Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୀତି ଆୟୋଗଙ୍କ ‘ଚାମ୍ପିଅନ୍ସ ଅଫ ଚେଞ୍ଜ’ କାର୍ଯ୍ୟକ୍ରମରେ ଯୁବ ସିଇଓଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ଆପଣମାନେ, କାଲିଠାରୁ ନିଜର ବହୁମୂଲ୍ୟ ସମୟ ଦେଇ ଦେଶରେ କ’ଣ ହେବ, କେମିତି ହେବ, ତାହା ଉପରେ ବିଚାରବିମର୍ଶ କରୁଥିଲେ । ନିଜ ନିଜ କ୍ଷେତ୍ରର ଅନୁଭବକୁ ଆଧାର କରି ଆପଣମାନେ ଦେଶକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ଭିନ୍ନ ଭିନ୍ନ ଦିଗକୁ ମଧ୍ୟ ଦେଖିଥିଲେ ।
ଆପଣମାନେ ଦେଖିଥିବେ ଏକପ୍ରକାରେ ସରକାରଙ୍କ ନିଷ୍ପତ୍ତି ନେଉଥିବା ଟିମ୍ ଯେଉଁମାନେ’କି ନୀତି ନିର୍ଦ୍ଧାରଣ କରନ୍ତି ସେମାନେ ଏଠି ବସିଛନ୍ତି । ଆଉ ଆପଣମାନଙ୍କ ପ୍ରତ୍ୟେକ କଥାକୁ ଟିକିନିଖି ଶୁଣି ବୁଝିବାର ପ୍ରୟାସ କରିଛନ୍ତି । ଆଉ ମୋର ବିଶ୍ୱାସ ଅଛି କି ଏ ସମସ୍ତ ପ୍ରୟାସ ଫଳପ୍ରଦ ହେବ । ସରକାରରେ ଯେଉଁ ଚିନ୍ତା କରିବାର ଶୈଳୀ ତାହା ହେଉଛି ସରକାରଙ୍କ ଗୋଟିଏ ଦିଗ ଦେଖାଯାଏ ଅନ୍ୟଟି ବେଳେବେଳେ ରହିଯାଏ । ଏହି ଭାବ ବିନିମୟ ଯୋଗୁ ଏହି ଆଲୋଚନା ଯୋଗୁ ଏକ ପ୍ରକାରରେ 360 ଡିଗ୍ରୀ ଦୃଷ୍ଟିଭଙ୍ଗୀ ପ୍ରତ୍ୟେକ ବିଷୟରେ, ପ୍ରତ୍ୟେକ ସମସ୍ୟା ସମ୍ବନ୍ଧରେ ଅବା ପ୍ରତ୍ୟେକ ପରାମର୍ଶ ସମ୍ବନ୍ଧରେ ଜାଣିବାର ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଯେତେବେଳେ ନୀତି ତିଆରି ହୁଏ, ସେତେବେଳେ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଚିତ୍ର(Roadmap) ପ୍ରସ୍ତୁତ ହୋଇଥାଏ, ଆଉ ଏହି ସାମଗ୍ରୀ ବହୁତ କାମରେ ଆସିଥାଏ । ଏମିତି ତ ହୋଇପାରିବନି କି ପ୍ରଧାନମନ୍ତ୍ରୀଙ୍କ ମନରେ ଯେତେ ବିଚାର ଆସିବ, ସେସବୁ ବିଚାର ସରକାରରେ ଲାଗୁ ହୋଇଯିବ । ସେମିତି ତ ଦେଶ ଚାଲିପାରିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିଜର ବିଚାରକୁ ଛାଡ଼ିବାକୁ ପଡ଼ିଥାଏ । ଆପଣମାନେ ଭଲଭାବେ ଜାଣିଥିବେ କି ଆପଣମାନେ ଯେତେ କହିଥିବେ, ସେଥିରୁ କିଛି କଥା କାମରେ ଆସିବ, ଆଉ କିଛି କାମରେ ବି ଆସିବ ନାହିଁ । କିନ୍ତୁ ଯାହା କାମରେ ଆସିବ ସେଥିରେ ଅବଶ୍ୟ ପୂର୍ବର ସ୍ଥିତି, ନୀତି ଓ ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ ଆସିବ । କୌଣସି କଥାକୁ ଉପସ୍ଥାପିତ କରିବାରେ ଆପଣମାନଙ୍କ ଏକ ଭିନ୍ନ ଶୈଳୀ ହୋଇଥାଏ । ଆପଣ ଭିନ୍ନ ପ୍ରକାରେ ନିଜର ବିକାଶ କରିଥାନ୍ତି । ଆପଣମାନେ ଯେଉଁ ଦାୟିତ୍ୱକୁ ନେଇ କାମ କରିଥାନ୍ତି ସେଥିରେ ଫଳାଫଳକେନ୍ଦ୍ରିକ ସମସ୍ତ ଗତିବିଧି ରହିଥାଏ । ସରକାର ବ୍ୟାପକ କଲ୍ୟାଣମୂଳକ ଶାସନର କଳ୍ପନାରେ କାମ ଚଳାଇଥାଏ । ଜନସ୍ୱାର୍ଥ ସର୍ବୋପରି ରହିଥାଏ । ଜନତାଙ୍କ ପାଇଁ କାର୍ଯ୍ୟ ସର୍ବୋପରି ହୋଇଥାଏ । ଆପଣମାନଙ୍କ ଚିନ୍ତାଧାରାର ପରିସରରେ ମୋର କମ୍ପାନୀ କ’ଣ ଟାର୍ଗେଟ ନିର୍ଦ୍ଧାରଣ କରିଥିଲା ଓ କ’ଣ ପାଇଲା । ମୋର କମ୍ପାନୀ କେତେ ଆଗକୁ ବଢ଼ିଲା ଓ କେତେ ପଛରେ ରହିଗଲା । ଏଥିରୁ ଆପଣମାନଙ୍କୁ କ’ଣ ଭଲମନ୍ଦ ମିଳିବ, କମ୍ପାନୀ କେତେ ଆଗକୁ ବଢ଼ିବ ସେସବୁ ହିଁ ରହିଥାଏ । ଏହା ଅତ୍ୟନ୍ତ ସ୍ୱାଭାବିକ ମଧ୍ୟ । କିନ୍ତୁ ଯାହା ସରକାରରେ ହୁଏ ଓ ଏଥିପାଇଁ ସରକାର କେଉଁଠି ରହିଛି, ତାହା ପରିବର୍ତ୍ତେ ଅଧିକ ଦେଶ କେଉଁଠି ପହଞ୍ଚିଲା, ତା’ର ଦାୟିତ୍ୱ ରହିବ । ଦେଶର ଶେଷ ବର୍ଗର ବ୍ୟକ୍ତି କେଉଁଠି ପହଞ୍ଚିଛି ଏହା ତା’ର ଦାୟିତ୍ୱ ହୋଇଥାଏ । ଆମେ ଭଲଭାବେ ଜାଣୁ ଯେ ପ୍ରତ୍ୟେକଙ୍କ ମନରେ କିଛିନା କିଛି ବିଚାର ରହିଥାଏ । କିନ୍ତୁ ଆମେ ସବୁବେଳେ ଭାବୁ କି ସରକାର କ’ଣ ଏତିକି ଜାଣିପାରେନି । ସେମାନେ ଏଭଳି ଲୋକ ଯିଏକି କିଛି କାମ କରନ୍ତି ନାହିଁ । ପ୍ରତ୍ୟେକ ଦେଶବାସୀଙ୍କ ମନରେ ଏ କଥା ଅଛି । କିନ୍ତୁ ଯଦି ଆପଣମାନେ ଏହାକୁ ସାଙ୍ଗରେ ନେଇ ଚାଲିବେ ତା’ହେଲେ ତାକୁ ବି ସମସ୍ୟା ସହ ଯୋଡ଼ିବା । ଆପଣମାନେ ଦେଖିବେ ତା’ର ପରାମର୍ଶ ଦେବାର ଶୈଳୀ ବଦଳିଯିବ । ଯଦି ଆପଣ ସରକାରଙ୍କ ସହ ଜଣେ ଗ୍ରାହକ ଭାବେ ବସିବେ, ତା’ହେଲେ ଆପଣଙ୍କ ଆଚରଣ ଭିନ୍ନ ହେବ । କିନ୍ତୁ ଯେତେବେଳେ ଆପଣ ସରକାରରେ ସହଭାଗୀ ଭାବେ ବସିବେ, ସେତେବେଳେ ଆପଣଙ୍କୁ ଲାଗିବ, ନା ଆମକୁ ସେକଥା କୁହନ୍ତୁ ଯାହା କରାଯାଇପାରିବ । ଏ ସମସ୍ତ ପ୍ରକିୟାରେ ମୋର ଉଦ୍ଦେଶ୍ୟ ହେଉଛି କି ଦେଶର ପ୍ରତ୍ୟେକ ନାଗରିକ ଭାବିବା ଉଚିତ କି ଦେଶ ହେଉଛି ମୋର । ଏହି ଦେଶକୁ ମୋତେ ଆଗେଇ ନେବାର ଅଛି । ସମସ୍ୟା ରହିଛି । ପ୍ରତିବନ୍ଧକ ବି ରହିଛି । ଈଶ୍ୱର ଯେତିକି ବୁଦ୍ଧି ଆମକୁ ଦେଇଛନ୍ତି, ସେତିକି ବୋଧହୁଏ ସରକାରରେ ବସିଥିବା ଲୋକଙ୍କୁ ଦେଇନାହାନ୍ତି । ତଥାପି ମୁଁ ଯେଉଁଠି ଅଛି, ସେଥିରେ ମୋତେ କିଛି ଯୋଡ଼ିବାର ଅଛି ।

ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନକୁ ଆପଣମାନେ ଦେଖନ୍ତୁ । ଶତାଧିକ ବର୍ଷର ଦାସତ୍ୱ ଦେଖନ୍ତୁ । ଏହି ଶତାଧିକ ବର୍ଷରେ ଏଭଳି ଗୋଟିଏ ବର୍ଷ ନାହିଁ ଯେଉଁଠି ହିନ୍ଦୁସ୍ତାନର କୌଣସି ନା କୌଣସି ଭାଗରୁ ସ୍ୱାଧୀନତା ପାଇଁ ସ୍ୱର ନଉଠିଛି । ଯେଉଁଠି ବି ଆତଙ୍କ ହେଉଥିବ, ସେମାନଙ୍କ ବିରୋଧରେ ମୁଣ୍ଡ ଉଠାଇବାର ପ୍ରୟାସ ପ୍ରତ୍ୟେକ ସମୟରେ ହୋଇଛି । ସ୍ୱାଧୀନତା ପାଇଁ ମାରିବା-ମରିବା ଲୋକଙ୍କ ଅଭାବ ନଥିଲା । ଆଜି ଜଣକୁ ଫାଶୀ ମିଳିଲେ, କାଲି ଅନ୍ୟ କେହି ମଇଦାନକୁ ପଳାଇ ଆସୁଥିଲେ । ଦ୍ୱିତୀୟ ବ୍ୟକ୍ତିକୁ ଫାଶୀ ମିଳିଲେ, ତୃତୀୟ ଆସିଯାଉଥିଲା । ଗୋଟିଏ ସିରିଜ୍ ଚାଲିଥିଲା କି ଦେଶକୁ ସ୍ୱାଧୀନତା ଦେବା ପାଇଁ । ଆଉ ସ୍ୱାଧୀନତାର ପରିବେଶ ତିଆରି ପାଇଁ ଗୋଟିଏ ନିରନ୍ତର ପ୍ରୟାସ ଚାଲିଥିଲା । ଆଉ ସମସ୍ତଙ୍କୁ ଲାଗୁଥିଲା କି ମୁଁ ନିଜର ବଳିଦାନ ଦେଇ ଦେଶର ସେବା କରୁଛି । ମହାତ୍ମା ଗାନ୍ଧି କ’ଣ ପରିବର୍ତ୍ତନ କରିଥିଲେ । ଆଉ ମୁଁ ଭାବୁଛି ଯଦି ଏସବୁ କଥାକୁ ଆମେ ବୁଝିବା ତା’ହେଲେ 2017ରୁ 2022ରେ ଆମେ କେଉଁଠିକି ଯିବା, କେମିତି ଯିବା ଓ କ’ଣ ପାଇଁ ଯିବା, କାହା ଭରସାରେ ଯିବା, କାହା ପାଇଁ ଯିବା – ତା’ର ଉତ୍ତର ଆପଣମାନଙ୍କୁ ଆପେ ଆପେ ମିଳିଯିବ । ବ୍ୟକ୍ତିଗତ ଭାବେ ଦେଶ ପାଇଁ ବଳିଦାନ ଦେବାର ଲୋକଙ୍କ ଅଭାବ ନଥିଲା । ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉଥିଲା । ଆଣ୍ଡାମାନ ନିକୋବର ଜେଲରେ ନିଜର ଯୌବନ କଟିଯାଉଥିଲା । କିନ୍ତୁ ଗାନ୍ଧି ପ୍ରତେକ ମଣିଷକୁ ସ୍ୱାଧୀନତାର ଅଂଶ କରାଇଥଲେ । ପ୍ରତ୍ୟେକ ନାଗରିକଙ୍କୁ । ଏଭଳି ଏକ ପରିବେଶ ପ୍ରସ୍ତୁତ କଲେ କି ଶିକ୍ଷକ ପଢ଼ାଉଥିବାବେଳେ ତା’ର ମନରେ ଚିନ୍ତାଧାରା ଥିଲା କି ସ୍ୱାଧୀନତା ପାଇଁ ଦେଶର ଏହି ପିଲାମାନଙ୍କୁ ପଢ଼ାଉଛି । ପରିଷ୍କାର ପରିଚ୍ଛନ୍ନତା କାମ ପୂର୍ବରୁ ବି କରୁଥିଲେ, ଆଜି ବି କରୁଛନ୍ତି । କିନ୍ତୁ ତୁମେ ପରିଷ୍କାର-ପରିଚ୍ଛନ୍ନତା କାର୍ଯ୍ୟ କରୁଛ ଦେଶର ସ୍ୱାଧୀନତା ପାଇଁ । ଚାଷୀ ପୂର୍ବରୁ ବି ବିଲକୁ ଯାଇ ଚାଷ କାର୍ଯ୍ୟ କରୁଥିଲେ । କିନ୍ତୁ ସେତେବେଳେ ମନରେ ଭାବନା ରହିଥିଲା କି ଚାଷ କାର୍ଯ୍ୟ କରୁଛି ଦେଶ ପାଇଁ ।

ସମଗ୍ର ହିନ୍ଦୁସ୍ତାନରେ ପ୍ରତ୍ୟେକ ବ୍ୟକ୍ତି ମନରେ ଏହି ଚିନ୍ତାଧାରା ସୃଷ୍ଟି କରିବାରେ ଗାନ୍ଧିଜୀ ଯେଉଁ କାମ କରିଥିଲେ ତାହା ଥିଲା ଦେଶ ପାଇଁ କରୁଛି । ଦେଶର ସ୍ୱାଧୀନତା ପାଇଁ କରୁଛି । ଆଉ ଇଂରେଜଙ୍କ ପାଇଁ ଏକଥା ବୁଝିବାରେ ସମସ୍ୟା ହେଉଥିଲା । କେହି ରାସ୍ତାକୁ ବାହାରି ଆଗରେ ଛିଡ଼ା ହୋଇଯାଉଥିଲା, ଗୁଳି ଚଳାଇବା ଇଂରେଜଙ୍କ ପାଇଁ ସହଜ ଥିଲା । କେହି ସାମ୍ନାରେ ଛିଡ଼ା ହୋଇଗଲେ ତାକୁ ଜେଲରେ ପୁରାଇବା ସହଜ ଥିଲା । କିନ୍ତୁ ନିଜ ଘରେ କାମ କରି ଯଦି ଲୋକ କହିବ ମୁଁ ସ୍ୱାଧୀନତା ପାଇଁ କରୁଛି, ତାକୁ କିଭଳି ରୋକିହେବ । ଗାନ୍ଧିଜୀ ସ୍ୱାଧୀନତାକୁ ଗଣ ଆନ୍ଦୋଳନରେ ପରିବର୍ତ୍ତନ କରି ଦେଇଥିଲେ । ଆଉ ଗଣ ଆନ୍ଦୋଳନ କରିବାରୁ ହିଁ ଦେଶକୁ ଏତେ ବଡ଼ ପରିଣାମ ମିଳିଲା । ଆଜି ଆମ ଦେଶରେ ଆଗକୁ ବଢ଼ିବା ପାଇଁ ପ୍ରତ୍ୟେକ ସରକାର ପ୍ରୟାସ କରୁଛନ୍ତି ।

ଯାହାର ଯେଉଁ ଦାୟିତ୍ୱ ଥିବ,ସେମାନେ ପ୍ରୟାସ କରିଛନ୍ତି । କିନ୍ତୁ ସ୍ୱାଧୀନତା ପରେ ବିକାଶ… ଏହା ଗଣ ଆନ୍ଦୋଳନ ହୋଇପାରିଲା ନାହିଁ । ଆମକୁ ଦେଶକୁ ସେହିଠାକୁ ନେବାର ଅଛି । ଆମେ ତାହା ଯେମିତି ହେଲେ କରିବୁ ମଧ୍ୟ । ଯଦି ମୋ’ ଦେଶରେ ଏତେ ଡାକ୍ତର ଅଛନ୍ତି ଆଉ ସେମାନଙ୍କ ମନରେ ନିଷ୍ଠା ରହିବ କି ନ୍ୟୁଟ୍ରିସନ୍ (ପୁଷ୍ଟିସାଧନ) ସମସ୍ୟାର ସମାଧାନ ପାଇଁ ଆମେ ପରିଶ୍ରମ କରିବୁ । ଶିଶୁ ସ୍ୱାସ୍ଥ୍ୟ ସେବା ପାଇଁ ଆମେ ଯୋଗଦାନ ଦେବୁ । ନୂଆ ପିଢ଼ିକୁ ଆମେ ସେଭଳିସ୍ତରକୁ ନେଇଯିବୁ । ମାତୃ ମୃତ୍ୟୁ ହାର… ଶିଶୁ ମୃତ୍ୟୁ ହାରକୁ ଆମେ ବିଶ୍ୱସ୍ତର ସହ ସମାନ କରାଇବୁ । ଯଦି ଏହି ଭାବନା ସୃଷ୍ଟି ହେବ ତା’ହେଲେ କିଏ କହୁଛି ଦେଶରେ ପରିବର୍ତ୍ତନ ଆସିପାରିବ ନାହିଁ । କିଏ କହୁଛି ସରକାରର ଆବଶ୍ୟକତା ଅଛି । ସରକାର କେବଳ ପରିବର୍ତ୍ତନର ବାହକ ବା ଏଜେଣ୍ଟ ଭାବେ କାମ କରୁଛି । ଦେଶ ଆପେ ଆପେ ଚାଲିବ । ଆଉ ସେଥିରେ ଆଜି ଆମେ 2017ରେ । ଭାରତ ଛାଡ଼ ଆନ୍ଦୋଳନର 75ବର୍ଷ ପୂରଣ ଓ ସ୍ୱାଧୀନତାର 70ବର୍ଷ ପୂରଣ ହୋଇଛି । 2022ରେ ଯେତେବେଳେ ସ୍ୱାଧୀନତାର 75ବର୍ଷ ପୂରଣ ହେବ, ଦେଶକୁ ସେଠାକୁ ନେଇଯିବା । ଏଭଳି ପରିବେଶ ମୋତେ ତିଆରି କରିବାର ଅଛି । ଏହି ବିଚାରବିମର୍ଶରେ ମୋତେ ଆପଣମାନଙ୍କର ବହୁତ ଆବଶ୍ୟକତା ରହିଛି । ଆପଣମାନେ ଯେଉଁଠି ଅଛନ୍ତି ଯେଉଁ ଲୋକଙ୍କ ମଧ୍ୟରେ ଅଛନ୍ତି, ଆପଣମାନେ ବି ଆଧୁନିକ ଭାରତର ସୈନିକ ହୋଇପାରିବେ । ଏକ ସମୃଦ୍ଧ ଭାରତର ସୈନିକ ହୋଇପାରିବେ । ଏକ ବିଶ୍ୱ ଭିତରେ ନିଜର ଉଚ୍ଚା କରିପାରିବେ, ସାମର୍ଥ୍ୟବାନ ହେବେ । ଏଭଳି ଭାରତର ସୈନିକ ହୋଇପାରିବେ । କିନ୍ତୁ ଏଭଳି ପ୍ରକାରେ ଆମେ ମିଳିମିଶି ବସି ଗୋଟିଏ ଗୋଟିଏ ଦିଗରେ ହାତ ମାରିଲେ ଆମକୁ ରାସ୍ତା ମିଳିଯିବ ।

ଆମକୁ ଲାଗିବ କି ମୁଁ ଏଭଳି କରୁଛି । ଏହି ସମସ୍ୟାର ସମାଧାନ… । ମୁଁ ଏଠି ଦେଖୁଥିଲି କି ଚାଷୀଙ୍କ ଉପାର୍ଜନକୁ କିଭଳି ଦ୍ୱିଗୁଣିତ କରାଯିବ, ସେ ବିଷୟରେ ଆପଣମାନେ ଆଲୋଚନା କରିଥିଲେ । ବହୁତ ଭଲଭଲ ଉପସ୍ଥାପନା ମଧ୍ୟ ଆପଣମାନେ କରିଛନ୍ତି । ବହୁତ ଭଲ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି । ଉପସ୍ଥାପନାର ମାନ ମଧ୍ୟ ଭଲ ଥିଲା । କିନ୍ତୁ ମୁଁ ଏଇଥିପାଇଁ କହୁଛି କି ମୋତେ ଏହି ଟିମ୍ କୁ… ମୋ’ପାଇଁ ଆପଣମାନେ ମୋ’ ଟିମ୍ । ମୋର ଦେଶକୁ ଆଗେଇ ନେବା ପାଇଁ ମୋତେ ଆପଣମାନଙ୍କ ସହଯୋଗ ଦରକାର । ମୁଁ ଓ ଆପଣମାନେ କାନ୍ଧରେ କାନ୍ଧ ମିଶାଇ କାମ କରିବା ଓ ଏହା ସେତେବେଳେ ହେବ ଯେତେବେଳେ ଆମର ସାକ୍ଷାତ ହେବ । ଆପଣମାନଙ୍କ ଚିନ୍ତାଧାରା ମୋ’ର ଯୋଜନାର ଅଂଶ ହେଉ, ମୋର ଚିନ୍ତା ଆପଣମାନଙ୍କ ପୁରୁଷାର୍ଥର ଏକ ଆଧାର ହେଉ । ଆପଣମାନେ ଦେଖିବେ କିଭଳି ବଡ଼ ପରିବର୍ତ୍ତନ ଆସିପାରିବ ।

ଏବେ ଦେଖନ୍ତୁ କୃଷି କ୍ଷେତ୍ରରେ ଗୋଟିଏ ଛୋଟ ବିଷୟ ଅଛି । ଆମେ ଅର୍ଥଜଗତର ଲୋକମାନେ ରପ୍ତାନୀ-ଆମଦାନୀ ଉପରେ ବେଶୀ ଚର୍ଚ୍ଚା କରୁ । ମୋତେ କୁହନ୍ତୁ ଯେଉଁ ଦେଶ କୃଷିପ୍ରଧାନ, ଯେଉଁ ଦେଶର ଆତ୍ମା ଗାଁରେ ରହିଛି, ଯେଉଁ ଦେଶର ପୁରା ଚର୍ଚ୍ଚା ଗାନ୍ଧିଜୀଙ୍କ ଜୀବନରେ ଗାଁ ସହ ଜଡ଼ିତ ଅଛି । ସେ ଦେଶ ଶାଳ କାଠ ଆମଦାନୀ କରୁଛି । ମୋତେ କୁହନ୍ତୁ ଆମେ କେଉଁଠି ପହଞ୍ଚିଲେଣି । କ’ଣ କାରଣ ଅଛି କାଠ ଆମଦାନୀ କରିବାର । କ’ଣ ଆମର ଚାଷୀଙ୍କ ଉପାର୍ଜନ ଦି’ଗୁଣ କରିବା ପାଇଁ ସରକାରଙ୍କ ଆଇନରେ ପରିବର୍ତ୍ତନ କରିବାକୁ ପଡ଼ିବ । ଆଉ ଆଇନରେ ବ୍ୟବସ୍ଥା ରହିବ କି ଚାଷୀର ଜମିରେ ଯେଉଁଠି ହିଡ଼ ରହିଛି ସେଠାରେ ଗଛ ଲଗାଇ ହେବ । ଆଉ ଉକ୍ତ କାଠକୁ କାଟିବା ଓ ବିକିବାର ଅଧିକାର ତାକୁ ମିଳିବ । କ’ଣ ମୋ’ ଦେଶରେ କାଠ ଆମଦାନୀ କରିବା ବନ୍ଦ ହେବ ନାହିଁ । ସତରେ ଏହା ମୋ ଦେଶର ଚାଷୀ ଓ ଆଉ ଆମ ଦେଶ ପାଇଁ ଦୁର୍ଭାଗ୍ୟ କି ଦୁଇଟି ବିଲ ମଧ୍ୟରେ ଆମେ ଏତେ ଜମି ନଷ୍ଟ କରୁଛୁ । ବାଡ଼ ଲଗାଇ ଯଦି ସେଠାରେ ଗଛ ଲଗାଇବା, କଂଟା ବାଡ଼ ଲଗାଇଦେବା,ତାହା ନଷ୍ଟ ହେବନି । ଯଦି ସେଠାରେ ଗଛ ଲଗାଇବା ତା’ହେଲେ ମୋତେ କୁହନ୍ତୁ କ’ଣ ଆମକୁ କାଠ ଆମଦାନୀ କରିବାକୁ ପଡ଼ିବ । ତା’ର ଜମିର ସର୍ବାଧିକ ଉପଯୋଗ ହେବ ଓ ସରକାରକୁ ଆଇନ ପରିବର୍ତ୍ତନ ରେ କେତେ ବଡ଼ ପରିବର୍ତ୍ତନ ଆସିପାରିବ । ସରକାରରେ ଏନେଇ ବିଚାରବିମର୍ଶ ଚାଲିଛି ।

କହିବାର ଅର୍ଥ ହେଉଛି, ଆମେ ଚାଷୀଙ୍କ ଉପାର୍ଜନକୁ ଦ୍ୱିଗୁଣ କରିବାକୁ ଚାହୁଁଛୁ । କିନ୍ତୁ ଆମେ ପଶୁ ସମ୍ପଦ, କୁକୁଡ଼ା ପାଳନ, ମତ୍ସ୍ୟପାଳନ ପ୍ରତି କ’ଣ ଚିନ୍ତା କରିପାରିବା ନାହିଁ । ଆମେ ଆଳଙ୍କାରିକ (Ornamental) ମତ୍ସ୍ୟପାଳନ ଉପରେ କ’ଣ ଚିନ୍ତା କରିବା ନାହିଁ । ଆମକୁ ଏକ ସମ୍ପୂର୍ଣ୍ଣ ଡିଜାଇନ ତିଆରି କରିବାକୁ ପଡ଼ିବ । ଆମ ପାଇଁ ଆବଶ୍ୟକ ହେଉଛି ମୂଲ୍ୟଯୁକ୍ତ କେମିତି ହେବ । ବିଶ୍ୱ ବଜାରରେ ଆମର କେଉଁ କୃଷି ସାମଗ୍ରୀ କେଉଁ ମାର୍କେଟକୁ ଲକ୍ଷ୍ୟ କରି ଧରିପାରିବ । ପୁରା ଉପସାଗରୀୟ (Gulf) ରାଷ୍ଟ୍ର ଯେଉଁଠି ଜନସଂଖ୍ୟା ବଢ଼ିବାରେ ଲାଗିଛି, ତେଲ ଅଛି କିନ୍ତୁ ପାଣି ନାହିଁ । ତୈଳ ଯେତେ ଥାଉନା କାହିଁକି ବଞ୍ଚିବା ପାଇଁ ପାଣି ଜରୁରୀ । ତେଣୁ ଏଥିପାଇଁ କୃଷିଜାତ ସାମଗ୍ରୀ ଆମଦାନୀ କରିବା ବିନା ସେମାନଙ୍କ ପାଖରେ କୌଣସି ବାଟ ନାହିଁ । କ’ଣ ସେମାନଙ୍କର ଆବଶ୍ୟକତାକୁ ସର୍ଭେ କରି ଆମର ଚାଷୀଙ୍କୁ ଉକ୍ତ କୃଷିଜାତ ସାମଗ୍ରୀ ଉତ୍ପାଦନ କରିପାରିବ ନାହିଁ । ଆମର କୃଷି ଅର୍ଥବ୍ୟବସ୍ଥା ସହ ଜଡ଼ିତ ଲୋକ ହୁଅନ୍ତୁ ଅବା କୃଷି ସାମଗ୍ରୀର ମୂଲ୍ୟ ସମ୍ବର୍ଦ୍ଧନ ସହ ଜଡ଼ିତ ଲୋକମାନେ ମିଶି ଉକ୍ତ ସାମଗ୍ରୀକୁ ସେଠାରେ ପହଂଚାଇପାରିବେ ନାହିଁ । ଯଦି ଆମେ ଏହି ଅଦଳବଦଳ କରିପାରିବା, ଉପସାଗରୀୟ ରାଷ୍ଟ୍ରକୁ ଆମେ ଏକପ୍ରକାରେ ତା’ର ଯେଉଁ କୃଷି ଆବଶ୍ୟକତା ରହିଛି ତା’ର ସୁନିଶ୍ଚିତ କରାଇବା ଓ ଆମକୁ ସିଏ ଶକ୍ତି ଆବଶ୍ୟକତାର ସୁନିଶ୍ଚିତ ଦେଇପାରିବ । ଏକ’ପ୍ରକାରେ ଆମେ ବିଜୟୀ ସ୍ଥିତି ଦିଗରେ ଆଗକୁ ଅଗ୍ରସର ହୋଇପାରିବା କି ନାହିଁ । ତେଣୁ ଏଠି ଏଭଳି ଏକ ଟିମ୍ ଅଛି ଯେଉଁମାନେ ମୋ ପାଖକୁ ନୂଆ କଥା ନେଇ ଆସିପାରିବେ । ଏବେ ଭାରତ ସରକାର ନଭେମ୍ବରରେ ଏକ ବିଶ୍ୱସ୍ତରର ଏକ ବହୁତ ବଡ଼ କାର୍ଯ୍ୟକ୍ରମ କରୁଛି । ଯେଉଁଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ (ଫୁଡ୍ ପ୍ରୋସେସିଂ) ଉପରେ ଆମେ ଗୁରୁତ୍ୱ ଦେଉଛୁ । ଆପଣମାନେ ଦେଖିଥିବେ ଫୁଡ୍ ପ୍ରୋସେସିଂରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବା ଏଫଡିଆଇ(FDI)କୁ ଆମେ 100 ପ୍ରତିଶତ ଉନ୍ମୁକ୍ତ କରିଛୁ । ଚାଷୀଙ୍କ ଉପାର୍ଜନ ଦ୍ୱିଗୁଣ ହେଉ, ତାହା କେବଳ ସ୍ଲୋଗାନ ନୁହେଁ । ଏଭଳି ପ୍ରକାରେ କୃଷି କ୍ଷେତ୍ରରେ ଭିତ୍ତିଭୂମି ଆଜି ଆମର ବାର୍ଷିକ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା… ଏହା ଛୋଟ ପରିମାଣ ନୁହେଁ ଭାରତ ଭଳି ଦେଶ ପାଇଁ । ଏକ ଲକ୍ଷ କୋଟି ଟଙ୍କା ଆମର କୃଷିଜାତ ସାମଗ୍ରୀ । ଫଳ,ଫୁଲ, ପନିପରିବା, ଖାଦ୍ୟଶସ୍ୟ ନଷ୍ଟ ହେଉଛି । କାରଣ ଆମ ପାଖରେ ଯଥେଷ୍ଟ ଭିତ୍ତିଭୂମି ନାହିଁ । ଏବେ ସେହି ଭିତ୍ତିଭୂମି ବି ଆପଣା ଛାଏଁ ବହୁତ ବଡ଼ ରୋଜଗାର ଦେବାକୁ ସୁଯୋଗ ସୃଷ୍ଟି କରିଛୁ । ଯଦି ଆର୍ଥିକ ପ୍ରତିଷ୍ଠାନ, ଘରୋଇ ପୁଞ୍ଜିପତି, ଭୂ-ସମ୍ପତ୍ତି (ରିଏଲ ଇଷ୍ଟେଟ୍) ବ୍ୟବସାୟୀମାନେ ଯଦି ଏ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ କରିବେ, ତା’ହେଲେ ଆପଣମାନେ କୁହନ୍ତୁ ବହୁମୂଖୀ ସୁବିଧା ହେବ କି ନାହିଁ । ତେଣୁ ସେଇଥିପାଇଁ ଆମର ଆଭିମୁଖ୍ୟ ହେଉ କି ଆମେ ଦେଶର ଆବଶ୍ୟକତାର ସମାଧାନ କରିବା । ଆମେ ନିଜର ବ୍ୟବସାୟକୁ ସମ୍ପ୍ରସାରଣ କରିବା ଓ ଆମେ ଦେଶର ଗୁଣାତ୍ମକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ମୌଳିକ ସାମଗ୍ରୀର ନିର୍ମାଣ କରିବା ।

ଯଦି ଏସବୁ କଥାକୁ ନେଇ ଆମେ ନିଜର ବିକାଶର ଯାତ୍ରାକୁ ଆଗକୁ ନେବା, ମୋ’ର ବିଶ୍ୱାସ ଅଛି ଆମେ ଯାହା ଚାହୁଁଛୁ ସେହି ଫଳ ଆମକୁ ମିଳିପାରିବ । ସରକାରକୁ ନିକଟରୁ ଦେଖିଥିବେ । କାଲିଠାରୁ ଆପଣମାନେ ଯେପର୍ଯ୍ୟନ୍ତ ବସିଥିଲେ, ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା ବି ହୋଇଥିବ । ଏହି ସରକାର ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯେଉଁ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟରେ ମୌଳିକ କଥାରେ ବଡ଼ ପରିବର୍ତ୍ତନ ଆଣିଛି ।

