ସମାଜ, ପ୍ରଶାସନରେ ବିବର୍ତ୍ତନ ଆଣିବାରେ ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ଭୂମିକା ମହନୀୟ
ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ସଜାଡିବା ଏବଂ ପ୍ରଶାସନିକ ସଂସ୍କାର ପାଇଁ ନବସୃଜନ, ପ୍ରଯୁକ୍ତି କୌଶଳ ଜରୁରୀ – ପ୍ରଧାନମନ୍ତ୍ରୀ
ପ୍ରଶାସନରେ ପରିବର୍ତ୍ତନ ଓ ସଂସ୍କାର ଆଣିବା ଦିଗରେ ନବସୃଜନ ଓ ପ୍ରଯୁକ୍ତି କୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମାଜରେ ଏସବୁ କୌଶଳକୁ ଆପଣେଇଲେ ହିଁ ଲୋକଙ୍କୁ ପ୍ରଶାସନର ଉତ୍ତମ ସୁଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନିତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଗୁରୁବାର (17.8.2017) ଆୟୋଜିତ ଯୁବ ଉଦ୍ୟୋଗୀମାନଙ୍କ କାର୍ଯ୍ୟକ୍ରମ- “ପରିବର୍ତ୍ତନର ଚାମ୍ପିୟନ”ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ଦୀର୍ଘ ସମୟ ଧରି ମତ ବିନିମୟ କରିଥିଲେ ।
ସେ କହିଥିଲେ ଯେ, ଭାରତର ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ସଜାଡିବାକୁ ପଡ଼ିବ । ଏଥିଲାଗି ଶାସନତନ୍ତ୍ରରେ ବିକେନ୍ଦ୍ରୀକରଣର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଶାସନର ପ୍ରତିଟି ସ୍ତରକୁ ଜୀବନ୍ତ ଓ ପ୍ରାଣବନ୍ତ କରିବା ଦିଗରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ପରିବର୍ତ୍ତନର ଆଲୋକବର୍ତ୍ତିକା ସାଜି ପାରିବେ । ଏବେ “ସଫ୍ଟ ଟେକ୍ଲୋଲଜି” ପ୍ରଶାସନକୁ ଲୋକଙ୍କର ନିକଟତର କରିପାରିଛି । ବିଶେଷକରି ବିଭିନ୍ନ ପ୍ରକାରର “ଆପ୍” ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସମର୍ଥ ହୋଇଛି ।
ଆଜିର ଏହି ଅଭିନବ କାର୍ଯ୍ୟକ୍ରମରେ 6ଟି ଯୁବ ଉଦ୍ୟୋଗୀ ଷ୍ଟାର୍ଟ-ଅପ ଟିମ୍ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସମାବେଶରେ ନିଜ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟଗୁଡିକ ହେଲା – ସଫ୍ଟ ପାୱାର, ଅତୁଲ୍ୟ ଭାରତ-2, ଶିକ୍ଷା ଓ କୌଶଳ ବିକାଶ, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଏକ ଶାଶ୍ୱତ ଭବିଷ୍ୟତର ସଶକ୍ତକରଣ, ଡିଜିଟାଲ ଇଣ୍ଡିଆ ଏବଂ 2022 ସୁଦ୍ଧା ନିଉ ଇଣ୍ଡିଆ ଗଠନ ।
ଯୁବ ଉଦ୍ୟୋଗୀମାନଙ୍କର ଅଭିନବ ମତ, ପ୍ରସ୍ତାବ ଏବଂ ନବସୃଜନକୁ ନେଇ ପରିବେଷିତ ଏହି ଉପସ୍ଥାପନାଗୁଡିକୁ ପ୍ରଧାନମନ୍ତ୍ରୀ ବେଶ୍ ପସନ୍ଦ କରିଥିଲେ । ସେ କହିଥିଲେ ଯେ, ଅତୀତରେ ସମାଜର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ନେତୃତ୍ୱରେ ଅନେକଗୁଡିଏ ସାମାଜିକ ପ୍ରୟାସ ଓ ପଦକ୍ଷେପ ଆରମ୍ଭ କରାଯାଇଥିଲା ଯାହାକି ସଂସ୍କାର ଆଣିବା ସହ ଲୋକଙ୍କ ଆଶା, ଆକାଂକ୍ଷା ଅନେକାଂଶରେ ପୂରଣ କରିଥିଲା ।
ନୀତି ଆୟୋଗର “ପରିବର୍ତ୍ତନର ଚାମ୍ପିୟନ” ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମାଜ ଏବଂ ରାଷ୍ଟ୍ର କଲ୍ୟାଣ ସକାଶେ ବହୁବିଧ ଶକ୍ତି ଓ ସାମର୍ଥ୍ୟକୁ ଏକାଠି କରିବା ଦିଗରେ ଏହା ବେଶ୍ ସହାୟକ ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରୟାସ ଓ ଅଭିଯାନକୁ ଆଗକୁ ନେଇ ଏସବୁର ଆନୁଷ୍ଠାନୀକରଣ ଦିଗରେ ପଦକ୍ଷେପ ନିଆଯିବ । ଆଜି ରିପୋର୍ଟ ଉପସ୍ଥାପନ କରିଥିବା ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନଙ୍କୁ ଯେତେ ସମ୍ଭବ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟମାନଙ୍କ ସହ ଯୋଡିବା ପାଇଁ ଉଦ୍ୟମ କରାଯିବ । ଏହାଦ୍ୱାରା ଷ୍ଟାର୍ଟ-ଅପ ମାନଙ୍କ ନବସୃଜନର କୌଶଳକୁ ପ୍ରଶାସନିକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ । ପଦ୍ମ ପୁରସ୍କାରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜରେ ଅନେକ ଉତ୍ତମ କାର୍ଯ୍ୟ କରୁଥିବା ଅଜଣା ଅଶୁଣା ହିରୋମାନଙ୍କର ପ୍ରୟାସ ଦେଶରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କର ଉନ୍ନତି ପାଇଁ ଭାରତ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ନୂଆ ନୂଆ ପଦକ୍ଷେପ ଓ ବିକାଶର ରାସ୍ତା ଖୋଜିବା ପାଇଁ ପ୍ରୟାସ କରୁଛନ୍ତି । ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ନିଜ ନିଜ ସାମର୍ଥ୍ୟ ଅନୁସାରେ ନବସୃଜନ ଭଳି ଅଭିଯାନକୁ ଆଗେଇ ନେବା ସହ ପ୍ରଶାସନକୁ ସକ୍ରୀୟ, ସଶକ୍ତ ଓ ଗତିଶୀଳ କରିବାରେ ବିଶେଷ ଅବଦାନ ରଖିପାରିବେ ବୋଲି ସେ କହିଥିଲେ ।
କେତେକ ଛୋଟ ଛୋଟ ପରିବର୍ତ୍ତନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଏଭଳି କିଛି ପଦକ୍ଷେପ ନେଇଛନ୍ତି ଯାହାକି ପ୍ରଶାସନରେ ସଂସ୍କାର ଆଣିପାରିଛି । ଏବେ କୌଣସି ଦସ୍ତାବିଜରେ ସରକାରୀ ଅଧିକାରୀଙ୍କ ଆଟେଷ୍ଟେସନକୁ ବନ୍ଦ କରାଯାଇ ହିତାଧିକାରୀଙ୍କୁ ଆତ୍ମ ପ୍ରମାଣନର ସୁବିଧା ଦିଆଯାଇଛି । ଗ୍ରୁପ ସି ଓ ଡି ଚାକିରୀ କ୍ଷେତ୍ରରେ ସାକ୍ଷାତକାର ପରୀକ୍ଷା ଉଚ୍ଛେଦ କରାଯାଇଛି । ଏହା ଅନେକାଂଶରେ ଭ୍ରଷ୍ଟାଚାରକୁ ରୋକିପାରିଛି ।
ଏହି ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ ଆମ ସମାଜରେ ଭଲ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ତେବେ ଆଜିର ଯୁଗରେ ଶିକ୍ଷାର ମାନ ବୃଦ୍ଧି ଲାଗି ଟେକ୍ନୋଲଜି ଏକ ବୃହତ ଭୂମିକା ଗ୍ରହଣ କରିପାରିବ । ସଫ୍ଟ ପାୱାର ଉଚ୍ଚକୋଟୀର ଶିକ୍ଷା ପ୍ରଦାନକୁ ସରଳ ଓ ପରିବ୍ୟାପ୍ତ କରିପାରିବ । ପ୍ରଧାନମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କାଳରେ ସେମାନଙ୍କ ସଂସ୍ଥାର କର୍ମଚାରୀମାନଙ୍କୁ ସାମାଜିକ କଲ୍ୟାଣ ଯୋଜନାଗୁଡିକ ସଂପର୍କରେ ସଚେତନ କରାଇବା ଲାଗି ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର କୋଟି କୋଟି ସାଧାରଣ ନାଗରିକମାନଙ୍କ ସାମୂହିକ ଉଦ୍ୟମ ବଳରେ ହିଁ ନିଉ ଇଣ୍ଡିଆ ବା ନୂଆ ଭାରତ ଗଠନ କରାଯାଇପାରିବ । ଏହି ଜାତୀୟ ପ୍ରୟାସରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଆଜିକାର କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାନାଗରିଆ, ବରିଷ୍ଠ ସରକାରୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
**********
With changing times, we have to change our processes and systems: PM @narendramodi addresses young CEOs https://t.co/nXflnTuU2V
— PMO India (@PMOIndia) August 17, 2017
Important to integrate the strengths of society with our systems: PM @narendramodi https://t.co/nXflnTuU2V
— PMO India (@PMOIndia) August 17, 2017
Remember how Padma Awards were given earlier? We brought in a 'small' change- people can recommend names for awards, unlike the past: PM
— PMO India (@PMOIndia) August 17, 2017
