସ୍ତ ହୋଇଛି । ମୋର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ମତେ ସୁଯୋଗ ମିଳିଛି ।” ସେ ମଧ୍ୟ ସେଠାରେ ଉପସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରି କହିଥିଲେ ଯେ “ଦେଶ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସେତେବେଳେ ଏହି ସଂଗ୍ରହାଳୟ ଏକ ପ୍ରେରଣାର ଉତ୍ସ । ବିଗତ ୭୫ବର୍ଷ ମଧ୍ୟରେ ଭାରତ ଅନେକ ଗୌରବମୟ କ୍ଷଣ ଦେଖିଛି । ଏହି ସବୁ କ୍ଷଣର ଗୁରୁତ୍ୱ ଇତିହାସର ଗବାକ୍ଷରେ ଅତୁଳନୀୟ ।
ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରଠାରୁ ଯେତେ ସବୁ ସରକାର ଆସିଛନ୍ତି ସମସ୍ତଙ୍କ ଅବଦାନର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ “ ଆଜି ଦେଶ ଯେଉଁ ଶିଖରରେ ପହଁଛି ପାରିଛି ସେଥିପାଇଁ ସ୍ୱାଧୀନତା ପରଠାରୁ ଯେତେ ସବୁ ସରକାର ଆସିଛନ୍ତି ସମସ୍ତଙ୍କର ଅବଦାନ ରହିଛି । ମୁଁ ଏହି କଥା ଲାଲକିଲ୍ଲାରୁ ମଧ୍ୟ କହିଛି ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂଗ୍ରହାଳୟ ପ୍ରତ୍ୟେକ ସରକାରଙ୍କ ଐତିହ୍ୟର ପ୍ରତିଫଳନ । ଦେଶର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ସାମ୍ବିଧାନିକ ଗଣତନ୍ତ୍ରର ଲକ୍ଷ୍ୟ ହାସଲ ପାଇଁ ଦେଶକୁ ବହୁତ କିଛି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ସେମାନଙ୍କୁ ସ୍ମରଣ କରିବା ଅର୍ଥ ହେଲା ସ୍ୱାଧୀନ ଭାରତର ଯାତ୍ରାକୁ ଜାଣିବା । ଏଠାକୁ ଆସୁଥିବା ଜନସାଧାରଣ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ, ସେମାନଙ୍କ ଜୀବନୀ, ସଂଗ୍ରାମ ଓ ସୃଷ୍ଟି ସମ୍ପର୍କରେ ଅବଗତ ହେବେ” ବୋଲି ସେ କହିଥିଲେ ।”
ପ୍ରଧାନମନ୍ତ୍ରୀ ଗର୍ବର ସହ କହିଥିଲେ ଯେ ଅଧିକାଂଶ ପ୍ରଧାନମନ୍ତ୍ରୀ ସାଧାରଣ ପରିବାରରୁ ଆସିଛନ୍ତି । ଅତ୍ୟନ୍ତ ଗରିବ ଓ ଚାଷୀ ପରିବାରରୁ ଆସି ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ଭାରତୀୟ ଗଣତନ୍ତ୍ର ଓ ଏହାର ପରମ୍ପରାକୁ ମଜବୁତ କରିଛି ବୋଲି ସେ କହିଥିଲେ ।“ଏହା ମଧ୍ୟ ଦେଶର ଯୁବ ସମାଜକୁ ଏକ ବିଶ୍ୱାସ ଦେଇଥାଏ ଯେ କୌଣସି ସାଧାରଣ ପରିବାରରୁ ଆସି ମଧ୍ୟ ଭାରତ ଗଣତାନ୍ତ୍ରିକ ପଦ୍ଧତିର ସର୍ବୋଚ୍ଚ ସ୍ଥାନ ଅଧିକାର କରିପାରେ ବୋଲି ଶ୍ରୀ ମୋଦି କହିଛନ୍ତି । ସଂଗ୍ରହାଳୟ ଯୁବପୀଢିର ଜ୍ଞାନ ସମ୍ପ୍ରସାରଣ ଦିଗରେ ସହାୟକ ହେବ ବୋଲି ଶ୍ରୀ ମୋଦି ଆଶାପୋଷଣ କରିଥିଲେ । ଆମର ଯୁବ ସମାଜ ଯେତେ ଅଧିକ ସ୍ୱାଧୀନ ଭାରତ ସମ୍ପର୍କରେ ଅବଗତ ହେବେ, ସେମାନଙ୍କ ନିଷ୍ପତ୍ତି ସେତେ ପ୍ରାସଙ୍ଗିକ ହେବ ବୋଲି ସେ କହିଥିଲେ ।
ଭାରତ ଗଣତନ୍ତ୍ରର ଜନନୀଭାବେ ମର୍ଯ୍ୟାଦା ପାଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଭାରତୀୟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ମୌଳିକତା ହେଉଛି ଏହା ସମୟ ସହ ନିରବଚ୍ଛିନ୍ନଭାବେ ତାଳଦେଇ ଚାଲିଛି । ପ୍ରତ୍ୟେକ ଯୁଗ ଓ ପିଢିରେ ଗଣତନ୍ତ୍ରକୁ ଅଧିକ ଆଧୁନିକ ଓ ସଶକ୍ତ କରିବାକୁ ନିରବଚ୍ଛିନ୍ନ ଉଦ୍ୟମ ଚାଲିଛି ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଳ୍ପ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଭାରତୀୟ ଗଣତାନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ବିକଶିତ କରିବା ପାଇଁ ଆମର ଗୌରବମୟ ପରମ୍ପରା ରହିଛି । “ସେଥିପାଇଁ ଆମର ନିଜ ଉଦ୍ୟମରେ ଗଣତନ୍ତ୍ରକୁ ମଜବୁତ କରିବା ନେଇ ଏକ ଆନୁଗତ୍ୟ ରହିଛି ବୋଲି ସେ କହିଥିଲେ ।” ଭାରତୀୟ ସଂସ୍କୃତିର ଅନ୍ତର୍ଭୁକ୍ତୀକରଣ ଓ ସମସ୍ତଙ୍କୁ ଆପଣାଇବା ପ୍ରକୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଗଣତନ୍ତ୍ରକୁ ଆମକୁ ଆଧୁନିକତା ଓ ନୂତନ ଭାବନା ଗ୍ରହଣ କରିବାକୁ ପ୍ରୋତ୍ସାହନ କରିଥାଏ ।
