ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାରୀ ଶକ୍ତି ପୁରସ୍କାର ବିଜେତାଙ୍କ ସହିତ ମତ ବିନିମୟ କରିଥିଲେ ।
ପୁରସ୍କାର ବିଜେତାଙ୍କୁ ସେମାନଙ୍କ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ସେମାନଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା । ନିଜସ୍ୱ କ୍ଷେତ୍ରରେ ଆଗକୁ ଆହୁରି କିଛି କରିବା ଲାଗି ପୁରସ୍କାର ବିଜେତାଙ୍କୁ ସେ କହିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳାମାନେ ଏହାକୁ ଗୁରୁତ୍ୱ ଦେଇଥିବା ଦୃଷ୍ଟିରୁ ଏହାର ସଫଳତାକୁ ବ୍ୟାପକ ଭାବେ ଆକଳନ କରାଯିବା ଉଚିତ । ନିକଟରେ ଶେଷ ହୋଇଥିବା କୁମ୍ଭ ମେଳା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ଥର ଉଚ୍ଚ ମାନର ସ୍ୱଚ୍ଛତା ଏବଂ ପରିମଳ କାରଣରୁ ଏହା ଆଲୋଚନାର ବିଷୟ ହୋଇଛି । ସେ ଉଲ୍ଲେଖ କରିଥିଲେ ଯେ ସ୍ୱଚ୍ଛତା ବର୍ତମାନ ଜନ ଆନ୍ଦୋଳନରେ ପରିଣତ ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ଜ୍ୟକୁ ସମ୍ପତିରେ ପରିଣତ କରିବା ସ୍ୱଚ୍ଛତା ଆନ୍ଦୋଳନର ପରବର୍ତୀ ପଦକ୍ଷେପ ହେବା ଉଚିତ ।
କୁପୋଷଣ ଏବଂ ମିଶନ ଇନ୍ଦ୍ରଧନୁଷ ଜରିଆରେ ଶିଶୁଙ୍କ ଟିକାକରଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏସବୁ କ୍ଷେତ୍ରରେ ସଫଳତାକୁ ସୁନିଶ୍ଚିତ କରିବାରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ମେନକା ଗାନ୍ଧୀ ଉପସ୍ଥିତ ଥିଲେ ।
*****
Had a wonderful interaction with recipients of the Nari Shakti Puraskar. https://t.co/3twrQqJFDg
— Narendra Modi (@narendramodi) March 9, 2019
via NaMo App