The Padma Awards given this year include exemplary success stories, who have been working silently and tirelessly on the ground: PM
— PMO India (@PMOIndia) August 17, 2017
We believe every citizen has something or the other to contribute to the nation & we want to integrate these strengths with our growth: PM
— PMO India (@PMOIndia) August 17, 2017
Policy makers in Government are relatively senior...the group I am meeting today is young. I want both to work together for India's good: PM
— PMO India (@PMOIndia) August 17, 2017
I have found senior officials in the Government seeing opportunities in the new ideas shared: PM https://t.co/nXflnTuU2V
— PMO India (@PMOIndia) August 17, 2017
Along with good ideas, let us work towards the roadmap and institutional arrangements to fulfil the ideas: PM https://t.co/nXflnTuU2V
— PMO India (@PMOIndia) August 17, 2017
It is unfortunate that corruption was institutionalised. The time has come to change this. The time for middlemen is over: PM
— PMO India (@PMOIndia) August 17, 2017
Middlemen are out of work in this Government and they are the ones who are most unhappy: PM @narendramodi
— PMO India (@PMOIndia) August 17, 2017
Innovation is life. When there is no innovation, there is stagnation: PM @narendramodi
— PMO India (@PMOIndia) August 17, 2017
We have big placements in leading business schools, the same way why can't we have placements recruiting teachers with good pay packages: PM
— PMO India (@PMOIndia) August 17, 2017
We need to create an atmosphere where our youngsters want to be teachers and educate others: PM @narendramodi https://t.co/nXflnTuU2V
— PMO India (@PMOIndia) August 17, 2017
An effective means to improve quality of education is technology: PM @narendramodi https://t.co/nXflnTuU2V
— PMO India (@PMOIndia) August 17, 2017
Only Governments & Government initiatives will not make a New India. Change will be powered by each and every citizen of India: PM
— PMO India (@PMOIndia) August 17, 2017
As CEOs, you can sit with your teams and discuss with them- what can we do for the next five years, for a New India: PM @narendramodi
— PMO India (@PMOIndia) August 17, 2017
Every one of us is equally patriotic and wants India to scale new heights of progress. There is no difference in our love for the nation: PM
— PMO India (@PMOIndia) August 17, 2017