ଆପଣମାନେ ଜାଣିଥିବେ ପୂର୍ବରୁ ଆମ ଦେଶରେ ଚାଷୀକୁ ସାର ପାଇଁ ବେଶ ଚିନ୍ତାରେ ରହିବାକୁ ପଡ଼ୁଥିଲା । ଠିକ୍ ସମୟରେ ସାର ମିଳିବ କି ନାହିଁ, ଠିକ୍ ସମୟରେ ଚାଷୀକୁ ସାର ନମିଳିଲେ ତାହା ବେକାର ହେଉଥିଲା । ମୋର ମନେଅଛି, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖୁଥିଲି ମୋର ଏଠି ଲୋକଙ୍କୁ ଏତେ ସମୟରେ ସାର ମିଳୁ, ଏତେ ମିଳୁ ଆଦି । ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି ପ୍ରଥମ 3ମାସରେ ମୋତେ ସବୁଠାରୁ ଅଧିକ ଚିଠି ମୁଖ୍ୟମନ୍ତ୍ରୀମାନଙ୍କର ଆସିଥିଲା ରାସାୟନିକ ସାରକୁ ନେଇ । ଆମର ଦେରେ ସାର ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ବି ପଡ଼ୁଥିଲା । ସାର ପାଇଁ ଚାଷୀଙ୍କୁ 3ଦିନ ଲେଖାଏ ଧାଡ଼ି ବାନ୍ଧି ଛିଡ଼ା ହେବାକୁ ପଡ଼ୁଥିଲା । ବିମୁଦ୍ରାକରଣ ପରେ ତିନିଦିନ ଲେଖାଏ ବ୍ୟାଙ୍କ ବାହାରେ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବାର ଦୃଶ୍ୟ ଆପଣମାନେ ଟିଭିରେ ବହୁତ ଦେଖିଥିବେ । ମୋର ଦେଶର ଦୁର୍ଭାଗ୍ୟ କି ସାର ପାଇଁ ଛିଡ଼ା ହୋଇଥିବା ଆମର ଚାଷୀଙ୍କୁ ଟିଭିରେ ଦେଖା ଯାଉନଥିଲା । ଏହା ହିଁ ଫରକ । ସମସ୍ୟାକୁ ଦେଖିବାର ଓ ବୁଝିବାର । ଏଭଳି ଭାବେ ସରକାର କେତେକ ପଦକ୍ଷେପ ନେଇଥିଲେ । ସବୁଠାରୁ ବଡ଼ ପଦକ୍ଷେପ ହେଉଛି ସାର କାରଖାନାରେ ଗ୍ୟାସ ରହିବା ଉଚିତ୍ । ଆମର ଏଠି ଗ୍ୟାସ ପ୍ରକାରଭେଦର ନୀତି ଥିଲା । ସମସ୍ତଙ୍କୁ ଭିନ୍ନ ଭିନ୍ନ ଦାମରେ ସର୍ତ୍ତମୂଳକ ଗ୍ୟାସ ମିଳୁଥିଲା । ଆମେ ସମସ୍ତଙ୍କୁ ବ୍ୟବସ୍ଥିତ କଲୁ । ଗୋଟିଏ ପ୍ରକାରର ବ୍ୟାଚ୍ କରିଦେଲୁ, ଯାହାଫଳରେ ସମସ୍ତଙ୍କୁ ପ୍ରତିଯୋଗିତା ପାଇଁ ସୁବିଧା ମିଳିବ । ଅନ୍ୟଟି ହେଉଛି ଆମେ ଦେଶରେ ବଡ଼…ଅଧିକ ଭିତରକୁ ଯିବେ ତ ଆଶ୍ଚର୍ଯ୍ୟ ହେବ କି ଏହା କେମିତି ଚାଲୁଥିବ । ଯଦି ଆପଣଙ୍କ କ୍ଷମତା 10ଲକ୍ଷ ଓ ଆପଣ 5 ପ୍ରତିଶତ ଅଧିକ ଉତ୍ପାଦନ କରୁଥିଲେ, ତା’ହେଲେ ସରକାର ଆପଣଙ୍କୁ ସେତିକି ଅର୍ଥ ଦେବେ । ଆମେ ଆସିବା ପରେ ଏସବୁ ନିୟମ ପରିବର୍ତ୍ତନ କଲୁ । ଫଳସ୍ୱରୂପ ଆଜି ସରକାରଙ୍କ ଟଙ୍କା ବଞ୍ଚିଲା । କିନ୍ତୁ 20ଲକ୍ଷ ଟନ୍ ସାର ଉକ୍ତ କାରଖାନାରେ ସେହି ବ୍ୟବସ୍ଥାରେ ଅତିରିକ୍ତ ଉତ୍ପାଦିତ ହେବାରେ ଲାଗିଲା । ଉତ୍ପାଦନ ବଢ଼ିଗଲା । କେବଳ ନୀତିରେ ହସ୍ତକ୍ଷେପ ଯୋଗୁ । ପରେ ଆମେ ୟୁରିଆରେ ନିମ୍ବଲେପ କୌଶଳ ଉପଯୋଗ କଲୁ । ଏବେ ଆପଣମାନଙ୍କ ଭିତରେ କେହି ବୋଧହୁଏ କେମିକାଲବାଲା ନଥିବେ । କାରଣ ଜମିକୁ ୟୁରିଆ କମ୍ ଯାଉଥିଲା, କେମିକାଲ ଇଣ୍ଡଷ୍ଟ୍ରିକୁ ଅଧିକ ଯାଉଥିଲା । କାରଣ ତାକୁ ସବ୍ସିଡିଯୁକ୍ତ ୟୁରିଆ ମିଳିଯାଉଥିଲା । ଆଉ ମୂଲ୍ୟଯୁକ୍ତ କରି ନିଜର ସାମଗ୍ରୀକୁ ବିଶ୍ୱରେ ବିକ୍ରି କରୁଥିଲା । ଆମେ ୟୁରିଆକୁ ନିମ୍ବ-ପ୍ରଲେପ କରିଦେବାପରେ ଗୋଟିଏ ଗ୍ରାମ ୟୁରିଆ ବି କାହାରି କାମରେ ଆସିପାରିଲା ନାହିଁ । କେବଳ ଜମିରେ ପକାଇବା ଛଡ଼ା ଆଉ ରାହା ନାହିଁ । ଆଉ ଏହାର ପରିଣାମ ହେଉଛି ଯେଉଁ ସାଇଫନ୍ ଥିଲା, ଚୋରି ହେଉଥିଲା ବା ଅନ୍ୟ କୌଣସି ବାଟରେ ବାଟମାରଣା ହେଉଥିଲା, ତାହା ପୁରା ସମାପ୍ତ ହୋଇଗଲା । ଏବେ ଦେଶରେ କେଉଁଠି ବି ୟୁରିଆର ଅଭାବ ନାହିଁ । ମୋର କହିବାର ତାତ୍ପର୍ଯ୍ୟ ହେଉଛି ଆମେ କିଭଳି ଭାବେ କେଉଁ ଭାବେ ପ୍ରତିଟି କଥାରେ ଗୋଟିଏ ପଟୁ ଆର ପାଟ (End-to-End) ସମାଧାନ ବାହାର କରିପାରିବା । ମୁଁ ସ୍ୱଭାବତଃ କୌଣସି କଥାକୁ ଭାଗଭାଗ କରେନି । ଆଜି ମୁଁ ଗୋଟିଏ କଥା କହିଲେ ସାମ୍ନାରେ ବସିଥିବା ଲୋକ ଶୀଘ୍ର ଜାଣିପାରିବ ନାହିଁ ଯେ ମୋଦି ଏଠୁ କେଉଁଠୁକି ନେଇଯିବ ।

ଯେତେବେଳେ ମୁଁ କହୁଛି, ଭାଇ ଆପଣଙ୍କ ପାଖରେ ଟଙ୍କା ଜମା ଅଛି, ସରକାର ସ୍କିମ୍ ଆଣିଛି, ଘୋଷଣା କରିଦିଅ । ସେତେବେଳେ ନକଲେ 8 ନଭେମ୍ବର ଆସିଯିବ । ତେଣୁ କୌଣସି କଥାକୁ ମୁଁ ଭାଗଭାଗ କରେନି । ମୋର ମନ ସ୍ପଷ୍ଟ ଥାଏ ଯେ ଏକଥା ପରେ ସେକଥା ଆସିବ । କିନ୍ତୁ କାହାକୁ କେତେ କହିବି, ତାହା ତ । ତେଣୁ ସେଇଥିପାଇଁ ମୁଁ କୁହେ କି ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

ଏବେ ମୋତେ କୁହନ୍ତୁ ଡିଜିଟାଲ ଇଣ୍ଡିଆ ଆଡ଼କୁ ଯିବାକୁ ଚାହାଁନ୍ତି କି ନାହିଁ । ଡିଜିଟାଲ ଇଣ୍ଡିଆ ଭିତରେ ଆମର ଅପ୍ଟିକାଲ ଫାଇବର ନେଟୱାର୍କ କାମ ଚାଲିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେତେବେଳେ ମୁଁ ଆସିଥିଲି, ସେତେବେଳେ 360 ଗାଁ ଥିଲା ବୋଧହୁଏ ଯେଉଁଠି ଅପ୍ଟିକାଲ ଫାଇବର ପହଂଚିଥିଲା । ଏବେ ଆମେ ପ୍ରାୟ ଲକ୍ଷରୁ ଉର୍ଦ୍ଧ୍ଵ ଗାଁରେ ପହଂଚି ସାରିଲୁଣି । 3ବର୍ଷ ଭିତରେ ଆଭିମୁଖ୍ୟ ବଦଳାଇଲୁ ଓ ପରିଣାମ ମିଳିଲା । ଏବେ ଆମେ କମ୍ ନଗଦଯୁକ୍ତ ସମାଜ ଆଡ଼କୁ ଯିବାକୁ ଚାହୁଁଛୁ । ଆପଣମାନେ ମୋତେ କୁହନ୍ତୁ ଆପଣଙ୍କ କମ୍ପାନୀଗୁଡ଼ିକ 2022 ମସିହାରେ ଦେଶକୁ ସେଠାକୁ ନେବା ପାଇଁ ଗୋଟିଏ କାମ…. । ଆମର ପୁରା କାରବାର ଆମ କର୍ମଚାରୀଙ୍କ ପୁରା କାରବାର ମଧ୍ୟ । ଏମିତି ନୁହେଁ କି ଆମେ ସେମାନଙ୍କୁ ଇ-ପେମେଣ୍ଟ ଦବୁ ଓ ସେମାନେ ଟଙ୍କା ବାହାର କରି ଦେଣନେଣ କରିବେ । ସେମାନଙ୍କୁ ବି ଆମେ ଶିଖାଇବାକି ତୁମେ ‘ଭୀମ୍’ ଆପ୍ ଡାଉନଲୋଡ୍ କର ଓ ତୁମେ ନିଜର ମୋବାଇଲ ଫୋନ୍ ରୁ, ଆଉ ଛୋଟ ଛୋଟ ବେପାରୀଙ୍କୁ ଥିବେ ସେମାନଙ୍କୁ ବି ଶିଖାଇବା । ତୁମେ ଭୀମ ଆପ୍ ଡାଉନ୍-ଲୋଡ କର ଆଉ ଆମର ଏଠି ସେଭଳି କେହି ରହିବେ ନାହିଁ ଯିଏ ନଗଦ କାରବାର କରିବ । ମୋତେ କୁହନ୍ତୁ ଏଥିରେ ଦେଶର ସେବା ହେବ କି ନାହିଁ । ତେଣୁ ମୋତେ ଏଥିପାଇଁ ଭାଗିଦାରୀ ଦରକାର । ଆମେ କେମିତି କରିବା ।

