Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ନାୟକ” ମାନ୍ୟତା ସହିତ ‘ପରିବାର ଏବଂ ତଲୱାର’ ସମ୍ପ୍ରଦାୟକୁ କର୍ଣ୍ଣାଟକର ଅନୁସୂଚୀତ ଜନଜାତି ତାଲିକାରେ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


କର୍ଣ୍ଣାଟକର ଅନୁସୂଚୀତ ଜନଜାତି ତାଲିକାର କ୍ରମିକ ସଂଖ୍ୟା 38ରେ “ନାୟକ” ମାନ୍ୟତା ସହିତ ‘ପରିବାର ଏବଂ ତଲୱାର’ ସମ୍ପ୍ରଦାୟକୁ ସାମିଲ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ବୃହତ ପ୍ରଭାବ :

ଏହାଦ୍ୱାରା କର୍ଣ୍ଣାଟକରେ ଦୀର୍ଘଦିନ ଧରି ଅନୁସୂଚୀତ ଜନଜାତି ମାନ୍ୟତା ଦେବା ଲାଗି ଦାବି କରି ଆସୁଥିବା ‘ପରିବାର ଏବଂ ତଲୱାର’ ଜନଜାତିଙ୍କ ଦାବି ପୂରଣ ହୋଇପାରିବ । ‘ପରିବାର ଏବଂ ତଲୱାର’ ସମ୍ପ୍ରଦାୟର ଲୋକମାନେ କର୍ଣ୍ଣାଟକ ସରକାରଙ୍କ ଠାରୁ ଅନୁସୂଚୀତ ଜନଜାତି ପ୍ରମାଣପତ୍ର ହାସଲ କରିପାରିବେ ଏବଂ ରାଜ୍ୟରେ ଅନୁସୂଚୀତ ଜନଜାତିଙ୍କ ପାଇଁ ରହିଥିବା ସବୁ ପ୍ରକାର ସୁବିଧାର ଲାଭ ନେଇପାରିବେ ।

 

************