ଭାରତର ସମୃଦ୍ଧ ଇତିହାସ ଓ ସମୃଦ୍ଧଶାଳୀ ଯୁଗର ଅବତାରଣା କରି ପ୍ରଧାନମନ୍ତ୍ରୀ ଭାରତୀୟ ଐତିହ୍ୟ ଓ ବର୍ତ୍ତମାନ ଉପରେ ସଠିକ୍ ଚିତ୍ର ଉପସ୍ଥାପନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।
ସେ କହିଥିଲେ ଯେ ବିଦେଶରୁ ଚୋରି ହୋଇ ଯାଇଥିବା ଐତିହ୍ୟ ଫେରାଇ ଆଣିବା, ଜାଲିୱାନାୱାଲା ସ୍ମାରକୀ ଭଳି ସ୍ମୃତିକୁ ସଂରକ୍ଷିତ କରି ରଖିବା, ବାବା ସାହେବଙ୍କ ସ୍ମୃତିରେ ପଞ୍ଚତୀର୍ଥ, ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରହାଳୟ, ଆଦିବାସୀ ଇତିହାସ ସଂଗ୍ରହାଳୟ ଇତ୍ୟାଦି ଏ ଦିଗରେ ଗୋଟିଏ ଲେଖାଏଁ ପଦକ୍ଷେପ ।
ଅନେକ ଲୋକ ହାତ ଚରଖା ଧରିଥିବା ସଂଗ୍ରହାଳୟର ଲୋଗୋ ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚରଖା ହେଉଛି ଅହର୍ନିଶି ୨୪ଘଣ୍ଟାରେ ପ୍ରତୀକ, ସମୃଦ୍ଧି ଓ କଠିନ ପରିଶ୍ରମର ଏକ ସଂକଳ୍ପ । ଏହି ସଂକଳ୍ପ,ସଚେତନତା ଏବଂ ଶକ୍ତି ଆଗାମୀ ୨୫ବର୍ଷ ପାଇଁ ଦେଶର ବିକାଶର ସଂଜ୍ଞା ନିରୂପଣ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ ।
ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନ ଓ ସେଥିରେ ଭାରତର ପ୍ରାଧାନ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଜି ବିଶ୍ୱରେ ଯେତେବେଳେ ଏକ ନୂତନ ବ୍ୟବସ୍ଥା ମୁଣ୍ଡ ଟେକି ଉଠିଛି ବିଶ୍ୱ ଭାରତକୁ ଆଶା ଓ ବିଶ୍ୱାସର ସହ ଦେଖୁଛି, ସେତେବେଳେ ପରିସ୍ଥିତି ସହ ଖାପ ଖୁଆଇବାକୁ ଭାରତକୁ ମଧ୍ୟ ନିଜସ୍ୱ ଉଦ୍ୟମ ଜୋରଦାର କରିବାକୁ ହେବ” ବୋଲି ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ।
****
Speaking at the inauguration of Pradhanmantri Sangrahalaya in Delhi. https://t.co/I2ArKZRJdg
— Narendra Modi (@narendramodi) April 14, 2022
SM / SLP
Speaking at the inauguration of Pradhanmantri Sangrahalaya in Delhi. https://t.co/I2ArKZRJdg
— Narendra Modi (@narendramodi) April 14, 2022
बाबा साहेब जिस संविधान के मुख्य शिल्पकार रहे, उस संविधान ने हमें संसदीय प्रणाली का आधार दिया।
— PMO India (@PMOIndia) April 14, 2022
इस संसदीय प्रणाली का प्रमुख दायित्व देश के प्रधानमंत्री का पद रहा है।
ये मेरा सौभाग्य है कि आज मुझे, प्रधानमंत्री संग्रहालय, देश को समर्पित करने का अवसर मिला है: PM @narendramodi
जब देश अपनी आजादी के 75 वर्ष का पर्व, आजादी का अमृत महोत्सव मना रहा है, तब ये म्यूजियम, एक भव्य प्रेरणा बनकर आया है।
— PMO India (@PMOIndia) April 14, 2022
इन 75 वर्षों में देश ने अनेक गौरवमय पल देखे हैं।
इतिहास के झरोखे में इन पलों का जो महत्व है, वो अतुलनीय है: PM @narendramodi
देश आज जिस ऊंचाई पर है, वहां तक उसे पहुंचाने में स्वतंत्र भारत के बाद बनी प्रत्येक सरकार का योगदान है।
— PMO India (@PMOIndia) April 14, 2022
मैंने लाल किले से भी ये बात कई बार दोहराई है।
आज ये संग्रहालय भी प्रत्येक सरकार की साझा विरासत का जीवंत प्रतिबिंब बन गया है: PM @narendramodi