ଏବେ ଦେଖୁଛି କି ଆପଣଙ୍କ କମ୍ପାନୀମାନେ ଦିପାବଳୀରେ ଉପହାର (ଗିଫ୍ଟ) ଦେଉଛନ୍ତି । ଦେବାକୁ ବି ପଡ଼େ । ଅବଶ୍ୟ ଅଳ୍ପ ବିଳମ୍ବରେ କିନ୍ତୁ । କ’ଣ ଆମେ ଏହି ଆଭିମୁଖ୍ୟକୁ ବଦଳାଇପାରିବା । ଆମକୁ ଏଭଳି ଉପହାର ଦେବାର ଅଭ୍ୟାସ କରାଇବ ପଡ଼ିବ ଯେଉଁଥିପାଇଁ ଦିପାବଳୀରେ ଗରିବର ଘରେ ଦୀପଟିଏ ଜଳିପାରିବ । ଆପଣମାନେ ଲୋକଙ୍କୁ କିଣାକିଣିର କୁପନ୍ ଦେଉଛନ୍ତି । 2000 ଟଙ୍କାର ସାମଗ୍ରୀ ନେଇଯାଆନ୍ତୁ । ଆପଣ ଖଦି (Khadi) ବସ୍ତ୍ର କାହିଁକି ଦେଇପାରିବେ ନାହିଁ । ଆପଣ ଗିଫ୍ଟ ପେକେଟରେ ଖଦି ତ ଦେଇପାରିବେ । ମୁଁ ସେକଥା କହୁନି କି ଯାହା ଘରକୁ ଗିଫ୍ଟ ପେକେଟ୍ ଯିବ ସିଏ ଖଦିଧାରୀ ହୋଇଯିବ । ଖଦିଧାରୀ ହେବା ଜରୁରୀ ନୁହେଁ । କିନ୍ତୁ ଆପଣଙ୍କ ପାଖରେ 50 ପ୍ରକାରର ଲୁଗାପଟା ଓ ବସ୍ତ୍ର ଥିବ ତ ସେଥିରେ ଗୋଟିଏ ଖଦି ବି ସାମିଲ ହୋଇପାରେ । କହିବାର ତାତ୍ପର୍ଯ୍ୟ ହେଉଛି ଆମର ସମସ୍ତ କାରବାରରେ… ମୁଁ ଏଭଳି ସାମଗ୍ରୀ ଯୋଡ଼ୁଛି, କି ସମସ୍ତ କର୍ମଚାରୀ ମିଶିକରି ଏଭଳି କରିବା ଯେଉଁ କାରଣରୁ ଦେଶରେ ଦାରିଦ୍ର୍ୟକୁ ଦୂର କରିହେବ । ଦେଶରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଆମେ ସକରାତ୍ମକ ପଦକ୍ଷେପ ନେଉଛ ତ? ଆପଣମାନେ ଦେଖିବେ ଆପଣାଛାଏଁ ପରିବର୍ତ୍ତନ ଆରମ୍ଭ ହୋଇଯିବ । ଏହାର ଅର୍ଥ ନୁହେଁ କି ଗୁଣାତ୍ମକ ମାନ ସହ କୌଣସି ସାଲିସ୍ କରାଯିବ । ଆପଣଙ୍କ ସୁଖରେ କୌଣସି ଅଭାବ ରହୁ ସେଭଳି ଅନୁରୋଧ କରୁନାହିଁ । ଆମେ ଏକ ପରିବେଶ ତିଆରି କରିବା କି ଆମର ଗରିବରୁ ଗରିବ ଲୋକଙ୍କୁ ସାଙ୍ଗରେ ନେଇ ଚାଲିବା । ସରକାରରେ ଯଦି କିଛି କିଣିବାର ଅଛି, ତା’ହେଲେ କାଗଜରେ କେତେ ପ୍ରକାର ପ୍ରକ୍ରିୟା ହୋଇଥାଏ । ଟେଣ୍ଡର ବାହାରିବ… ଟେଣ୍ଡରର ସର୍ତ୍ତାବଳୀ (ଟର୍ମସ୍ ଏଣ୍ଡ କଣ୍ଡିସନ୍), ତା’ପରେ ଟେଣ୍ଡର ପୂରଣ କରାଯିବ । ତା’ପରେ ଯାଇ ଦେଖିବାକୁ ପଡ଼ିବ ମନ୍ତ୍ରୀ ମହାଶୟଙ୍କ ଭଣଜାର ଟେଣ୍ଡର ଆସିଛି କି ନାହିଁ । ଏଭଳି ଅନେକ କଥାରେ ଦେଶର ଅନୁଭବ ରହିଛି । ଟେଣ୍ଡର ଖୋଲିବା କି ନାହିଁ, ଏବେ ସ୍ଥିତି ଠିକ୍ ନଥିଲେ ତାକୁ ରଦ୍ଦ କରିଦିଆଯାଉଥିଲା । ଏହି ସମସ୍ତ କଥା ପ୍ରତି ଆପଣ ଭଲଭାବେ ପରିଚିତ । ଦେଶ ପରିଚିତ । ଆମ ଦେଶରେ ସ୍ଵଚ୍ଛତା (ଟ୍ରାନ୍ସପରେନ୍ସି) ଅଛି, ବେଇମାନୀ କାରବାର ବି ସମସ୍ତଙ୍କୁ ଜଣା । ତା’ହେଲେ ଏତେ ବଡ଼ ସରକାରରେ କୌଣସି ଛୋଟ ମଣିଷ ବି ନିଜର ଉତ୍ପାଦକୁ ଯୋଗାଣ କରିପାରିବ । ନା କରିପାରିବ ନାହିଁ । ବହୁତ ବଡ଼ ଟେଣ୍ଡର ପ୍ରକ୍ରିୟା ଦେଇ ସେ ଗଲେ ହିଁ ତାହା ସମ୍ଭବ । ଏବେ ଆପଣମାନେ ଜାଣି ଖୁସି ହେବେ ଯେ ସରକାର ଏକ ଛୋଟ ପ୍ଲାଟଫର୍ମ କରିଛନ୍ତି ଜେଏମ୍ (GeM) ଅର୍ଥାତ ସରକାରୀ ଇ-ବଜାରସ୍ଥଳୀ … । ଆପଣ ସମସ୍ତଙ୍କୁ ଅନୁରୋଧ କି ଆପଣମାନେ ଏହି ପୋର୍ଟାଲକୁ ଦେଖନ୍ତୁ । ସରକାରଙ୍କ ସମସ୍ତ ବିଭାଗ ନିଜର ଆବଶ୍ୟକତା ସେଥିରେ ଲେଖିଛନ୍ତି କି ଆମକୁ କ’ଣ ଦରକାର । ଆମେ 25ଟି ନାପକିନ୍ ଦରକାର, ଆମକୁ 2ଟି ଡଷ୍ଟବିନ ଦରକାର, ୱେଷ୍ଟ ପେପର ବାସ୍କେଟ୍ ଦରକାର, ଆମକୁ 25ଟି ଝାଡ଼ୁ ଦରକାର, 100 ଚେୟାର ଦରକାର । ସପ୍ଲାଏର ଯିଏବି ହେଉ ତା’ପାଖରେ କିପ୍ରକାରର ମାଲ୍ ଅଛି, ତା’ର ଷ୍ଟାଣ୍ଡାର୍ଡ କ’ଣ, କ୍ୱାଲିଟି କ’ଣ, ସେସବୁର ପୁରା ବିବରଣୀ ରହିଥାଏ ।

ସରକାର ନିୟମ କରିଛନ୍ତି । ସେଥିରେ ଯିଏ ଗୁଣାତ୍ମକ ମାନ ସହ ସାଲିସ୍ ନକରି ସବୁଠୁ ଶସ୍ତାରେ ସାମଗ୍ରୀ ଦେବ ତାକୁ ନିଆଯିବ । ଟେଣ୍ଡର-ଫେଣ୍ଡର କିଛି ନାହିଁ । ସବୁକିଛି ଅନ୍-ଲାଇନ୍ ରେ ଉପଲବ୍ଧ, ଯେ’କେହି ଦେଖିପାରିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ… ଏବେ ଏହି ପ୍ରକ୍ରିୟା ଆରମ୍ଭ ହେବାର 4-6 ମାସ ହୋଇଛି ଓ ସରକାରରେ ଏକଥା ଯେଭଳି ପ୍ରଚାର ହେବା କଥା ତାହାବି ହୋଇନି । ଏହା ସତ୍ତ୍ୱେ ଏକ ହଜାର କୋଟି ଟଙ୍କାର ସାମଗ୍ରୀ କ୍ରୟ ସରକାରଙ୍କ ଦ୍ୱାରା ଏହି ଜେଇଏମ୍ ମାଧ୍ୟମରେ ହୋଇଛି । ସପ୍ଲାଏର କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 28ହଜାର ସପ୍ଲାଏର ମିଳିତ ଭାବେ ଏକ ହଜାର କୋଟି ଟଙ୍କାର ସାମଗ୍ରୀ ଦେଇଛନ୍ତି । ଅର୍ଥାତ୍ ଛୋଟ ଛୋଟ ଲୋକ ନିଜର ସାମଗ୍ରୀ ଦେଇଛନ୍ତି । ପରିଣାମ ଏଭଳି ହୋଇଛି କି ହଜାର କୋଟି ଟଙ୍କାର ସାମଗ୍ରୀ ଯଦି ପୁରୁଣା ସରକାରଙ୍କ ଟେଣ୍ଡରରେ ହୋଇଥାନ୍ତା ତା’ହେଲେ ବୋଧହୁଏ ପେମେଂଟ ବା ପଇଠ ୧୭୦୦କୋଟି ଟଙ୍କାର ହୋଇଥାନ୍ତା । ଆଉ ହଜାରେ କୋଟି ଟଙ୍କାରେ କ’ଣ କ’ଣ ଆସିଥାନ୍ତା ଭଗବାନ ଜାଣନ୍ତି । ମୋର କହିବାର ତାତ୍ପର୍ଯ୍ୟ ହେଉଛି କିଭଳି ପ୍ରକାରେ ପରିବର୍ତ୍ତନ ହେଉଛି । ଟେକ୍ନୋଲଜି କିଭଳି ଭାବେ ଉପଯୋଗ କରି ସ୍ଵଚ୍ଛତା (ଟ୍ରାନ୍ସପାରେନ୍ସି) ଅଣାଯାଇପାରୁଛି ।

