ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ନିବେଶ ପ୍ରୋତ୍ସାହନ ଏବଂ ସୁରକ୍ଷା ଲାଗି ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାର ଯୁଗ୍ମ ବ୍ୟାଖାତ୍ମକ ଟିପ୍ପଣୀ(ଜେଆଇଏନ୍)କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।
ନିବେଶକୁ ପ୍ରୋତ୍ସାହନ ଏବଂ ସୁରକ୍ଷା ଦେବା ଲାଗି ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ପ୍ରଚଳିତ ଚୁକ୍ତିନାମା (ବିପା)କୁ ଏହି ଜେଆଇଏନ୍ ଅଧିକ ସ୍ପଷ୍ଟତା ପ୍ରଦାନ କରିବ । ଏହି ଜେଆଇଏନର ବ୍ୟାଖ୍ୟାତ୍ମକ ଟିପ୍ପଣୀକୁ ବିଭିନ୍ନ ଅନୁଚ୍ଛେଦ ସହ ମିଳିତ ଭାବେ ନିବେଶକଙ୍କ ସଜ୍ଞା ସହିତ ଗ୍ରହଣ କରିବା, ନିବେଶର ସଜ୍ଞା, ଟିକସ ପଇଠ ବ୍ୟବସ୍ଥାକୁ ହଟାଇବା, ଉଚିତ୍ ଏବଂ ନ୍ୟାୟସଂଗତ ଉପଚାର(ଏଫଇଟି), ଜାତୀୟ ଉପଚାର(ଏନଟି) ଏବଂ ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର(ଏମ୍ଏଫଏନ୍) ଭାବେ ଗ୍ରହଣ, ବେଦଖଲୀ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସ୍ୱାର୍ଥ ଏବଂ ନିବେଶକ ତଥା ଅନୁବନ୍ଧୀୟ ପକ୍ଷଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ବ୍ୟବସ୍ଥା ରହିଛି ।
ନିବେଶ ସନ୍ଧି ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଯୁଗ୍ମ ବ୍ୟାଖ୍ୟାତ୍ମକ ବିବରଣୀ ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
**********