देश के हर प्रधानमंत्री ने संविधान सम्मत लोकतंत्र के लक्ष्यों की पूर्ति में भरसक योगदान दिया है।
— PMO India (@PMOIndia) April 14, 2022
उन्हें स्मरण करना स्वतंत्र भारत की यात्रा को जानना है।
यहां आने वाले लोग देश के पूर्व प्रधानमंत्रियों की योगदान से रूबरू होंगे, उनकी पृष्ठभूमि, उनके संघर्ष—सृजन को जानेंगे: PM
ये देश को युवाओं को भी विश्वास देता है कि भारत की लोकतांत्रिक व्यवस्था में सामान्य परिवार में जन्म लेने वाला व्यक्ति भी शीर्षतम पदों पर पहुंच सकता है: PM @narendramodi
— PMO India (@PMOIndia) April 14, 2022
ये हम भारतवासियों के लिए बहुत गौरव की बात है कि हमारे ज्यादातर प्रधानमंत्री बहुत ही साधारण परिवार से रहे हैं।
— PMO India (@PMOIndia) April 14, 2022
सुदूर देहात से आकर, एकदम गरीब परिवार से आकर, किसान परिवार से आकर भी प्रधानमंत्री पद पर पहुंचना भारतीय लोकतंत्र की महान परंपराओं के प्रति विश्वास को दृढ़ करता है: PM
ये संग्रहालय, आने वाली पीढ़ियों के लिए ज्ञान का, विचार का, अनुभवों का एक द्वार खोलने का काम करेगा।
— PMO India (@PMOIndia) April 14, 2022
यहां आकर उन्हें जो जानकारी मिलेगी, जिन तथ्यों से वो परिचित होंगे, वो उन्हें भविष्य के निर्णय लेने में मदद करेगी: PM @narendramodi
भारत, लोकतंत्र की जननी है, Mother of Democracy है।
— PMO India (@PMOIndia) April 14, 2022
भारत के लोकतंत्र की बड़ी विशेषता ये भी है कि समय के साथ इसमें निरंतर बदलाव आता रहा है।
हर युग में, हर पीढ़ी में, लोकतंत्र को और आधुनिक बनाने, सशक्त करने का निरंतर प्रयास हुआ है: PM @narendramodi
एक दो अपवाद छोड़ दें तो हमारे यहां लोकतंत्र को लोकतांत्रिक तरीके से मजबूत करने की गौरवशाली परंपरा रही है।
— PMO India (@PMOIndia) April 14, 2022
इसलिए हमारा भी ये दायित्व है कि अपने प्रयासों से लोकतंत्र को मजबूत करते रहें: PM @narendramodi
हम तो उस सभ्यता से हैं जिसमें कहा जाता है आ नो भद्राः क्रतवो यन्तु विश्वतः - यानि हर तरफ से नेक विचार हमारे पास आएं!
— PMO India (@PMOIndia) April 14, 2022
हमारा लोकतंत्र हमें प्रेरणा देता है, नवीनता को स्वीकारने की, नए विचारों को स्वीकारने की: PM @narendramodi
आज जब एक नया वर्ल्ड ऑर्डर उभर रहा है, विश्व, भारत को एक आशा और विश्वास भरी नजरों से देख रहा है, तो भारत को भी हर पल नई ऊंचाई पर पहुंचने के लिए अपने प्रयास बढ़ाने होंगे: PM @narendramodi
— PMO India (@PMOIndia) April 14, 2022
भारत के इतिहास की महानता से, भारत के समृद्धि काल से हम सभी परिचित रहे हैं।
— PMO India (@PMOIndia) April 14, 2022
हमें इसका हमेशा बहुत गर्व भी रहा है।
भारत की विरासत से और भारत के वर्तमान से, विश्व सही रूप में परिचित हो, ये भी उतना ही आवश्यक है: PM @narendramodi