ଆପଣମାନଙ୍କ ନଜରରେ ବି କିଛି ଲୋକ ଥିବେ । ଏପରିକି ଆପଣଙ୍କ କେହି କର୍ମଚାରୀ ଥିବ ଯାହାର ପୁଅ କୌଣସି ଛୋଟବଡ଼ ସାମଗ୍ରୀ ତିଆରି କରୁଥିବ । ତାକୁ କୁହନ୍ତୁ ଭାଇ ତୁମେ ଟିକେ ଜେଇଏମ୍ ରେ ପଞ୍ଜିକରଣ କରିନିଅ । ସରକାରରେ ତୁମେ ଲେଖ, ତୁମର କୌଣସି ସାମଗ୍ରୀ ବି ସେଠାରେ ବିକ୍ରୀ ହୋଇଯିବ । ଆମେ ଉଦ୍ୟୋଗୀଙ୍କୁ କିଭଳି ପ୍ରୋତ୍ସାହନ ଦେଇପାରିବା? ଆମେ କିଭଳି ପରିବର୍ତ୍ତନ କରାଇପାରିବା ? ଏବେ ଏଠି ପ୍ରତ୍ୟେକ ଉପସ୍ଥାପନାରେ ପର୍ଯ୍ୟଟନ କଥା ଆସୁଛି । ପର୍ଯ୍ୟଟନ (ଟୁରିଜିମ୍) ସମ୍ମୁଖରେ ସବୁଠାରୁ ବଡ଼ ସମସ୍ୟା କିଏ? ମୋର ପ୍ରଶ୍ନ ଆଶ୍ଚର୍ଯ୍ୟ ଲାଗୁଛି ନା । କେବେ ଆମେ ଚିନ୍ତା କରିଛେ କି ଆମର ମନସ୍ତତ୍ୱ ଆମର କେତେ କ୍ଷତି କରୁଛି । ମୁଁ ଏସବୁ ଆପଣଙ୍କୁ କହୁନି । ଆମେ ସବୁ ଏନେଇ ବିଚାରବିମର୍ଶ କରିଛୁ । ମୁଁ ବି ଆପଣମାନଙ୍କ ସହ ମୋର ବିଚାରକୁ ଏକ ମନ୍ଥନ ଭାବେ ଉପସ୍ଥାପିତ କରୁଛି । ମୁଁ ଗତବର୍ଷ ଏକ କାର୍ଯ୍ୟକ୍ରମ କରିଥିଲି ମନ୍ କି ବାତ୍ । ଯାହା ମୁଁ କରୁଛି । ସେଥିରେ ମୁଁ ପିଲାମାନଙ୍କୁ କହିଥିଲି ଛୁଟିରେ ଆପଣମାନେ ଯେଉଁ ସ୍ଥାନକୁ ବି ଯିବେ ତାକୁ ହାସଟାଗ (Hastag)ରେ ତା’ର ଫଟୋ ମୋତେ ପଠାନ୍ତୁ । ଲକ୍ଷ ଲକ୍ଷ ଫଟୋଗ୍ରାଫ ମୋର ୱେବସାଇଟ୍ ରେ ଅଛି । ଲକ୍ଷଲକ୍ଷ ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ସମୟ ମିଳିଲେ କିଛି କିଛି ଦେଖେ । ଆମ ଦେଶରେ ଏଭଳି ସ୍ଥାନ ଅଛି, ଏଭଳି ପ୍ରାକୃତିକ ଦୃଶ୍ୟ ଅଛି ଯେଉଁଠିକି ସେମାନେ ଯାଇଥିଲେ । ପଠାଇଥିବା ଫଟୋରୁ ଜଣାପଡ଼ୁଛି । ହାସଟାଗ ଯୋଗୁ ଅନେକ ଏହି ଫଟୋକୁ ମଧ୍ୟ ଦେଖିଥିବେ । ଆମ ଲୋକଙ୍କ ମନସ୍ତତ୍ୱ କ’ଣ ? କୌଣସି ଭଲ ଜାଗାକୁ ଯିବା ଓ ମନକୁ ପସନ୍ଦ ଆସିଗଲେ ଆମ ମୁହଁରୁ ପ୍ରଥମ ଶବ୍ଦ କ’ଣ ବାହାରେ – ଭାଇ ଲାଗୁନିକି ଆମେ ହିନ୍ଦୁସ୍ତାନରେ ଅଛୁ । ଏବେ ମୋତେ କୁହନ୍ତୁ ଏଥିରେ ପର୍ଯ୍ୟଟନ କେମିତି ବଢ଼ିବ? ଯଦି ଆପଣ ଘରେ ନିଜର ପିଲାକୁ ଭଲ ପାଉନାହାନ୍ତି, ଗୁରୁତ୍ୱ ଦେଉନାହାନ୍ତି ତା’ହେଲେ ସାହିର ପିଲାଙ୍କୁ କେମିତି ଦେବେ, ମୋତେ କୁହନ୍ତୁ? କେମିତି ଆମେ ଆମର ଜିନିଷକୁ ନେଇ ଗର୍ବ କରିବା । ଆପଣମାନଙ୍କ ପାଖକୁ କ୍ରେତା ଆସୁଥିବେ, ବିକ୍ରେତା ଆସୁଥିବେ । ବିଶ୍ୱ ସମୁଦାୟ ସହ ଆପଣଙ୍କ ସମ୍ପର୍କ ଥିବ । କିନ୍ତୁ ଆପଣମାନଙ୍କ ମଧ୍ୟରେ କେତେଜଣ ସେମିତି ଅଛନ୍ତି ଯିଏ କହିଥିବେ ଆପଣ ଆସିଛନ୍ତି, ମାତ୍ର 3ଦିନ ଅଧିକ ବାହାର କରି ଆସନ୍ତୁ, ସପ୍ତାହନ୍ତରେ ଏସବୁ ଜାଗା ଦେଖିବାକୁ ଯିବା । ପର୍ଯ୍ୟଟକ ତ ଆମେ । ଦେଖନ୍ତୁ ସରକାରଙ୍କ ବିଜ୍ଞାପନରେ ଟୁରିଜିମ୍ ପ୍ରଚାର ହୁଏ ନାହିଁ । କେହି ଜଣେ ତ କହିବ ସାଙ୍ଗ ମୁଁ ଯାଇଥିଲି,ତୁମେ ଟିକେ ଯାଅ । କାରଣ ପର୍ଯ୍ୟଟନରେ ଏକ ଅଜଣା ଭୟ ଆପେ ଆପେ ଜଡ଼ିତ ଥାଏ । ଏହି ଭୟ ପର୍ଯ୍ୟଟକଙ୍କ ମୁଣ୍ଡରେ ଥାଏ । କିନ୍ତୁ ଯେଉଁଦିନ ତାକୁ କେହି କହିବ ମୁଁ ଯାଇଥିଲି, ସେଦିନ ସେ ଆଉ ପଚାରିବ ନାହିଁ ସେଠି କ’ଣ କରିବାକୁ ପଡ଼ି ବ । ଆପେଆପେ ଚାଲିଯିବ । ଆମ ଭାରତୀୟଙ୍କ ଏଭଳି ସ୍ୱଭାବ କି ନୁହେଁ । ଆମର ଏଠି ଫାର୍ମାସୀ କମ୍ପାନୀ… କେହି ଫାର୍ମାସୀ କମ୍ପାନୀବାଲା ଅଛନ୍ତି କି । ଠିକ୍ ଅଛି, ଭଲ ହେଲା । ମୁଁ କହିପାରିବି… । ଫାର୍ମାସୀବାଲା ଡାକ୍ତରମାନଙ୍କୁ ସ୍ପେଶାଲ ଟୁର୍ କରାଇଥାନ୍ତି । ଆପଣମାନଙ୍କୁ ତ ଜଣାଅଛି ସେମାନେ କ’ଣ କରାଇଥାନ୍ତି । କିନ୍ତୁ କେଉଁଠିକି ନେବେ । ସିଙ୍ଗାପୁର ନେବେ, ଦୁବାଇ ନେବେ । ସେମାନଙ୍କୁ ଲାଗେନି କି ଭାଇ ଆମ ଦେଶରେ ହମ୍ପି ଭଳି ଜାଗା ଅଛି ସେଠାକୁ ଯିବା । କର୍ଣ୍ଣାଟକ ଯାଉଛନ୍ତି 6ଟି କଥା ଦେଖିକି ଆସିବେ । ରାଜସ୍ଥାନ ଯାଉଛନ୍ତି 5ଟି ଜାଗା ଦେଖିକି ଆସିବେ । ମୁଁ ନେଇକରି ଯିବି । ଆମେ ନିଜର ଜିନିଷକୁ ପ୍ରୋତ୍ସାହିତ କରିପାରୁନେ । ଯେପର୍ଯ୍ୟନ୍ତ ଆମେ ଭାବିବା ନାହିଁ କି ଆମେ ଦୁନିଆକୁ ଟେକ୍ନୋଲଜିବାଲା ପର୍ଯ୍ୟଟନ କରାଇବ । କୃତ୍ରିମ ଆନନ୍ଦଦାୟକ ପରିବେଶ ପରିବର୍ତ୍ତେ ଆମର ଯେଉଁ ସାମ୍ରାଜ୍ୟ ରହିଛି, ତାକୁ ଯଦି ଦୁନିଆକୁ ପରିଚିତ କରାଇବା ତା’ହେଲେ ବିଶ୍ୱ ଏହାକୁ ଦେଖି ପାଗଳ ହୋଇଯିବ । ମୋର ଠିକ୍ ମନେ ଅଛି, ଗୁଜରାଟରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୋର ନିଜର ସଉକ୍ ଥିଲା । ଯେତେବେଳେ ମୁଁ ରାଜନୀତିରେ ନଥିଲି, ସେତେବେଳେ ଏମିତି ଜଙ୍ଗଲରେ ଏଣେତେଣେ ବୁଲୁଥିଲି । ସେହି ସମୟରେ ମରୁଭୂମିରେ ରହିବାକୁ ପଳାଇଲି । କଚ୍ଛରେ ଯେତେବେଳେ ଧଳା ଆବରଣ ଦେଖିଲି । ମୋର ମନରେ ଏହା ଖୁବ୍ ପ୍ରଭାବ ପକାଇଥିଲା,ଏହା ପ୍ରାୟ 40/45ବର୍ଷ ପୂର୍ବର କଥା । ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲି, ନିଷ୍ପତ୍ତି ନେଲି ଏହି ମରୁଭୂମିକୁ ପର୍ଯ୍ୟଟନ ସ୍ଥଳୀ କରିବି । ଆପଣମାନଙ୍କୁ ମୋର ଅନୁରୋଧ କେବେ ରଣୋତ୍ସବ ୱେବସାଇଟ୍ କୁ ଯାଆନ୍ତୁ । ଦିପାବଳୀ ପରେ ଏହା ଆରମ୍ଭ ହୋଇଥାଏ । 3ମାସ ଚାଲେ । ପୁରା ତମ୍ବୁ (Tent)ରେ ଛୋଟ ସହର ତିଆରି ହୋଇଥାଏ । ଆପଣ କଳ୍ପନା କରିପାରିବେ ନାହିଁ କି ଏଭଳି ସୌନ୍ଦର୍ଯ୍ୟ ମୋ’ ଦେଶର ମରୁଭୂମିରେ ଥାଇପାରେ ବୋଲି । ପୁରା ଧଳା ମରୁଭୂମି । ଏବେ ସେଠି ଏତେ ଭିଡ଼ ହେଉଛି କି ବୁକିଂରେ ସମସ୍ୟା ହେଉଛି । ଏହା ଦେଖିଲେ ଏକ ନୂଆ ଅନୁଭବ ମିଳିବ । କେତେକ ଲୋକ ନିଜର କମ୍ପାନୀର ବୋର୍ଡ ବୈଠକକୁ ରଣୋତ୍ସବ ସହ ଯୋଡ଼ି ଦେଉଛନ୍ତି । କେହି କେବେ ଭାବିନଥିଲା ଗୋଟିଏ ମରୁଭୂମିରେ ଧଳା Desert ଥିବ ଓ ତାହା ପର୍ଯ୍ୟଟନ ସ୍ଥଳୀ ହୋଇପାରିବ । ଏହି କାରଣରୁ କଚ୍ଛର ହସ୍ତଶିଳ୍ପ, କଚ୍ଛର ଅନ୍ୟ ସାମଗ୍ରୀଗୁଡ଼ିକ ପାଇଁ ଏକ ବଡ଼ ମାର୍କେଟ ସେଠାରେ ସୃଷ୍ଟି ହୋଇଛି । ଏବେ ଲୋକ ଆପଣାଛାଏଁ ପେଷାଦାର ମନୋଭାବରେ ପ୍ରସ୍ତୁତ ହେବାରେ ଲାଗିଲେଣି । ପ୍ୟାକେଜିଂ ଶିଖିଲେଣି । କେମିତି ଲୋକମାନଙ୍କୁ ଖାଇବାକୁ ଦେବେ, ପରିବେଷଣ କରିବେ ସବୁକିଛି ଏବେ ସେମାନଙ୍କୁ ଆସିଗଲାଣି । ଏ ଟୁରିଜିମ୍ ଏମିତି କି ପ୍ରଥମେ ଅଣ୍ଡା ନା ପ୍ରଥମେ କୁକୁଡ଼ା । ପର୍ଯ୍ୟଟକ ଆସିଲେ ହିଁ ପର୍ଯ୍ୟଟନ ବିକଶିତ ହେବ । ଯଦି ପର୍ଯ୍ୟଟନସ୍ଥଳୀ ବିକଶିତ ହେବ, ପର୍ଯ୍ୟଟକ ଆସିବେ । ଏଭଳି ଝଗଡ଼ା ଲାଗି ରହିଥାଏ । ମୁଁ ବହୁତ ବର୍ଷ ପୂର୍ବରୁ ହିମାଚଳରେ କାମ କରୁଥିଲି । ହିମାଚଳରେ ଗୋଟିଏ ସ୍ଥାନ ଅଛି ମନାଲି ପାଖରେ । ବିଦେଶର ଜଣେ ବହୁତ ବଡ଼ ଆର୍ଟିଷ୍ଟ ଥିଲେ, ନାଁ ଭୁଲିଯାଇଛି । ମୁଁ ସେ ରହୁଥିବା ସ୍ଥାନ ଦେଖିବାକୁ ଯାଇଥିଲି । କୌଣସି ସ୍ଥାନରୁ ଶଗଡ଼ ଗାଡ଼ିରେ ସେଠାକୁ ଯାଇଥିଲି । ସ୍ୱାଧୀନତା ଆନ୍ଦୋଳନରେ ବି ସେ ବିଦେଶୀ ଭାଗ ନେଇଥିଲେ । ସେଠାକୁ କୌଣସି ପର୍ଯ୍ୟଟକ ଆସୁନଥିଲେ । ମୁଁ ସେଠି ହିମାଚଳ ସରକାରଙ୍କୁ କହିଲି, ଆମ ଦଳର ଲୋକଥିଲେ ସରକାରରେ । ମୁଁ ସେମାନଙ୍କୁ ଅନୁରୋଧ କଲି କି ଆପଣମାନେ ନିୟମ କରନ୍ତୁ । ସ୍କୁଲରେ ଯେଉଁ ଟୁର୍ ପ୍ରୋଗ୍ରାମ ହେଉଛି, ସେଥିରେ ଏଠିକି ଆସିବାକୁ ବାଧ୍ୟତାମୂଳକ କରିଦିଆଯାଉ । ଧୀରେ ଧୀରେ ସ୍କୁଲ ବସ୍ ଆସିବାରେ ଲାଗିଲା । ସେଠାକୁ ବସ୍ ଆସିବାରୁ ଚଣା ବିକ୍ରୀ ବାଲା, ପାଣି ବିକ୍ରି ବାଲା, ଚା’ ବିକ୍ରି ବାଲା ଧୀରେ ଧୀରେ ଆସିଲେ । ଧୀରେ ଧୀରେ ଭିତ୍ତିଭୂମି ବିକଶିତ ହେବାରେ ଲାଗିଲା । ଆବଶ୍ୟକତାକୁ ବିକଶିତ କରିବା ଲୋକ ମିଳିଗଲେ । ପରେ ଲୋକଙ୍କ ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ଏହା ସ୍ଥାନ ପାଇଗଲା । ଆମକୁ ପ୍ରୟାସ କରିବାକୁ ପଡ଼ିବ । ମୋ ମତରେ ସରକାର ଦ୍ୱାରା ଯେତିକି ପର୍ଯ୍ୟଟନର ବିକାଶ ହୋଇପାରିବ ତା’ଠୁ ଅଧିକ ପର୍ଯ୍ୟଟନର ଏକ ସ୍ରୋତ ବଜାୟ ରଖିବାକୁ ପଡ଼ିବ । ଆମେ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱ ଦେବା । ଆଉ ଭାରତରେ ଯାତ୍ରାରେ ନୂଆ କଥା ନଥିଲା । ଏବେ ବଳୟ ଭ୍ରମଣ (ସର୍କିଟ ଟୁର୍) ଅଛି । ପର୍ଯ୍ୟଟନରେ ସର୍କିଟ୍ ଚିନ୍ତାଧାରା ଅତ୍ୟନ୍ତ ଲୋକପ୍ରିୟ ହେଉଛି । ଆମ ଦେଶରେ ଯୁଗଯୁଗ ପୂର୍ବରୁ ଚାରିଧାମ କହିଲେ କ’ଣ ବୁଝାଉଥିଲା । ସର୍କିଟ ତ ଥିଲା ନା’ । 12 ମହାଦେବ ଜ୍ୟୋର୍ତି ଲିଙ୍ଗ କ’ଣ, ସର୍କିଟ ତ ଥିଲା’ନା । 9 ଗଣେଶ କ’ଣ କରୁଥିଲେ ସର୍କିଟ୍ ତ କେବଳ ଥିଲା ନା । ଆମର ପୂର୍ବଜଙ୍କୂ ଏଥିପାଇଁ ସର୍କିଟ ପୂର୍ବରୁ ଜଣାଥିଲା । ଭିତ୍ତିଭୂମି ମଧ୍ୟ ଉପଲବ୍ଧ ଥିଲା । ଆମେ ଏକଥାକୁ ନେଇ ଆଗକୁ ଯାଇପାରିବ । ତେଣୁ ଚାକିରି ସୃଷ୍ଟି ବେଳଠାରୁ ଆରମ୍ଭ କରି ଆମେ ଏଥିରେ ସହମତ ଯେ ପର୍ଯ୍ୟଟନର ଏକ ବହୁତ ବଡ଼ ଶକ୍ତି ରହିଛି । କିନ୍ତୁ ଯଦି ଏକଥାରେ ଆମେ ନିଜକୁ ଯୋଡ଼ିବା, ଆପଣା ଛାଏଁ ଆମର ଭାଗିଦାର ରହିବ ଓ ପରିଣାମ ବହୁତ ବଡ଼ ମିଳିବ । ଅନେକ ବିଚାର ଆପଣମାନଙ୍କ ପକ୍ଷରୁ ଆସିଛି । ଆମେ ବିଚାରଗୁଡ଼ିକୁ ନିଶ୍ଚିତ ଉପଯୋଗ କରିବୁ । କିନ୍ତୁ ମୋର ପ୍ରୟାସ ହେଉଛି କି ବିଚାର କେବଳ ଏହି ରୁମ୍ ମଧ୍ୟରେ ସୀମିତ ନରହୁ । ଆପଣମାନେ ବି ନିଜ ନିଜ ୟୁନିଟ୍ ରେ, ନିଜର କ୍ରେତା-ବିକ୍ରେତାଙ୍କ ମଧ୍ୟରେ ନିଜର ଶିଳ୍ପାୟନ ସର୍କଲରେ ଏକଥାକୁ ଆଗେଇ ନେଇପାରିବେ । ଆପଣ ବି ସେଠାରେ କୌଣସି କାର୍ଯ୍ୟକ୍ରମ ମଧ୍ୟ କରିପାରିବେ । ଆପଣ ମିଳିମିଶି ଦେଶ ପାଇଁ କିଛି କରିପାରିବେ । ଆପଣଙ୍କର ଯେଉଁ ଶିଳ୍ପ ସାମ୍ରାଜ୍ୟ ଅଛି ସେଠାରେ ଯେତେ ସ୍ୱଚ୍ଛତା ଅଭିଯାନ ଯେତେ ଚଳାଇଲେ ବି ଫଳପ୍ରଦ ହୋଇପାରିନି । ଆପଣ ଯେଉଁ ଚାମ୍ବରରେ ବସିଥାନ୍ତି, ତାହା ଭଲ ହୋଇଥାଏ । କିନ୍ତୁ ସେ ଶିଳ୍ପାଂଚଳରେ ପାଦ ଥାପିବାକୁ ପସନ୍ଦ କରିବେନି, ଏଭଳି ତା’ର ଅବସ୍ଥା ହୋଇଥାଏ । କିନ୍ତୁ ଆମେ ସାମୁହିକ ଦାୟିତ୍ୱ ନେଇନଥାଉ । ତେଣୁ ସେଠାରେ ସଫେଇ ହୋଇନଥାଏ । ବର୍ଜ୍ୟରୁ ସମ୍ବଳ ଏକ ବହୁତ ବଡ଼ ଉଦ୍ୟୋଗର ବିକାଶ । ଆମ ଦେଶରେ ନୂଆ ଉଦ୍ୟୋଗୀ ବର୍ଜ୍ୟରୁ ସମ୍ପଦ (Waste to Wealth)କେମିତି ପ୍ରସ୍ତୁତ କରିବେ । ସେମାନଙ୍କୁ କିଭଳି ଆମେ ପ୍ରୋତ୍ସାହିତ କରିବୁ । ଆଉ ବହୁତ କିଛି ହୋଇପାରିବ । ଆମର ପରିବେଶ ସମସ୍ୟାର ସମାଧାନ ହୋଇପାରିବ । ଏବେ ନାଗପୁରରେ ଜଣେ ଯୁବକ ଗୋଟିଏ ଛୋଟିଆ କାମ କରିଛି । ଆପଣମାନେ ଆମର ଏଠି ଦେଖିଥିବେ ହରିଆଣା, ପଞ୍ଜାବ ଭିତରେ ଚାଷ ପରେ ଯେଉଁ ବର୍ଜ୍ୟ ଜମିରେ ରହିଥାଏ ତାକୁ ପୋଡ଼ି ଦେଇଥାନ୍ତି । ଦିଲ୍ଲୀ ଭିତରେ ପରିବେଶର ଯେଉଁ ସମସ୍ୟା ରହିଛି ତା’ର ଗାଳି ପଞ୍ଜାବ ଓ ହରିଆଣାର ଚାଷୀଙ୍କୁ ପଡ଼ୁଛି । ନାଗପୁରର ଜଣେ ଯୁବକ ଉକ୍ତ କୃଷିବର୍ଜ୍ୟକୁ କିଣି ନେଇଥିଲା । ଗୋବର କିଣିଲା, ସେଥିରେ ଛୋଟ ଛୋଟ ବ୍ଲକ୍ କରିଥିଲା । ସେସବୁ ମନୁଷ୍ୟର ଅନ୍ତିମ ସଂସ୍କାରବେଳେ ବିକ୍ରି କରିଥାଏ । 20 % କାଠର ଆବଶ୍ୟକତା ରହିଛି, ସେଥିରେ ବି ମୃତଦେହକୁ ପୋଡାଯାଇପାରିବ । ବର୍ଜ୍ୟର ଭଲ ଉପଯୋଗ ହେଲା ଆଉ ଅନ୍ତିମ ସଂସ୍କାରର ଯେଉଁ ସମୟ ନଷ୍ଟ ହେଉଥିଲା ତାହା ବନ୍ଦ ହୋଇଯାଇଥିଲା । ପୂର୍ବରୁ 2ଘଂଟାରେ ଯେଉଁ ମୃତଦେହ ଜଳୁଥିଲା ଏବେ ତାହା ଗୋଟିଏ ଘଣ୍ଟାରେ ଜଳି ଯାଉଛି । ପରିବାର ସଦସ୍ୟ ଖୁବଶୀଘ୍ର ଶବ-ସଂସ୍କାର ଝମେଲାରୁ ମୁକ୍ତ ହୋଇଯାଉଛନ୍ତି । ଗୋଟିଏ ଷ୍ଟାର୍ଟଅପ୍ ଏହାଠୁ ଅଧିକ କ’ଣ କରିପାରିଥା’ନ୍ତା । ମୋ’ର କହିବାର ଅର୍ଥ ହେଉଛି ଆମେ ଏଭଳି କଥାକୁ ପ୍ରୋତ୍ସାହିତ କରିବା କେମିତି?

