Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

• ନିରାପତ୍ତା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଆଲୋଚନା କରିଛନ୍ତି ଯେଉଁଠାରେ ସେମାନେ ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଛନ୍ତି । ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକ ମାନଙ୍କ ଜୀବନ ହାନିକୁ ନେଇ ଶ୍ରୀ ମୋଦୀ ଚିନ୍ତା ବ୍ୟକ୍ତ କରିବା ସହ ସୁରକ୍ଷା ଏବଂ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଜେର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଆଲୋଚନା ହୋଇଛି । ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଥିଲୁ । ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକ ମାନଙ୍କ ଜୀବନ ହାନିକୁ ନେଇ ଆମେ ଚିନ୍ତା ବ୍ୟକ୍ତ କରୁଛୁ । ନିରାପତ୍ତା ଓ ମାନବିକ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ।

***

SSP