ଆମ ଦେଶରେ ଆମର ଅନ୍ୟ ଏକ ସମସ୍ୟା ହେଉଛି, ଯାହାର କିଛି ସମାଧାନ ହେବା ଦରକାର । ଆମେ ଏଠି ବିଶ୍ୱର ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି, ଆମକୁ ସେହି ସାମଗ୍ରୀ ଆଡ଼କୁ ଯିବା ଉଚିତ । ତା’ପରେ ଆମକୁ ସନ୍ତୋଷ ଲାଗିବ କି ତାଙ୍କର 5ହଜାରରେ ମିଳୁଛି, ମୋର 4ହଜାର ଟଙ୍କାରେ ମିଳୁଛି । ତୁମେ ମୋର କିଣ । ସତରେ ଆମକୁ ନିଜର ଆଭିମୁଖ୍ୟ ବଦଳାଇବାର ଆବଶ୍ୟକତା ରହିଛି । ଆମର ଦେଶରେ ଯେଉଁ ସମସ୍ୟା ଅଛି, ତା’ର ସମାଧାନ ପାଇଁ କୌଣସି ଉତ୍ପାଦ ଦେଇପାରିବି କି ନାହିଁ । ଯେଉଁଦିନ ଆମେ ସେ ଉତ୍ପାଦ ଦେବା, ଆମର ଏଠି ବହୁତ ବଡ଼ ମାର୍କେଟକୁ ଆମେ କବଳିତ କରିପାରିବା । ଆଉ ଆମେ ସେହି ଶକ୍ତିରେ ବିଶ୍ୱ ବଜାରକୁ ବି କାରବାର କରିପାରିବା ।

କ’ଣ ଆମେ କେବେ ଚିନ୍ତା କରିଛେ କି ଆମ ଦେଶକୁ କେତେ ସାମଗ୍ରୀ ଆମଦାନୀ କରିବାକୁ ପଡ଼ୁଛି । 2022 ମସିହା ସୁଦ୍ଧା ମୋର ଦେଶକୁ ଅତିକମ୍ ରେ 5ଟି ସାମଗ୍ରୀର ଆମଦାନୀ କରିବାରୁ ସୁରକ୍ଷା ଦେବି । ମୋର ଦେଶକୁ ଏହି 5ଟି ସାମଗ୍ରୀର ଆମଦାନୀ ହେବାକୁ ଦେବି ନାହିଁ । ମୋର ଏହି ଦେଶଭକ୍ତି, 5ଟି ସାମଗ୍ରୀ ଏଭଳି ନିର୍ମାଣ କରିବି ମୋ ଦେଶରୁ ଟଙ୍କା ବାହାରକୁ ଯିବ ନାହିଁ । କ’ଣ ପାଇଁ କରିପାରିବି ନାହିଁ । ଆପଣମାନେ ମୋତେ କୁହନ୍ତୁ, ଏବେ ଆପଣମାନେ କହୁଥିଲେ କି ଇଲେକ୍ଟ୍ରୋନିକ ଆଦି ଆମଦାନୀ କରିବା ଉପରେ ଚର୍ଚ୍ଚା କରୁଥିଲେ । ସ୍ୱାସ୍ଥ୍ୟ ସେବାର ଇଲେକ୍ଟ୍ରୋନିକ ଉପକରଣ ଭାରତରେ ସ୍ୱାସ୍ଥ୍ୟସେବାକୁ ଶସ୍ତା କରିବ । ଆମର ତୃଣମୂଳସ୍ତରରେ ଯେଉଁ ଉପଯୋଗୀ ସାମଗ୍ରୀ ଯଥା କିଡ୍ନୀ ରୋଗୀଙ୍କ ପାଇଁ ଯାହା ଆବଶ୍ୟକତା ସେଭଳି ମେସିନ୍ କ’ଣ ଆମେ ତିଆରି କରିପାରୁବୁ ନାହିଁ । ଡାଏଲିସିସ୍ ଆମେ ତିଆରି କରିପାରିବା ନାହିଁ । କ’ଣ ଆମର ଉଦ୍ୟୋଗୀଙ୍କୁ ଏଭଳି କାର୍ଯ୍ୟ ଆସିବ ନାହିଁ । ଆମ ଦେଶର ସମସ୍ୟାର ଆଶୁ ସମାଧାନ ପାଇଁ ଏଭଳି ମନୋବଳ ଯଦି ଆମର ନୂଆ ପିଢ଼ି ମଧ୍ୟରେ ଜାଗ୍ରତ ହୁଏ ତା’ହେଲେ ମାର୍କେଟ ଆପେ ଆପେ ଛିଡ଼ା ହୋଇଯିବ । ମୋତେ ଲାଗୁଛି କି ଆମେ ଏ ଦିଗରେ ଚିନ୍ତା କରିବାର ଆବଶ୍ୟକତା ଅଛି । ମୋର ବିଶ୍ୱାସ ଯେ ଆପଣମାନେ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସରକାରରେ କାମରେ ଆସିବ । ଧୀରେ ଧୀରେ ମନରେ ଯେଉଁ ବିଚାର ଚାଲିଛି ତାହା କୌଣସି ଏକା ଥରକର ଚିନ୍ତା ନୁହେଁ । ଆମେ ତାକୁ ବ୍ୟବସ୍ଥିତ କରିବାକୁ ଚାହୁଁଛୁ । ଆପଣ ଅଛନ୍ତି, ମୁଁ ଅଛି । ଆହୁରି ମଧ୍ୟ ନୂଆ ଲୋକ ସାମିଲ ହୋଇପାରନ୍ତି । ଏହାକୁ ଅଧିକ ପରିଣାମକୈନ୍ଦ୍ରିକ କରିହେବ । କିନ୍ତୁ ଏହା ଏକ ଆରମ୍ଭ ମାତ୍ର । ଭିନ୍ନ ଭିନ୍ନ ଗୋଷ୍ଠୀ ସହ ବସିବା ଓ ଧୀରେ ଧୀରେ ତା’ର ଯେଉଁଥିରେ ରୁଚି ହେବ, ସରକାରର ଉକ୍ତ ବିଭାଗ ସହ ଜଡ଼ିତ କରିପାରିବେ । ଯାହାଫଳରେ ସ୍ଥାୟୀ ଭାବ ବିନିମୟ ହୋଇପାରିବ । ଆମେ ମିଳିମିଶି ଦେଶ ପାଇଁ କାର୍ଯ୍ୟ କରିବା । ମୋର ପୁରା ବିଶ୍ୱାସ ଯେ ଆପଣମାନେ ବ୍ୟବସାୟ ଜଗତ ସହ ଜଡ଼ିତ । ଆପଣମାନଙ୍କ କୌଣସି ଉପସ୍ଥାପନାରେ ଉଦ୍ୟୋଗ ଅବା ବ୍ୟବସାୟୀଙ୍କ ସ୍ୱାର୍ଥର କୌଣସି ପରାମର୍ଶ ନଥିଲା । ସମସ୍ତ ପରାମର୍ଶ ଦେଶର ସ୍ୱାର୍ଥରେ ଥିଲା । ଏହା ମୋର 2022 ମସିହାର ସ୍ୱପ୍ନକୁ ପୂରଣ କରିଦେବ ।… ତେଣୁ ଆମେ ଏସବୁ କଥା ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛୁ ।

ଅନେକ ନୂଆ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରାଯାଉଛି । କାରଣ ଆପଣମାନେ ଯେତେ ଯୋଡ଼ିହେବେ, ମୁଁ ଭାବୁଛି ପରିଣାମ ସେତେ ମିଳିବ । ଆଜି ବିଶେଷକରି ଆମର ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀମାନ୍ ଅରବିନ୍ଦ ପାନାଗାରିଆଙ୍କୁ ଅଭିନନ୍ଦନ ଜଣାଉଛି । ଦେଖନ୍ତୁ ମିଶନ ଢାଞ୍ଚାରେ ଏବେ କାମ କେମିତି ହେଉଛି । ସେ 45 ବର୍ଷ ଆମେରିକାରେ ରହିଲେ । କେବେ ହିନ୍ଦୁସ୍ତାନ ଆସିବା ପାଇଁ ଚିନ୍ତା କରିନଥିଲେ । ପରିବାର ବି ସେଠାରେ ସେଟ୍ ହୋଇଯାଇଛି । ମୋର ତାଙ୍କ ସହ ବନ୍ଧୁତ୍ୱ ଥିଲା । ମୁଁ ତାଙ୍କୁ କହିଲି ଭାଇ ବହୁତ ଉପାର୍ଜନ କରିନେଲ, କିଛି ସମୟ ଆମକୁ ବି ଦିଅ । ମୋର ଏହି ଗୋଟିଏ ଶବ୍ଦରେ ସିଏ ସ୍ୱଦେଶ ଫେରିଛନ୍ତି । 3ବର୍ଷ ଏହି ନୀତି ଆୟୋଗକୁ ସେ ଚଳାଇଲେ, ଆଗକୁ ନେଲେ ଓ ଆଜି ଏକପ୍ରକାରେ ପୂର୍ବର ଯୋଜନା କମିଶନକୁ ଆମୂଳଚୂଳ ପରିବର୍ତ୍ତନ କରିଦେଲେ । ବହୁତ ଅଧିକ ଭାଗିଦାରୀ ତାଙ୍କର ଥିଲା । ଆଉ ମଜାର କଥା ହେଉଛି, ସବୁ ଛାଡ଼ି ଚଳିତ ସପ୍ତାହ ପରେ ସେ ପୁଣିଥରେ ଆମେରିକା ଫେରି ଯାଉଛନ୍ତି । କିନ୍ତୁ ଏବେ ବି ସେ ଉକ୍ତ କାମକୁ ବେଶ୍ ନିଷ୍ଠାର ସହ କରୁଛନ୍ତି । ଆମ ଭିତରେ ବସି । ଏହା ଛୋଟକଥା ନୁହେଁ । ନଚେତ୍ ଏବେ ଯିବାର ଅଛି ତ ଗୋଟିଏ ମାସ କେବଳ ପ୍ୟାକିଂରେ ଲାଗିଥାନ୍ତା । କିନ୍ତୁ ସେ ଏଠି ବସି ବଡ଼ ମନରେ କାମ କରୁଛନ୍ତି । ମୁଁ ଭାବୁଛି ଆମ ଦେଶରେ ଏଭଳି ଲୋକଙ୍କର ଅଭାବ ନାହିଁ । ସେମାନଙ୍କ ଭରସାରେ 2022ର ଏକ ସ୍ୱପ୍ନକୁ ନେଇ ଆଗକୁ ମାଡ଼ିଚାଲିଛି । ଅରବିନ୍ଦଜୀ ଯିବାର ଅଛି, ତାଙ୍କୁ ମୋ’ତରଫରୁ ଅନେକ ଅନେକ ଶୁଭକାମନା । ଭଲ କାମ କରିଛନ୍ତି ସେ । ଏହି ଦେଶ ସର୍ବଦା ତାଙ୍କୁ ସ୍ମରଣ କରିବ । ତାଙ୍କର ସେବାକୁ ମନେରଖିବ ଓ ଏହି କାର୍ଯ୍ୟକ୍ରମ ମୂଳରେ ଅରବିନ୍ଦ ମହାଶୟ ରହିଥିଲେ । ଆପଣମାନଙ୍କ ସହ ମିଶି 2 ଦିନ ବସିଛନ୍ତି । । ଖୁବ୍ ଚୁପଚାପ ସ୍ୱଭାବର ହେଉଛନ୍ତି ସେ । ତାଙ୍କ ସହ ଶୀଘ୍ର ପରିଚୟ ବି ହେଉନଥିଲେ ଓ ଅରବିନ୍ଦ ମହାଶୟ କିଏ ତାହା ଜଣାପଡ଼ୁନି । ସେ ନିଜକୁ ଆପଣା ଛାଏଁ ପଛରେ ରଖିଥାନ୍ତି । କିନ୍ତୁ ମୁଁ ଭାବୁଛି, ଏବେ କିଛି କହିବା କଷ୍ଟକର । ମୁଁ ଭାବୁଛି ଏକ ଭଲ ପ୍ରୟାସ ଭଲ ପରିଣାମରେ ଚର୍ଚ୍ଚା ହେଉଛି । ଆପଣମାନେ ସବୁବେଳେ ଯୋଡ଼ି ହୋଇ ରହିବେ । ସରକାରଙ୍କ ସହ ଆପଣଙ୍କ ସିଧାସଳଖ ସମ୍ବନ୍ଧ ରଖିବା ଉଚିତ । ସରକାର ସହ ଆପଣଙ୍କ ସିଧାସଳଖର ଏକ ଉପସ୍ଥାପନା ବିକ୍ରିର ସୁବିଧା ହେବ । ଟେକ୍ନୋଲଜି ସହ କୌଣସିଠାରେ କାହା ସହ ବି ଯୋଡ଼ି ହୋଇଯିବ । ମୁଁ ପୁଣି ଥରେ ଆପଣମାନଙ୍କୁ ଏହି ସହଯୋଗ ତଥା ଅବଦାନ ପାଇଁ ସାଧୁବାଦ ଓ କୃତଜ୍ଞତା ଜଣାଉଛି । ବହୁତ ବହୁତ ଧନ୍ୟବାଦ

**********